କର୍କଟ ରୋଗ

ଉଇକିପିଡ଼ିଆ ରୁ
କର୍କଟ ରୋଗ
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
A coronal CT scan showing a malignant mesothelioma
Legend: → tumor ←, ★ central pleural effusion, 1 & 3 lungs, 2 spine, 4 ribs, 5 aorta, 6 spleen, 7 & 8 kidneys, 9 liver.
ଆଇସିଡ଼ି-୧୦ D00.
ଆଇସିଡ଼ି- 140239
ରୋଗ ଡାଟାବେସ 28843
ମେଡ଼ିସିନ-ପ୍ଲସ 001289
MeSH D009369

କର୍କଟ ରୋଗ ଏକ ପ୍ରକାର ଦୃତ ବୃଦ୍ଧି ଅର୍ବୁଦ (ଇଂରାଜୀରେ Malignant tumour) ରୋଗ ଯେଉଁଥିରେ କୋଷମାନଙ୍କର ଅସ୍ଵଭାବିକ ଭାବରେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ରୋଗଗ୍ରସ୍ତ ସ୍ଥାନରୁ ପାର୍ଶ୍ଵବର୍ତ୍ତୀ ସ୍ଥାନ ବା ଦୂରବର୍ତ୍ତୀ ସ୍ଥାନକୁ ରୋଗଗ୍ରସ୍ତ କୋଷଗୁଡ଼ିକ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ ।[୧][୨] ସମସ୍ତ ଅର୍ବୁଦ କର୍କଟ ନୁହେଁ; ମୃଦୁ ଅର୍ବୁଦ (Benign tumour) ରୋଗ ଅଛି ଯାହା ଅନ୍ୟ ସ୍ଥାନକୁ ମାଡ଼ିଯାଏ ନାହିଁ । ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷ ମାନଙ୍କୁ ଆକ୍ରାନ୍ତ କରିନଥାଏ । ସମ୍ଭାବ୍ୟ ଲକ୍ଷଣ ଓ ଚିହ୍ନ ମଧ୍ୟରେ ନୂଆ ଆବୁ (Lump), ଅସାଧାରଣ ରକ୍ତସ୍ରାବ, ଲମ୍ବା ସମୟ ଧରି କାଶ, ଅକାରଣ ଓଜନ ହ୍ରାସ ଓ ଖାଦ୍ୟନଳୀ ଚଳନର ପରିବର୍ତ୍ତନ ଦେଖାଯାଏ ।[୩] ଏହି ସମସ୍ତ ଲକ୍ଷଣ କର୍କଟରେ ଥିଲେ ମଧ୍ୟ ଅନ୍ୟ କାରଣ ଯୋଗୁ ଦେଖାଯାଇପାରେ । ୧୦୦ ରୁ ଅଧିକ ପ୍ରକାରର କର୍କଟ ମନୁଷ୍ୟକୁ ଆକ୍ରମଣ କରିପାଏ ।[୨] କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ ସୃଷ୍ଟି (ଇଂରାଜୀରେ: Tumor) କରିଥାଏ ।

ମୋଟ କର୍କଟ ମୃତ୍ୟୁ ସଂଖ୍ୟାର ୨୨% ମୃତ୍ୟୁ ତମାଖୁ ବ୍ୟବହାରଦ୍ଵାରା ହେଉଛି ।[୧] ଆଉ ୧୦ %ମୃତ୍ୟୁର କାରଣ ଗୁଡ଼ିକ ହେଲା ମେଦବହୁଳତା, ଖାଦ୍ୟାଭାବ, ଶାରୀରିକ ପରିଶ୍ରମର ଅଭାବ ଓ ମଦିରା ସେବନ ।[୧] ଅନ୍ୟ କେତେକ ଘଟକ ବା ଫ୍ୟାକ୍ଟର ମଧ୍ୟରେ କତିପୟ ସଂକ୍ରମଣ, ବିକିରଣ ପ୍ରଭାବ ଏବଂ ପରିବେଶ ପ୍ରଦୁଷଣ । [୪] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ହେପାଟାଇଟିସ୍ ବି, ହେପାଟାଇଟିସ୍ ସି ଓ ମାନବ ପାପିଲୋମାଭୁତାଣୁ ସଂକ୍ରମଣ ଯୋଗୁ୨୦ % କର୍କଟ ରୋଗ ହୁଏ ।[୧] ଏହି ଘଟକଗୁଡ଼ିକ ଆଶିଂକ ଭାବରେ ଜୀବକୋଷରେ ଥିବା ଜିନ୍‌ରେ ପରିବର୍ତ୍ତନ ସୃଷ୍ଟି କରନ୍ତି ।[୫] କର୍କଟ ଆରମ୍ବ ହେବା ପୂର୍ବରୁ ଏହି ଜିନ ପରିବତ୍ତନ ଆବଶ୍ୟକ ହୁଏ ।[୫] ପ୍ରାୟତ ୫ ରୁ ୧୦ ପ୍ରତିଶତ କ୍ଷେତ୍ରରେ ରୋଗୀ ନିଜର ପିତାମାତାଙ୍କଠାରୁ ବଂଶାନୁକ୍ରମେ ତୃଟିପୁର୍ଣ୍ଣ ଜିନ ଗ୍ରହଣ କରିଥାଆନ୍ତି ।[୬] କେତେକ ନିର୍ଦ୍ଦିଷ୍ଟ ଲକ୍ଷଣ ଓ ପରୀକ୍ଷା ସାହାଯ୍ୟରେ ଏହି ରୋଗ ନିର୍ଣ୍ଣୟ କରାଯାଏ । ପରେ ଏହାକୁ ମେଡିକାଲ ଇମେଜିଙ୍ଗ ଓ ବାୟୋପ୍ସି ସାହାଯ୍ୟରେ ସୁନିଶ୍ଚିତ କରାଯାଏ । [୭]

ଧୁମ୍ରପାନ ନ କଲେ, ଅଧିକ ପରିବା, ଫଳ ଓ ଶସ୍ୟ ଖାଇଲେ, ମାଂସ ଓ ଅତ୍ୟଧିକ ପରିଷୃତ ଶସ୍ୟ (Refined) ନ ଖାଇଲେ, ସୁସ୍ଥ ଓଜନ ରଖିପାରିଲେ, ବ୍ୟାୟାମ କଲେ, ସୂର୍ଯ୍ୟାଲୋକ ପ୍ରଭାବିତ କମ ହେଲେ ଓ କେତେକ ସଂକ୍ରମଣ ନିମନ୍ତେ ଟିକା ନେଲେ କର୍କଟରୁ ରକ୍ଷା ମିଳିପାରିବ ।[୪][୮] ଜରାୟୁ ଓ କୋଲୋ-ରେକ୍ଟାଲ କର୍କଟରେ ସ୍କ୍ରିନିଙ୍ଗ କରି ପ୍ରାରମ୍ଭିକ ଚିହ୍ନଟ କରିପାରିଲେ ଉପକାର ହୁଏ ।[୯] ସ୍ତନ କର୍କଟ ରୋଗରେ ସ୍କ୍ରିନିଙ୍ଗର ଉପକାରୀତା ଦ୍ଵନ୍ଦାତ୍ମକ ଅଛି ।[୯][୧୦] କର୍କଟ ରୋଗରେ ବିକୀରଣ ଚିକିତ୍ସା, ଅପରେଶନ୍, କେମୋଥେରାପିଟାର୍‌ଗେଟେଡ୍ ଥେରାପି ସାହାଯ୍ୟରେ ମିଶ୍ରିତ ଚିକିତ୍ସା କରାଯାଏ ।[୧][୧୧] ଯନ୍ତ୍ରଣା ଓ ଲକ୍ଷଣ ମୁତାବକ ଚିକିତ୍ସା ଅତି ଗୁରୁତ୍ତ୍ଵପୂର୍ଣ୍ଣ । ରୋଗ ଅଧିକ ହୋଇଥିଲେ ଉପଶମପ୍ରଦ ଚିକିତ୍ସା ଆବଶ୍ୟକ ହୁଏ ।[୧] ରୋଗରୁ ରକ୍ଷା ପାଇବାଟା ଚିକିତ୍ସା ଆରମ୍ଭରୁ କେଉଁ ପ୍ରକାର କର୍କଟ ଓ କେତେ ଅଂଶ ପ୍ରଭାବିତ ହୋଇଛି, ତାହା ଉପରେ ନିର୍ଭର କରେ ।[୫] ବିକଶିତ ରାଷ୍ଟ୍ରମାନଙ୍କରେ ୧୫ ବର୍ଷ ବୟଷରୁ କମ୍ ପିଲାଙ୍କର ପାଞ୍ଚ ବର୍ଷ ବଞ୍ଚିବା ହାର ପ୍ରାୟ ୮୦ % ଥାଏ ।[୧୨] ଆମେରିକାରେ ୫ ବର୍ଷ ବଞ୍ଚିବାର ହାରାହାରି ସମ୍ଭାବନା ୬୬ % ।

କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ବହୁତ ଗୁଡ଼ିଏ ଉପାୟ ଅଛି ଯେପରିକି ରୋଗର ଲକ୍ଷଣ, ଅଣୁବିକ୍ଷଣ ଯନ୍ତ୍ର ସାହାଜ୍ୟରେ କୋଷ କିମ୍ବା ଗ୍ରନ୍ଥି ମାନଙ୍କ ର ପରୀକ୍ଷା ଏବଂ ବିଭିନ୍ନ ପ୍ରକାର ଫୋଟୋ ପରୀକ୍ଷା । କର୍କଟ ରୋଗ ସାଧାରଣ ଭାବେ କେମୋଥେରାପି (ଔଷଧ ବା ରାସାୟନିକ ଦ୍ରବ୍ୟ ଦ୍ଵାରା କର୍କଟ ରୋଗର ଚିକିତ୍ସା), ବିକିରଣ ଚିକିତ୍ସା କିମ୍ବା ଶଲ୍ୟଚିକିତ୍ସାର ସାହାଯ୍ୟରେ ଉପଶମ କରିବାର ଚେଷ୍ଟା କରାଯାଇ ଥାଏ । ଏଥିରେ ରୋଗୀର ରୋଗର ସ୍ଥାନ, ଆକ୍ରାନ୍ତର ପରିମାଣ ଉପରେ ରୋଗୀର ଚିକିତ୍ସା ଏବଂ ସଂଘର୍ଷ ନିର୍ଭର କରିଥାଏ । ସବୁ ବୟସରେ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ଥାଏ, କିଛି ନିର୍ଦ୍ଦିଷ୍ଟ କର୍କଟ ରୋଗ ସାଧାରଣତ ଛୁଆ ମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ, କର୍କଟ ରୋଗର ସମ୍ଭାବନା ବୟସ ବଢିବା ସଙ୍ଗେ ସଙ୍ଗେ ବଢିଥାଏ । ବର୍ଷ ୨୦୦୭ କର୍କଟ ରୋଗ ଶତକଡା ୧୩ ପ୍ରତିଶତ ସାରା ପୃଥିବୀରେ ମୃତ୍ୟୁର କାରଣ ଥିଲା ଯାହାକି ୭.୩ ନିୟୁତ । ଯାହାକି ବର୍ତ୍ତମାନ ଧିରେ ଧିରେ ବଢିଚାଲିଛି ତାର ପ୍ରଧାନ କାରଣ ଆମ୍ଭ ମାନଙ୍କ ବଞ୍ଚିବାର ପରିବରତ୍ତିତ ଶୈଳୀ ।

ସଂଜ୍ଞା[ସମ୍ପାଦନା]

ଅସାଧାରଣ ଜୀବକୋଷ ସଂଖ୍ୟା ବୃଦ୍ଧି ସହ ପାର୍ଶ୍ଵବର୍ତ୍ତୀ ଓ ଦୂରବର୍ତ୍ତୀ ସ୍ଥାନକୁ ମାଡ଼ିଯିବା ଗୁଣ ଥାଇ ଅନେକ ଗୁଡ଼ିଏ ରୋଗମାନଙ୍କର ପରିବାରକୁ କର୍କଟ କୁହାଯାଏ ।[୧][୨] ଏହାକୁ ଅର୍ବୁଦର ଏକ ସବ୍ ସେଟ୍ ବୋଲି ଧରାଯାଏ । ଅନିୟନ୍ତ୍ରିତ ବୃଦ୍ଧିପ୍ରାପ୍ତ ଗୋଟିଏ ଜୀବକୋଷର ଦଳକୁ ଅର୍ବୁଦ କୁହାଗଲେ ମଧ୍ୟ ଏହା ବିକ୍ଷିପ୍ତ ଭାବେ ରହିପାରେ ।[୧୩][୧୪]

କର୍କଟର ୬ଟି ଗୁଣ ଥାଏ

  • ବୃଦ୍ଧି ସଙ୍କେତ ନିମନ୍ତେ ଆତ୍ମନିର୍ଭରଶୀଳ ।
  • ବୃଦ୍ଧି ନ ହେବା ସଙ୍କେତ ପ୍ରତି ଅଣସମ୍ବେଦନଶୀଳ ।
  • ଆପୋପ୍ଟୋସିସ୍ (ପ୍ରୋଗ୍ରାମ ଥିବା ଜୀବକୋଷ ମୃତ୍ୟୁ) ଏଡ଼େଇ ଯିବା ।
  • ସୀମାହୀନ ଦ୍ୱିଗୁଣିତ ହେବା ସାମର୍ଥ୍ୟ ।
  • ପୁରାତନ ରକ୍ତନଳୀରୁ ନୂତନ ରକ୍ତନଳୀ ସୃଷ୍ଟି ହେବା ଓ ଚାଲୁ ରହିବା ।
  • ମେଟାସ୍ଟାସିସ୍ ଓ ସ୍ଥାନୀୟ ଦଖଲର ସକ୍ରିୟତା ସାମର୍ଥ୍ୟ ।[୧୫]

ଗୋଟିଏ ସାଧାରଣ ଜୀବକୋଷର ବୃଦ୍ଧି ବୋଇ ବିଭିନ୍ନ ସ୍ତର ଦେଇ ଗତି କରି କର୍କଟ ସୃଷ୍ଟି ହେବାକୁ ମାଲିଗନାଣ୍ଟ ପ୍ରୋଗ୍ରେସନ୍ କୁହାଯାଏ ।[୧୫][୧୬]

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ମୂଳ ଲେଖା: Cancer signs and symptoms
ମେଟାସ୍ଟାସିସ୍ ହୋଇଥିବା ସ୍ଥାନ ଅନୁସାରେ ଲକ୍ଷଣ ପ୍ରକାଶ ପାଏ ।

କର୍କଟ ରୋଗ ଆରମ୍ଭ ହେବା ବେଳେ ପ୍ରାୟ କୌଣସି ଲକ୍ଷଣ ପ୍ରକାଶ କରାଏ ନାହିଁ । ଏହା ଗୋଟିଏ ବୃଦ୍ଧି ହେଉଥିବା ଗୋଟାଳି ବା କ୍ଷତ ଆକାରରେ ପ୍ରକାଶ ପାଏ । ଏହାର ପ୍ରକାର ଓ ରୋଗ ସ୍ଥାନ ଉପରେ ଲକ୍ଷଣ ନିର୍ଭର କରେ । କେତକ ଲକ୍ଷଣ ନିର୍ଦ୍ଦିଷ୍ଟ କର୍କଟ ରୋଗର ହୋଇଥିବାବେଳେ କେତେକ ଅନିର୍ଦ୍ଦିଷ୍ଟ ବା ଅନ୍ୟ ରୋଗର ଲକ୍ଷଣ ହୋଇପାରେ । ଏଥି ଯୋଗୁ କର୍କଟକୁ ବିରାଟ ଅନୁକରଣକାରୀ କୁହାଯାଏ । ଏଥି ଯୋଗୁ କର୍କଟ ରୋଗ ନିର୍ଣ୍ଣୟ ହେବା ପୂର୍ବରୁ ଲକ୍ଷଣ ଦେଖି ଅନ୍ୟ ରୋଗ ହୋଇଥିବ ଭାବି ତାହା ନିମନ୍ତେ ଚିକିତ୍ସା ହେଉଥିବାର ଦେଖାଯାଏ । [୧୭]

ସ୍ଥାନୀୟ ଲକ୍ଷଣ[ସମ୍ପାଦନା]

ଅର୍ବୁଦ ବା କ୍ଷତ ଅନୁସାରେ ସ୍ଥାନୀୟ ଲକ୍ଷଣ ଦେଖାଯାଇପାରେ । ଉଦାହରଣ ସ୍ଵରୁପ, ଫୁସଫୁସ କର୍କଟ ହେଲେ ବାୟୁ ନଳୀ ଅବରୋଧ ହୋଇ କାଶ କିମ୍ବା ନିମୋନିଆ ହୁଏ; ଏସୋଫେଗସ୍ କର୍କ୍ଟଟ ହେଲେ ତାହାର ନଳୀ ସଂକୀର୍ଣ୍ଣ ହୋଇ ଖାଇବାରେ ଅସୁବିଧା ଓ କଷ୍ଟ ହୋଇପାରେ ଏବଂ କଲୋରେକ୍ଟାଲ କର୍କଟ ହେଲେ ଅନ୍ତନଳୀ ସରୁ ହୋଇ ଝାଡ଼ା ଅଭ୍ୟାସ ବଦଳିଯାଏ । କର୍କଟ ସ୍ତନରେ ହେଲେ ବା ଅଣ୍ଡକୋଷରେ ହେଲେ ଛୁଇଁକରି ଅନୁଭବ କରିହୁଏ । କ୍ଷତ ଚର୍ମରେ ହେଲେ ରକ୍ତସ୍ରାବ ହୋଇପାରେ, ଫୁସଫୁସରେ ହେଲେ ରକ୍ତମିଶା କାଶ ହୋଇପାରେ, ଅନ୍ତନଳୀରେ ହେଲେ ରକ୍ତହୀନତା ବା ଆନିମିଆ ହୁଏ, ମୂତ୍ରାଶୟରେ ହେଲେ ମୂତ୍ରରେ ରକ୍ତ ପଡ଼େ, ଓ ଜରାୟୁରେ ହେଲେ ଯୋନୀପଥରୁ ରକ୍ତସ୍ରାବ ହୁଏ । ରୋଗ ଅଧିକା ହେଲେ ଯନ୍ତ୍ରଣା ହୁଏ କିନ୍ତୁ ଆରମ୍ଭ ହେଲାବେଳେ କୌଣସି କଷ୍ଟ ହୁଏ ନାହିଁ । କେତେକ କର୍କଟ ହେଲେ ଛାତିରେ ହେଲେ ତରଳ ପଦାର୍ଥ ଜମେ ଓ ପେଟରେ ହେଲେ ମଧ୍ୟ ତରଳ ପଦାର୍ଥ ଜମିଯାଏ ଯାହାକୁ ଆସାଇଟିସ କୁହାଯାଏ ।[୧୭]

ଦୈହିକ ଲକ୍ଷଣ[ସମ୍ପାଦନା]

ଏହି ଲକ୍ଷଣ ସମୂହ ସ୍ଥାନୀୟ ବା ଦୂରବର୍ତ୍ତୀ ପ୍ରଭାବ ନୁହେଁ, ଦେହରେ ରୋଗର ସାଧାରଣ ପ୍ରଭାବ ଯୋଗୁ ହୁଏ । ଏହାର କିଛି ଲକ୍ଷଣ ମଧ୍ୟରେ ଅନିଚ୍ଛାକୃତ ଓଜନ ହ୍ରାସ, ଜ୍ଵର, ଅତ୍ୟଧିକ ଥକ୍କା ଲାଗିବା ଓ ଚର୍ମ ପରିବର୍ତ୍ତନ ଦେଖାଯାଏ ।[୧୮] ହଜକିନ୍ ରୋଗ, ଲିଉକେମିଆ, ଯକୃତବୃକ୍‌କରେ କର୍କଟ ହେଲେ ଅଜଣା ଉତ୍ସରୁ ଲଗାଏତ ଜ୍ଵର ହୁଏ । [୧୭]
କେତେକେ କର୍କଟ ରୋଗରେ ନିର୍ଦ୍ଦିଷ୍ଟ ସମୂହ ଲକ୍ଷଣ ପ୍ରକାଶ ପାଏ ଯାହାକୁ ପାରାନିଓପ୍ଲାସ୍ଟିକ ଫେନୋମେନା କହନ୍ତି । ଉଦାହରଣ ସ୍ଵରୁପ ଥାଇମୋମା ରୋଗରେ ମ୍ୟାସ୍ଥେନିଆ ଗ୍ରାଭିସ୍ ହୁଏ ଓ ଫୁସ୍‌ଫୁସ୍ କର୍କଟରେ କ୍ଲବିଙ୍ଗ ହୁଏ ।[୧୭]

ମେଟାସ୍ଟାସିସ୍[ସମ୍ପାଦନା]

କର୍କଟ ରୋଗ ଏହାର ଉଦ୍ରେକ ସ୍ଥାନରୁ ବିସ୍ତାରିତ ହୋଇପାରେ, ସ୍ଥାନୀୟ ବିସ୍ତାର, ଲସିକା/ ଲିମ୍ଫ ନଳୀ ମଧ୍ୟ ଦେଇ ସ୍ଥାନୀୟ ଲିମ୍ଫ ନୋଡ ଓ ରକ୍ତ ନଳୀ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ କର୍କଟ କୋଷ ମଞ୍ଜି ଯାଇ ନୂଆ ସ୍ଥାନରେ ସେହି ରୋଗ ହୁଏ । ଏହି ଦୂରବର୍ତ୍ତୀ ଇଲାକାରେ ରୋଗ ହେଲେ ତାହାକୁ ସେହି ରୋଗର ମେଟାସ୍ଟାସିସ୍ କହନ୍ତି । ମେଟାସ୍ଟାସିସ୍ ହୋଇଥିବା ସ୍ଥାନ ଅନୁସାରେ ଲକ୍ଷଣ ପ୍ରକାଶ ପାଏ; ଏହା ବର୍ଦ୍ଧିଷ୍ଣୁ ଲିମ୍ଫ ନୋଡ ହୁଏ, ବର୍ଦ୍ଧିଷ୍ଣୁ ଯକୃତ କିମ୍ଵା ପ୍ଲୀହା ହୋଇପାରେ ଯାହାକୁ ଆଙ୍ଗୁଳି ଦ୍ଵାରା ଅନୁଭବ କରାଯାଇପାରେ, ଅସ୍ଥିରେ ହେଲେ ଅସ୍ଥି ଭଗ୍ନ ହୁଏ ଓ ସ୍ନାୟୁଗତ ଲକ୍ଷଣ ଦେଖାଯାଏ । [୧୭]

କାରଣ[ସମ୍ପାଦନା]

ପରିବେଶ ଘଟକମାନଙ୍କ ଯୋଗୁ ୯୦-୯୫% କର୍କଟ ହୁଏ, ବାକି ୫-୧୦% ବଂଶଗତ ଅସାଧାରଣ ଗୁଣସୂତ୍ର[୪] ଯୋଗୁ ହୁଏ । କର୍କଟ ଗବେଷଣାକାରୀଙ୍କ ସଂଜ୍ଞା ଅନୁସାରେ ପରିବେଶ ଅର୍ଥ ଯାହା ବଂଶାନୁକ୍ରମିକ ଗୁଣସୂତ୍ର ଯୋଗୁ ଆସିନାହିଁ ଯେପରିକି ଜୀବନଚର୍ଯ୍ୟା, ଅର୍ଥନୈତିକ ତଥା ବ୍ୟବହାରିକ ଘଟକ ଯାହା କେବଳ ପ୍ରଦୂଷଣ ନୁହେଁ ।[୧୯] ସାଧାରଣ ପରିବେଶ ଘଟକ ମଧ୍ୟରେ ଟୋବାକୋ (୧୫-୩୦%), ଖାଦ୍ୟ ଓ ମୋଟାପଣ (୩୦-୩୫%), ସଂକ୍ରମଣ (୧୫-୨୦%), ବିକୀରଣ (ଆୟୋନାଇଜିଙ୍ଗ ଓ ନନ ଆୟୋନାଇଜିଙ୍ଗ ୧୦%), ଚାପ, ଶାରୀରିକ କର୍ମ ଅଭାବ ଓ ପରିବେଶ ପ୍ରଦୂଷଣକାରୀ ନାମ ଉଲ୍ଲେଖଯୋଗ୍ୟ ।[୪]
ଏହି ରୋଗ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ କାରଣକୁ ଅଙ୍ଗୁଳି ଦେଖାଇହେବ ନାହିଁ କାରଣ ଏହା ଏକାଧିକ କାରଣ ଯୋଗୁ ହୋଇପାରେ । ଉଦାହରଣ ସ୍ଵରୁପ ଟୋବାକୋ ଯୋଗୁ କର୍କଟ ହେଲେ ମଧ୍ୟ ବାୟୁ ପ୍ରଦୂଷଣ ଓ ବିକୀରଣ ଯୋଗୁ ମଧ୍ୟ ହୋଇପାରେ । ଗର୍ଭ ଓ ଅଙ୍ଗ ପ୍ରତିରୋପଣ ଭଳି କେତେକ ଅଳ୍ପ ଉଦାହରଣ ଛଡ଼ା ଏହି ରୋଗ ସଞ୍ଚାରିତ (Transmission) ହୁଏ ନାହିଁ ।[୨୦]

ରାସାୟନିକ ପଦାର୍ଥ[ସମ୍ପାଦନା]

The incidence of lung cancer is highly correlated with smoking.

କେତେକ ନିର୍ଦ୍ଦିଷ୍ଟ ପଦାର୍ଥ ସହ କେତେକ ନିର୍ଦ୍ଦିଷ୍ଟ କର୍କଟ ରୋଗ ହେବାର ସମ୍ଭାବନା ଅଛି । ଏହି ପଦାର୍ଥମାନଙ୍କୁ କାର୍ସିନୋଜେନ୍ କୁହାଯାଏ । ଧୁଆଁ ପତ୍ର ଆଘ୍ରାଣଦ୍ଵାରା ୯୦ % ଫୁସ୍‌ଫୁସ୍ କର୍କଟ ହୁଏ ।[୨୧] ଏହା ଦ୍ଵାରା ସ୍ଵରଯନ୍ତ୍ର, ମୁଣ୍ଡ, ବେକ, ପାକସ୍ଥଳୀ, ମୂତ୍ରାଶୟ, ବୃକ୍‌କ, ଏସୋଫେଗସ୍ଅଗ୍ନାଶୟରେ ମଧ୍ୟ କର୍କଟ ହୁଏ ।[୨୨] ଟୋବାକୋ ଧୁଆଁରେ ନାଇଟ୍ରୋସାମିନ୍ପଲିସାଇକ୍ଲିକ୍ ଆରୋମାଟିକ୍ ହାଇଡ୍ରୋକାର୍ବନ ସହ ପ୍ରାୟ୍ ୫୦ ପ୍ରକାରରୁ ଉର୍ଦ୍ଧ୍ଵ କାର୍ସିନୋଜେନ୍ ଅଛି ।[୨୩] ବିକଶିତ ଦେଶମାନଙ୍କରେ କର୍କଟ ଜନିତ ମୃତ୍ୟୁ ପ୍ରତି ୩ ଜଣରେ ଜଣକର[୨୪] ଓ ସାରା ପୃଥିବୀରେ ପ୍ରତି ୫ ଜଣରେ ଜଣକର[୨୩] ଟୋବାକୋ ଯୋଗୁ ହୁଏ । ଧୁମ୍ରପାନ ଅଧିକ କଲେ ମୃତ୍ୟୁ ହାର ଅଧିକ ହେବା ଓ ୧୯୫୦ ମସିହା ପରେ ଧୁମ୍ରପାନ କମିବାରେ ୧୯୯୦ ମସିହା ପରେ ଫୁସ୍‌ଫୁସ୍ ମୃତ୍ୟୁ ହାର କମିବା ଜଣାଯାଇଛି ।[୨୫][୨୬]

ସମୁଦାୟ କର୍କଟ ରୋଗ ମଧ୍ୟରୁ ପୁରୁଷମାନଙ୍କର ୧୦ % ଓ ମହିଳାମାନଙ୍କର ୩ % କେବଳ ମଦିରା ଯୋଗୁ ହୁଏ ଯାହା ଯକୃତ ଓ ଖାଦ୍ୟନଳୀରେ ଅଧିକ ହୁଏ । [୨୭]

କର୍ମକ୍ଷେତ୍ରରେ କାର୍ସିନୋଜେନ୍ ଯୋଗୁ ୨ ରୁ ୨୦% କର୍କଟ ରୋଗ ହୁଏ ।[୨୮] ଏହି କାରଣ ଯୋଗୁ ପୃଥିବୀରେ ୨୦୦,୦୦୦ ଲୋକ ମୃତ୍ୟୁ ବରଣ କରନ୍ତି ।[୨୯] ନିୟୁତ ସଂଖ୍ୟକ ଶ୍ରମିକଙ୍କର ଟୋବାକୋ ଧୁଆଁ ଓ ଆଜ୍‌ବେସ୍ଟସ ଯୋଗୁ ଫୁସ୍‌ଫୁସ୍ କର୍କଟମେସୋଥେଲିଓମା ହୁଏ ବେଞ୍ଜିନ୍ ସଂସ୍ପର୍ଶରେ ଆସି ଲିଉକେମିଆଁ ରୋଗରେ ଆକ୍ରାନ୍ତ ହୁଅନ୍ତି । [୨୯]

ଖାଦ୍ୟ ଓ ବ୍ୟାୟାମ[ସମ୍ପାଦନା]

କର୍କଟ ମୃତ୍ୟୁର ୩୦ - ୩୫% କେବଳ ଖାଦ୍ୟ, ଶାରୀରିକ କର୍ମହୀନତାମୋଟାପଣ ଯୋଗୁ ହୁଏ ।[୪][୩୦] ଆମେରିକାରେ ଅଧିକ ଓଜନ ଯୋଗୁ ଅନେକ ପ୍ରକାରର କର୍କଟ ହୁଏ ଓ ସମୁଦାୟ କର୍କଟ ମୃତ୍ୟୁର ୧୪ ରୁ ୨୦% ଏହି କାରଣ ଯୋଗୁ ହୁଏ ।[୩୦] ଇଂଲଣ୍ଡରେ ୫ ନିୟୁତ ଲୋକଙ୍କୁ ନେଇ ଗୋଟିଏ ଅନୁଶୀଳନରୁ ଜଣାଯାଏ, ଅଧିକ ବଡି ମାସ୍ ଇଣ୍ଡେକ୍ସ ସହ ଅତି କମ୍‌ରେ ୧୦ ପ୍ରକାର କର୍କଟ ରୋଗର ୧୨୦୦୦ ରୋଗୀଙ୍କ ସମ୍ପର୍କ ଅଛି । [୩୧]ଶାରୀରିକ କର୍ମହୀନତା କେବଳ ଓଜନ ଉପରେ ପ୍ରଭାବ ପକାଏ ନାହିଁ, ଏହା ଇମ୍ମ୍ୟୁନ ସିସ୍ଟମଏଣ୍ଡୋକ୍ରାଇନ୍ ସିସ୍ଟମ ଉପରେ ବିଯୁକ୍ତାତ୍ମକ ପ୍ରଭାବ ପକାଏ ।[୩୦] ଅଳ୍ପ ପରିବା ଓ ଅଧିକ ସ୍ଵାସ୍ଥ୍ୟପ୍ରଦ ଖାଦ୍ୟ ଖାଇବା ଅପେକ୍ଷା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁ ରୋଗ ସମ୍ଭାବନା ହୁଏ ।
କେତେକ ନିର୍ଦ୍ଦିଷ୍ଟ ଖାଦ୍ୟ କେତେକ ନିର୍ଦ୍ଦିଷ୍ଟ କର୍କଟ ସହ ସମ୍ପର୍କ ରଖିଥାଏ । ଅଧିକ ଲବଣଯୁକ୍ତ ଖାଦ୍ୟର ପାକସ୍ଥଳୀ କର୍କଟ ସହ ସମ୍ପର୍କ ଥାଏ[୩୨]ଆଫ୍ଲାଟକ୍ସିନ ସହ ଯକୃତ କର୍କଟ [୩୨]ସମ୍ଭାବନା ଥାଏ । ଗୁଆ ଚୋବାଇଲେ ମୂଖ କର୍କଟ ହୁଏ ।[୩୨] ଭିନ୍ନ ଭିନ୍ନ ଦେଶରେ ଭିନ୍ନ ଖାଦ୍ୟ ଗ୍ରହଣ କରୁଥିବା ଯୋଗୁ ଅଲଗା ପ୍ରକାର କର୍କଟ ହୁଏ । ଅଧିକ ଲବଣଯୁକ୍ତ ଖାଦ୍ୟ ଖାଇବା ଯୋଗୁ ଜାପାନରେ ପାକସ୍ଥଳୀ କର୍କଟ[୩୩] ଓ ଆମେରିକାରେ କୋଲୋନ୍ କର୍କଟ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ସମ୍ଭାବନା ପ୍ରମାଣ କରେ । ଅନ୍ୟ ଦେଶରେ ବାସ କରିବାକୁ ଗଲେ ସେହି ଦେଶରେ ହେଉଥିବା କର୍କଟ ରୋଗ ହୁଏ ଯାହା ଖାଦ୍ୟ ସହ କର୍କଟର ସମ୍ପର୍କ ଥିବା ପ୍ରମାଣ କରେ ।[୩୪]

ସଂକ୍ରମଣ[ସମ୍ପାଦନା]

କର୍କଟ ରୋଗ ସୃଷ୍ଟି କରୁଥିବା ଭୁତାଣୁକୁ ଅଙ୍କୋଭାଇରସ (oncovirus) କୁହାଯାଏ । ଏମାନଙ୍କ ନାମ ସହ ରୋଗ ନାମ : ମାନବ ପାପିଲୋମା ଭାଇରସ (human papillomavirus)- cervical carcinoma, ଏବସଟେନ ବାର ଭୂତାଣୁ (Epstein–Barr virus) – ବି ସେଲ ଲିମ୍ଫୋପ୍ରୋଲିଫରେଟିଭ ରୋଗ (B-cell lymphoproliferative disease ଓ ନାଯୋଫାରିଞ୍ଜିଆଲ କାରସିନୋମା nasopharyngeal carcinoma), କାପୋଷି ସାରକୋମା ହର୍ପିସ ଭୂତାଣୁ କାପୋଷି ସାରକୋମା ଓ ପ୍ରାଥମିକ ଇଫ୍ଫ୍ୟୁଜନ ଲିମ୍ଫୋମା (Kaposi's sarcomaprimary effusion lymphomas), ହେପାଟାଇଟିସ ବିହେପାଟାଇଟିସ ସି [ହେପାଟୋସେଲ୍ଲ୍ୟୁଳାର କର୍କଟ]] (hepatocellular carcinoma), ଏବଂ ହ୍ୟୁମ୍ୟାନ ଟି ସେଲ ଲିଉକେମିଆ ଭୂତାଣୁ - ୧ – (ଟି ସେଲ ଲିଉକେମିଆ) । ଜୀବାଣୁ ସଂକ୍ରମଣର ଉଦାହରଣ - ହେଲିକୋବ୍ୟାକ୍ଟର ପାଲୋରି ଦ୍ଵାରା ପାକସ୍ଥଳୀ କର୍କଟ[୩୫] ହୁଏ । ସେହିଭଳି ପରଜୀବୀ ସିସ୍ଟୋସୋମା ହେମାଟୋବିଅମ୍ ଦ୍ଵାରା ସ୍କ୍ଵାମସ୍ ସେଲ୍ କର୍କଟ, ଯକୃତ ଫ୍ଲ୍ୟୁକଦ୍ଵାରା(Opisthorchis viverrini andClonorchis sinensis) କୋଲାଞ୍ଜିଓ କର୍କଟ ରୋଗ ହୁଏ ।[୩୬]

ବିକୀରଣ[ସମ୍ପାଦନା]

କର୍କଟ ରୋଗର ୧୦% ବିକୀରଣ ଯୋଗୁ ହୁଏ, ତାହା ମଧ୍ୟରେ ଆୟୋନାଇଜିଙ୍ଗ୍ ଓ ନନ୍-ଆୟୋନାଇଜିଙ୍ଗ୍ ଅଲ୍ଟ୍ରାଭାୟୋଲେଟ ବିକୀରଣ ଥାଏ ।[୪] ଅଧିକନ୍ତୁ ଅଧିକଂଶ ନନ୍ ଇନଭେସିଭ କର୍କଟ ମଧ୍ୟରେ ସୂର୍ଯ୍ୟ ବିକୀରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ଜନିତ ନନ୍-ମେଲାନୋମା ଚର୍ମ କର୍କଟ, ମେଡିକାଲ୍ ଇମେଜିଙ୍ଗରାଡନ ଗ୍ୟାସ
ଆୟୋନାଇଜିଙ୍ଗ ବିକୀରଣ ଟାଣୁଆ ମ୍ୟୁଟାଜେନ୍ ନୁହେଁ ।[୩୭] ଅକ୍ରିୟ (passive) ଧୂମ୍ରପାନ ଯୋଗୁ କର୍କଟ ହେବା ଭଳି ରାଡନ୍ ଗ୍ୟସ୍ ଯୋଗୁ କର୍କଟ ହୁଏ ।।[୩୭] ବିକୀରଣ ସହ ଅନ୍ୟ କର୍କଟ ସୃଷ୍ଟିକାରୀ ଏଜେଣ୍ଟ ମିଶିଲେ ଅଧିକ ରୋଗ ସଙ୍କଟ ଜାତ ହୁଏ ଯେପରିକି ରାଡନ୍ ଗ୍ୟାସ୍ ସହ ଧୂମ୍ରପାନ ।।[୩୭] ବିକୀରଣ ଯୋଗୁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବିକୀରଣ ଜନିତ ଲିଉକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ, ଜନ୍ମ ପୂର୍ବରୁ ବିକୀରଣ ପ୍ରଭାବିତ ହୋଇଥିଲେ ୧୦ ଗୁଣ ଅଧିକ ସଂକଟ ଥାଏ ।।[୩୭]

ଚିକିତ୍ସା ବିକୀରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ । କୌଣସି କର୍କଟ ରୋଗ ନିମନ୍ତେ ବିକୀରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ ।

ଦୀର୍ଘ ସମୟ ଧରି ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ । କର୍କଟ ରୋଗର ୧୦% ବିକୀରଣ ଯୋଗୁ ହୁଏ, ତାହା ମଧ୍ୟରେ ଆୟୋନାଇଜିଙ୍ଗ୍ ଓ ନନ୍-ଆୟୋନାଇଜିଙ୍ଗ୍ ବିକୀରଣ ଥାଏ । ଅଧିକନ୍ତୁ ଅଧିକଂଶ ନନ୍ ଇନଭେସିଭ କର୍କଟ ମଧ୍ୟରେ ସୂର୍ଯ୍ୟ ବିକୀରଣରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ଜନିତ ନନ୍-ମେଲାନୋମା ଚର୍ମ କର୍କଟ, ମେଡିକାଲ୍ ଇମେଜିଙ୍ଗରାଡନ ଗ୍ୟାସ
ଆୟୋନାଇଜିଙ୍ଗ ବିକୀରଣ ଟାଣୁଆ ମ୍ୟୁଟାଜେନ୍ ନୁହେଁ । ଅକ୍ରିୟ (passive) ଧୂମ୍ରପାନ ଯୋଗୁ କର୍କଟ ହେବା ଭଳି ରାଡନ୍ ଗ୍ୟସ୍ ଯୋଗୁ କର୍କଟ ହୁଏ । ବିକୀରଣ ଯୋଗୁ ଶରୀରର ସମସ୍ତ ଅଂଶରେ ଓ ସବୁ ବୟସରେ କର୍କଟ ହୋଇପାରେ । ପ୍ରାପ୍ତ ବୟସ୍କଙ୍କ ଅପେକ୍ଷା ଶିଶୁ ଓ କିଶୋର ବୟସରେ ବିକୀରଣ ଜନିତ ଲିଉକେମିଆ ହେବାର ସମ୍ଭାବନା ଅଧିକ ଦେଖାଯାଏ, ଜନ୍ମ ପୂର୍ବରୁ ବିକୀରଣ ପ୍ରଭାବିତ ହୋଇଥିଲେ ୧୦ ଗୁଣ ଅଧିକ ସଂକଟ ଥାଏ ।

ଚିକିତ୍ସା ବିକୀରଣ ଅଳ୍ପ ହେଲେ ମଧ୍ୟ ପ୍ରଭାବ ପକାଇପାରେ । କୌଣସି କର୍କଟ ରୋଗ ନିମନ୍ତେ ବିକୀରଣ କଲେ ଅନ୍ୟ ଗୋଟିଏ ପ୍ରକାରର କର୍କଟ ହୋଇପାରେ ।[୩୭] କେତେକ ପ୍ରକାର ଡାକ୍ତରୀ ଇମେଜିଙ୍ଗରେ ବ୍ୟବହାର ହୁଏ ।[୩୮]

ଦୀର୍ଘ ସମୟ ଧରି ସୂର୍ଯ୍ୟରୁ ଆସୁଥିବା ଅଲ୍ଟ୍ରାଭାୟୋଲେଟ ବିକୀରଣ ହେଉଥିଲେ ମେଲାନୋମା ଓ ଅନ୍ୟ ଚର୍ମ କର୍କଟ ରୋଗ ହୁଏ ।[୩୯] ନନ୍ ଆୟୋନାଇଜିଙ୍ଗ୍ ମଧ୍ୟମ ୱେଭ ଅଲ୍ଟ୍ରାଭାୟୋଲେଟ ଯୋଗୁ ଅଧିକାଂଶ ବହୁଳଭାବେ ନନ୍-ମେଲାନୋମା କର୍କଟ ହେଉଥିବା ପ୍ରମାଣିତ ହୋଇସାରିଛି । [୩୯]

ମୋବାଇଲ ଫୋନ୍ଇଲେକ୍‌ଟ୍ରିକ୍ ଶକ୍ତି ସଞ୍ଚାରଣ ଭଳି ଉତ୍ସମାନଙ୍କରୁ ନନ୍‌-ଆୟୋନାଇଜିଙ୍ଗ ରେଡିଓ ଫ୍ରିକ୍ଵେଏନ୍‌ସି ଇତ୍ୟାଦି ସମ୍ଭାବିତ କାର୍ସିନୋଜେନ୍ ହୋଇପାରେ ବୋଲି ଡବ୍ଲ୍ୟୁ.ଏଚ୍.ଓ.ର ଇଣ୍ଟରନ୍ୟାସନାଲ୍ ଏଜେନ୍ସି ଫର ରିସର୍ଚ୍ଚ ଅନ୍ କ୍ୟାନସର୍ ବର୍ଣ୍ଣନା କରିଛି । [୪୦] କିନ୍ତୁ ସେଲ୍ ଫୋନ ଓ ବିକୀରଣ ମଧ୍ୟରେ ସର୍ବଦା ଲିଙ୍କ ଥିବା ସଙ୍କଟ ଦେଖାଯାଇ ନାହିଁ । [୪୧]

ବଂଶାନୁକ୍ରମିକତା[ସମ୍ପାଦନା]

ଅଧିକାଂଶ କର୍କଟ ବଂଶାନୁକ୍ରମିକ ନୁହେଁ । ଉତ୍ତରାଧିକାର ସୂତ୍ରରେ ପାଇଥିବା ତୃଟିପୁର୍ଣ୍ଣ ଗୁଣସୁତ୍ର ଯୋଗୁ ବଂଶାନୁକ୍ରମିକ କର୍କଟ ହୁଏ । ସମୁଦାୟ ଜନସଂଖ୍ୟାର 0.୩ % ଲୋକଙ୍କର ଗୁଣସୁତ୍ର ମ୍ୟୁଟେସନ ଥାଏ ଓ ଏହା ବିରାଟ ସଙ୍କଟ ରୁପେ ସମୁଦାୟ କର୍କଟ ରୋଗର ୩ ରୁ ୧୦ % ଥାଏ ।[୪୨] ବି.ଆର.ସି.ଏ. ୧ ଓ ବି.ଆର.ସି.ଏ. ୨ ଜିନ ମ୍ୟୁଟେସନ ହେଲେ ୭୫% ସ୍ତନ ଓ ଜରାୟୁ କର୍କଟ[୪୨] ହୁଏ ତ‌ଥା ୩ % କୋଲୋରେକ୍ଟାଲ କର୍କଟ[୪୩] ରୋଗ କେବଳ ହେରେଡିଟାରି ନନ୍-ପଲିପସ୍ କୋଲୋରେକ୍ଟାଲ କର୍କଟା ଥାଏ ।

ଭୌତିକ ଏଜେଣ୍ଟ[ସମ୍ପାଦନା]

ଏମିତି ପଦାର୍ଥ ଅଛି ଯାହାର କିଛି ରାସାୟନିକ ପ୍ରଭାବ ନ ଥାଇ ଭୌତିକ ପ୍ରଭାବ ଯୋଗୁ କର୍କଟ ରୋଗ ହୁଏ ।[୪୪] ଆଜବେସ୍‌ଟସ୍ ଏକ ଫାଇବର ଥିବା ପ୍ରାକୃତିକ ପଦାର୍ଥ ଯାହା ଫୁସଫୁସର ସେରସ୍ ମେମ୍ବ୍ରେନରୁ ବାହାରୁଥିବା ମେସୋଥେଲିଓମା ରୋଗର ଏକ ମୂଖ୍ୟ କାରଣ ।[୪୪] ଅନ୍ୟ ପଦାର୍ଥ ମଧ୍ୟରେ ୱାଲାସ୍ଟୋନାଇଟ, ଆଟ୍ଟାପଲ୍‌ଜାଇଟ୍, ଗ୍ଲାସ ଉଲରକ୍ ଉଲ୍ ସେହିଭଳି ସମାନ ପ୍ରଭାବ ପକାନ୍ତି ।[୪୪] ଫାଇବର ନ ଥାଇ କର୍କଟ କରାଉଥିବା ପଦାର୍ଥ ମଧ୍ୟରେ କୋବାଲ୍ଟ, ନିକେଲକ୍ରିସ୍ଟାଲାଇନ ସିଲିକା ଯେପରିକି କ୍ୱାର୍ଜ, କ୍ରିସ୍ତୋବାଲାଇଟ ନାମ ଉଲ୍ଲେଖ‌ଯୋଗ୍ୟ ।[୪୪] ଭୌତିକ ପଦାର୍ଥଗୁଡ଼ିକ କ୍ଷୁଦ୍ର ଆକାରରେ ବର୍ଷ ବର୍ଷ ଧରି ସଂସ୍ପର୍ଷରେ ଆସି ଶରୀର ମଧ୍ୟକୁ ରହିଲେ କର୍କଟ ରୋଗ ସମ୍ଭାବନା ହୁଏ ।[୪୪]
ଶାରୀରିକ ଆଘାତ ଯୋଗୁ କର୍କଟ ହେବା ଅତି ବିରଳ ।[୪୫] ହାଡ଼ ଭାଙ୍ଗିବା ଯୋଗୁ କର୍କଟ ହେବା ପ୍ରମାଣିତ ହୋଇନାହିଁ ।[୪୫] ଆଘାତ ଯୋଗୁ ଜରାୟୁ, ସ୍ତନ ଓ ମସ୍ତିଷ୍କ କର୍କଟ ହେବା ଗ୍ରହଣ ଯୋଗ୍ୟ ନୁହେଁ । ଗୋଟିଏ ସ୍ଥାନ‌କୁ ବାରମ୍ବାର ଉତ୍ତପ୍ତ କଲେ ଚର୍ମ କର୍କଟ ହୋଇପାରେ ଯେପରିକି କାଙ୍ଗ୍ରି ଦ୍ୱାରା ଶୀତରୁ ରକ୍ଷା ପାଇବା ନିମନ୍ତେ କରାଯାଏ (କାଶ୍ମୀରରେ), ବିଶେଷତଃ ଯଦି ଉତ୍ତାପ ଉତ୍ସରେ କାର୍ସିନୋଜେନିକ ପଦାର୍ଥ ଥାଏ ।[୪୫] ବାରମ୍ବାର ଉତ୍ତପ୍ତ ଚା ପାନ କଲେ ଏସୋଫେଗସ୍‌ରେ କର୍କଟ ହୋଇପାରେ ।[୪୫] ବିଶ୍ୱାସ କରାଯାଏ, ସିଧାସଳଖ ଆଘାତ ଯୋଗୁ ନ ହୋଇ ଆଗରୁ ଥିବା ପ୍ରି-କର୍କଟ(precancer) ଘାଆ ମରାମତ ସମୟର ପ୍ରକ୍ରିୟରେ କର୍କଟରେ ରୁପାନ୍ତରିତ ହୋଇଯାଏ ।[୪୫] ଗୋଟିଏ ସ୍ଥାନ ବାରମ୍ବାର ଆଘାତପ୍ରାପ୍ତ ହେଲେ ଅତ୍ୟଧିକ କୋଷ ତିଆରି ହୋଇ କର୍କଟ ମ୍ୟୁଟେସନ ହୋଇଯାଏ । ପ୍ରଦାହ ଯୋଗୁ କର୍କଟ ହେବା ପ୍ରମାଣ ନାହିଁ, କିନ୍ତୁ ଏହା ଦ୍ୱାରା କର୍କଟ କୋଷମାନଙ୍କର ସଂଖ୍ୟା ବୃଦ୍ଧି, ବଞ୍ଚିରହିବା ଓ ସ୍ଥାନାନ୍ତର ହେବା ମାଇକ୍ରୋଏନ୍‌ଭିରନ୍‌ମେଣ୍ଟ ଯୋଗୁ ହୋଇପାରେ ।[୪୬]

ହର୍ମୋନ[ସମ୍ପାଦନା]

କର୍କଟ ଜୀବକୋଷ ସଂଖ୍ୟା ବୃଦ୍ଧି କରିବାରେ ହର୍ମୋନର ଭୂମିକା ଅଛି ।[୪୭] ଇନ୍‌ସୁଲିନ୍ ଭଳି ହର୍ମୋନର୍ ବୃଦ୍ଧି ଉପାଦାନ ଥାଏ ଓ ଏହାର ପ୍ରୋଟିନ୍ ବନ୍ଧନ କ୍ଷମତା ଯୋଗୁ କୋଷ ସଂଖ୍ୟା ବୃଦ୍ଧି, ବିଭେଦିକରଣ ଓ ମୃତ୍ୟୁ ହେଉଥିବା ଯୋଗୁ କାର୍ସିନୋଜେନ୍ ହୋଇଥିବା ପ୍ରସ୍ତାବ ଥାଏ ।[୪୮]
ଯୌନ ସମ୍ପର୍କୀୟ କର୍କଟ ଯେପରିକି ସ୍ତନ, ଏଣ୍ଡୋମେଟ୍ରିଅମ୍, [[ପ୍ରୋସ୍ଟେଟ, ଓଭାରିଟେସ୍ଟିସ୍ ତଥା ଥାଇରଏଡ଼ଅସ୍ଥି କର୍କଟ ହେବାରେ ହର୍ମୋନ୍ ଗୁରୁତ୍ତ୍ଵପୂର୍ଣ୍ଣ ଭୁମିକା ନିର୍ବାହ କରେ ।[୪୭] ଉଦାହରଣ ସ୍ଵରୂପ, ସ୍ତନ କର୍କଟ ରୋଗୀଙ୍କ ଝିଅମାନଙ୍କର ଏସ୍ଟ୍ରୋଜେନ୍ପ୍ରୋଜେସ୍ଟେରନ୍ ସ୍ତର ଏହି ରୋଗ ନ ଥିବା ମହିଳାମାନଙ୍କର ଝିଅମାନଙ୍କ ଅପେକ୍ଷା କମ ଥାଏ । ସ୍ତନ କର୍କଟ ଜିନ୍ ନ ଥାଇ ମଧ୍ୟ ଏହି ମହିଳାମାନଙ୍କର ଏହି ଉଚ୍ଚ ହର୍ମୋନ ସ୍ତର ଯୋଗୁ ଅଧିକ ସଂଙ୍କଟାବସ୍ଥା ଥାଏ ।[୪୭] ସେହିପରି ଆମେରିକା ଲୋକଙ୍କ ଅପେକ୍ଷା ଆଫ୍ରିକା ଲୋକମାନଙ୍କର ଟେସ୍ଟୋସ୍ଟେରନ୍ ସ୍ତର ଅଧିକ ଥିବାରୁ ପ୍ରୋସ୍ଟେଟ କର୍କଟ ଅଧିକ ହୁଏ । ଏସିଆର ମୂଳ ଅଧିବାସୀଙ୍କର ଟେସ୍ଟୋସ୍ଟେରନ୍ ହର୍ମୋନ ସ୍ତର କମ୍ ଥିବାରୁ କମ୍ ପ୍ରୋସ୍ଟେଟ କର୍କଟ ହୁଏ ।[୪୭]
ମୋଟା ଲୋକଙ୍କର କୌଣସି ହର୍ମୋନ୍ ସ୍ତର ଅଧିକ ଥିବାରୁ ଅଧିକ କର୍କଟ ରୋଗ ହୁଏ ।[୪୭] ହର୍ମୋନ୍ ରେପ୍ଲେସମେଣ୍ଟ ଥେରାପି ନେଉଥିବା ମହିଳାମାନଙ୍କର୍ ସେହି ହର୍ମୋନ୍ ସମ୍ପର୍କୀୟ କର୍କଟ ସମ୍ଭାବନା ଅଧିକ ଥାଏ ।[୪୭] ଅଧିକ ବ୍ୟାୟାମ କରୁଥିବା ଲୋକଙ୍କର ଏହି ହର୍ମୋନ୍ ସ୍ତର କମ୍ ଥିବା ଯୋଗୁ ସ୍ଵଳ୍ପ ସଙ୍କଟ ଥାଏ ।[୪୭] କେତେକ ଚିକିତ୍ସାଦ୍ଵାରା ହର୍ମୋନ୍ ସ୍ତର କମେଇ ହର୍ମୋନ ସମ୍ବେଦନଶୀଳ କର୍କଟ କମେଇ ଦିଆଯାଇପାରୁଛି । [୪୭]

ବିକାରୀ-ଶରୀର କ୍ରିୟା[ସମ୍ପାଦନା]

Cancers are caused by a series of mutations. Each mutation alters the behavior of the cell somewhat.

ଜେନେଟିକ[ସମ୍ପାଦନା]

ଅନିୟନ୍ତ୍ରିତ ଜୀବକୋଷ ବିକାଶ ଯୋଗୁ କର୍କଟ ରୋଗ ହୁଏ । ସାଧାରଣ ଜୀବକୋଷକୁ କର୍କଟ ଜୀବକୋଷରେ ପରିଣତ କରିବା ନିମନ୍ତେ ଜିନ୍‌ମାନେ ଦାୟୀ ଯେଉଁମାନଙ୍କ ଦ୍ଵାରା ଜୀବକୋଷର ବୃଦ୍ଧି ଓ ବିକାଶ ହୁଏ ।[୪୯]
ଏହି ପ୍ରଭାବିତ ଜିନ୍‌ଗୁଡ଼ିକ ଦୁଇ ଭାଗରେ ବିଭକ୍ତ । କୋଷ ବୃଦ୍ଧି ଓ ପ୍ରଜନନ ନିମନ୍ତେ ଅଙ୍କୋଜିନ ଦାୟୀ । ଟ୍ୟୁମର ସପ୍ରେସର ଜିନ କୋଷ ବିଭାଜନ ଓ ତିଷ୍ଠିବାକୁ ରୋକେ । ନୂଆ ଅଙ୍କୋଜିନ ସୃଷ୍ଟି, ସାଧାରଣ ଅଙ୍କୋଜିନର ଅତି-ଅଭିବ୍ୟକ୍ତି, ଟ୍ୟୁମର ସପ୍ରେସର ଜିନର ନିମ୍ନ ବା ଅନୁପସ୍ଥିତି ଯୋଗୁ କର୍କଟ ହୁଏ । ଅନେକ ଜିନ ପରିବର୍ତ୍ତନ ଯୋଗୁ ସାଧାରଣ ଜୀବକୋଷ କର୍କଟ ଜୀବକୋଷରେ ପରିବର୍ତ୍ତିତ ହୋଇଯାଏ ।[୫୦]
ବିଭିନ୍ନ ସ୍ତରରେ ବିଭିନ୍ନ ପ୍ରକ୍ରିୟାଦ୍ଵାରା ଜୀବକୋଷର ପରିବର୍ତ୍ତନ ହୁଏ । କ୍ରୋମୋଜୋମର ଅଧିକ କପି (୨୦ରୁ ଅଧିକ) ହୋଇଗଲେ ଜେନିମିକ୍ ଆମ୍ପ୍ଲିଫିକେସନ୍ ହୁଏ । ଦୁଇଟି କ୍ରୋମୋଜୋମ ସ୍ଥାନର ସଂଯୋଗ ହେଲେ ଟ୍ରାନ୍ସଲୋକେସନ ହୁଏ, ଉଦାହରଣ: କ୍ରନିକ ମାୟେଲୋଜେନସ୍ ଲିଉକେମିଆରେ ଫିଲାଡେଲଫିଆ କ୍ରୋମୋଜୋମ ୯ ଓ ୨୨ର ସଂଯୋଗ ହୁଏ ଯାହା ଯୋଗୁ ବିସିଆର ଏବିଆଇ ଫ୍ୟୁଜନ ପ୍ରୋଟିନ ତିଆରି ହୁଏ ଯାହା ଏକ ଅଙ୍କୋଜେନିକ ଟାଇରୋସିନ୍ କାଇନେଜ ଅଟେ ।

ଏପିଜେନେଟିକ[ସମ୍ପାଦନା]

ମେଟାସ୍ଟାସିସ[ସମ୍ପାଦନା]

କର୍କଟ ରୋଗର ଦେହ ମଧ୍ୟରେ ସ୍ଥାନାନ୍ତରକୁ ମେଟାସ୍ଟାସିସ କୁହାଯାଏ । ପ୍ରଥମ ସ୍ଥାନରେ ହେଉଥିବା କର୍କଟକୁ ପ୍ରାଇମେରୀ ବା ପ୍ରାଥମିକ କର୍କଟ ଓ ନୂତନ ସ୍ଥାନରେ ହେଉଥିବା କର୍କଟକୁ ମେଟାସ୍ଟାସିସ ଟ୍ୟୁମର୍ କୁହାଯାଏ । ପ୍ରାୟ ପ୍ରତ୍ୟେକ କର୍କଟ ମେଟାସ୍ଟାସିସ ହୋଇପାରେ । ଅଧିକାଂଶ କର୍କଟମୃତ୍ୟୁ ଦୁରବର୍ତ୍ତୀ ଅଙ୍ଗରେ ମେଟାସ୍ଟାସିସ ଯୋଗୁ ହୁଏ ।[୫୧]
ବିଳମ୍ବିତ କର୍କଟ ରୋଗରେ ମେଟାସ୍ଟାସିସ ହେବା ଅତି ସାଧାରଣ କଥା । କର୍କଟ କୋଷ ରକ୍ତନଳୀ, ଲିମ୍ଫାଟିକ ବା ଉଭୟ ମାଧ୍ୟମରେ ଦୂରବର୍ତ୍ତୀ ସ୍ଥାନକୁ ସ୍ଥାନାନ୍ତର ହୁଏ । ପ୍ରଥମେ ସ୍ଥାନୀୟ ବିସ୍ତାର ହୁଏ ଓ ତାପରେ ଏହା ରକ୍ତନଳୀ ବା ଲିମ୍ଫାଟିକ ମଧ୍ୟକୁ ପ୍ରବେଶ କରେ(intravasation) । ଦୂରବର୍ତ୍ତୀ ସ୍ଥାନରେ ଏହା ବାହାରକୁ ଆସେ(extravasation) ନୂଆ ଜାଗାରେ ରହି ସଂଖ୍ୟା ବୃଦ୍ଧି ସହ ନୂଆ ରକ୍ତନଳୀ ତିଆରି କରାଏ । କେତେକ କର୍କଟ ନିଜ ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ମେଟାସ୍ଟାସିସ କରନ୍ତି କିନ୍ତୁ ଅଧିକାଂଶ କ୍ଷେତ୍ରରେ ଫୁସଫୁସ୍, ଯକୃତ, ମସ୍ତିଷ୍କଅସ୍ଥିରେ ମେଟାସ୍ଟାସିସ ହୁଏ ।[୫୨]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଅଧିକାଂଶ କର୍କଟ ରୋଗ ପ୍ରାରମ୍ଭରେ ଲକ୍ଷଣ ଓ ଚିହ୍ନ ତଥା ସ୍କ୍ରିନିଙ୍ଗଦ୍ଵାରା ନିର୍ଣ୍ଣୟ ହୁଏ । ପାଥୋଲୋଜିସ୍ଟଙ୍କଦ୍ଵାରା ରୋଗ ହୋଇଥିବା ସ୍ଥାନରୁ ତନ୍ତୁ ନେଇ ପରୀକ୍ଷାକରି ଶେଷ ସିଦ୍ଧାନ୍ତରେ ଉପନିତ ହୁଏ । ଏହା ବ୍ୟତୀତ ରକ୍ତ ପରୀକ୍ଷା, ଏକ୍ସ-ରେ, ସି.ଟି. ସ୍କାନ୍ଏଣ୍ଡୋସ୍କୋପି କରିବା ଆବଶ୍ୟକ ହୁଏ ।
ଅଧିକାଂଶ ରୋଗୀ ଏହି ରୋଗ ହୋଇଛି ଶୁଣି ଅତ୍ୟଧିକ ଭାବପ୍ରବଣ ଓ ବିସାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରନ୍ତି ଯାହାର ସଙ୍କଟ କର୍କଟ ମୃତ୍ୟୁ ସଂଖ୍ୟର ପ୍ରାୟ ଦୁଇଗୁଣ । [୫୩]

ବର୍ଗୀକରଣ[ସମ୍ପାଦନା]

କର୍କଟ କୋଷ ଅଣୁବୀକ୍ଷଣ ଯନ୍ତ୍ରରେ ଯେଉଁ ଜୀବକୋଷ ସଦୃଷ ଦେଖାଯାଏ ସେହି କୋଷରୁ ଏହା ଆସିଛି ବୋଲି ଧରାଯାଏ ଓ ସେହି ଅନୁସାରେ ବର୍ଗୀକରଣ କରାଯାଏ ।

ଜାତ ହୋଇଥିବା ତନ୍ତୁ ବା ଅଙ୍ଗ ସହ ଉପରଲିଖିତ ନାମ ଯୋଗ କରି କର୍କଟର ନାମକରଣ କରାଯାଏ । ଯକୃତରୁ (ହେପାଟୋ=ଯକୃତ) ଜାତ କାର୍ସିନୋମାକୁ ହେପାଟୋକାର୍ସିନୋମା, ବ୍ଲାସ୍ଟୋମାକୁ ହେପାଟୋବ୍ଲାସ୍ଟୋମା କୁହାଯାଏ । ଅଙ୍ଗ ବା ତନ୍ତୁର ଇଂରାଜୀ ନାମକୁ ବ୍ୟବହାର କରାଯାଏ । କର୍କଟ ଶ୍ରେଣୀର ନ ହୋଇ ଅର୍ବୁଦ ହେଲେ ତାହାକୁ ବିନାଇନ୍ ଶ୍ରେଣୀ ଅନ୍ତର୍ଭୁକ୍ତ କରାଯାଏ । ଏହି ଶ୍ରେଣୀର ଅର୍ବୁଦମାନଙ୍କ ନାମ ଶେଷରେ -ଓମା ବ୍ୟବହାର କରାଯାଏ, ଯେପରି ଚର୍ବିରୁ ହେଲେ ଲାଇପୋମାୟୋମା, ମେଲାନୋମା ଇତ୍ୟାଦି ।
କେତେକ କର୍କଟର ନାମ ଅଣୁବିକ୍ଷଣିକ ଆକୃତି ଅନୁସାରେ ଦିଆଯାଏ, ଯେପରିକି ସ୍ପିଣ୍ଡଲସେଲ୍ କାର୍ସିନୋମା

ପାଥୋଲୋଜି[ସମ୍ପାଦନା]

ପାଥୋଲୋଜିସ୍ଟ ପରୀକ୍ଷା କରି ତନ୍ତୁବିଷୟକ ରୋଗ ନିର୍ଣ୍ଣୟ କରି ଜୀବକୋଷର ପ୍ରକାର, ହିସ୍ଟୋଲୋଜିକାଲ୍ ଗ୍ରେଡ୍, ଜେନେଟିକ ଅସୁବିଧା ଓ ଅନ୍ୟାନ୍ୟ ବିଷୟରେ ମତ ଦିଅନ୍ତି । ରୋଗ କେତେଦୂର ଆଗେଇଛି ଓ କି ପ୍ରକାର ଚିକିତ୍ସା ଆବଶ୍ୟକ ତାହା ପାଥୋଲୋଜି ପରୀକ୍ଷାପରେ ଜଣାଯାଏ । ଏହା ବ୍ୟତିତ ସାଇଟୋଜେନେଟିକ୍ସ୍ ଓ ଇମ୍ମ୍ୟୁନୋହିସ୍ଟୋକେମିସ୍ଟ୍ରି ବିଷରୟରେ ମଧ୍ୟ ଜଣାଯାଏ । କର୍କଟ ଜୀବକୋଷରେ ହେଉଥିବା ମୋଲିକ୍ୟୁଲାର ପରିବର୍ତ୍ତନ ଯେପରିକି ମ୍ୟୁଟେସନ୍, ଫ୍ୟୁଜନ୍ ଜିନ୍ ଓ ନ୍ୟୁମରିକାଲ୍ କ୍ରୋମୋଜୋମ୍ ପରିବର୍ତ୍ତନ ଏହି ପରୀକ୍ଷାଦ୍ଵାରା ଜଣାଯାଏ । ଏହାଦ୍ଵାରା ରୋଗ ବିଷୟରେ ପୂର୍ବାନୂମାନ କରାଯାଇପାରେ ଓ ସର୍ବୋତ୍ତମ ଚିକିତ୍ସା କରାଯାଇପାରେ ।

ପ୍ରତିଷେଧ[ସମ୍ପାଦନା]

କର୍କଟ ସଙ୍କଟ କମ୍ କରିବା ନିମନ୍ତେ ନିଆଯାଉଥିବା ସତର୍କ ବ୍ୟବସ୍ଥାକୁ କର୍କଟ ପ୍ରତିଷେଧ କୁହାଯାଏ ।[୫୫] ଅଧିକାଂଶ କର୍କଟ ରୋଗ ପରିବେଶ ପ୍ରଭାବାରୁ ହେଉଥିବାରୁ ଜୀବନଚର୍ଯ୍ୟାର ପରିବର୍ତ୍ତନ କରି ରୋକାଯାଇପାରିବ । ତେଣୁ କର୍କଟ ଏକ ପ୍ରତିରୋଧ-ସମ୍ପର୍ଣ୍ଣ ରୋଗ ବୋଲି ଧରାଯାଏ ।[୫୬] ସଙ୍କଟ ସୃଷ୍ଟିକାରୀ ଉପାଦାନମାନଙ୍କୁ ରୋକିପାରିଲେ କର୍କଟ ରୋକିହେବ ଯଥା ଟୋବାକୋ, ଅଧିକ ଓଜନ/ସ୍ଥୌଲ୍ୟତା, ଖାଦ୍ୟାଭାବ, ସ୍ଵଳ୍ପ ଶାରୀରିକ ବ୍ୟାୟାମ, ଯୌନ ସଂକ୍ରମଣ ଓ ବାୟୁ ପ୍ରଦୁଷଣ ।[୫୭] ପ୍ରାକୃତିକ ବିକୀରଣ, ବଂଶାନୁକ୍ରମିକ ଜେନେଟିକ ଅବ୍ୟବସ୍ଥା ଇତ୍ୟାଦି ପରିବେଶ ଜନିତ ହେଲେ ମଧ୍ୟ ରୋକିହେବ ନାହିଁ ।

ଖାଦ୍ୟ ସମ୍ପର୍କୀୟ[ସମ୍ପାଦନା]

କର୍କଟ ରୋଗ ସଙ୍କଟ ନିବାରଣ ନିମନ୍ତେ ଅନେକ ପ୍ରକାର ଖାଦ୍ୟ ଖାଇବାକୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ସେମାନଙ୍କ ଉପାଦେୟତା ନିମନ୍ତେ କୌଣସି ନିଧାର୍ଯ୍ୟ ପ୍ରମାଣ ମିଳିନାହିଁ ।[୮][୫୮] ସ୍ଥୌଲ୍ୟତାମଦପାନକୁ ପ୍ରାଥମିକ ଖାଦ୍ୟ ସଙ୍କଟ ହିସାବରେ ନିଆଯାଏ; ସ୍ଵଳ୍ପ ଫଳ ଓ ପରିବା ଆହାର ସହ ଲାଲ ମାଂସକୁ ସଙ୍କଟ ବୋଲି ଧରାଯାଇଥିଲେ ମଧ୍ୟ ପ୍ରମାଣିତ ହୋଇନାହିଁ ।[୫୯][୬୦] ୨୦୧୪ ମସିହାର ମେଟା-ଆନାଲିସିସ୍‌ରେ କର୍କଟ ସହ ଫଳ ଓ ପରିବାର କୌଣସି ସମ୍ପର୍କ ଥିବା ଜଣାଯାଇନାହିଁ ।[୬୧] କଫି ଖାଇବା ସହ ଯକୃତ କର୍କଟ କମ୍ ହେବା ଧରାଯାଏ ।[୬୨] ଅନୁଶୀଳନରେ ଜଣାଯାଏ, ଲାଲ ଓ ପ୍ରକ୍ରିୟାକୃତା ମାଂସ ସହ ସ୍ତନ କର୍କଟ, କୋଲୋନ କର୍କଟ ଓ ଅଗ୍ନାଶୟ କର୍କଟ ରୋଗମାନଙ୍କର ସମ୍ପର୍କ ଅଛି; ମାଂସରେ କାର୍ସିମୋଜନ୍ ଥାଇ ଉଚ୍ଚ ଉତ୍ତାପରେ ରାନ୍ଧିବା ଯୋଗୁ ଏହା ସମ୍ଭବ ଥାଇପାରେ [୬୩][୬୪]। କର୍କଟ ନିବାରଣ ନିମନ୍ତେ ପରିବା, ଫଳ, ଶସ୍ୟଜାତ ଖାଦ୍ୟ ଓ ମାଛର ବ୍ୟବହାର ସହ ଲାଲ ମାଂସ(ଘୁଷୁରି, ଗୋ, ମେଣ୍ଢା ମାଂସ), ପଶୁ ଚର୍ବି ଓ ପରିଷ୍କୃତ ଶ୍ଵେତସାର ନ ଖାଇବା ନିମନ୍ତେ ପରାମର୍ଶ ଦିଆଯାଏ ।[୮][୫୮]

ଔଷଧ[ସମ୍ପାଦନା]

ଔଷଧଦ୍ଵାରା କର୍କଟ ରୋଗ ନିବାରଣ କରିପାରିବା ପ୍ରସ୍ତାବ ଅତି ଆକର୍ଷଣୀୟ ଓ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ସପକ୍ଷରେ ପ୍ରମାଣ ମିଳୁଛି ।[୬୫] କେତେକ କ୍ଷେତ୍ରରେ ଜନସାଧାରଣଙ୍କ ମଧ୍ୟରେ ଏନ୍.ଏସ୍.ଏ.ଆଇ.ଡି. ଔଷଧଦ୍ଵାରା କୋଲୋରେକ୍ଟାଲ୍ କର୍କଟ ସମ୍ଭାବନା କମ୍ କରିହୁଏ କିନ୍ତୁ ଏମାନଙ୍କର ଖାଦ୍ୟନଳୀହୃତ୍‌ପିଣ୍ଡ-ର‌କ୍ତନଳୀ ଉପରେ ପାର୍ଶ୍ଵ ପ୍ରତିକ୍ରିୟା ଥିବା ଯୋଗୁ ଅଧିକ କ୍ଷତି କରନ୍ତି ।[୬୬] ଆସ୍ପିରିନ୍‌]]ଦ୍ଵାରା]] କର୍କଟ ମୃତ୍ୟୁ ସଙ୍କଟ ୭% କମ୍ ହୁଏ ।[୬୭] ଫ୍ୟାମିଲିଆଲ୍ ଆଡେନୋମାଟସ୍ ପଲିପୋସିସ୍ ରୋଗଗ୍ରସ୍ତ ଲୋକଙ୍କର କକ୍ସ-୨ ଇନ୍‌ହିବିଟରଦ୍ଵାରା ପଲିପ ତିଆରି ହାର କମିଯାଏ କିନ୍ତୁ ସେହି ପୁରୁଣା ପାର୍ଶ୍ଵପ୍ରତିକ୍ରିୟା ସମସ୍ୟା ।[୬୮] ଉଚ୍ଚ ସଙ୍କଟାପନ୍ନ ସ୍ତନ କର୍କଟ ରୋଗୀ ଟାମୋକ୍ସିଫେନ୍ ବା ରାଲୋକ୍ସିଫେନ୍ ନେଲେ ଏହି ସଙ୍କଟ କମିଯାଏ ।[୬୯]
ଭିଟାମିନ ଖାଇ କର୍କଟ ଦୂର କରିବା ଜଣାଯାଇ ନାହିଁ, ଯଦିଓ ଭିଟାମିନ୍ ଡି କମ୍ ଥିଲେ ଅଧିକ କର୍କଟ ସମ୍ଭାବନା ରହେ ।[୭୦][୭୧] ଏହି ତଥ୍ୟ କାରଣ ମୂଳକ ବା ସୁରକ୍ଷାକାରୀ ତାହା ଜଣାଯାଇ ନାହିଁ । ଅଧିକ ସଙ୍କଟାସ୍ପଦ ଲୋକ ବିଟା କ୍ୟାରୋଟିନ ଖାଇଲେ ଫୁସ୍‌ଫୁସ୍ କର୍କଟ ଅଧିକ ହୁଏ ।[୭୨] କୋଲୋନ୍ କର୍କଟରେ ଫଲିକ୍ ଏସିଡ ଉପକାରୀ ସାବ୍ୟସ୍ତ ହୋଇନାହିଁ ।[୭୩] ସେଲେନିୟମ୍ ଅଧିକ ଦେଲେ ମଧ୍ୟ ଉପକାରୀତା ଜଣାଯାଇ ନାହିଁ ।[୭୪]

ଟିକା[ସମ୍ପାଦନା]

କେତେକ କାର୍ସିନୋଜେନିକ୍ ଭୁତାଣୁଜନିତ ସଂକ୍ରମଣକୁ ପ୍ରତିରୋଧ କରିବାକୁ ଟିକା ପ୍ରସ୍ତୁତ କରାଯାଇଛି ।[୭୫] ସର୍ଭାଇକାଲ କର୍କଟ ସଙ୍କଟକୁ ମାନବ ପାପିଲୋମା ଭୁତାଣୁ ଟିକା କମେଇ ଦିଏ ।[୭୫] ହେପାଟାଇଟିସ ବି ସଂକ୍ରମଣକୁ ହେପାଟାଇଟିସ ଟିକା ପ୍ରତିରୋଧ କରିବାଦ୍ୱାରା ଯକୃତ କର୍କଟ ରୋଗର ସଙ୍କଟରୁ ରକ୍ଷା ମିଳିଥାଏ ।[୭୫] ସମ୍ୱଳ ଉପଲବ୍ଧ ଥିଲେ ଉପରଲିଖିତ ଦୁଇ ଟିକା ଦେବାକୁ ପ୍ରସ୍ତାବ ଦିଆଯାଏ ।[୭୬]

ସ୍କ୍ରିନିଙ୍ଗ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Cancer Fact sheet N°297". February 2014. http://www.who.int/mediacentre/factsheets/fs297/en/. Retrieved 10 June 2014. 
  2. ୨.୦ ୨.୧ ୨.୨ "Defining Cancer". http://www.cancer.gov/cancertopics/cancerlibrary/what-is-cancer. Retrieved 10 June 2014. 
  3. "Cancer - Signs and symptoms". http://www.nhs.uk/Conditions/Cancer/Pages/Symptoms.aspx. Retrieved 10 June 2014. 
  4. ୪.୦ ୪.୧ ୪.୨ ୪.୩ ୪.୪ ୪.୫ Anand P, Kunnumakkara AB, Kunnumakara AB, Sundaram C, Harikumar KB, Tharakan ST, Lai OS, Sung B, Aggarwal BB (September 2008). "Cancer is a preventable disease that requires major lifestyle changes". Pharm. Res. 25 (9): 2097–116. doi:10.1007/s11095-008-9661-9. PMC 2515569. PMID 18626751. 
  5. ୫.୦ ୫.୧ ୫.୨ World Cancer Report 2014. World Health Organization. 2014. pp. Chapter 1.1. ISBN 9283204298. 
  6. "Heredity and Cancer". American Cancer Society. http://www.cancer.org/cancer/cancercauses/geneticsandcancer/heredity-and-cancer. Retrieved July 22, 2013. 
  7. "How is cancer diagnosed?". 2013-01-29. http://www.cancer.org/treatment/understandingyourdiagnosis/examsandtestdescriptions/testingbiopsyandcytologyspecimensforcancer/testing-biopsy-and-cytology-specimens-for-cancer-how-is-cancer-diagnosed. Retrieved 10 June 2014. 
  8. ୮.୦ ୮.୧ ୮.୨ Kushi LH, Doyle C, McCullough M, et al. (2012). "American Cancer Society Guidelines on nutrition and physical activity for cancer prevention: reducing the risk of cancer with healthy food choices and physical activity". CA Cancer J Clin 62 (1): 30–67. doi:10.3322/caac.20140. PMID 22237782. 
  9. ୯.୦ ୯.୧ World Cancer Report 2014. World Health Organization. 2014. pp. Chapter 4.7. ISBN 9283204298. 
  10. Gøtzsche PC, Jørgensen KJ (4 Jun 2013). "Screening for breast cancer with mammography.". The Cochrane database of systematic reviews 6: CD001877. doi:10.1002/14651858.CD001877.pub5. PMID 23737396. 
  11. "Targeted Cancer Therapies". 2014-04-25. http://www.cancer.gov/cancertopics/factsheet/Therapy/targeted. Retrieved 11 June 2014. 
  12. World Cancer Report 2014. World Health Organization. 2014. pp. Chapter 1.3. ISBN 9283204298. 
  13. "Cancer Glossary". cancer.org. American Cancer Society. http://www.cancer.org/cancer/cancerglossary/index. Retrieved September 11, 2013. 
  14. "What is cancer?". cancer.gov. National Cancer Institute. http://www.cancer.gov/cancertopics/cancerlibrary/what-is-cancer. Retrieved September 11, 2013. 
  15. ୧୫.୦ ୧୫.୧ Hanahan, Douglas; Weinberg, Robert A. (January 7, 2000). "The hallmarks of cancer". Cell 100 (1): 57–70. doi:10.1016/S0092-8674(00)81683-9. PMID 10647931. 
  16. Hanahan, Douglas; Weinberg, Robert A. (2011). "Hallmarks of Cancer: The Next Generation". Cell 144 (5): 646–74. doi:10.1016/j.cell.2011.02.013. PMID 21376230. 
  17. ୧୭.୦ ୧୭.୧ ୧୭.୨ ୧୭.୩ ୧୭.୪ Holland Chp. 1
  18. O'Dell, edited by Michael D. Stubblefield, Michael W. (2009). Cancer rehabilitation principles and practice. New York: Demos Medical. p. 983. ISBN 978-1-933864-33-4. 
  19. Kravchenko J, Akushevich I, Manton, KG (2009). Cancer mortality and morbidity patterns in the U. S. population: an interdisciplinary approach. Berlin: Springer. ISBN 0-387-78192-7. "The term environment refers not only to air, water, and soil but also to substances and conditions at home and at the workplace, including diet, smoking, alcohol, drugs, exposure to chemicals, sunlight, ionizing radiation, electromagnetic fields, infectious agents, etc. Lifestyle, economic and behavioral factors are all aspects of our environment." 
  20. Tolar J, Neglia JP (June 2003). "Transplacental and other routes of cancer transmission between individuals". J. Pediatr. Hematol. Oncol. 25 (6): 430–4. doi:10.1097/00043426-200306000-00002. PMID 12794519. 
  21. Biesalski HK, Bueno de Mesquita B, Chesson A, Chytil F, Grimble R, Hermus RJ, Köhrle J, Lotan R, Norpoth K, Pastorino U, Thurnham D (1998). "European Consensus Statement on Lung Cancer: risk factors and prevention. Lung Cancer Panel". CA Cancer J Clin 48 (3): 167–76; discussion 164–6. doi:10.3322/canjclin.48.3.167. PMID 9594919. 
  22. Kuper H, Boffetta P, Adami HO (September 2002). "Tobacco use and cancer causation: association by tumour type". Journal of Internal Medicine 252 (3): 206–24. doi:10.1046/j.1365-2796.2002.01022.x. PMID 12270001. 
  23. ୨୩.୦ ୨୩.୧ Kuper H, Adami HO, Boffetta P (June 2002). "Tobacco use, cancer causation and public health impact". Journal of Internal Medicine 251 (6): 455–66. doi:10.1046/j.1365-2796.2002.00993.x. PMID 12028500. 
  24. Sasco AJ, Secretan MB, Straif K (August 2004). "Tobacco smoking and cancer: a brief review of recent epidemiological evidence". Lung Cancer. 45 Suppl 2: S3–9. doi:10.1016/j.lungcan.2004.07.998. PMID 15552776. 
  25. Thun MJ, Jemal A (October 2006). "How much of the decrease in cancer death rates in the United States is attributable to reductions in tobacco smoking?". Tob Control 15 (5): 345–7. doi:10.1136/tc.2006.017749. PMC 2563648. PMID 16998161. 
  26. Dubey S, Powell CA (May 2008). "Update in lung cancer 2007". Am. J. Respir. Crit. Care Med. 177 (9): 941–6. doi:10.1164/rccm.200801-107UP. PMC 2720127. PMID 18434333. 
  27. Schütze M, Boeing H, Pischon T, Rehm J, Kehoe T, Gmel G, Olsen A, Tjønneland AM, Dahm CC, Overvad K, Clavel-Chapelon F, Boutron-Ruault MC, Trichopoulou A, Benetou V, Zylis D, Kaaks R, Rohrmann S, Palli D, Berrino F, Tumino R, Vineis P, Rodríguez L, Agudo A, Sánchez MJ, Dorronsoro M, Chirlaque MD, Barricarte A, Peeters PH, van Gils CH, Khaw KT, Wareham N, Allen NE, Key TJ, Boffetta P, Slimani N, Jenab M, Romaguera D, Wark PA, Riboli E, Bergmann MM (2011). "Alcohol attributable burden of incidence of cancer in eight European countries based on results from prospective cohort study". BMJ 342: d1584. doi:10.1136/bmj.d1584. PMC 3072472. PMID 21474525. 
  28. Irigaray P, Newby JA, Clapp R, Hardell L, Howard V, Montagnier L, Epstein S, Belpomme D (December 2007). "Lifestyle-related factors and environmental agents causing cancer: an overview". Biomed. Pharmacother. 61 (10): 640–58. doi:10.1016/j.biopha.2007.10.006. PMID 18055160. 
  29. ୨୯.୦ ୨୯.୧ "WHO calls for prevention of cancer through healthy workplaces" (Press release). World Health Organization. 27 April 2007. Retrieved 13 October 2007. 
  30. ୩୦.୦ ୩୦.୧ ୩୦.୨ Kushi LH, Byers T, Doyle C, Bandera EV, McCullough M, McTiernan A, Gansler T, Andrews KS, Thun MJ (2006). "American Cancer Society Guidelines on Nutrition and Physical Activity for cancer prevention: reducing the risk of cancer with healthy food choices and physical activity". CA Cancer J Clin 56 (5): 254–81; quiz 313–4. doi:10.3322/canjclin.56.5.254. PMID 17005596. 
  31. Bhaskaran, K (2014). "Body mass index and risk of 22 specific cancers". Lancet 384 (9945): 755–765. doi:10.1016/S0140-6736(14)60892-8. PMID 25129328. 
  32. ୩୨.୦ ୩୨.୧ ୩୨.୨ Park S, Bae J, Nam BH, Yoo KY (2008). "Aetiology of cancer in Asia" (PDF). Asian Pac. J. Cancer Prev. 9 (3): 371–80. PMID 18990005. 
  33. Brenner H, Rothenbacher D, Arndt V (2009). "Epidemiology of stomach cancer". Methods Mol. Biol. Methods in Molecular Biology 472: 467–77. doi:10.1007/978-1-60327-492-0_23. ISBN 978-1-60327-491-3. PMID 19107449. 
  34. Buell P, Dunn JE (May 1965). "Cancer mortality among Japanese Issei and Nisei of California". Cancer 18 (5): 656–64. doi:10.1002/1097-0142(196505)18:5<656::AID-CNCR2820180515>3.0.CO;2-3. PMID 14278899. 
  35. Pagano JS, Blaser M, Buendia MA, Damania B, Khalili K, Raab-Traub N, Roizman B (December 2004). "Infectious agents and cancer: criteria for a causal relation". Semin. Cancer Biol. 14 (6): 453–71. doi:10.1016/j.semcancer.2004.06.009. PMID 15489139. 
  36. Samaras V, Rafailidis PI, Mourtzoukou EG, Peppas G, Falagas ME (May 2010). "Chronic bacterial and parasitic infections and cancer: a review" (PDF). J Infect Dev Ctries 4 (5): 267–81. doi:10.3855/jidc.819. PMID 20539059. 
  37. ୩୭.୦ ୩୭.୧ ୩୭.୨ ୩୭.୩ ୩୭.୪ Little JB (2000). "Chapter 14: Ionizing Radiation". In Kufe DW, Pollock RE, Weichselbaum RR, Bast RC Jr, Gansler TS, Holland JF, Frei E III. Cancer medicine (6th ed.). Hamilton, Ont: B.C. Decker. ISBN 1-55009-113-1. 
  38. Brenner DJ, Hall EJ (November 2007). "Computed tomography—an increasing source of radiation exposure". N. Engl. J. Med. 357 (22): 2277–84. doi:10.1056/NEJMra072149. PMID 18046031. 
  39. ୩୯.୦ ୩୯.୧ Cleaver JE, Mitchell DL (2000). "15. Ultraviolet Radiation Carcinogenesis". In Bast RC, Kufe DW, Pollock RE, et al. Holland-Frei Cancer Medicine (5th ed.). Hamilton, Ontario: B.C. Decker. ISBN 1-55009-113-1. Retrieved 31 January 2011. 
  40. "IARC classifies radiofrequency electromagnetic fields as possibly carcinogenic to humans". World Health Organization. http://www.iarc.fr/en/media-centre/pr/2011/pdfs/pr208_E.pdf. 
  41. "Cell Phones and Cancer Risk - National Cancer Institute". Cancer.gov. 2013-05-08. http://www.cancer.gov/cancertopics/factsheet/Risk/cellphones. Retrieved 2013-12-15. 
  42. ୪୨.୦ ୪୨.୧ Roukos DH (April 2009). "Genome-wide association studies: how predictable is a person's cancer risk?". Expert Rev Anticancer Ther 9 (4): 389–92. doi:10.1586/era.09.12. PMID 19374592. 
  43. Cunningham D, Atkin W, Lenz HJ, Lynch HT, Minsky B, Nordlinger B, Starling N (March 2010). "Colorectal cancer". Lancet 375 (9719): 1030–47. doi:10.1016/S0140-6736(10)60353-4. PMID 20304247. 
  44. ୪୪.୦ ୪୪.୧ ୪୪.୨ ୪୪.୩ ୪୪.୪ Maltoni CFM, Holland JF (2000). "Chapter 16: Physical Carcinogens". In Bast RC, Kufe DW, Pollock RE, et al. Holland-Frei Cancer Medicine (5th ed.). Hamilton, Ontario: B.C. Decker. ISBN 1-55009-113-1. Retrieved 31 January 2011. 
  45. ୪୫.୦ ୪୫.୧ ୪୫.୨ ୪୫.୩ ୪୫.୪ Gaeta, John F (2000). "Chapter 17: Trauma and Inflammation". In Bast RC, Kufe DW, Pollock RE, et al. Holland-Frei Cancer Medicine (5th ed.). Hamilton, Ontario: B.C. Decker. ISBN 1-55009-113-1. Retrieved 27 January 2011. 
  46. Hendrik Ungefroren; Susanne Sebens; Daniel Seidl; Hendrik Lehnert; Ralf Haas (2011). "Interaction of tumor cells with the microenvironment". Cell Communication and Signaling 9 (18). doi:10.1186/1478-811X-9-18. http://www.biosignaling.com/content/9/1/18. 
  47. ୪୭.୦ ୪୭.୧ ୪୭.୨ ୪୭.୩ ୪୭.୪ ୪୭.୫ ୪୭.୬ ୪୭.୭ Henderson BE, Bernstein L, Ross RK (2000). "Chapter 13: Hormones and the Etiology of Cancer". In Bast RC, Kufe DW, Pollock RE, et al. Holland-Frei Cancer Medicine (5th ed.). Hamilton, Ontario: B.C. Decker. ISBN 1-55009-113-1. Retrieved 27 January 2011. 
  48. Rowlands, Mari-Anne; Gunnell, David; Harris, Ross; Vatten, Lars J; Holly, Jeff MP; Martin, Richard M (May 15, 2009). "Circulating insulin-like growth factor peptides and prostate cancer risk: a systematic review and meta-analysis". Int J Cancer. 124 (10): 2416–29. doi:10.1002/ijc.24202. PMC 2743036. PMID 19142965. 
  49. Croce CM (January 2008). "Oncogenes and cancer". N. Engl. J. Med. 358 (5): 502–11. doi:10.1056/NEJMra072367. PMID 18234754. 
  50. Knudson AG (November 2001). "Two genetic hits (more or less) to cancer". Nature Reviews Cancer 1 (2): 157–62. doi:10.1038/35101031. PMID 11905807. 
  51. "What is Metastasized Cancer?". National Comprehensive Cancer Network. http://www.nccn.com/component/content/article/54-cancer-basics/925-what-is-metastasized-cancer.html. Retrieved 18 July 2013. 
  52. "Metastatic Cancer: Questions and Answers". National Cancer Institute. http://www.cancer.gov/cancertopics/factsheet/Sites-Types/metastatic. Retrieved 2008-08-28. 
  53. Anguiano L, Mayer DK, Piven ML, Rosenstein D (Jul–Aug 2012). "A literature review of suicide in cancer patients". Cancer Nursing 35 (4): E14–26. doi:10.1097/NCC.0b013e31822fc76c. PMID 21946906. 
  54. Varricchio, Claudette G. (2004). A cancer source book for nurses. Boston: Jones and Bartlett Publishers. p. 229. ISBN 0-7637-3276-1. 
  55. "Cancer prevention: 7 steps to reduce your risk". Mayo Clinic. 27 September 2008. http://www.mayoclinic.com/health/cancer-prevention/CA00024. Retrieved 30 January 2010. 
  56. Danaei G, Vander Hoorn S, Lopez AD, Murray CJ, Ezzati M (2005). "Causes of cancer in the world: comparative risk assessment of nine behavioural and environmental risk factors". Lancet 366 (9499): 1784–93. doi:10.1016/S0140-6736(05)67725-2. PMID 16298215. 
  57. "Cancer". World Health Organization. http://www.who.int/mediacentre/factsheets/fs297/en/. Retrieved 9 January 2011. 
  58. ୫୮.୦ ୫୮.୧ Wicki A, Hagmann, J (September 2011). "Diet and cancer". Swiss medical weekly 141: w13250. doi:10.4414/smw.2011.13250. PMID 21904992. 
  59. Cappellani A, Di Vita M, Zanghi A, Cavallaro A, Piccolo G, Veroux M, Berretta M, Malaguarnera M, Canzonieri V, Lo Menzo E (2012). "Diet, obesity and breast cancer: an update". Front Biosci (Schol Ed) 4: 90–108. PMID 22202045. 
  60. Key TJ (January 2011). "Fruit and vegetables and cancer risk". Br. J. Cancer 104 (1): 6–11. doi:10.1038/sj.bjc.6606032. PMC 3039795. PMID 21119663. 
  61. Wang, X; Ouyang, Y; Liu, J; Zhu, M; Zhao, G; Bao, W; Hu, FB (29 July 2014). "Fruit and vegetable consumption and mortality from all causes, cardiovascular disease, and cancer: systematic review and dose-response meta-analysis of prospective cohort studies.". BMJ (Clinical research ed.) 349: g4490. doi:10.1136/bmj.g4490. PMID 25073782. 
  62. Larsson SC, Wolk A (May 2007). "Coffee consumption and risk of liver cancer: a meta-analysis". Gastroenterology 132 (5): 1740–5. doi:10.1053/j.gastro.2007.03.044. PMID 17484871. 
  63. Zheng W, Lee SA (2009). "Well-done meat intake, heterocyclic amine exposure, and cancer risk". Nutr Cancer 61 (4): 437–46. doi:10.1080/01635580802710741. PMC 2769029. PMID 19838915. 
  64. Ferguson LR (February 2010). "Meat and cancer". Meat Sci. 84 (2): 308–13. doi:10.1016/j.meatsci.2009.06.032. PMID 20374790. 
  65. Holland Chp.33
  66. Rostom A, Dubé C, Lewin G, Tsertsvadze A, Barrowman N, Code C, Sampson M, Moher D (March 2007). "Nonsteroidal anti-inflammatory drugs and cyclooxygenase-2 inhibitors for primary prevention of colorectal cancer: a systematic review prepared for the U.S. Preventive Services Task Force". Annals of Internal Medicine 146 (5): 376–89. doi:10.7326/0003-4819-146-5-200703060-00010. PMID 17339623. 
  67. Rothwell PM, Fowkes FG, Belch JF, Ogawa H, Warlow CP, Meade TW (January 2011). "Effect of daily aspirin on long-term risk of death due to cancer: analysis of individual patient data from randomised trials". Lancet 377 (9759): 31–41. doi:10.1016/S0140-6736(10)62110-1. PMID 21144578. 
  68. Cooper K, Squires H, Carroll C, Papaioannou D, Booth A, Logan RF, Maguire C, Hind D, Tappenden P (June 2010). "Chemoprevention of colorectal cancer: systematic review and economic evaluation". Health Technol Assess 14 (32): 1–206. doi:10.3310/hta14320. PMID 20594533. 
  69. Thomsen A, Kolesar JM (December 2008). "Chemoprevention of breast cancer". Am J Health Syst Pharm 65 (23): 2221–8. doi:10.2146/ajhp070663. PMID 19020189. 
  70. Giovannucci E, Liu Y, Rimm EB, Hollis BW, Fuchs CS, Stampfer MJ, Willett WC (April 2006). "Prospective study of predictors of vitamin D status and cancer incidence and mortality in men". J. Natl. Cancer Inst. 98 (7): 451–9. doi:10.1093/jnci/djj101. PMID 16595781. 
  71. "Vitamin D Has Role in Colon Cancer Prevention". Archived from the original on 4 December 2006. //web.archive.org/web/20061204052746/http://www.cancer.org/docroot/NWS/content/NWS_1_1x_Vitamin_D_Has_Role_in_Colon_Cancer_Prevention.asp. Retrieved 27 July 2007. 
  72. Fritz H, Kennedy D, Fergusson D, Fernandes R, Doucette S, Cooley K, Seely A, Sagar S, Wong R, Seely D (2011). "Vitamin A and retinoid derivatives for lung cancer: a systematic review and meta analysis". In Minna, John D. PLoS ONE 6 (6): e21107. Bibcode:2011PLoSO...6E1107F. doi:10.1371/journal.pone.0021107. PMC 3124481. PMID 21738614. 
  73. Cole BF, Baron JA, Sandler RS, Haile RW, Ahnen DJ, Bresalier RS, McKeown-Eyssen G, Summers RW, Rothstein RI, Burke CA, Snover DC, Church TR, Allen JI, Robertson DJ, Beck GJ, Bond JH, Byers T, Mandel JS, Mott LA, Pearson LH, Barry EL, Rees JR, Marcon N, Saibil F, Ueland PM, Greenberg ER (June 2007). "Folic acid for the prevention of colorectal adenomas: a randomized clinical trial". JAMA 297 (21): 2351–9. doi:10.1001/jama.297.21.2351. PMID 17551129. 
  74. Vinceti, M; Dennert, G; Crespi, CM; Zwahlen, M; Brinkman, M; Zeegers, MP; Horneber, M; D'Amico, R et al. (Mar 30, 2014). "Selenium for preventing cancer.". The Cochrane database of systematic reviews 3: CD005195. doi:10.1002/14651858.CD005195.pub3. PMID 24683040. 
  75. ୭୫.୦ ୭୫.୧ ୭୫.୨ "Cancer Vaccine Fact Sheet". NCI. 8 June 2006. http://www.cancer.gov/cancertopics/factsheet/cancervaccine. Retrieved 15 November 2008. 
  76. Lertkhachonsuk AA, Yip CH, Khuhaprema T, Chen DS, Plummer M, Jee SH, Toi M, Wilailak S (2013). "Cancer prevention in Asia: resource-stratified guidelines from the Asian Oncology Summit 2013". Lancet Oncology 14 (12): e497–507. doi:10.1016/S1470-2045(13)70350-4. PMID 24176569. 

ଅଧିକ ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]