କର୍କଟ ରୋଗ
| କର୍କଟ ରୋଗ | |
|---|---|
| ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
A coronal CT scan showing a malignant mesothelioma Legend: → tumor ←, ★ central pleural effusion, 1 & 3 lungs, 2 spine, 4 ribs, 5 aorta, 6 spleen, 7 & 8 kidneys, 9 liver. |
|
| ICD-10 | D00. |
| ICD-9 | 140—239 |
| ରୋଗ ଡାଟାବେସ | 28843 |
| MedlinePlus | 001289 |
| MeSH | D009369 |
କର୍କଟ ରୋଗ ଏକ ଏମିତି ରୋଗ ଯେଉଁଥିରେ କୋଷ ମାନଙ୍କର ଅସ୍ଵଭାବିକ ବୃଦ୍ଧି ଯାହାକି କାଳକ୍ରମେ ଦୃତ ଗତିରେ ବୃଦ୍ଧି ପାଇଥାଏ ଏବଂ କେତେକ କ୍ଷେତ୍ରରେ ଶରୀରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତରିତ ହେବାର ସମ୍ଭାବନା ଥାଏ । କର୍କଟ ରୋଗ ଲିମ୍ଫ୍ ଗ୍ରନ୍ଥି ଓ ତାର ରସକୁ ବହନ କରୁଥିବା ପ୍ରଣାଳୀର ଜାଲ ବା ଢାଞ୍ଚା ଦ୍ଵାରା ଅଥବା ରକ୍ତ ସଞ୍ଚାଳନ ପ୍ରକ୍ରିୟା ଦ୍ଵାରା ଶରୀରର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ବିସ୍ତାର କରିବାର ସମ୍ଭାବନା ଥାଏ । କର୍କଟ ରୋଗ ଅନିୟନ୍ତ୍ରିତ ଭାବେ କୋଷ ବୃଦ୍ଧି କରିଥାଏ ଏବଂ ଶରୀରରେ କ୍ଷତିକାରକ ଆବୁ ସୃଷ୍ଟି କରିଥାଏ । ସବୁ ଆବୁ କର୍କଟ ରୋଗ ହୋଇନଥାଏ, ପ୍ରଥମରୁ କୌଣସି ଆବୁ ଅନିୟନ୍ତ୍ରିତ ଭାବେ ବୃଦ୍ଧି ହୋଇନଥାଏ କିମ୍ବା ଅନ୍ୟ ପାଖାପାଖି କୋଷ ମାନଙ୍କୁ ଆକ୍ରାନ୍ତ କରିନଥାଏ ।
ଗବେଷଣାରୁ ଜଣାଯାଇଛି ଯେ କର୍କଟ ରୋଗକୁ ଅଧିକ ଜଟିଳ କରୁଥିବା କାରଣ ଗୁଡ଼ିକ ହେଲା ତମ୍ବାଖୁର ବ୍ୟବହାର, କିଛି ସଂକ୍ରମଣ, ବିକିରଣ, ଶାରୀରିକ ପରିଶ୍ରମର ଅଭାବ, ମେଦବହୁଳତା ଏବଂ ପରିବେଶ ପ୍ରଦୁଷଣ । [୧]ଏଗୁଡ଼ିକ ପ୍ରତେକ୍ଷ କିମ୍ବା ପରୋକ୍ଷ ଭାବେ କର୍କଟ ରୋଗକୁ ଆମନ୍ତ୍ରଣ କିମ୍ବା ବୃଦ୍ଧିରେ ସହାୟତା କରିଥାଏ । ପ୍ରାୟତ ୫ ରୁ ୧୦ ପ୍ରତିଶତ କର୍କଟ ରୋଗ ସମ୍ପୁର୍ଣ୍ଣ ଭାବେ ବଂଶଗତ ହୋଇଥାଏ ।
କର୍କଟ ରୋଗକୁ ଚିହ୍ନଟ କରିବା ପାଇଁ ବହୁତ ଗୁଡ଼ିଏ ଉପାୟ ଅଛି ଯେପରିକି ରୋଗର ଲକ୍ଷଣ, ଅଣୁବିକ୍ଷଣ ଯନ୍ତ୍ର ସାହାଜ୍ୟରେ କୋଷ କିମ୍ବା ଗ୍ରନ୍ଥି ମାନଙ୍କ ର ପରୀକ୍ଷା ଏବଂ ବିଭିନ୍ନ ପ୍ରକାର ଫୋଟୋ ପରୀକ୍ଷା । କର୍କଟ ରୋଗ ସାଧାରଣ ଭାବେ କେମୋଥେରାପି (ଔଷଧ ବା ରାସାୟନିକ ଦ୍ରବ୍ୟ ଦ୍ଵାରା କର୍କଟ ରୋଗର ଚିକିତ୍ସା), ବିକିରଣ ଚିକିତ୍ସା କିମ୍ବା ଶଲ୍ୟଚିକିତ୍ସାର ସାହାଯ୍ୟରେ ଉପଶମ କରିବାର ଚେଷ୍ଟା କରାଯାଇ ଥାଏ । ଏଥିରେ ରୋଗୀର ରୋଗର ସ୍ଥାନ, ଆକ୍ରାନ୍ତର ପରିମାଣ ଉପରେ ରୋଗୀର ଚିକିତ୍ସା ଏବଂ ସଂଘର୍ଷ ନିର୍ଭର କରିଥାଏ । ସବୁ ବୟସରେ ଏହି ରୋଗ ଆକ୍ରାନ୍ତ କରିବାର ସମ୍ଭାବନା ଥାଏ, କିଛି ନିର୍ଦ୍ଦିଷ୍ଟ କର୍କଟ ରୋଗ ସାଧାରଣତ ଛୁଆ ମାନଙ୍କ କ୍ଷେତ୍ରରେ ଦେଖାଯାଇଥାଏ, କର୍କଟ ରୋଗର ସମ୍ଭାବନା ବୟସ ବଢିବା ସଙ୍ଗେ ସଙ୍ଗେ ବଢିଥାଏ । ବର୍ଷ ୨୦୦୭ କର୍କଟ ରୋଗ ଶତକଡା ୧୩ ପ୍ରତିଶତ ସାରା ପୃଥିବୀରେ ମୃତ୍ୟୁର କାରଣ ଥିଲା ଯାହାକି ୭.୩ ନିୟୁତ । ଯାହାକି ବର୍ତମାନ ଧିରେ ଧିରେ ବଢିଚାଲିଛି ତାର ପ୍ରଧାନ କାରଣ ଆମ୍ଭ ମାନଙ୍କ ପରିବର୍ତିତ ବଞ୍ଚିବାର ଶୈଳୀ ।
ଚିହ୍ନ ଓ ଲକ୍ଷଣ [ସମ୍ପାଦନା]
ଆଧାର [ସମ୍ପାଦନା]
ବାହାର ଆଧାର [ସମ୍ପାଦନା]
| କର୍କଟ ରୋଗ ବାବଦରେ ଉଇକିମିଡ଼ିଆର ସହଯୋଗୀ ପ୍ରକଳ୍ପଗୁଡ଼ିକରୁ ଅଧିକ ଜାଣନ୍ତୁ: | |
| ଉଇକିଅଭିଧାନରେ ଶବ୍ଦାର୍ଥମାନ ଖୋଜନ୍ତୁ |
|
| କମନ୍ସରେ ଛବି ଓ ମିଡ଼ିଆସବୁ ଖୋଜନ୍ତୁ |
|
| ଉଇକିମହାବିହାରରେ ଶିକ୍ଷଣ ଆଧାରମାନ ଖୋଜନ୍ତୁ |
|
| ଉଇକିସମ୍ବାଦରେ ସମ୍ବାଦ ଲେଖାମାନ ଖୋଜନ୍ତୁ |
|
| ଉଇକିକଥାରୁ ଢଗଢମାଳି ଓ କଥାମାନ |
|
| ଉଇକିଉତ୍ସରୁ ମୂଳାଧାର ଲେଖାମାନ |
|
| ଉଇକିପୋଥିରେ ପଢ଼ାବହିମାନ |
|