ହେପାଟାଇଟିସ ସି

ଉଇକିପିଡ଼ିଆ ରୁ
Hepatitis C
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
Electron micrograph of hepatitis C virus purified from cell culture (scale = 50 nanometers)
ଆଇସିଡ଼ି-୧୦ B17.1, B18.2
ଆଇସିଡ଼ି- 070.70,070.4, 070.5
OMIM 609532
ରୋଗ ଡାଟାବେସ 5783
ମେଡ଼ିସିନ-ପ୍ଲସ 000284
ଇ-ମେଡ଼ିସିନ med/993 ped/979
MeSH D006526

ହେପାଟାଇଟିସ ସି ରୋଗ ଏକ ହେପାଟାଇଟିସ ସି ଭୁତାଣୁ ଜନିତ ସଂଙ୍କ୍ରାମକ ରୋଗ ଯାହା ଯକୃତକୁ ଆକ୍ରମଣ କରେ[୧]। ଅଧିକାଂଶ ବେଳେ ଏହି ରୋଗର ଲକ୍ଷଣ ପ୍ରକାଶ ପାଏ ନାହିଁ କିନ୍ତୁ ସ୍ଥାୟୀ ହୋଇଗଲେ ଯକୃତରେ ସ୍କାର(Scar) ହୋଇଯାଏ ଓ ଅନେକ ବର୍ଷ ପରେ ଏଥିରେ ସିର୍‌ହୋସିସ୍ ରୋଗ ହୁଏ । ପରିଶେଷରେ ଯକୃତ କାର୍ଯ୍ୟ ଅକ୍ଷମ(Liver Failure) ହୁଏ, କର୍କଟ ରୋଗ ମଧ୍ୟ ହୁଏ । ଆଉ ମଧ୍ୟ ପାକସ୍ଥଳୀ ତଥା ଏସୋଫେଗସ କାନ୍ଥର ଭିତର ସ୍ତର ଯାହାକୁ ମ୍ୟୁକୋସା କହନ୍ତି ସେଥିରେ ଶୀରା ସବୁ ଫୁଲି ଯାଏ ଓ ରକ୍ତ ସ୍ରାବ ହୁଏ । ଏହା ପ୍ରାଣ ଘାତକ ଅଟେ ।
ଏହି ରୋଗର ଭୁତାଣୁ ରକ୍ତରୁ ରକ୍ତକୁ ସଂକ୍ରମିତ ହୁଏ । ଶୀରାରେ ଇଞ୍ଜେକ୍‌ସନ୍ ଦେବାବେଳେ, ରକ୍ତ ଦାନ ସମୟରେ ଓ ଅପରେଶନ ଯନ୍ତ୍ରପାତି ଉପଯୁକ୍ତ ବିଶୋଧିତ ନ ହୋଇଥିଲେ ସେହି ସବୁ ମାଧ୍ୟମରେ ଏହି ଭୁତାଣୁ ସୁସ୍ଥ ଲୋକକୁ ଆକ୍ରମଣ ଆକ୍ରମଣ କରେ । ହିସାବରୁ ଦେଖାଯାଇଛି ପୃଥିବୀରେ ୧୫୦ ରୁ ୨୦୦ ନିୟୁତ ଲୋକ ଏହି ରୋଗରେ ସଂକ୍ରମିତ ହୋଇଛନ୍ତି[୨] । ପୂର୍ବରୁ ଏହି ରୋଗ ବିଷୟ ଅଜଣା ଥିଲା ଓ ତାହାକୁ 'ନନ୍-ଏ ନନ୍ ବି' ନାମ ଦିଆଯାଇଥିଲା । ୧୯୭୦ ମସିହାରେ ପ୍ରଥମେ ଏହି ରୋଗ ବିଷୟରେ ଆଲୋକପାତ କରାଗଲା ଓ ୧୯୮୯ରେ ନୂଆ ରୋଗ ବୋଲି ପ୍ରମାଣିତ ହେଲା[୩] । ଏହି ଭୁତାଣୁ ମଣିଷ ଓ ସିମ୍ପାଞ୍ଜିମାନଙ୍କୁ ଆକ୍ରମଣ କରେ[୪]
ସଂକ୍ରମିତ ହୋଇଥିବା ୮୫% ଲୋକଙ୍କ ଦେହରେ ଭୁତାଣୁ ରହିଯାଏ । ପେଜିଣ୍ଟେଫେରନ୍ ଓ ରିବାଭିରିନ୍ ସହ ବୋସେପ୍ରେଭିର୍ ବା ଟେଲାପ୍ରେଭିର୍ ଔଷଧ ମିଶେଇ ଦିଆଯାଏ । ଯକୃତ ସିର୍‌ହୋସିସ୍ କିମ୍ବା କର୍କଟ ହେଲେ ଯକୃତ ଟ୍ରାନ୍ସପ୍ଲାଣ୍ଟ ଆବଶ୍ୟକ ହୁଏ । ଟ୍ରାନ୍ସପ୍ଲାଣ୍ଟ ପରେ ମଧ୍ୟ ଭୁତାଣୁ ଆସି ପାରେ । ଏହି ରୋଗ ନିମନ୍ତେ କୌଣସି ଟୀକା ବାହାରି ନାହିଁ ।

ଚିହ୍ନ ଓ ଲକ୍ଷଣ[ସମ୍ପାଦନା]

ରୋଗ ନିର୍ଣ୍ଣୟ[ସମ୍ପାଦନା]

ଚିକିତ୍ସା[ସମ୍ପାଦନା]

ଆଧାର[ସମ୍ପାଦନା]

  1. Ryan KJ, Ray CG (editors), ed (2004). Sherris Medical Microbiology (4th ed.). McGraw Hill. ପୃଷ୍ଠା. 551–2. ISBN 0838585299. 
  2. Gravitz L. (2011). "A smouldering public-health crisis". Nature 474 (7350): S2-4. doi:10.1038/474S2a. PMID 21666731. 
  3. Houghton M (November 2009). "The long and winding road leading to the identification of the hepatitis C virus". Journal of Hepatology 51 (5): 939–48. doi:10.1016/j.jhep.2009.08.004. PMID 19781804. http://www.journal-of-hepatology.eu/article/S0168-8278%2809%2900535-2/fulltext. 
  4. Shors, Teri (2011-11-08). Understanding viruses (2nd ed.). Burlington, MA: Jones & Bartlett Learning. ପୃଷ୍ଠା. 535. ISBN 9780763785536. http://books.google.ca/books?id=Uk8xP5LRHr4C&pg=PA535.