ଯକୃତ

ଉଇକିପିଡ଼ିଆ‌ରୁ

ଯକୃତ (ଇଂରାଜୀ ଭାଷାରେ liver) ଉପର ପେଟର ଡାହାଣ ଭାଗରେ ଥିବା ଏକ ଆଭ୍ୟନ୍ତରୀଣ ଅଙ୍ଗ । କଥିତ ଭାଷାରେ ଏହାକୁ କଲିଜା ବୋଲି କୁହାଯାଏ ।

ଯକୃତ ଓ ପାଚନ ତନ୍ତ୍ର

କାର୍ଯ୍ୟ[ସମ୍ପାଦନା]

ଯକୃତ ଶରୀରର ଅନେକ ଜରୁରୀ କାମ କରିଥାଏ ।

  • ଯକୃତ ପିତ ତିଆରି କରିଥାଏ । ପିତ ହେଉଛି ଏକ ହଳଦିଆ-ସବୁଜ ରଙ୍ଗର ତରଳ ଯାହା କ୍ଷୁଦ୍ରାନ୍ତ୍ରରେ ଖାଦ୍ୟ ହଜମ କରିବାରେ ସାହାଯ୍ୟ କରିଥାଏ ।
  • ଯକୃତ ଶର୍କରା ଗଚ୍ଛିତ କରେ ଓ ରକ୍ତର ଶର୍କରା ମାତ୍ରା ସ୍ଥିର ରଖେ ।
  • ଯକୃତ ପୁଷ୍ଟିସାର ଓ ସ୍ନେହସାରରୁ ଶର୍କରା ତିଆରି କରିଥାଏ ।
  • ଯକୃତ କିଛି ମାତ୍ରାରେ ସ୍ନେହସାର ଓ କୋଲେଷ୍ଟରଲ୍ ମଧ୍ୟ ତିଆରି କରେ ।
  • ଯକୃତ ରକ୍ତରେ ଅନେକ ବସ୍ତୁକୁ ବିଘଟନ କରେ :
  • ଯକୃତ ଜୀବସାର ଓ ଧାତୁସାରକୁ ଗଚ୍ଛିତ ରଖେ ।
  • ଯକୃତ ଅନେକ ପୁଷ୍ଟିସାର ତିଆରି କରିଥାଏ ।
  • ଭୃଣରେ ଲୋହିତ ରକ୍ତ କଣିକା ତିଆରି କରିଥାଏ ।


ବାହାର ୱେବ୍‌ସାଇଟ୍‌[ସମ୍ପାଦନା]