ନିମୋନିଆ
| ନିମୋନିଆ | |
|---|---|
| ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ଏହି କୃଷ୍ନ-ଧବଳ ଏକ୍ସ-ରେ ଛବିରେ ଦେଖାଯାଉଛି: ନିମୋନିଆଦ୍ଵାରା ଡାହାଣ ପାଖ ଫୁସଫୁସର କ୍ଷତିଗ୍ରସ୍ତ ସ୍ଥାନର ଗୋଟିଏ ତ୍ରିକୋଣାକାର ଧଳା ଛାଇ |
|
| ICD-10 | J12., J13., J14., J15., J16., J17., J18., P23. |
| ICD-9 | 480-486, 770.0 |
| ରୋଗ ଡାଟାବେସ | 10166 |
| MedlinePlus | 000145 |
| eMedicine | topic list |
| MeSH | D011014 |
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ ଯାହା ପ୍ରାଥମିକ ଭାବେ ଏହାର ଅଣୁବୀକ୍ଷଣିୟ ବାୟୁ ଥଳିକୁ (Alveolus)[୧][୨] ଆକ୍ରମଣ କରେ । ସାଧାରଣତଃ ଏହି ରୋଗ ଭୁତାଣୁ ଓ ଜୀବାଣୁ ଦ୍ଵାରା ଏବଂ ଅନ୍ୟ ଅଣୁଜୀବ, ଔଷଧ ଓ ଅଟୋଇମ୍ମ୍ୟୁନିଟି ଦ୍ଵାରା ସଂଘଟିତ ହୁଏ ।
ଏହି ରୋଗର ଲକ୍ଷଣ ମଧ୍ୟରେ କାଶ, ଛାତି ଯନ୍ତ୍ରଣା, ଜର ଓ ଶ୍ଵାସକ୍ରିୟାରେ କଷ୍ଟ[୩] ଅନୁଭବ ଅନ୍ୟତମ । ଏକ୍ସ-ରେ ଓ କଫ ପରୀକ୍ଷା କରି ଏହା ସମ୍ପୁର୍ଣ୍ଣ ରୁପେ ନିଧାର୍ଯ୍ୟ କରାଯାଏ । କେତେକ ପ୍ରକାରର ନିମୋନିଆ ନିମନ୍ତେ ଟିକା ଉପଲବ୍ଧ ଅଛି । ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭରଶୀଳ । ଆଣ୍ଟିବାୟୋଟିକ ଦ୍ଵାରା ଜୀବାଣୁ ଜନିତ ନିମୋନିଆ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ପ୍ରବେଶ କରେଇ ଦିଆଯାଏ ।
ପ୍ରତିବର୍ଷ ପ୍ରାୟ ୪୫୦ ନିୟୁତ ଲୋକଙ୍କୁ ନିମୋନିଆ ହୁଏ ଓ ୪ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉନବିଂଶ ଶତାବ୍ଦୀରେ ଉଇଲିୟମ ଅସ୍ଲର ନିମୋନିଆକୁ ମୃତ୍ୟୁର କ୍ୟାପ୍ଟେନ୍[୪] ନାମରେ ଅଭିହିତ କରିଥିଲେ । ବିଂଶ ଶତାବ୍ଦିରେ ଆଣ୍ଟିବାୟୋଟିକ ଉଦ୍ଭାବନ ପରେ ଏହାର ମୃତ୍ୟୁ ହାରରେ ଉନ୍ନତି ପରିଲକ୍ଷିତ ହେଲା । ଏହା ସତ୍ତ୍ଵେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅତି ସାନ, ବୟୋବୃଦ୍ଧ ଓ ଦୀର୍ଘଦିନର ଅସୁସ୍ଥ ଲୋକଙ୍କର ମୃତ୍ୟୁର ଏବେବି ମୂଖ୍ୟ କାରଣ ହାର । [୫]
ବିଷୟସୂଚୀ |
ଚିହ୍ନ ଓ ଲକ୍ଷଣ [ସମ୍ପାଦନା]
| ଲକ୍ଷଣ ହାର | |
|---|---|
| ଲକ୍ଷଣ | ହାର |
| କାଶ |
|
| ଅବସନ୍ନ |
|
| ଜର |
|
| ଛୋଟ ଶ୍ଵାସ |
|
| ଖଙ୍କାର |
|
| ଛାତି ଯନ୍ତ୍ରଣା |
|
ନିମୋନିଆ ରୋଗୀଙ୍କର ସାଧାରଣତଃ କଫ ସହ କାଶ, କମ୍ପ ସହ ଜର, ଛୋଟ ଶ୍ଵାସ, ଲମ୍ଵା ପ୍ରଶ୍ଵାସ ନେଲାବେଳେ ତୀବ୍ର ଫୋଡିବା ଭଳି ଛାତି ଯନ୍ତ୍ରଣା ଓ ବର୍ଦ୍ଧିତ ଶ୍ଵାସ କ୍ରିୟା ହାର[୬] ଦେଖାଯାଏ । ବୟଷ୍କ ଲୋକଙ୍କର ବ୍ୟାକୁଳତା(Confusion) ଏକ ମୂଖ୍ୟ ଚିହ୍ନ ।[୬] ପାଞ୍ଚ ବର୍ଷ ବୟଷରୁ କମ ସାନ ପିଲାମାନଙ୍କର ଜର, କାଶ, କଷ୍ଟକର ଶ୍ଵାସ କ୍ରିୟା ଓ ଉପବାସ ମୂଖ୍ୟ ଲକ୍ଷଣ ହୁଏ ।
ଜର କୌଣସି ବିଧିବଦ୍ଧ ଭାବରେ ହୁଏ ନାହିଁ । ଅତି ସାଂଘାତିକ ରୋଗରେ ଓ ପୁଷ୍ଟିମାନ୍ଦ୍ୟ ଥିଲେ ଜର ନ ହୋଇପାରେ । ଦୁଇ ମାସରୁ ସାନ ପିଲାଙ୍କର ଅଧିକାଂଶ ସମଯରେ କାଶ ହୁଏ ନାହିଁ । ରୋଗ ସାଂଘାତିକ ହେଲେ ଚମ ନୀଳ ପଡେ, ଶୋଷ କମିଯାଏ, ବାତ ମାରେ, ଲଗାଏତ ବାନ୍ତି ହୁଏ, ଚେତନା କମ ରହେ ଓ ଉତ୍ତାପ ଅତି ଅଧିକ ବା କମ ରହେ ।
ଜୀବାଣୁ ଓ ଭୁତାଣୁ ଜନିତ ନିମୋନିଆରେ ଏହି ଭଳି ଲକ୍ଷଣ ଦେଖାଯାଏ । ଲେଜିଓନେଲା ଜନିତ ନିମୋନିଆରେ ପେଟ ଯନ୍ତ୍ରଣା, ତରଳ ଝାଡା ଓ ବ୍ୟାକୁଳତା ଦେଖାଯାଏ ।[୭] ସ୍ଟ୍ରେପ୍ଟୋକୋକସ୍ ନିମୋନିଆରେ ମାଟିଆ ଖଙ୍କାର ଦେଖାଯାଏ ।[୮] କ୍ଲେବସିଲା ଜନିତ ନିମୋନିଆରେ ରକ୍ତିମ ଖଙ୍କାର ପଡେ ଯାହାକୁ କ୍ୟୁରାଣ୍ଟ ଜେଲି(currant jelly) ନାମ ଦିଆ ଯାଇଛି । ଯକ୍ଷ୍ମା, ଗ୍ରାମ ବିଯୁକ୍ତାତ୍ମକ ନିମୋନିଆ, ଫୁସଫୁସରେ ପୂଜ(Lung abcess) ଥିଲେ ଓ ତୀବ୍ର ବ୍ରୋଙ୍କାଇଟିସ୍ରେ ମଧ୍ୟ କଫ ସାଥୀରେ ରକ୍ତ ପଡେ । ମାଇକୋପ୍ଲାଜ୍ମା ନିମୋନିଆରେ ବେକର ଲସିକା ଗ୍ରନ୍ଥି ଫୁଲିଯାଏ, ଗଣ୍ଠି ଯନ୍ତ୍ରଣା ହୁଏ ଓ ମଝି କାନ ସଂକ୍ରମଣ ହୁଏ ।
କାରଣ [ସମ୍ପାଦନା]
ନିମୋନିଆ ରୋଗ ଜୀବାଣୁ କିମ୍ଵା ଭୁତାଣୁ ଓ ଅଳ୍ପ ମାତ୍ରାରେ କବକ କିମ୍ଵା ପରଜୀବୀ ଦ୍ଵାରା ସୃଷ୍ଟି ହୁଏ । ଏକ ଶହରୁ ଅଧିକ ପ୍ରଜାତିର ସଂକ୍ରମଣ ପ୍ରତିନିଧି ଥିଲେ ମଧ୍ୟ ଅଧିକାଂଶ କ୍ଷେତ୍ରରେ ଅଳ୍ପ କେତେକଙ୍କ ଦ୍ଵାରା ଏହି ନିମୋନିଆ ରୋଗ ହୁଏ । ଜୀବାଣୁ ଓ ଭୁତାଣୁର ମିଶ୍ରିତ ସଂକ୍ରମଣ ୧୫% ଯୁବକ ଓ ୪୫% ପିଲାମାନଙ୍କଠାରେ ଦେଖାଯାଏ । ଯତ୍ନର ସହ ପରୀକ୍ଷା କଲେ ମଧ୍ୟ ଅର୍ଧେକ ରୋଗର ପ୍ରତିନିଧି ଚିହ୍ନି ହୁଏ ନାହିଁ ।
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ; ଯାହା କେବଳ ସଂକ୍ରମଣ ଦ୍ଵାରା ନ ହୋଇ ଅଟୋ ଇମ୍ମ୍ୟୁନ, ଔଷଧ କିମ୍ଵା ରାସାୟନିକ ଦ୍ରବ୍ୟଦ୍ଵାରା ମଧ୍ୟ ହୋଇପାରେ । ଚିକିତ୍ସା ବିଜ୍ଞାନ ଅନୁସାରେ ଏହାର ପ୍ରକୃତ ନାମ ନିମୋନାଇଟିସ୍(Pneumonitis) ।[୯][୧୦]
ଧୁମ୍ରପାନ, ପ୍ରତିରୋଧ ଅକ୍ଷମତା, ମଦ୍ୟାଶକ୍ତ, ଅବରୋଧକାରୀ ଫୁସଫୁସ୍ ରୋଗ, ପୁରାତନ ବୃକ୍କ ରୋଗ ଓ ଯକୃତ ରୋଗ ଇତ୍ୟାଦି ନିମୋନିଆର ବାହକ ରୁପେ ପରିଚିତ । ପ୍ରୋଟୋନ୍ ପମ୍ପ ବିରୋଧକାରୀ ଔଷଧ କିମ୍ଵା ଏଚ୍୨ ପ୍ରତିରୋଧକ ଔଷଧ ଖାଉଥିଲେ ନିମୋନିଆ ହେବା ସମ୍ଭାବନା ବଢିଯାଏ ।[୧୧] ଅଧିକ ବୟଷର ଲୋକଙ୍କର ମଧ୍ୟ ନିମୋନିଆ ସମ୍ଭାବନା ଅଧିକ ରହେ ।
ଜୀବାଣୁ [ସମ୍ପାଦନା]
ଗୋଷ୍ଠି ଗ୍ରହିତ ନିମୋନିଆ ରୋଗୀଙ୍କ କ୍ଷେତ୍ରରେ ୫୦% ରୋଗ କେବଳ ସ୍ଟ୍ରେପ୍ଟୋକୋକସ୍ ନିମୋନି ଜୀବାଣୁଦ୍ଵାରା ହୁଏ ।[୧୨] ଅନ୍ୟ ଜୀବାଣୁ ମଧ୍ୟରେ ୨୦% ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି, ୧୩% କ୍ଲାମିଡିଆ ନିମୋନି ଓ ୩% ମାଇକୋପ୍ଲାଜ୍ମା ନିମୋନି ଦ୍ଵାରା ନିମୋନିଆ ହୁଏ । ସ୍ଵଲ୍ପ ମାତ୍ରାରେ ରୋଗ ସୃଷ୍ଟିକାରୀ ଅନ୍ୟ ଜୀବାଣୁମାନଙ୍କର ନାମ ସ୍ଟାଫିଲୋକୋକସ୍ ଅରିଅସ୍, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଓ ବିଯୁକ୍ତାର୍ମକ ଗ୍ରାମ୍ ଜୀବାଣୁ । ଔଷଧ ବିରୋଧୀ ସ୍ଟ୍ରେପ୍ଟୋକୋକସ୍ ନିମୋନି ଓ ମେଥିସିଲିନ ଔଷଧ ବିରୋଧୀ ସ୍ଟାଫିଲୋକୋକସ୍ ଅରିଅସ୍ ମଧ୍ୟ ସାଧାରଣତଃ ରୋଗ ସୃଷ୍ଟି କରନ୍ତି ।
ସଂକଟ ପରିସ୍ଥିତି ଥିଲେ ରୋଗ ବାପିବାରେ ସୁବିଧା ହୁଏ । ମଦ୍ୟପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ଅବାୟୁଜୀବୀ ଓ ମାଇକୋବ୍ୟାକ୍ଟେରିଅମ୍ ଟ୍ୟୁବର୍କୁଲୋସିସ୍; ଧୂମପାୟୀଙ୍କଠାରେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି, ମୋରାକ୍ସେଲା କାଟାରାଲିସ୍, ଲେଜିଓନେଲା ନିମୋଫିଲା ଜୀବାଣୁମାନଙ୍କଦ୍ଵାରା ନିମୋନିଆ ହୁଏ । ପକ୍ଷୀ ସଂସ୍ପର୍ଷରେ ଆସିଲେ କ୍ଲାମିଡିଆ ସିଟାସି, ଫାର୍ମ ପଶୁମାନଙ୍କଠାରୁ କୋକ୍ସିଏଲା ବୁମେଟ୍ଟି, ପାକସ୍ଥଳୀ ଦ୍ରବ୍ୟ କାଢିବା ପରେ ଅବାୟୁଜୀବୀମାନେ ନିମୋନିଆ ସୃଷ୍ଟି କରନ୍ତି । ଶୀତଦିନେ ସ୍ଟ୍ରେପ୍ଟୋକୋକସ୍ ନିମୋନିଦ୍ଵାରା ଅଧିକ ନିମୋନିଆ ହୁଏ ।
ଭୁତାଣୁ [ସମ୍ପାଦନା]
ସମସ୍ତ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧/୩ ଭାଗ ବୟଃପ୍ରାପ୍ତ ଲୋକଙ୍କୁ ହୁଏ ଓ ୧୫% ପିଲାମାନଙ୍କୁ ହୁଏ । ରୋଗ ସୃଷ୍ଟିକାରୀ ଭୁତାଣୁମାନଙ୍କ ନାମ: ରାଇନୋ ଭୁତାଣୁ, କରୋନା ଭୁତାଣୁ, ଇନ୍ଫ୍ଲୁଏଞ୍ଜା ଭୁତାଣୁ, ରେସ୍ପିରେଟରି ସିନ୍ସିଟିଆଲ୍ ଭୁତାଣୁ, ଆଡେନୋ ଭୁତାଣୁ ଓ ପାରାଇନ୍ଫ୍ଲୁଏଞ୍ଜା ଭୁତାଣୁ । ନବଜାତ, କ୍ୟାନ୍ସର୍ ରୋଗୀ, ପ୍ରତିରୋପିତ ରୋଗୀ ଓ ପୋଡା ଘାଆ ରୋଗୀଙ୍କ ବ୍ୟତିତ ଅନ୍ୟ ଲୋକଙ୍କୁ ହର୍ପ୍ଲେକ୍ସ ସିମ୍ପ୍ଲେକ୍ସ ଭୁତାଣୁ କ୍ଵଚିତ ଆକ୍ରମଣ କରେ ।[୧୩] ଅଙ୍ଗ ପ୍ରତିରୋପିତ ଓ ପ୍ରତିରୋଧ ଅକ୍ଷମ ଲୋକଙ୍କୁ ସାଇଟୋମେଗାଲୋ ଭୁତାଣୁ ଆକ୍ରମଣ କରେ । ଭୁତାଣୁ ସଂକ୍ରମିତ ନିମୋନିଆ ରୋଗୀଙ୍କର ଅନ୍ୟ କିଛି ସ୍ଵାସ୍ଥ୍ୟଗତ ଅସୁବିଧା ଥିଲେ ସ୍ଟ୍ରେପ୍ଟୋକୋକସ୍ ନିମୋନି, ସ୍ଟାଫିଲୋକୋକସ୍ ଅରିଅସ୍, କିମ୍ଵା ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଜୀବାଣୁ ଦ୍ଵାରା ମଧ୍ୟ ସଂକ୍ରମିତ ହୁଅନ୍ତି । ଋତୁ ଅନୁସାରେ ଭିନ୍ନ ଭିନ୍ନ ଭୁତାଣୁ ଆକ୍ରମଣ କରନ୍ତି ଯେପରିକି ଶୀତଋତୁରେ ଇନ୍ଫ୍ଲୁଏଞ୍ଜା ଭୁତାଣୁ ଅର୍ଦ୍ଧାଧିକ ରୋଗୀଙ୍କ କାରଣ ରୁପେ ବିବେଚିତ ହୁଏ । ବେଳେ ବେଳେ ହାନ୍ଟା ଓ କରୋନା ଭୁତାଣୁ ଦ୍ଵୟ ମଧ୍ୟ ନିମୋନିଆ ରୋଗ କରନ୍ତି ।
କବକ [ସମ୍ପାଦନା]
ଯେଉଁମାନଙ୍କର ଦୁର୍ବଳ ପ୍ରତିରୋଧ ଥାଏ, ଏଡ୍ସ୍ ଥାଏ, ପ୍ରତିରୋଧ ବାଧକ ଔଷଧ ସେବନ କରନ୍ତି କିମ୍ଵା ଅନ୍ୟ ରୋଗଗ୍ରସ୍ତ ଥାଆନ୍ତି, ସେମାନଙ୍କୁ ସାଧାରଣତଃ କବକ ଆକ୍ରମଣ କରେ । [୧୪] ଏହି କବକମାନଙ୍କର ନାମ: ହିସ୍ଟୋପ୍ଲାଜ୍ମା କ୍ୟାପ୍ସୁଲେଟମ୍, ବ୍ଲାସ୍ଟୋମାଇସେସ୍, କ୍ରିପ୍ଟୋକୋକସ୍ ନିଓଫର୍ମାନ୍ସ୍, ନିମୋସାଇଟିସ୍ ଜିରୋଭେସି ଓ କକ୍ସିଡିଓଡେସ୍ ଇମିଟିସ୍ । ମିସିସିପି ନଦୀ ଇଲାକାରେ ହିସ୍ଟୋପ୍ଲାଜ୍ମୋସିସ୍ କବକ ଜନିତ ଓ ଦକ୍ଷିଣ ପଶ୍ଚିମ ଆମେରିକାରେ କକ୍ସିଡିଓମାଇସେସ୍ କବକ ଜନିତ ନିମୋନିଆ ହୁଏ । କମ୍ ପ୍ରତିରୋଧ ଶକ୍ତି ଯୋଗୁ ଓ ଗମନାଗମନ ସୁବିଧା ଯୋଗୁ ବିଂଶ ଶତାବ୍ଦୀର ଦ୍ଵିତୀୟ ଭାଗରେ ଅଧିକ ରୋଗ ହୋଇଥିଲା ।
ପରଜୀବୀ [ସମ୍ପାଦନା]
ଫୁସ୍ଫୁସ୍କୁ ଆକ୍ରମଣ କରୁଥିବା ପରଜୀବୀମାନଙ୍କର ନାମ: ଟକ୍ସୋପ୍ଲାଜ୍ମା ଗୁଣ୍ଡି, ସ୍ଟ୍ରଙ୍ଗିଲଏଡେସ୍ ସ୍ଟେର୍କୋରାଲିସ୍, ଆସ୍କାରିସ୍ ଲୁମ୍ବ୍ରିକଏଡିସ୍ ଓ ପ୍ଲାଜ୍ମୋଡିଅମ ମାଲେରି । ଚର୍ମ ମାଧ୍ୟମ, ଖାଦ୍ୟ ମାଧ୍ୟମ ଓ କୀଟ ମାଧ୍ୟମରେ ପରଜୀବୀମାନେ ଦେହରେ ପ୍ରବେଶ କରନ୍ତି । ପାରାଗୋନିଅମ୍ ଵେସ୍ଟର୍ମାନି ବ୍ୟତୀତ ଅଧିକାଂଶ ପରଜୀବୀ ସିଧା ସଳଖ ଫୁସ୍ଫୁସ୍କୁ ଆକ୍ରମଣ ନ କରି ଅନ୍ୟ ଅଙ୍ଗ ଆକ୍ରମଣ କରନ୍ତି ଓ ସେଠାରୁ ଏହା ବିସ୍ତାର ହୁଏ । ଆସ୍କାରିସ୍ ଓ ସ୍ଟ୍ରଙ୍ଗିଲଏଡ୍ ଜେନେରା ଦ୍ଵୟ ଇଓସିନିକ ପ୍ରତିକ୍ରିୟା କରିବା ଯୋଗୁ ଇଓସିନୋଫିଲିକ୍ ନିମୋନିଆ ହୁଏ । ମ୍ୟାଲେରିଆରେ ସାଇଟିକାଇନ୍ ଯୋଗୁ ହୁଏ । ବିକଶିତ ରାଷ୍ଟ୍ରମାନଙ୍କରେ ଅନ୍ୟ ଦେଶମାନଙ୍କରୁ ଫେରୁଥିବା ଲୋକମାନେ ଏହି ରୋଗ ବ୍ୟାପିବାରେ ସାହଯ୍ୟ କରନ୍ତି । ଏହି ରୋଗ ପ୍ରତିରୋଧ ଶକ୍ତି ରହିତ ଲୋକମାନଙ୍କ ଠାରେ ଅଧିକ ଦେଖାଯାଏ ।[୧୫]
ଅଜ୍ଞାତ କାରଣ [ସମ୍ପାଦନା]
ଅଣସଂକ୍ରମଣ ନିମୋନିଆ ବା ଇଣ୍ଟର୍ସ୍ଟିସିଆଲ୍ ନିମୋନିଆ ଗୋଟିଏ କାରଣ ଜଣା ନ ପଡୁଥିବା ନିମୋନିଆ ରୋଗ ସମଷ୍ଟି ବା ବିସ୍ତାରିତ ଫୁସ୍ଫୁସ୍ ରୋଗ ସମଷ୍ଟି । ଏହି ସମସ୍ଟିରେ ଥିବା ରୋଗମାନଙ୍କର ନାମ: ଡିଫ୍ୟୁଜ୍ ଆଲ୍ଭିଓଲାର୍ ଡାମେଜ୍, ଅର୍ଗାନାଇଜିଙ୍ଗ ନିମୋନିଆ, ନନ୍ସ୍ପେସିଫିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଲିମ୍ଫୋସାଇଟିକ୍ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ଡିସ୍କ୍ଵାମେଟିଭ ଇଣ୍ଟରସ୍ଟିସିଆଲ୍ ନିମୋନିଆ, ରେସ୍ପିରେଟରି ବ୍ରୋଙ୍କିଆଲ୍ ଇଣ୍ଟରସ୍ଟିସିଆଲ୍ ଫୁସ୍ଫୁସ୍ ରୋଗ ଓ ସାଧାରଣ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
ବିକାରୀ ଶରୀର କ୍ରିୟା(Pathophysiology) [ସମ୍ପାଦନା]
ଅଧିକାଂଶ ସମୟରେ ଶ୍ଵାସ ନଳୀର ଉପର ଭାଗରେ ସଂକ୍ରମଣ ହେବା ପରେ ନିମ୍ନ ଭାଗ ସଂକ୍ରମିତ ହୁଏ ।
ଭୁତାଣୁ ଜନିତ [ସମ୍ପାଦନା]
ଅନେକ ଗୁଡିଏ ପଥ ମାଧ୍ୟମରେ ଭୁତାଣୁ ଫୁସ୍ଫୁସ୍ରେ ପହଞ୍ଚେ । ଫୁସ୍ଫୁସୀୟ ସିନ୍ସିଟିଆଲ୍ ଭୁତାଣୁ ପ୍ରଦୂଷିତ ଜିନିଷକୁ ଛୁଇଁବା ପରେ ଆଖି ଓ ନାକକୁ ସ୍ପର୍ଷ କଲେ ରୋଗ ସଂକ୍ରମଣ ହୁଏ ।[୧୬] ପ୍ରଦୂଷିତ ବାୟୁବାହୀ ସୂକ୍ଷ୍ମ କଣା ପାଟି ବା ନାକ ବାଟେ ଫୁସ୍ଫୁସ୍କୁ ଯାଏ । ଥରେ ଉର୍ଦ୍ଧ୍ଵ ବାୟୁ ପଥକୁ ଗଲେ ସେଠାରୁ ଫୁସ୍ଫୁସ୍କୁ ଯାଇ ବାୟୁ ଥଳୀ ଓ ଫୁସ୍ଫୁସ୍ର କୋଷମାନଙ୍କୁ ଆକ୍ରମଣ କରନ୍ତି । [୧୭] ମିଳିମିଳା ଓ ହର୍ପିସ୍ ଭୁତାଣୁ ରକ୍ତ ମାଧ୍ୟମରେ ଫୁସ୍ଫୁସ୍କୁ ଯାଏ । ଫୁସ୍ଫୁସ୍ ସଂକ୍ରମିତ ହେବା ପରେ ବିଭିନ୍ନ ମାତ୍ରାରେ କୋଷ ମୃତ୍ୟୁ ହୁଏ । ପ୍ରତିରୋଧ ବିଭାଗ ପ୍ରତିକ୍ରିୟା କରିବା ପରେ ଆହୁରି ଅଧିକ କୋଷ ମୃତ୍ୟୁ ହୁଏ । ଶ୍ଵେତ ରକ୍ତ କଣିକା ମଧ୍ୟରୁ ମୋନୋନ୍ୟୁକ୍ଲିଆର କୋଷ ଅଧିକ ପ୍ରଦାହ ସୃଷ୍ଟି କରନ୍ତି । ଅନେକ ଭୁତାଣୁ ଫୁସ୍ଫୁସ୍କୁ ଆକ୍ରମଣ କରିବା ସହ ଅନ୍ୟ ଅଙ୍ଗମାନଙ୍କୁ ମଧ୍ୟ ଆକ୍ରମଣ କରନ୍ତି । ଭୁତାଣୁ ଶରୀରକୁ ଦୁର୍ବଳ କଲା ପରେ ଜୀବାଣୁ ମଧ୍ୟ ଅତି ସହଜରେ ତାହା ସହ ମିଶି ଆକ୍ରମଣ କରନ୍ତି ।ଏହାକୁ କୋମରବିଡ୍ ଅବସ୍ଥା କହନ୍ତି । [୧୮]
ଜୀବାଣୁ ଜନିତ [ସମ୍ପାଦନା]
ନାକ ଓ ଗଳାରେ ରହୁଥିବା ଅଧିକାଂଶ ଜୀବାଣୁ ଶୋଷି ହୋଇ ଶ୍ଵାସ ପଥ ଦେଇ ଫୁସ୍ଫୁସ୍ର ପହଞ୍ଚେ । ଶୋଇଥିବା ଅବସ୍ଥାରେ ସାଧାରଣ ଜନ ସମୁଦାୟର ଅର୍ଦ୍ଧେକ ସଂଖ୍ୟା ଏହି ଉପାୟରେ ସଂକ୍ରମିତ ହୁଅନ୍ତି । ଗଳାରେ ସର୍ବଦା ଜୀବାଣୁ ଥିଲେ ମଧ୍ୟ ରୋଗ ସୃଷ୍ଟିକାରୀ ଜୀବାଣୁ କେତେକ ନିର୍ଦ୍ଦିଷ୍ଟ ସମୟରେ ଓ ଅବସ୍ଥାରେ ରହନ୍ତି । ପ୍ରଦୂଷିତ ବାୟୁ କଣାରେ ଥିବା ଯକ୍ଷ୍ମା ଓ ଲେଜିଓନେଲା ନିମୋଫିଲା ଜୀବାଣୁ ପ୍ରଶ୍ଵାସରେ ପ୍ରବେଶ କରନ୍ତି । ରକ୍ତ ମାଧ୍ୟମରେ ମଧ୍ୟ ଜୀବାଣୁ ବିସ୍ତାର ଲାଭ କରନ୍ତି । ଫୁସ୍ଫୁସ୍ରେ ପ୍ରବେଶ କରିବା ପରେ ବାୟୁ ଥଳୀ ଓ ଫୁସ୍ଫୁସ୍ କୋଷ ମଧ୍ୟରେ ଥିବା ସ୍ଥାନରେ ଜୀବାଣୁ ପ୍ରବେଶ କଲେ ମାକ୍ରୋଫେଜ୍ ଓ ନିଉଟ୍ରୋଫିଲ୍ ଦ୍ଵୟ ଏମାନଙ୍କୁ କର୍ତ୍ତବ୍ୟ ଶୁନ୍ୟ କରିବାକୁ ଚେଷ୍ଟା କରନ୍ତି ।[୧୯] ନିଉଟ୍ରୋଫିଲ୍ରୁ ନିର୍ଗତ ସାଇଟୋକାଇନ୍ ପ୍ରତିରୋଧ ବିଭାଗକୁ ସକ୍ରିୟ କରନ୍ତି ।[୨୦] ଏହି କାରଣରୁ ଜର, କମ୍ପ ଓ ଥକ୍କା ଲାଗେ । ନିଉଟ୍ରୋଫିଲ୍, ଜୀବାଣୁ ଓ ରକ୍ତ ନଳୀରୁ ନିର୍ଗତ ତରଳ ପଦାର୍ଥ ବାୟୁ ଥଳିରେ ଜମା ହୋଇଯାଏ ଯାହା ଚିତ୍ରରେ ଦର୍ଶାଯାଇଛି ।[୨୧]
ରୋଗ ନିର୍ଣ୍ଣୟ [ସମ୍ପାଦନା]
ରୋଗ ଲକ୍ଷଣ, ଚିହ୍ନ ଓ ଛାତି ଏକ୍ସ-ରେ ଛବି ପରୀକ୍ଷା କରି ନିମୋନିଆ ରୋଗ ନିର୍ଣ୍ଣୟ କରାଯାଏ ।[୨୨] ରୋଗ ଚିହ୍ନି ହେଲେ ମଧ୍ୟ ରୋଗର କାରଣ ସର୍ବଦା ଜାଣି ହୁଏ ନାହିଁ, ଜୀବାଣୁ ଓ ଅଣଜୀବାଣୁ ଚିହ୍ନିବା ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ପରୀକ୍ଷା ବାହାରି ନାହିଁ । ପିଲାମାନଙ୍କର ନିମୋନିଆ ହେଲେ କାଶ କିମ୍ଵା ଶ୍ଵାସ କ୍ରିୟାରେ ଅସୁବିଧା ହୁଏ, ଦ୍ରୁତ ଶ୍ଵାସ ହାର ହୁଏ, ଛାତି ଭିତରକୁ ପଶିଯାଏ ଓ ସ୍ଵଳ୍ପ ଚେତନା ହୁଏ । ଏହି ଲକ୍ଷଣ ସମସ୍ତ ଡବ୍ଲ୍ୟୁ. ଏଚ୍.ଓ. ସଂଜ୍ଞା ଅନ୍ତର୍ଭୁକ୍ତ । ନିମୋନିଆରେ ଶ୍ଵାସ କ୍ରିୟା ହାର: ଦୁଇ ମାସରୁ ସାନ ପିଲାଙ୍କର ୬୦/ମିନିଟରୁ ଅଧିକ, ଦୁଇ ମାସରୁ ଏକ ବର୍ଷ ପର୍ଯ୍ୟନ୍ତ ୫୦/ମିନିଟ, ଏକ ବର୍ଷରୁ ୫ ବର୍ଷ ପର୍ଯ୍ୟନ୍ତ ୪୦/ମିନିଟ ।[୨୩] ପିଲା ମାନଙ୍କଠାରେ ଦ୍ରୁତ ଶ୍ଵାସ କ୍ରିୟା ଓ ଛାତି ଭିତରକୁ ପଶିଯିବା ଚିହ୍ନମାନ ସ୍ଟେଥୋସ୍କୋପ୍ରେ ଶୁଭୁଥିବା କ୍ରାକ୍ଲ ଶବ୍ଦଠାରୁ ଅଧିକ ସମ୍ବେଦନଶୀଳ ।
ଯଦି ବିଶେଷ ଚିହ୍ନ ନାହିଁ ଓ ସ୍ଟେଥୋଦ୍ଵାରା କୌଣସି ଅସ୍ଵାଭାବିକ ଶବ୍ଦ ଶୁଭୁନାହିଁ, ତାହା ହେଲେ ନିମୋନିଆ ସଙ୍କଟପୂର୍ଣ୍ଣ ହୁହେଁ ଓ ବିଶେଷ ପରୀକ୍ଷା ଅନାବଶ୍ୟକ ହୁଏ ।[୨୪] ଡାକ୍ତରଖାନା ଵାର୍ଡରେ ରହିଲେ ବିଭିନ୍ନ ପରୀକ୍ଷା କରାଯାଏ, ଯଥା: ପଲ୍ସ ଅକ୍ସିମେଟ୍ରି, ଛାତି ଏକ୍ସ-ରେ, ରକ୍ତର ସି.ବି.ସି., ସେରମ୍ ଏଲେକ୍ଟ୍ରୋଲାଟ୍, ସି ରିଆକ୍ଟିଭ ପ୍ରୋଟିନ୍ ଓ ଲିଭର ଫଙ୍କସନ୍ ପରୀକ୍ଷା କରାଯାଏ । ଇନ୍ଫ୍ଲୁଏଞ୍ଜା ସଦୃଶ ରୋଗ ଗୁଡିକ ଲକ୍ଷଣ/ଚିହ୍ନରୁ ନିର୍ଣ୍ଣୟ କରାଯାଏ କିନ୍ତୁ ଇନଫ୍ଲୁଏଞ୍ଜା ରୋଗ ନିମନ୍ତେ ପରୀକ୍ଷା ଆବଶ୍ୟକ ।[୨୫] ଇନ୍ଫ୍ଲୁଏଞ୍ଜା ହେଉଥିବା ସ୍ଥାନ ଓ ରାପିଡ୍ ଇନ୍ଫ୍ଲୁଏଞ୍ଜା ପରୀକ୍ଷା ଉପରେ ଚିକିତ୍ସା ପର୍ଯ୍ୟବେଶିତ ହୁଏ ।[୨୫]
ଶାରୀରିକ ପରୀକ୍ଷା [ସମ୍ପାଦନା]
ରୋଗୀର ଶାରୀରିକ ପରୀକ୍ଷା କଲେ କମ୍ ରକ୍ତ ଚାପ, ଦୃତ ହୃତ୍ପିଣ୍ଡ ଗତି ଓ କମ୍ ଅମ୍ଳଜାନ ସାଚୁରେସନ୍ ଦେଖାଯାଏ । ଶ୍ଵାସ କ୍ରିୟା ହାର ଦୃତ ହୁଏ ଓ ଏହା ଅନ୍ୟ କିଛି ଚିହ୍ନ ଦେଖାଯିବାର ଦିନେ ବା ଦୁଇ ଦିନ ପୂର୍ବରୁ ଦେଖା ଯାଇପାରେ । ଛାତି ପରୀକ୍ଷାରେ କିଛି ଅସାଧାରଣ ଜଣାଯାଏ ନାହିଁ କିନ୍ତୁ ରୋଗାକ୍ରାନ୍ତ ପଟର ଛାତି ଅଳ୍ପ ପ୍ରସାରିତ ହୁଏ । ପ୍ରଦାହ ହୋଇଥିବା ବଡ ଶ୍ଵାସ ନଳୀରେ ବାୟୁ ଗତି କଲା ବେଳେ ଯେଉଁ ଶବ୍ଦ ଉତ୍ପନ୍ନ ହୁଏ ତାହାକୁ ବ୍ରୋଙ୍କିଆଲ ଶ୍ଵାସ(bronchial breathing) କହନ୍ତି ଓ ଏହା ସ୍ଟେଥୋସ୍କୋପ୍ ସାହାଯ୍ୟରେ ଶୁଣାଯାଏ । ପ୍ରଶ୍ଵାସ ନେଲା ବେଳେ ସଂକ୍ରମିତ ଫୁସ୍ଫୁସ୍ ଉପର ଛାତି ଉପରେ ଯେଉଁ ଶବ୍ଦ ଶୁଣାଯାଏ ତାହାକୁ କ୍ରାକ୍ଲ୍ ବା ରେଲ୍ସ୍(Rales) କହନ୍ତି । ପର୍କସନ୍ କଲେ ଛାତି ଶବ୍ଦ ନିଦା ଲାଗେ ।
ଇମେଜିଙ୍ଗ [ସମ୍ପାଦନା]
ରୋଗ ନିର୍ଣ୍ଣୟ ନିମନ୍ତେ ଅଧିକତର ଛାତି ଏକ୍ସ-ରେ କରି ଦେଖାଯାଏ । ମୃଦୁ ରୋଗ ହୋଇଥିଲେ ଯଦି ଔଷଧ ଦ୍ଵାରା ଉନ୍ନତି ହେଉ ନାହିଁ ବା ମୂଳ କାରଣ ଜଣା ନାହିଁ ତାହା ହେଲେ ଇମେଜିଙ୍ଗ ଦରକାର ହୁଏ ।[୨୬] ଆଡମିଶନ ହେବା ଭଳି ଅବସ୍ଥା ହେଲେ ଛାତି ଏକ୍ସ-ରେ ଆବଶ୍ୟକ ହୁଏ । ପରୀକ୍ଷା ତଥ୍ୟରୁ ରୋଗର ଭୟାବହତା ବା ଜୀବାଣୁ/ ଭୁତାଣୁ ରୋଗ ହୋଇଛି କି ନାହିଁ ସେ ବିଷୟରେ କିଛି ଜଣା ପଡେ ନାହିଁ ।
ଏକ୍ସ-ଛବି ଦେଖି ତିନି ପ୍ରକାର ବର୍ଗୀକରଣ କରାଯାଏ ଯଥା ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ ଓ ଇଣ୍ଟରସ୍ଟିସିଆଲ୍ ନିମୋନିଆ ।[୨୭] ଗୋଷ୍ଠିଗତ ନିମୋନିଆ ଥିଲେ ଫୁସ୍ଫୁସ୍ର ଗୋଟିଏ ସେଗମେଣ୍ଟାଲ୍ ଲୋବ୍ରେ କନସୋଲିଡେସନ୍ ଦେଖାଯାଏ ଯାହାକୁ ଲୋବାର ନିମୋନିଆ କୁହାଯାଏ । କିନ୍ତୁ ତଥ୍ୟ ସବୁ ଅଲଗା ଅଲଗା ହୋଇପାରେ । ଫୁସ୍ଫୁସ୍ର ଦୁଇ ପାଖର ନିମ୍ନ ଭାଗ ବିଶେଷତଃ ଡାହାଣ ପାଖ ଅସ୍ଵଚ୍ଛ ଦେଖାଗଲେ ଆସ୍ପିରେସନ୍ ନିମୋନିଆ ସମ୍ଭାବନା ରହେ । ଭୁତାଣୁ ନିମୋନିଆ ହେଲେ ସାଧାରଣ ଦେଖା ଯାଇପାରେ, ଫୁଲି ଯାଇ ଦୁଇ ପାର୍ଶ୍ଵରେ ଛୋଟ ଛୋଟ ଖଣ୍ଡ ଅସ୍ଵଚ୍ଛତା ଦେଖାଯାଏ । ପ୍ରାରମ୍ଭ ବେଳେ, ନିର୍ଜଳନ(Dehydration) ଥିଲେ ବା ପୃଥୁଳକାୟ ହୋଇଥିଲେ କୌଣସି ଅସାଧାରଣ ଛବି ଦେଖା ଯିବନାହିଁ । ସି.ଟି. ସ୍କାନ କଲେ ଅଧିକ ତଥ୍ୟ ମିଳେ ।
ଅଣୁଜୀବ ବିଜ୍ଞାନ [ସମ୍ପାଦନା]
ସାଂଘାତିକ ହୋଇ ନ ଥିବା ବା ଘରେ ଚିକିତ୍ସିତ ହେଉଥିବା ରୋଗୀ ଚିକିତ୍ସା ଦ୍ଵାରା ଆରାମ ନ ପାଉଥିଲେ କଫ ପରୀକ୍ଷା କରିବା ଆବଶ୍ୟକ ହୁଏ ଓ ଯକ୍ଷ୍ମା ଜୀବାଣୁର ଉପସ୍ଥିତି ଜାଣିବା ନିମନ୍ତେ ଖଙ୍କାର କଲ୍ଚର୍ କରାଯାଏ । ଜନ ସ୍ଵାସ୍ଥ୍ୟ କାରଣରୁ ମହାମାରୀ ସମୟରେ ଜୀବାଣୁ ଚିହ୍ନିବା ଦରକାର ହୁଏ । ଡାକ୍ତରଖାନାରେ ଭର୍ତ୍ତି ହେଲେ ଖଙ୍କାର ସହ ରକ୍ତ କଲ୍ଚର୍ କରାଯାଏ ।[୨୬] ଏହା ସହ ଲେଜିଓନେଲା ଓ ସ୍ଟ୍ରେପ୍ଟୋକୋକସ୍ ଆଣ୍ଟିଜେନ ଉପସ୍ଥିତି ଜାଣିବା ନିମନ୍ତେ ପରିସ୍ରା ପରୀକ୍ଷା କରାଯାଏ । ଭୁତାଣୁ ଉପସ୍ଥିତି ଜାଣିବା ନିମନ୍ତେ କଲ୍ଚର ଓ ପଲିମରେଜ୍ ଚେନ୍ ରିଆକ୍ସନ୍ ବା ପି.ସି.ଆର ପରୀକ୍ଷା କରାଯାଏ । କିନ୍ତୁ ଏଠାରେ ଉଲ୍ଲେଖନୀୟ, କେବଳ ୧୫% ରୋଗୀଙ୍କର ନିୟମିତ ପରୀକ୍ଷା ଦ୍ଵାରା ରୋଗ ଜୀବାଣୁ ଜାଣି ହୁଏ ।
ବର୍ଗୀକରଣ [ସମ୍ପାଦନା]
ବିଭିନ୍ନ ପ୍ରସଙ୍ଗରେ ବିଭିନ୍ନ ପ୍ରକାରର ବର୍ଗୀକରଣ କରାଯାଏ ।
- ସଂକ୍ରାମକ ଓ ଅଣସଂକ୍ରାମକ ।
[୨୮] - ସ୍ଥାନ ଅନୁସାରେ - ଗୋଷ୍ଠୀରୁ ଆନୀତ, ଆସ୍ପିରେସନ୍ ଦ୍ଵାରା, ସ୍ଵାସ୍ଥ୍ୟ କର୍ମୀ ମାଧ୍ୟମରେ, ଚିକିତ୍ସାଳୟରୁ ଆନୀତ ଓ ଭେଣ୍ଟିଲେଟର୍ ଆନୀତ ।
[୨୯] - ଫୁସ୍ଫୁସ୍ର ସ୍ଥାନ ଅନୁସାରେ - ଲୋବାର ନିମୋନିଆ, ବ୍ରଙ୍କୋନିମୋନିଆ, ତୀବ୍ର ଇଣ୍ଟରସ୍ଟିସିଆଲ୍ ନିମୋନିଆ ।
- ଜୀବାଣୁ ନାମ ଅନୁସାରେ
[୩୦] - ଶିଶୁମାନଙ୍କର ସାଧାରଣ, ସାଙ୍ଘାତିକ ଓ ଅତି ସାଙ୍ଗାତିକ ।[୩୧]
ଭେଦାତ୍ମକ ନିର୍ଣ୍ଣୟ(Differential Diagnosis) [ସମ୍ପାଦନା]
ଏକା ଭଳି ଲକ୍ଷଣ ଓ ଚିହ୍ନ ଥାଇ ଅନ୍ୟ ରୋଗମାନଙ୍କର ନାମ: କ୍ରନିକ୍ ଅବ୍ସ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ(ସି.ଓ.ପି.ଡି), ଆଜ୍ମା(Asthma), ପଲ୍ମୋନାରି ଇଡିମା, ବ୍ରୋଙ୍କିଏକ୍ଟାସିସ୍, ଫୁସ୍ଫୁସ୍ କର୍କଟ ଓ ପଲ୍ମୋନାରି ଏମ୍ବୋଲିଜ୍ମ । କ୍ରନିକ୍ ଅବ୍ଟ୍ରକ୍ଟିଭ ପଲ୍ମୋନାରି ରୋଗ(ସି.ଓ.ପି.ଡି)ଦ୍ଵୟରେ ରୋଗୀର ନାକରୁ ସଁ ସଁ ଶବ୍ଦ(Wheeze) ଆସେ । ଫୁସ୍ଫୁସ୍ ଶୋଥ ରୋଗରେ ଇ.ସି.ଜି. ପରିବର୍ତ୍ତନ ଦେଖାଯାଏ । କର୍କଟ ଓ ବ୍ରୋଙ୍କିଏକ୍ଟାସିସ୍ରେ କାଶ ବହୁତ ଦିନ ଧରି ହେଉଥିବାର ଇତିହାସ ଥାଏ । ଫୁସ୍ଫୁସ୍ ଏମ୍ବୋଲିଜ୍ମରେ ତୀବ୍ର ଛାତି ଯନ୍ତ୍ରଣା ସହ ଛୋଟ ଶ୍ଵାସ ହୁଏ ।
ନିବାରଣ [ସମ୍ପାଦନା]
ନିବାରଣ [ସମ୍ପାଦନା]
ଟିକା, ପରିବେଶ ସୁରକ୍ଷା ଓ ଅନ୍ୟାନ୍ତ ସ୍ଵାସ୍ଥ୍ୟ ବିଷୟରେ ଉପଯୁକ୍ତ ଚିକିତ୍ସା: ଏହି ସମସ୍ତ ବିଷୟ ପ୍ରତି ଧ୍ୟାନ ଦେଲେ ନିବାରଣ ହୋଇ ପାରିବ । ଉପଯୁକ୍ତ ଯତ୍ନ ନେଲେ ପୃଥିବୀରେ ରୋଗୀ ସଂଖ୍ୟା ୪୦୦,୦୦୦ କମିଯିବ । ଶିଶୁ ମୃତ୍ୟୁ ସଂଖ୍ୟା ୬୦୦,୦୦୦ କମିଯିବ ।
ଟିକା [ସମ୍ପାଦନା]
ଇନ୍ଫ୍ଲୁଏଞ୍ଜା ଏ ଓ ବି ନିମନ୍ତେ ଟିକା ମଧ୍ୟମ ଧରଣର କାମ କରେ ।[୩୨] ୬ ମାସ ଓ ତଦୁର୍ଦ୍ଧ୍ଵ ବୟସ ଲୋକଙ୍କୁ ପ୍ରତି ବର୍ଷ ଟିକା ଦେବା ଦରକାର । ସ୍ଵାସ୍ଥ୍ୟ କର୍ମଚାରୀମାନଙ୍କୁ ଟିକା ଦେଲେ ସେମାନଙ୍କ ରୋଗୀମାନେ ରୋଗ ମୁକ୍ତ ହୋଇ ପାରିବେ । ମହାମାରୀ ହେଲେ ଆମାଣ୍ଟାଡାଇନ୍ ଓ ରିମାଣ୍ଟାଡାଇନ୍ ଦେଲେ ସାହାଯ୍ୟ ହୋଇପାରେ ।
ହେମୋଫାଇଲସ୍ ଇନ୍ଫ୍ଲୁଏଞ୍ଜି ଓ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଭଲ କାମ କରୁଥିବା ପ୍ରମାଣ ମିଳିଛି । ଯୁବକମାନଙ୍କ ନିମନ୍ତେ ମଧ୍ୟ ସ୍ଟ୍ରେପ୍ଟୋକୋକାଲ୍ ନିମୋନି ଟିକା ଇନ୍ଭେସିଭ୍ ନିମୋକୋକାଲ୍ ରୋଗ ସଙ୍କଟ ଦୂର କରୁଛି ।[୩୩] ପର୍ଟୁସିସ୍, ଭାରିସେଲା ଓ ମିଳିମିଳା ଟିକା ମଧ୍ୟ ନିବାରଣରେ ସାହାଯ୍ୟ କରୁଛି ।
ଅନ୍ୟାନ୍ୟ [ସମ୍ପାଦନା]
ଧୂମ୍ର ସେବନ ବନ୍ଦ ହେବା ଆବଶ୍ୟକ । ଏହାର ଅର୍ଥ ଧୂମ ପାନ ଓ ଘରେ କାଠ ଚୁଲି ଓ ଘସିରୁ ନିର୍ଗତ ହେଉଥିବା ଧୂମ ସେବନ, ଉଭୟ ବନ୍ଦ ହେବା ଦରକାର । ନିମୋନିଆ ରୋଗର ସବୁଠାରୁ ବଡ ସଙ୍କଟ ଭାବେ ଧୁଆଁ ସୁପରିଚିତ । ହାତର ସ୍ଵାସ୍ଥ୍ୟ ସୁରକ୍ଷା ଓ କାଶିଲା ବେଳେ ରୁମାଲ ଦେଇ କାଶିଲେ ଯଥେଷ୍ଟ ରୋଗ ନିବାରଣ ହୋଇ ପାରିବ । ରୋଗୀମାନେ ଅପରେଶନ ମୁଖା ପିନ୍ଧିଲେ ରୋଗ ବିସ୍ତାର କମିଯିବ ।
କେତେକ ରୋଗ ଯଥା ଏଚ୍.ଆଇ.ଭି., ଡାଏବେଟିସ୍ ଓ ଅପପୁଷ୍ଟିର ଚିକିତ୍ସା କଲେ ନିମୋନିଆ ସଂକଟ ଦୂର ହୁଏ ।[୩୪] ଛଅ ମାସରୁ କମ ଶିଶୁମାନଙ୍କୁ ସ୍ତନ ପାନ କରାଇଲେ ନିମୋନିଆ ସଂକଟ ତଥା ଭଯାବହତା କମିଯାଏ । ଟ୍ରାଇମେଥୋପ୍ରିମ୍/ସଲ୍ଫାମେଥୋକ୍ସାଜୋଲ୍ ଔଷଧ ଖାଇଲେ ନିମୋସିସ୍ଟିକ୍ ନିମୋନିଆ ସଙ୍କଟ କମିଯାଏ ଓ ଏଚ୍.ଆଇ.ଭି ବ୍ୟତୀତ ଅନ୍ୟ ପ୍ରତିରୋଧ ଅକ୍ଷମତା ଥିଲେ ଉପକାର କରେ ।[୩୫]
ଗର୍ଭିଣୀ ମହିଳାମାନଙ୍କର ଗ୍ରୁପ୍ ବି ସ୍ଟ୍ରେପ୍ଟୋକୋକସ୍ ଓ କ୍ଲାମିଡିଆ ଟ୍ରକୋମାଟିସ୍ ଜୀବାଣୁ ଅଛି କି ନାହିଁ ପରୀକ୍ଷା କରି ଯଦି ଥାଏ ତାହା ହେଲେ ଆଣ୍ଟିବାୟୋଟିକ ଦେଲେ ନବଜାତ ଶିଶୁଙ୍କର ନିମୋନିଆ ରୋଗ ହାର କମିଯାଏ ।[୩୬][୩୭] ଏଚ୍.ଆଇ.ଭି. ନିବାରଣ ପନ୍ଥା ପ୍ରଦାନ କଲେ ମାଆଠାରୁ ଶିଶୁକୁ ଡେଇଁବା ଭୟ କମିଯାଏ ।[୩୮] ନବଜାତ ଶିଶୁର ତଣ୍ଟିରୁ ମେକୋନିଅମ୍ ଓ ଆମ୍ନିଓଟିକ୍ ପଦାର୍ଥ ଶୋଷିବା ଦ୍ଵାରା ଆସ୍ପିରେଶନ୍ ନିମୋନିଆ[୩୯] କମିବା ହାର କମିବା ଜଣା ନ ପଡୁ ଥିବାରୁ ଅନେକ ସ୍ଥାନରେ ଏହି ପ୍ରଥାକୁ ଉତ୍ସାହିତ କରାଯାଉ ନାହିଁ । ଦୁର୍ବଳ ତଥା ବୟସ୍କା ମହିଳାମାନଙ୍କର ପାଟି ସ୍ଵାସ୍ଥ୍ୟର ଯତ୍ନ ନେଲେ ଆସ୍ପିରେଶନ୍ ନିମୋନିଆ ସଙ୍କଟ କମ୍ ହୁଏ ।[୪୦]
ଚିକିତ୍ସା [ସମ୍ପାଦନା]
| ସି.ୟୁ.ଆର୍.ବି-୬୫(CURB -65) | |
|---|---|
| ଲକ୍ଷଣ | ସଂଖ୍ୟା |
| ବ୍ୟାକୁଳତା |
|
| ୟୁରିଆ>7 ମି.ମୋଲ୍/ଲି |
|
| ଶ୍ଵାସ କ୍ରିୟା ହାର>୩୦ |
|
| ସିସ୍ଟୋଲିକ୍ ଚାପ<୯0mmHg, ଡାୟାସ୍ଟୋଲିକ୍ ଚାପ<୬0mmHg |
|
| ବୟସ>=୬୫ |
|
ସାଧାରଣତଃ ଖାଇବା ଆଣ୍ଟିବାୟୋଟିକ୍, ବିଶ୍ରାମ, କଷ୍ଟ ଦୂରକାରୀ ଔଷଧ ଓ ତରଳ ପଦାର୍ଥ ଗ୍ରହଣ ରୋଗ ଭଲ ହେବା ନିମନ୍ତେ ଯଥେଷ୍ଟ ହୁଏ । ଯଦି ଅନ୍ୟ କୌଣସି ରୋଗ ସାଥୀରେ ଥାଏ ବା ଶ୍ଵାସ କଷ୍ଟ ହେଉଥାଏ, ତାହା ହେଲେ ଉନ୍ନତ ଚିକିତ୍ସା ଆବଶ୍ୟକ ହୁଏ । ଜଦି ଲକ୍ଷଣମାନଙ୍କର ଉନ୍ନତି ହେଉ ନ ଥାଏ, ଘରୋଇ ଚିକିତ୍ସା ଫଳପ୍ରଦ ହୁଏ ନାହିଁ ବା ଜଟୀଳତା ଦେଖାଯାଏ ତେବେ ଡାକ୍ତରଖାନାରେ ଭର୍ତ୍ତି କରିବା ଆବଶ୍ୟକ ହୁଏ । ପୃଥିବୀରେ ପିଲାମାନେ ଭୋଗୁଥିବା ନିମୋନିଆରେ ୭ ରୁ ୧୩ % ରୋଗୀ ଭର୍ତ୍ତି ହୁଅନ୍ତି । ବୟସ୍କମାନଙ୍କ କ୍ଷେତ୍ରରେ ସି.ୟୁ.ଆର୍.ବି-୬୫(CURB-65)ସ୍କୋର୍ ଅନୁସାରେ ଆଡ୍ମିସନ୍ କରାହୁଏ । ସ୍କୋର ୦ବା୧ ଥିଲେ ଘରୋଇ ଚିକିତ୍ସା, ୨ ଥିଲେ ସ୍ଵଳ୍ପ ସମୟ ଭର୍ତ୍ତି ଓ ୩-୫ ଥିଲେ ଭଲ ରୁପେ ନିଘା ରଖାଯାଏ । ପିଲାମାନଙ୍କର ଶ୍ଵାସ ଅସୁବିଧା ବା ୯୦ % ଅମ୍ଳଜାନ ସାଚୁରେସନରୁ କମ ଥିଲେ ଭର୍ତ୍ତି କରାୟାଏ ।[୪୧]
ଜୀବାଣୁ ଜନିତ [ସମ୍ପାଦନା]
ଜୀବାଣୁ ଜନିତ ନିମୋନିଆର ଚିକିତ୍ସା ଫଳକୁ ଆଣ୍ଟିବୟୋଟିକ ବହୁତ ଉନ୍ନତ କରିଛି । ବିଭିନ୍ନ ଆଣ୍ଟିବାୟୋଟିକ ବିଭିନ୍ନ ପରିସ୍ଥିତି ଅନୁଯାୟୀ ଦିଆଯାଏ ଯଥା: ବୟସ, ସ୍ଵାସ୍ଥ୍ୟ ଓ ରୋଗ ଗ୍ରହଣ ସ୍ଥାନ । ଇଂଲଣ୍ଡରେ ଗୋଷ୍ଠିଗତ ରୋଗରେ ପ୍ରଥମ ଧାଡି ଚିକିତ୍ସା ରୁପେ ଆମୋକ୍ସିସିଲିନ୍ ସହ ଡକ୍ସିସାଇକ୍ଲିନ୍ ବା କ୍ଲାରିଥ୍ରୋମାଇସିନ ଦିଆଯାଏ । ଉତ୍ତର ଆମେରିକାରେ ଅଣଗତାନୁଗତିକ ଗୋଷ୍ଠିଗତ ନିମୋନିଆ ଦେଖାଯାଏ । ଏଥି ନିମନ୍ତେ ଆମୋକ୍ସିସିଲିନ୍ ବଦଳରେ ଯୁବକମାନଙ୍କୁ ଆଜିଥ୍ରୋମାଇସିନ କିମ୍ଵା ଏରିଥ୍ରୋମାଇସିନ୍ ସହ ଡକ୍ସିସାଇକ୍ଲିନ ଦିଆଯାଉଛି ।[୪୨] ପିଲାମାନଙ୍କର ମୃଦୁ ବା ମଧ୍ୟମ ଧରଣର ନିମୋନିଆ ହୋଇଥିଲେ ଆମୋକ୍ସିସିଲିନ୍ ପ୍ରଥମ ଧାଡି ଚିକିତ୍ସା ରୁପେ ଦିଆଯାଏ । ଜଟୀଳତା ବିହୀନ ରୋଗରେ ଆନୁସଙ୍ଗିକ ଅବାଞ୍ଛିତ ପ୍ରତିକ୍ରିୟା ଯୋଗୁ ଫ୍ଲୋରୋକୁଇନୋଲିନ୍ ଦିଆ ଯାଉ ନାହିଁ ।[୧୨][୪୩] ସାଧାରଣତଃ ୧୦ ଦିନ ଔଷଧ ଦିଆଯାଉ ଥିଲେ ମଧ୍ୟ ୩ ରୁ ୫ ଦିନର ଚିକିତ୍ସାରେ ମଧ୍ୟ ଉପକାର ମିଳୁଛି । ଡାକ୍ତରଖାନାରୁ ସଂକ୍ରମିତ ରୋଗ ନିମନ୍ତେ ଚତୁର୍ଥ ପିଢି ସେଫାଲୋସ୍ପୋରିନ, ଫ୍ଲୋରୋକୁଇନୋଲୋନ୍, ଆମିନୋଗ୍ଲାଇକୋସାଇଡ୍ ଓ ଭାଙ୍କୋମାଇସିନ ଦିଆଯାଉଛି ।[୪୪] ଏହି ଔଷଧ ଶିରା ମାଧ୍ୟମରେ ଦିଆଯାଏ । ପ୍ରାରମ୍ଭିକ ଚିକିତ୍ସାରେ ଡାକ୍ତରଖାନାରେ ୯୦% ରୋଗ ପ୍ରାରମ୍ଭିକ ଆଣ୍ଟିବାୟୋଟିକ୍ ଦ୍ଵାରା ଭଲ ହୋଇଯାଆନ୍ତି ।
ଭୁତାଣୁ ଜନିତ [ସମ୍ପାଦନା]
ଇନ୍ଫ୍ଲୁଏଞ୍ଜା ଏ ଓ ବି ଭୁତାଣୁ ଦ୍ଵାରା ହେଉଥିବା ନିମୋନିଆ ନିମନ୍ତେ ନିୟୁରାମିନିଡେଜ୍ ଇନହିବିଟର ଜାତୀୟ ଔଷଧ ଦିଆଯାଏ । ଗୋଷ୍ଟିଗତ ନିମୋନିଆ ନିମନ୍ତେ କୌଣସି ନିର୍ଦ୍ଦିଷ୍ଟ ଔଷଧର ଉପଦେଶ ଦିଆଯାଉ ନାହିଁ । ଇନ୍ଫ୍ଲୁଏଞ୍ଜା ଏ ନିମନ୍ତେ ରିମାଟିଡିନ୍ ଓ ଆମାଟିଡିନ୍ ଦିଆଯାଏ ଓ ଉଭୟ ଏ ଓ ବି ନିମନ୍ତେ ଓସେଲ୍ଟାମିଭିର୍, ଜାନାମିଭିର୍ କିମ୍ଵା ପେରାମିଭିର ଦିଆଯାଏ । ରୋଗ ଆରମ୍ଭ ହେବାର ୪୮ ଘଣ୍ଟା ମଧ୍ୟରେ ଏହି ଔଷଧ ଦିଆଗଲେ ବହୁତ ଉପକାର ମିଳେ । ଆଭିଆନ୍ ଇନ୍ଫ୍ଲୁଏଞ୍ଜା ବା "ବାର୍ଡ ଫ୍ଲୁ", ରିମାଟିଡିନ୍ ଓ ଆମାଟିଡିନ୍ ଔଷଧ ପ୍ରତିରୋଧ ଦେଖାଏ । ସମ ସାମୟିକ ଜୀବାଣୁ ସଂକ୍ରମଣର ସମ୍ଭାବନାକୁ ଏଡେଇ ଦେବା ଅସମ୍ଭବ ହେତୁ ଆଣ୍ଟିବାୟୋଟିକ୍ ଦିଆଯାଏ । ବ୍ରିଟିସ୍ ଥୋରାସିକ୍ ସୋସାଇଟି କମ୍ ମାତ୍ରାର ରୋଗରେ ଆଣ୍ଟିବାୟୋଟିକ ଦେବାକୁ ବାରଣ କରନ୍ତି ।
ଶୋଷଣ [ସମ୍ପାଦନା]
(Aspiration)
ଆସ୍ପିରେସନ୍ ପରବର୍ତ୍ତୀ ନିମୋନିଆରେ କେଉଁ ଜୀବାଣୁ ଓ କେଉଁ ପରିସ୍ଥିତିରେ ଜୀବାଣୁ ଆସିଛି ସେ ସବୁର ସମୀକ୍ଷା କରି ଔଷଧ ଦିଆଯାଏ । କ୍ଲିଣ୍ଡାମାଇସିନ୍, ଆମିନୋଗ୍ଲାଇକୋସାଇଡ କିମ୍ଵା ବିଟାଲାକ୍ଟାମ୍ ଆଣ୍ଟିବାୟୋଟିକ୍ ଓ ମେଟ୍ରୋନିଡାଜଲ୍ ଦ୍ଵୟ ଦିଆଯାଏ । କର୍ଟିକୋସ୍ଟିରଏଡ ଦିଆଯାଏ କିନ୍ତୁ ଏହାର ସୀମିତ ଉପକାରୀତା ଅଛି ।
ପୂର୍ବାନୁମାନ [ସମ୍ପାଦନା]
ଅଧିକାଂଶ ଧରଣର ନିମୋନିଆ ଚିକିତ୍ସା ଦ୍ଵାରା ୩ ରୁ ୬ ଦିନ ମଧ୍ୟରେ ଉନ୍ନତି କରନ୍ତି । ଚାରି ସପ୍ତାହ ମଧ୍ୟରେ ଏକ୍ସ-ରେ ଚିତ୍ର ପୁର୍ବାବସ୍ଥାକୁ ଫେରି ଆସେ ଓ ମୃତ୍ୟୁ ହାର ୧ %ରୁ କମ ରହେ । ବୟସ୍କ ଲୋକ ଓ ପୂର୍ବରୁ ଅନ୍ୟ କିଛି ଫୁସ୍ଫୁସ୍ ଅସୁବିଧା ଥିଲେ ଭଲ ହେବାକୁ ୧୨ ସପ୍ତାହ ଲାଗେ । ଡାକ୍ତରଖାନାରେ ଆଡ୍ମିଶନ୍ ହୋଇଥିବା ଲୋକଙ୍କର ମୃତ୍ୟୁ ହାର ୧୦ % ହେଲେ ଇଣ୍ଟେନ୍ସିଭ କେୟାରରେ ଥିବା ଲୋକଙ୍କର ମୃତ୍ୟୁ ହାର ୩୦ ରୁ ୫୦ % ହୁଏ ।
ଆଗରୁ ଅନ୍ୟ ଫୁସ୍ଫୁସ୍ ରୋଗ ଥିଲେ ବା ବୟସ୍କ ଲୋକ ହୋଇଥିଲେ ଜଟୀଳତା ବହୁତ ଅଧିକ ହୁଏ ।
ପୂର୍ବାନୁମାନର ନିୟମ [ସମ୍ପାଦନା]
ନିମୋନିଆ ନିମନ୍ତେ ପୂର୍ବାନୁମାନ ନିୟମ ତିଆରି ହୋଇଛି । ଡାକ୍ତରଖାନା ଆଡ୍ମିସନ୍ ହେବା ନ ହେବା ନିମ୍ନ ଲିଖିତ ନିୟମ ଅନୁଯାୟୀ ସ୍ଥିର କରାଯାଏ ।
- ନିମୋନିଆ ସିଭିଅରିଟି ଇଣ୍ଡେକ୍ସ (PCI Score).
- ସି.ୟୁ.ଆର୍.ବି.-୬୫(CIRB-65)
ପ୍ଲୁରାଲ୍ ଇଫ୍ୟୁଜନ୍, ଏମ୍ପାଇମା, ଆବସେସ୍ [ସମ୍ପାଦନା]
ଫୁସ୍ଫୁସ୍ ଚାରି ପାଖରେ ଘେରି ରହିଥିବା ପ୍ଲୁରା ମଧ୍ୟରେ ତରଳ ପଦାର୍ଥ ଜମି ଯାଇ ପାରେ । ବେଳେ ବେଳେ ଏହି ପଦାର୍ଥ ଜୀବାଣୁ ଦ୍ଵାରା ସଂକ୍ରମିତ ହୋଇ ପୂଜ ହୋଇ ଗଲେ ତାହାକୁ ଏମ୍ପାଇମା କହନ୍ତି । ପାରାନିମୋନିକ୍ ଇଫ୍ୟୁଜନ ଓ ଏମ୍ପାଇମା ଦ୍ଵୟର ପାର୍ଥକ୍ୟ ଜାଣିବା ନିମନ୍ତେ ଛୁଞ୍ଚି ଦ୍ଵାରା ତାହାକୁ କାଢି ପରୀକ୍ଷା କରାଯାଏ । ଏମ୍ପାଇମା ଥିଲେ ତାହାକୁ ନିଷ୍କାସନ କରିବା ଦରକାର ହୁଏ । ନିଷ୍କାସନ ନ କଲେ ଆଣ୍ଟିବାୟୋଟିକ ପ୍ଲୁରାଲ୍ କ୍ୟାଭିଟି ଭିତରେ ପହଞ୍ଚି ପାରିବ ନାହିଁ । ପୂଜ ନ ଥିଲେ ଜଦି ଚିକିତ୍ସା ଦ୍ଵାରା ଏହର ଆକାର ନ କମେ ତାହା ହେଲେ ନିଷାସନ ଆବଶ୍ୟକ ହୁଏ ।
କ୍ଵଚିତ ଏହି ଜୀବାଣୁ ଫୁସ୍ଫୁସ୍ରେ ଛୋଟ ଥଳୀ ତିଆରି କରନ୍ତି ଯାହାକୁ ଆବସେସ୍(Lung abcess) କହନ୍ତି । ଏହା ଦେଖିବା ନିମନ୍ତେ ଏକ୍ସ୍-ରେ ବା ସି.ଟି. ସ୍କାନ ଦରକାର ହୁଏ । ଆସ୍ପିରେସନ୍ ନିମୋନିଆରେ ଏହା ଅଧିକ ହୁଏ । ବହୁତ ଦିନ ଧରି ଏହା ନିମନ୍ତେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏ । ବେଳେ ବେଳେ ସର୍ଜନ୍ ଏହାର ନିଷ୍କାସନ କରନ୍ତି ।
ବିଫଳ ଶ୍ଵାସକୀୟ ଓ ରକ୍ତ ସଞ୍ଚାଳନ [ସମ୍ପାଦନା]
(Respiratory and circulatory failure)
ନିମୋନିଆ ସଂକ୍ରମଣ ଓ ପ୍ରଦାହ କ୍ରିୟା ମିଶି ତୀବ୍ର ରେସ୍ପିରେଟରି ସିନ୍ଡ୍ରୋମ୍ ହୁଏ ଓ ଶ୍ଵାସ କ୍ରିୟା ପ୍ରଭାବିତ ହୁଏ । ଫୁସ୍ଫୁସ୍ରେ ତରଳ ପଦାର୍ଥ ଜମି ଯାଇ ଶକ୍ତ ହୋଇଯାଏ । ଅମ୍ଳଜାନ ସଂଗ୍ରହ ହୋଇ ନ ପାରିବା କାରଣରୁ ବଞ୍ଚିବା ନିମନ୍ତେ ଭେଣ୍ଟିଲେଟର ଆବଶ୍ୟକ ହୁଏ ।
ପ୍ରତିରୋଧ ଅକ୍ଷମତା ଓ ହାଇପୋସ୍ପ୍ଲେନିସ୍ମ୍ ଥିଲେ ରକ୍ତ ବିଷାକ୍ତ(Septic) ହେବା ସମ୍ଭାବନା ବଢିଯାଏ । ସବୁ ଲକ୍ଷଣମାନଙ୍କୁ ବିଚାରକୁ ନେଲା ବେଳେ ମାୟୋକାର୍ଡିଆଲ୍ ଇନ୍ଫାର୍କସନ୍ ଓ ପଲ୍ମୋନାରୀ ଏମ୍ବୋଲିସ୍ମ ରୋଗ ଦ୍ଵୟ ଥିବାର ସମ୍ଭାବନାକୁ ଏଡେଇ ଦେଇ ହୁଏ ନାହିଁ ।[୪୫]
ସଂକ୍ରମଣ ଅନୁଶୀଳନ [ସମ୍ପାଦନା]
|
no data
<100
100–700
700–1400
1400–2100
2100–2800
2800–3500
|
3500–4200
4200–4900
4900–5600
5600–6300
6300–7000
>7000
|
ପୃଥିବୀରେ ପ୍ରତି ବର୍ଷ ପ୍ରାୟ ୪୫୦ ନିୟୁତ ଲୋକ ନିମୋନିଆ ରୋଗରେ ଆକ୍ରାନ୍ତ ହୁଅନ୍ତି । ସବୁ ବୟଷର ଲୋକ ଆକ୍ରାନ୍ତ ହୋଇ ବର୍ଷକୁ ପ୍ରାୟ ୪ନିୟୁତ ଲୋକ ମୃତ୍ୟୁ ବରଣ କରନ୍ତି । ମୃତ୍ୟୁ ହାର ଶିଶୁ ଓ ବୟଷ୍କ ଲୋକଙ୍କର ଅଧିକ(୭ %) ହୁଏ । ବିକାଶଶୀଳ ଦେଶମାନଙ୍କରେ ବିକଶିତ ଦେଶମାନଙ୍କ ଅପେକ୍ଷା ୫ଗୁଣ ଅଧିକ ମୃତ୍ୟୁ ହୁଏ । ଭୁତାଣୁ ଜନିତ ନିମୋନିଆ ୨୦୦ ନିୟୁତ ଲୋକଙ୍କୁ ହୁଏ । ଆମେରିକାରେ ୨୦୦୯ ମସିହାରେ ଏହି ରୋଗ ମୃତ୍ୟୁ ତାଲିକାରେ ନବମ ସ୍ଥାନ ଅଧିକାର କରିଥିଲା ।
ଶିଶୁ [ସମ୍ପାଦନା]
୨୦୦୮ ମସିହାରେ ୧୫୬ ନିୟୁତ ଲୋକଙ୍କୁ ନିମୋନିଆ ଆକ୍ରମଣ କରିଥିଲା ଓ ତନ୍ମଧ୍ୟରୁ ୧୫୬ ନିୟୁତ କେବଳ ବିକଶିତ ରାଷ୍ଟ୍ରରେ ହୋଇଥିଲା । ଅଧିକ ରୋଗ ହେଉଥିବା ଦେଶମାନଙ୍କର ନାମ ଭାରତ,(୪୩ ନିୟୁତ), ଚୀନ ଓ ପାକିସ୍ଥାନ । ନବଜାତ ଶିଶୁମାନେ ଅଧିକ ଆକ୍ରାନ୍ତ ହୁଅନ୍ତି । ଡବ୍ଲ୍ୟୁ.ଏଚ.ଓ. ଅନୁସାରେ ଶିଶୁମାନଙ୍କ ମଧ୍ୟରେ ପ୍ରତି ୩ଜଣରେ ଜଣେ ନିମୋନିଆ ଯୋଗୁ ମୃତ୍ୟୁ ବରଣ କରେ । ପ୍ରାୟ ଅଧା ରୋଗ ଟିକା ଦ୍ଵାରା ନିବାରଣ କରି ହେବ ।
ଇତିହାସ [ସମ୍ପାଦନା]
ମାନବ ଇତିହାସରେ ନିମୋନିଆ ଗୋଟିଏ ସାଧାରଣ ରୋଗ[୪୭] । ହିପୋକ୍ରେଟଙ୍କ(ଖ୍ରୀ.ପୂ. ୪୬୦ ରୁ ଖ୍ରୀ.ପୂ. ୩୭୦) ଲିଖିତ ଲକ୍ଷଣ: "ପେରିନିମୋନିଆ ଓ ପ୍ଲୁରା ରୋଗ ଏହି ଭଳି ଲକ୍ଷ କରିବା କଥା: ଯଦି ଜ୍ଵର ତୀବ୍ର ଅଛି, ଯନ୍ତ୍ରଣା ଗୋଟିଏ ପଟରେ ବା ଉଭୟ ପାଖରେ ହେଉଛି, ଯଦି କାଶ ହେଉଛି, କଫ ମାଟିଆ ରଙ୍ଗ ହେଉଛି, ଫେଣ ଯୁକ୍ତ ହେଉଛି । ଯଦି ଶ୍ଵାସ କ୍ରିୟାରେ କଷ୍ଟ ହେଉଛି, ଝାଡା ହେଉନାହିଁ, ପରିସ୍ରା ପତଳା ହେଉଛି, ଝାଳ ବୋହୁଛି ତାହା ହେଲେ ଏହି ରୋଗ ଭଲ ହେବା ସମ୍ଭାବନା କମ ଅଛି"।[୪୮] ଏମ୍ପାଇମା ହୋଇଥିଲେ ପୂଜ ନିଷ୍କାସନ କରିବା କଥା ଲେଖିଥିଲେ । ମେମୋନିଡେସ୍ ଲେଖିଥିଲେ: ତୀବ୍ର ଜର, ପ୍ଲୁରା ଯନ୍ତ୍ରଣା, ଛୋଟ ଓ ଦୃତ ଶ୍ଵାସ କ୍ରିୟା, ନାଡି ଦନ୍ତୁରିତ ଓ କାଶ,[୪୯] ଏହି ସମସ୍ତ ନିମୋନିଆର ଲକ୍ଷଣ । ପୁରୁଣା ଲୋକମାନେ ନିମୋନିଆ ରୋଗ ବିଷୟରେ ଜାଣିଥିବା କଥା ହିପୋକ୍ରେଟ ଲେଖିଥିଲେ । ସେତେବେଳେ ଲେଖିଥିବା ଲକ୍ଷଣ ସମୂହ ଆଜିକାଲିର ବର୍ଣ୍ଣନା ସହ ମିଶିଯାଉଛି ।
୧୮୭୫ ମସିହାରେ ଏଡ୍ଵିନ୍ କ୍ଲେବ୍ ପ୍ରଥମେ ମୃତ ନିମୋନିଆ ରୋଗୀର ଶ୍ଵାସ ନଳୀରେ ଜୀବାଣୁ ଥିବା ଲକ୍ଷ କରିଥିଲେ ।[୫୦] କାର୍ଲ୍ ଫ୍ରିଏଡ୍ଲାଣ୍ଡର(୧୮୮୨)[୫୧] ଓ ଆଲ୍ବର୍ଟ ଫ୍ରାଙ୍କେଲ୍(୧୮୮୪)[୫୨] ଯଥାକ୍ରମେ ପ୍ରଥମେ କ୍ଲେବସିଲା ଓ ସ୍ଟ୍ରେପ୍ଟୋକୋକସ୍ ଜୀବାଣୁ ଚିହ୍ନି ଥିଲେ । ଫ୍ରିଏଡ୍ଲାଣ୍ଡର ପ୍ରଥମେ ଗ୍ରାମ ସ୍ଟେନ୍ ପ୍ରଚଳନ କରିଥିଲେ । କ୍ରିସ୍ଟିଆନ୍ ଗ୍ରାମ୍ ପ୍ରଥମେ ଏହି ସ୍ଟେନ୍ ଦ୍ଵାରା ଜୀବାଣୁ ପୃଥକୀକରଣ କରିଥିଲେ ଓ ଦେଖେଇ ଥିଲେ ନିମୋନିଆ ଏକାଧିକ ଜୀବାଣୁ ଦ୍ଵାରା ହୋଇପାରେ ।[୫୩]
ଆଧୁନିକ ଭେଷଜ ବିଜ୍ଞାନର ପିତା ରୁପେ ପରିଚିତ ସାର ଉଇଲିଅମ୍ ଓସ୍ଲର୍ ୧୯୧୮ ମସିହାରେ ନିମୋନିଆକୁ ମୃତ୍ୟୁ ମାନବମାନଙ୍କର କ୍ୟାପଟେନ ନାମରେ ଅଭିହିତ କରିଥିଲେ । ଏହାକୁ ସେ ବୃଦ୍ଧମାନଙ୍କର ସାଙ୍ଗ ନାମ ଦେଇଥିଲେ କାରଣ ଲୋକମାନେ କଷ୍ଟ ବିହୀନ ଚଞ୍ଚଳ ମୃତ୍ୟୁ ଲାଭ କରୁଥିଲେ ।
ବିଂଶ ଶତାବ୍ଦିରେ ପେନିସିଲିନ ଓ ଅନ୍ୟାନ୍ୟ ଆଣ୍ଟିବାୟୋଟିକର ଆବିଷ୍କାର, ଅପରେଶନ, ଇଣ୍ଟେନ୍ସିଭ କେୟାର ଇତ୍ୟାଦିର ପ୍ରଚଳନ ପରେ ନିମୋନିଆ ଚିକିତ୍ସାର ଫଳାଫଳରେ ପରିବର୍ତ୍ତନ ଦେଖାଗଲା । ଟିକା ଉଦ୍ଭାବନ ପରେ ମଧ୍ୟ ନିମୋନିଆର ହାର ଆହୁରି କମିଗଲା ।
ସମାଜ ଓ ସଭ୍ୟତା [ସମ୍ପାଦନା]
ବିକାଶଶୀଳ ଦେଶମାନଙ୍କରେ ଅତ୍ୟଧିକ ନିମୋନିଆ ହେଉଥିବାରୁ ବିକଶିତ ଦେଶମାନଙ୍କର ସଚେତନତା ଅଭାବ ଯୋଗୁ ୧୨ ନଭେମ୍ଵର ତାରିଖକୁ ନିମୋନିଆ ଦିବସ ରୁପେ ଅଭିହିତ କରା ହୋଇଛି । ଏହି ଦିନ ଚିନ୍ତାଶୀଳ ନାଗରିକମାନେ ଓ ନୀତି ନିର୍ଦ୍ଧାରକମାନେ ଉପଯୁକ୍ତ କର୍ମ ପନ୍ଥା ନେବା ନିମନ୍ତେ ସ୍ଥିର କରିବାକୁ ପରାମର୍ଶ ଦିଆ ଯାଇଛି । ଏହି ରୋଗ ନିମନ୍ତେ ପୃଥିବୀରେ ବାର୍ଷିକ ୧୭ ବିଲିଅନ୍ ଡଲାର ଖର୍ଚ ହେଉଛି ।
ଆଧାର [ସମ୍ପାଦନା]
- ↑ McLuckie, [editor] A. (2009). Respiratory disease and its management. New York: Springer. ପୃଷ୍ଠା. 51. ISBN 978-1-84882-094-4.
- ↑ Leach, Richard E. (2009). Acute and Critical Care Medicine at a Glance (2nd ed.). Wiley-Blackwell. ISBN 1-4051-6139-6. http://books.google.co.uk/books?id=7u_wu5VCsVQC&pg=PT168. Retrieved 2011-04-21.
- ↑ Ashby, Bonnie; Turkington, Carol (2007). The encyclopedia of infectious diseases (3rd ed.). New York: Facts on File. ପୃଷ୍ଠା. 242. ISBN 0-8160-6397-4. http://books.google.co.uk/books?id=4Xlyaipv3dIC&pg=PA242. Retrieved 2011-04-21.
- ↑ Osler, William (1901). Principles and Practice of Medicine, 4th Edition. New York: D. Appleton and Company. ପୃଷ୍ଠା. 108. http://mcgovern.library.tmc.edu/data/www/html/people/osler/PPM4th/OP400067.htm.
- ↑ George, Ronald B. (2005). Chest medicine : essentials of pulmonary and critical care medicine (5th ed. ed.). Philadelphia, PA: Lippincott Williams & Wilkins. ପୃଷ୍ଠା. 353. ISBN 9780781752732. http://books.google.ca/books?id=ZzlX2zJMbdgC&pg=PA353.
- ↑ ୬.୦ ୬.୧ Hoare Z; Lim WS (2006). "Pneumonia: update on diagnosis and management" (PDF). BMJ 332 (7549): 1077–9. doi:10.1136/bmj.332.7549.1077. PMC 1458569. PMID 16675815. http://www.bmj.com/content/332/7549/1077.full.pdf.
- ↑ Darby, J; Buising, K (October 2008). "Could it be Legionella?". Australian family physician 37 (10): 812–5. PMID 19002299.
- ↑ Ortqvist, A; Hedlund, J, Kalin, M (December 2005). "Streptococcus pneumoniae: epidemiology, risk factors, and clinical features". Seminars in respiratory and critical care medicine 26 (6): 563–74. doi:10.1055/s-2005-925523. PMID 16388428.
- ↑ Lowe, J. F.; Stevens, Alan (2000). Pathology (2nd ed.). St. Louis: Mosby. ପୃଷ୍ଠା. 197. ISBN 0-7234-3200-7. http://books.google.co.uk/books?id=AfVxLi4QTZQC&pg=PA197.
- ↑ Snydman, editors, Raleigh A. Bowden, Per Ljungman, David R. (2010). Transplant infections (3rd ed.). Philadelphia: Wolters Kluwer Health/Lippincott Williams & Wilkins. ପୃଷ୍ଠା. 187. ISBN 978-1-58255-820-2. http://books.google.com/books?id=NWa4FJv-eBYC&pg=PA447.
- ↑ Eom, CS; Jeon, CY; Lim, JW; Cho, EG; Park, SM; Lee, KS (22 February 2011). "Use of acid-suppressive drugs and risk of pneumonia: a systematic review and meta-analysis". CMAJ : Canadian Medical Association journal = journal de l'Association medicale canadienne 183 (3): 310–9. doi:10.1503/cmaj.092129. PMC 3042441. PMID 21173070.
- ↑ ୧୨.୦ ୧୨.୧ Anevlavis S; Bouros D (February 2010). "Community acquired bacterial pneumonia". Expert Opin Pharmacother 11 (3): 361–74. doi:10.1517/14656560903508770. PMID 20085502.
- ↑ Behera, D. (2010). Textbook of pulmonary medicine (2nd ed.). New Delhi: Jaypee Brothers Medical Pub.. ପୃଷ୍ଠା. 391–394. ISBN 8184487495. http://books.google.ca/books?id=0TbJjd9eTp0C&pg=PA391.
- ↑ Maskell, Nick; Millar, Ann (2009). Oxford desk reference.. Oxford: Oxford University Press. ପୃଷ୍ଠା. 196. ISBN 9780199239122. http://books.google.ca/books?id=MfEUkzQQ1BEC&pg=PA196.
- ↑ Vijayan, VK (2009 May). "Parasitic lung infections.". Current opinion in pulmonary medicine 15 (3): 274–82. PMID 19276810.
- ↑ Murray and Nadel (2010). Chapter 31.
- ↑ al.], editors, Gary R. Fleisher, Stephen Ludwig ; associate editors, Richard G. Bachur ... [et (2010). Textbook of pediatric emergency medicine (6th ed. ed.). Philadelphia: Wolters Kluwer/Lippincott Williams & Wilkins Health. ପୃଷ୍ଠା. 914. ISBN 1605471593. http://books.google.ca/books?id=a7CqcE1ZrFkC&pg=PA914.
- ↑ Figueiredo LT (September 2009). "Viral pneumonia: epidemiological, clinical, pathophysiological and therapeutic aspects". J Bras Pneumol 35 (9): 899–906. doi:10.1590/S1806-37132009000900012. PMID 19820817.
- ↑ Hammer, edited by Stephen J. McPhee, Gary D. (2010). Pathophysiology of disease : an introduction to clinical medicine (6th ed. ed.). New York: McGraw-Hill Medical. ପୃଷ୍ଠା. Chapter 4. ISBN 0071621679.
- ↑ Fein, Alan (2006). Diagnosis and management of pneumonia and other respiratory infections (2nd ed. ed.). Caddo, OK: Professional Communications. ପୃଷ୍ଠା. 28–29. ISBN 1884735630. http://books.google.ca/books?id=hKdcHK719qgC&pg=PA28.
- ↑ Kumar, Vinay (2010). Robbins and Cotran pathologic basis of disease. (8th ed. ed.). Philadelphia, PA: Saunders/Elsevier. ପୃଷ୍ଠା. Chapter 15. ISBN 1416031219.
- ↑ Lynch, T; Bialy, L, Kellner, JD, Osmond, MH, Klassen, TP, Durec, T, Leicht, R, Johnson, DW (2010-08-06). Huicho, Luis. ed. "A systematic review on the diagnosis of pediatric bacterial pneumonia: when gold is bronze". PLoS ONE 5 (8): e11989. doi:10.1371/journal.pone.0011989. PMC 2917358. PMID 20700510.
- ↑ Ezzati, edited by Majid; Lopez, Alan D., Rodgers, Anthony, Murray, Christopher J.L. (2004). Comparative quantification of health risks. Genève: Organisation mondiale de la santé. ପୃଷ୍ଠା. 70. ISBN 978-92-4-158031-1. http://books.google.com/books?id=ACV1jEGx4AgC&pg=PA70.
- ↑ Saldías, F; Méndez, JI, Ramírez, D, Díaz, O (April 2007). "[Predictive value of history and physical examination for the diagnosis of community-acquired pneumonia in adults: a literature review]". Revista medica de Chile 135 (4): 517–28. PMID 17554463.
- ↑ ୨୫.୦ ୨୫.୧ Call, SA; Vollenweider, MA, Hornung, CA, Simel, DL, McKinney, WP (2005-02-23). "Does this patient have influenza?". JAMA: the Journal of the American Medical Association 293 (8): 987–97. doi:10.1001/jama.293.8.987. PMID 15728170.
- ↑ ୨୬.୦ ୨୬.୧ Lim, WS; Baudouin, SV, George, RC, Hill, AT, Jamieson, C, Le Jeune, I, Macfarlane, JT, Read, RC, Roberts, HJ, Levy, ML, Wani, M, Woodhead, MA, Pneumonia Guidelines Committee of the BTS Standards of Care, Committee (October 2009). "BTS guidelines for the management of community acquired pneumonia in adults: update 2009". Thorax 64 (Suppl 3): iii1–55. doi:10.1136/thx.2009.121434. PMID 19783532.
- ↑ Helms, editors, William E. Brant, Clyde A.. Fundamentals of diagnostic radiology (4th ed. ed.). Philadelphia: Wolters Kluwer/Lippincott Williams & Wilkins. ପୃଷ୍ଠା. 435. ISBN 9781608319114. http://books.google.ca/books?id=o_4eoeOinNgC&pg=PA435.
- ↑ Stedman's medical dictionary. (28th ed.). Philadelphia: Lippincott Williams & Wilkins. 2006. ISBN 978-0-7817-6450-6.
- ↑ Sharma, S; Maycher, B, Eschun, G (May 2007). "Radiological imaging in pneumonia: recent innovations". Current Opinion in Pulmonary Medicine 13 (3): 159–69. doi:10.1097/MCP.0b013e3280f3bff4. PMID 17414122.
- ↑ Dunn, L (2005 June 29-July 5). "Pneumonia: classification, diagnosis and nursing management". Nursing standard (Royal College of Nursing (Great Britain) : 1987) 19 (42): 50–4. PMID 16013205.
- ↑ organization, World health (2005). Pocket book of hospital care for children : guidelines for the management of common illnesses with limited resources.. Geneva: World Health Organization. ପୃଷ୍ଠା. 72. ISBN 978-92-4-154670-6. http://books.google.com/books?id=xbkbRG5XYxsC&pg=PA72.
- ↑ Jefferson, T; Di Pietrantonj, C, Rivetti, A, Bawazeer, GA, Al-Ansary, LA, Ferroni, E (2010-07-07). Jefferson, Tom. ed. "Vaccines for preventing influenza in healthy adults". Cochrane database of systematic reviews (7): CD001269. doi:10.1002/14651858.CD001269.pub4. PMID 20614424.
- ↑ Moberley, SA; Holden, J, Tatham, DP, Andrews, RM (2008-01-23). Andrews, Ross M. ed. "Vaccines for preventing pneumococcal infection in adults". Cochrane database of systematic reviews (1): CD000422. doi:10.1002/14651858.CD000422.pub2. PMID 18253977.
- ↑ Green H, Paul M, Vidal L, Leibovici L (2007). Green, Hefziba. ed. "Prophylaxis for Pneumocystis pneumonia (PCP) in non-HIV immunocompromised patients". Cochrane Database Syst Rev (3): CD005590. doi:10.1002/14651858.CD005590.pub2. PMID 17636808.
- ↑ Green H, Paul M, Vidal L, Leibovici L (2007). Green, Hefziba. ed. "Prophylaxis for Pneumocystis pneumonia (PCP) in non-HIV immunocompromised patients". Cochrane Database Syst Rev (3): CD005590. doi:10.1002/14651858.CD005590.pub2. PMID 17636808.
- ↑ Taminato, M; Fram, D; Torloni, MR; Belasco, AG; Saconato, H; Barbosa, DA (November–December 2011). "Screening for group B Streptococcus in pregnant women: a systematic review and meta-analysis". Revista latino-americana de enfermagem 19 (6): 1470–8. PMID 22249684.
- ↑ Darville, T (October 2005). "Chlamydia trachomatis infections in neonates and young children". Seminars in pediatric infectious diseases 16 (4): 235–44. doi:10.1053/j.spid.2005.06.004. PMID 16210104.
- ↑ Global Action Plan for Prevention and Control of Pneumonia (GAPP). World Health Organization. 2009. http://whqlibdoc.who.int/hq/2009/WHO_FCH_CAH_NCH_09.04_eng.pdf.
- ↑ Roggensack, A; Jefferies, AL; Farine, D; Basso, M; Delisle, MF; Hudon, L; Mundle, WR; Murphy-Kaulbeck, LC; Ouellet, A; Pressey, T (April 2009). "Management of meconium at birth". Journal of obstetrics and gynaecology Canada : JOGC = Journal d'obstetrique et gynecologie du Canada : JOGC 31 (4): 353–4, 355–7. PMID 19497156.
- ↑ van der Maarel-Wierink, CD; Vanobbergen, JN; Bronkhorst, EM; Schols, JM; de Baat, C (6 March 2012). "Oral health care and aspiration pneumonia in frail older people: a systematic literature review". Gerodontology: no. doi:10.1111/j.1741-2358.2012.00637.x. PMID 22390255.
- ↑ Bradley, JS; Byington, CL, Shah, SS, Alverson, B, Carter, ER, Harrison, C, Kaplan, SL, Mace, SE, McCracken GH, Jr, Moore, MR, St Peter, SD, Stockwell, JA, Swanson, JT (2011-08-31). "The Management of Community-Acquired Pneumonia in Infants and Children Older Than 3 Months of Age: Clinical Practice Guidelines by the Pediatric Infectious Diseases Society and the Infectious Diseases Society of America". Clinical infectious diseases : an official publication of the Infectious Diseases Society of America 53 (7): e25–76. doi:10.1093/cid/cir531. PMID 21880587.
- ↑ Lutfiyya MN; Henley E, Chang LF, Reyburn SW (February 2006). "Diagnosis and treatment of community-acquired pneumonia" (PDF). Am Fam Physician 73 (3): 442–50. PMID 16477891. http://www.aafp.org/afp/2006/0201/p442.pdf.
- ↑ Eliakim-Raz, N; Robenshtok, E; Shefet, D; Gafter-Gvili, A; Vidal, L; Paul, M; Leibovici, L (12 September 2012). Eliakim-Raz, Noa. ed. "Empiric antibiotic coverage of atypical pathogens for community-acquired pneumonia in hospitalized adults". Cochrane database of systematic reviews 9: CD004418. doi:10.1002/14651858.CD004418.pub4. PMID 22972070.
- ↑ American Thoracic Society; Infectious Diseases Society of America (February 2005). "Guidelines for the management of adults with hospital-acquired, ventilator-associated, and healthcare-associated pneumonia". Am J Respir Crit Care Med 171 (4): 388–416. doi:10.1164/rccm.200405-644ST. PMID 15699079.
- ↑ Cunha (2010). Pages 250-251.
- ↑ "WHO Disease and injury country estimates". World Health Organization (WHO). 2004. http://www.who.int/healthinfo/global_burden_disease/estimates_country/en/index.html. Retrieved 11 November 2009.
- ↑ al.], Ralph D. Feigin ... [et (2003). Textbook of pediatric infectious diseases (5th ed.). Philadelphia: W. B. Saunders. ପୃଷ୍ଠା. 299. ISBN 978-0-7216-9329-3. http://books.google.com/books?id=G6k0tpPMRsIC&pg=PA299.
- ↑ Hippocrates On Acute Diseases wikisource link
- ↑ Maimonides, Fusul Musa ("Pirkei Moshe").
- ↑ Klebs E (1875-12-10). "Beiträge zur Kenntniss der pathogenen Schistomyceten. VII Die Monadinen". Arch. Exptl. Pathol. Parmakol. 4 (5/6): 40–488.
- ↑ Friedländer C (1882-02-04). "Über die Schizomyceten bei der acuten fibrösen Pneumonie". Virchow's Arch pathol. Anat. U. Physiol. 87 (2): 319–324. doi:10.1007/BF01880516.
- ↑ Fraenkel A (1884-04-21). "Über die genuine Pneumonie, Verhandlungen des Congress für innere Medicin". Dritter Congress 3: 17–31.
- ↑ Gram C (1884-03-15). "Über die isolierte Färbung der Schizomyceten in Schnitt- und Trocken-präparaten". Fortschr. Med 2 (6): 185–9.
ଅଧିକ ତଥ୍ୟ [ସମ୍ପାଦନା]
- ଓପନ ଡାଇରେକ୍ଟୋରି ପ୍ରୋଜେକ୍ଟରେ ଥିବା ନିମୋନିଆ