ସ୍ତନ

ଉଇକିପିଡ଼ିଆ‌ରୁ
ସ୍ତନ
ଗର୍ଭାବସ୍ଥାରେ ନାରୀର ସ୍ତନ
ଲାଟିନ ଭାଷାରେ mamma (mammalis "of the breast")[୧]
ଧମନୀ internal thoracic artery
ଶିରା internal thoracic vein

ସ୍ତନ ମାନବ ଛାତିର ବାମ ଓ ଡାହାଣ ପାର୍ଶ୍ୱରେ ଥାଏ ଯେଉଁଥିରେ ସ୍ତନ ଗ୍ରନ୍ଥି ଥାଏ । ମହିଳା ସ୍ତନରୁ କ୍ଷୀର ବାହାରେ ଯାହା ନବଜାତ ଶିଶୁ ପାନ କରେ ।
ପୁରୁଷ ଓ ମହିଳା ଉଭୟଙ୍କର ସ୍ତନ ସମାନ ଭୃଣ ତନ୍ତୁରୁ ବିକଶିତ ହୁଏ । ଯୌନ ପରିପକ୍ୱତା (Puberty) ଆସିଲେ ମହିଳାମାନଙ୍କର୍ ଯୌନ ହରମୋନ ଏସ୍ଟ୍ରୋଜେନ କ୍ଷରଣ ହୁଏ ଯାହା ସ୍ତନ ବିକଶିତ କରାଏ । ପୁରୁଷମାନଙ୍କର ଟେସ୍ଟୋସ୍ଟେରନ ହରମୋନ ଆଧିକ୍ୟ ଯୋଗୁ ସ୍ତନର ବିକାଶ ହୁଏ ନାହିଁ । ଏହି କାରଣ ଯୋଗୁ ମହିଳାମାନଙ୍କର ସ୍ତନ ଉନ୍ନତ ଦେଖାଯାଏ ।
ହରମୋନମାନଙ୍କର ବିଭିନ୍ନ ଜଟିଳ ଆନ୍ତଃକ୍ରିୟା ଶରୀରରେ ହେବା ଯୋଗୁ ଗର୍ଭାବସ୍ଥାରେ ସ୍ତନ ତନ୍ତୁ ଅଧିକ ଓ ବିକଶିତ ହୁଏ ଯାହାଦ୍ୱାରା କ୍ଷୀର ବାହାରିବା ସମ୍ଭବ ହୁଏ । ପ୍ରୋଜେସ୍ଟେରନ, ଏସ୍ଟ୍ରୋଜେନପ୍ରୋଲାକ୍ଟିନ ନାମକ ତିନୋଟି ହରମୋନ ଯୋଗୁ ଋତୁ ଚକ୍ରରେ (Menstrual cycle) ସ୍ତନ ଓ ଜରାୟୁରେ ପରିବର୍ତ୍ତନ ଦେଖାଯାଏ[୨]
ସ୍ତନରେ ୧୫ରୁ ୨୦ଟି ଲୋବ (Lobe) ବା ଭାଗ ଥାଏ । ସ୍ତନ ଚର୍ମ ତଳେ ଚର୍ବି ତନ୍ତୁ ରହି ଲୋବମାନଙ୍କୁ ଘୋଡ଼େଇ ରଖି ତାହାରା ଆକାର ଓ ଆକୃତି ପ୍ରଦାନ କରେ । ପ୍ରତ୍ୟକ ଭାଗ ଅନେକ ଉପଭାଗରେ ବିଭକ୍ତ ହୋଇଥାଏ ଓ ଉପ ବିଭାଗରେ ସ୍ତନ ଗ୍ରନ୍ଥି ଥାଏ ଯାହା ଶେଷରେ କ୍ଷୁଦ୍ର ଥଳୀରେ ପରିଣତ ହୁଏ । ଗ୍ରନ୍ଥିରୁ ହରମୋନ ସଙ୍କେତ ପାଇ କ୍ଷୀର କ୍ଷରଣ ହୁଏ ଓ ଏହି କ୍ଷୁଦ୍ର ଥଳୀରେ ଜମା ହୋଇ ରହେ ।

ଶବ୍ଦ ବ୍ୟୁତ୍ପତ୍ତି[ସମ୍ପାଦନା]

ଲାଟିନ ଭାଷାରେ ସ୍ତନକୁ ମାମା କୁହାଯାଏ ଯେଉଁଥିରୁ ମାମାଲ (Mammal) ଶବ୍ଦ ଆସିଛି ଯାହାର ଅର୍ଥ ସ୍ତନ୍ୟପାୟୀ । ପୁରୁଣା ପ୍ରୋଟୋ-ଇଣ୍ଡୋ-ୟୁରୋପିଆନ ଶବ୍ଦ ଭ୍ରିଅସ (bhreus) ଶବ୍ଦର ଅର୍ଥ ଫୁଲା, ଏହି ଶବ୍ଦରୁ ପ୍ରୋଟୋ ଜର୍ମାନୀ ବ୍ରେଉସ୍ଟାମ ଆସିଛି ଓ ଏହି ଶବ୍ଦରୁ ପୁରୁଣା ଇଂରାଜୀ ଶବ୍ଦ ବ୍ରେଅସ୍ଟ ଆସିଛି । ଏଥିରୁ ଆଧୁନିକ ବ୍ରେସ୍ଟ (Breast) ଶବ୍ଦ ଆସିଛି, ଯାହାର ଓଡ଼ିଆ ଅର୍ଥ ସ୍ତନ ।

ଶରୀର ଗଠନ ବିଜ୍ଞାନ (Anatomy)[ସମ୍ପାଦନା]

The Breast: ମଧ୍ୟ ଭାଗ ଛେଦନ ହୋଇଥିବା ସ୍ତନ ଗ୍ରନ୍ଥି
୧. ଛାତି କାନ୍ଥ
୨. ପେକ୍ଟୋରାଲିସ୍ ମାଂସପେଶୀs
୩. ଲୋବ୍ୟୁଲ
୪. ସ୍ତନାଗ୍ର ବା ନିପ୍ଲ
୫. ଏରିଓଲା
୬. କ୍ଷୀର ବାହୀ ନାଳୀ
୭. ଚର୍ବି ତନ୍ତୁ
୮. ଚର୍ମ

କର୍ମ ଅନୁଯାୟୀ ସ୍ତନ ଗଠନ[ସମ୍ପାଦନା]

ସ୍ତନ ମଧ୍ୟ ଭାଗରେ ଗୋଟିଏ ଗୋଲାକାର ଇଟା ରଙ୍ଗର ବା ଇଷତ ଲାଲ (Pink) ରଙ୍ଗର ସ୍ଥଳ ଏରିଓଲା (Areola) ଦେଖାଯାଏ ଯାହାର ଠିକ ମଝିରେ ସ୍ତନାଗ୍ର ବା ନିପ୍ଲ (Nipple) ଥାଏ । ଏହି ସ୍ତନାଗ୍ରରୁ ଶିଶୁ ପିଇବା ନିମନ୍ତେ କ୍ଷୀର ଝରିଆସେ । ସ୍ତନ ଭିତରେ ଅନେକ ଗୁଡ଼ିଏ ଲୋବ୍ୟୁଲ ଥାଏ ଯାହା କ୍ଷୁଦ୍ର ନଳୀ ସ‌ହ (Duct) ସଂଯୁକ୍ତ ଥାଏ । ସ୍ତନ‌କୁ ମାମାରି ଗ୍ତନ୍ଥି ବା ମାମାରି ଗ୍ଲାଣ୍ଡ କ‌ହନ୍ତି ଓ ଏହା ଅପୋକ୍ରାଇନ (Apocrine) ଜାତୀୟ ଗ୍ରନ୍ଥି । ଏହି କ୍ଷୀର ପ୍ରସ୍ତୁତକାରୀ ସ୍ତନର କାର୍ଯ୍ୟକାରୀ ଏକକ ଥାଏ ଯାହାକୁ ଟି.ଡି.ଏଲ.ୟୁ. କହନ୍ତି । ସ୍ତନରେ ଚର୍ବି ମିଶା କ୍ଷୀର ପ୍ରସ୍ତୁତ ହୁଏ । ଏହି ମାମାରି ଗ୍ଲାଣ୍ଡ ସ୍ତନ ଭିତରେ ଭର୍ତ୍ତି ହୋଇଥାଏ । ନିପ୍ଲର ୨୦ ମି.ମି. ବ୍ୟାସାର୍ଧରେ କ୍ଷୀରବାହି ନଳୀ ଥଏ । ଶେଷ ନଳୀଗୁଦିକ ମିଶି ୪ରୁ ୮ଟି ଲାକ୍ଟିଫେରସ ନଳୀ ହୋଇ ନିପ୍ଲକୁ କ୍ଷୀର ଆଣେ । ନାରୀର କ୍ଷୀର ବାହାରୁଥିବା ସ୍ତନରେ ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୨ ଓ କ୍ଷୀର ନ ବାହାରୁଥିବା ନାରୀର ଚର୍ବି ଓ କ୍ଷୀର ଗ୍ରନ୍ଥି ଅନୁପାତ ୧:୧ । ସଂଯୋଗକାରୀ ତନ୍ତୁ (Connective tissue: Collagen and elastin), ଧଳା ଚର୍ବି ଓ ଝୁଲେଇ ରଖିବା ନିମନ୍ତେ କୁପର ଲିଗାମେଣ୍ଟ ଇତ୍ୟାଦି ସ୍ତନରେ ଥାଏ । ସ୍ତନକୁ ଛାତିରଟି ୪,ଟି ୫ ଓ ଟି୬ ସ୍ନାୟୁ ସ୍ପର୍ଶ ଶକ୍ତି ଯୋଗାଏ । ନିପ୍ଲ ଓ ଏରିଓଲା ସ୍ଥାନଟି ୪ ସ୍ନାୟୁଦ୍ୱାରା ଯୋଗାଣ ହୁଏ ।[୩][୪]

ପ୍ରକୃତ ଗଠନ[ସମ୍ପାଦନା]

ଛାତିରେ ଥିବା ପେକ୍ଟୋରାଲିସ୍ ମେଜର ମାଂସପେଶୀ ଉପରେ ସ୍ତନ ଥାଏ ଓ ଏହା ୨ୟ୍ ପଞ୍ଜରାଠାରୁ ୬ଷ୍ଠ ପଞ୍ଜରା ପର୍ଯ୍ୟନ୍ତ ବ୍ୟାପିଥାଏ । ସମ୍ମୁଖରେ କ୍ଲାଭିକ୍ଲ ଅସ୍ଥିଠାରୁ ତଳକୁ ମଝି ଅସ୍ଥିର ମଧ୍ୟ ଭାଗ ପର୍ଯ୍ୟନ୍ତ୍ ଲମ୍ବିଥାଏ ଓ ଓସାର ବାଗରେ ଏହା କାଖ ସିଧା ପର୍ଯ୍ୟନ୍ତ ଥାଏ । ସ୍ତନରେ ବିଭିନ୍ନ ପ୍ରକାରର ତନ୍ତୁ ଥାଏ, ମୂଖ୍ୟତଃ ଗ୍ଲାଣ୍ଡଚର୍ବି ଥାଏ ।
ସ୍ତନ ଏକ କୋନ ଭଳି ଦେଖାଯାଏ । ଓ ଏହା ଶିର୍ଷରେ ସ୍ତନାଗ୍ର ଥାଏ । ଚର୍ମ ତଳେ ଚର୍ବି ଆସ୍ତରଣ ଓ ତା ତଳେ ସୁପରଫିସିଆଲ୍ ଫାସା (Superficial fascia) ଥାଏ । ବୟଃପ୍ରାପ୍ତ ସ୍ତନରେ ୧୪ରୁ ୧୮ଟି ଲାକ୍ଟିଫେରସ୍ ଲୋବ ଥାଏ ଓ ତାହାକୁ ଘଞ୍ଚ ଫାସା ଘେରି ରହିଥାଏ, ଯାହା ଏହାକୁ ଟେକି ଧରେ । ସ୍ତନ ଗ୍ଲାଣ୍ଡ ଏସ୍ଟ୍ରୋଜେନଦ୍ୱାରା ସାହାଯ୍ୟ ପାଏ, ତେଣୁ ଋତୁ ବନ୍ଦ ପରେ ଏସ୍ଟ୍ରୋଜେନ କ୍ଷରଣ ନ ହେବାରୁ ଏହି ଗ୍ଲାଣ୍ଡ ଶୁଖିଯାଏ । ତା ପରେ ସ୍ତନରେ କେବଳ ଚର୍ବି, ଫାସା ଓ ଚର୍ମ ରହେ ।
ଆକାର ଅନୁସାରେ ସ୍ତନର ଓଜନ ଅଧ କିଲୋରୁ ଏକ କିଲୋ ପର୍ଯ୍ୟନ୍ତ ହୁଏ । ଚର୍ବି ଓ ଗ୍ଲାଣ୍ଡ ଅନୁପାତ ବୟସ ଅନୁସାରେ, ଗର୍ଭାବସ୍ଥାରେ ଓ ସ୍ତନ୍ୟ ପାନ ସମୟରେ ଭିନ୍ନ ଭିନ୍ନ ହୁଏ ।

କର୍ମ ପଦ୍ଧତି ଓ ସ୍ୱାସ୍ଥ୍ୟ[ସମ୍ପାଦନା]

ଶିଶୁର ଖାଦ୍ୟ କ୍ଷୀର ତିଆରି କରି ତାହାକୁ ଖାଦ୍ୟ ଯୋଗାଣ କରିବା ସ୍ତନର ମୂଖ୍ୟ କାମ । ଉପଯୁକ୍ତ ଦୁଧ ପ୍ରସ୍ତୁତ କରିବା ନିମନ୍ତେ ସ୍ତନ ଅଧିକ ଉତ୍ତାପ ଆବଶ୍ୟକ କରେ ଯାହା ତାହାର ଗୋଲ ଆକାର ଯୋଗୁ ସମ୍ଭବ ହୁଏ । ଏହି ଆକାର ଯୋଗୁ ଉତ୍ତାପ ଅଧିକ ରହେ । ନବଜାତ ଶିଶୁ ସ୍ତନ୍ୟପାନ ସମୟରେ ଏହି ଗୋଲାକାର ଯୋଗୁ ଶ୍ୱାସରୁଦ୍ଧ ହୁଏ ନାହିଁ । ସିମ୍ପାଞ୍ଜି ଭଳି ସମତଳ ଛାତି ହେଲେ ଶିଶୁର ନାକ ଚାପି ହୋଇଯାଆନ୍ତା । ଅନ୍ୟ ପ୍ରାଣୀମାନଙ୍କର ପାଟି ଗୋଜିଆ ହୋଇ ଆଗକୁ ବାହାରି ଥିବାରୁ ଚଟକା ଛାଟି ଥିଲେ ମଧ୍ୟ କିଛି ଅସୁବିଧା ହୁଏ ନାହିଁ । ଶିଶୁ ମୁହଁ ଗଠନ ଯୋଗୁ ସ୍ତନର ଆକାର ଗୋଲାକାର ହୋଇଛି [୫]
ଗର୍ଭାଧାନ ଓ ପ୍ରସବ ପରବର୍ତ୍ତୀ ସମୟରେ ଦୁଧ ତିଆରି ହେବା ଛଡ଼ା ଅନ୍ୟ ସମୟରେ ମଧ୍ୟ ଦୁଧ ତିଆରି ହୁଏ ଯେପରି ମାନସିକ ରୋଗ ନିମନ୍ତେ ଦିଆଯାଉଥିବା କେତେକେ ଔଷଧର ପାର୍ଶ୍ୱକ୍ରିୟା ଯୋଗୁ ସ୍ୱତଃ ଦୁଧସ୍ରାବ ବା ଗାଲାକ୍ଟୋରିଆ (galactorrhea) ହୁଏ, ଅତ୍ୟଧିକ ଶାରୀରିକ ଚାପ, ଏଣ୍ଡୋକ୍ରାଇନ ରୋଗ ଯୋଗୁ ହୁଏ । ସଦ୍ୟଜାତ ଶିଶୁର ସ୍ତନରୁ ମଧ୍ୟ ଦୁଧ କ୍ଷରଣ ହୁଏ କାରଣ ମାତୃଗର୍ଭରେ ଥିବାବେଳେ ମାଆ ଦେହରେ ପ୍ରବାହିତ ପ୍ରୋଲାକ୍ଟିନ ଓ ଅକ୍ସିଟୋସିନ ଭଳି ହରମୋନ ଶିଶୁ ଦେହରେ ମଧ୍ୟ ପ୍ରବାହିତ ହେଉଥାଏ । ପୁରୁଷମାନଙ୍କ ଦେହରେ ସ୍ତନ ଥିଲେ ମଧ୍ୟ ପୁଂ-ହରମୋନ ଟେସ୍ଟୋସ୍ଟେରନ ହରମୋନ ଯୋଗୁ ଦୁଧ ତିଆରି ସମ୍ଭବ ହୁଏ ନାହିଁ । ଯଦି ପୁରୁଷର ସ୍ତନରୁ ଦୁଧ ବାହାରେ ତେବେ ତାହା ପିଟିଇଟାରି ଗ୍ଲାଣ୍ଡର କୌଣସି ରୋଗ ଯୋଗୁ ହୁଏ ।

ସ୍ତନ ରୋଗ[ସମ୍ପାଦନା]

ମହିଳା ମୃତ୍ୟୁ କାରଣ ମଧ୍ୟରୁ ସ୍ତନ କର୍କଟ ରୋଗ ଏକ ମୂଖ୍ୟ କାରଣ ଅଟେ । ଏହା ବ୍ୟତୀତ ମାସ୍ଟାଇଟିସ, ମାସ୍ଟାଲଜିଆ ଓ ଫାଇବ୍ରୋସିସ୍ଟିକ ପରିବର୍ତ୍ତନ ଇତାଦି ଅନେକ ରୋଗ ହୁଏ ।

ଆଧାର[ସମ୍ପାଦନା]

  1. "mammal – Definitions from Dictionary.com". Dictionary.reference.com. Retrieved 2011-10-31.
  2. "SEER Training: Breast Anatomy". National Cancer Institute. Retrieved 9 May 2012.
  3. Introduction to the Human Body, Fifth Edition. John Wiley & Sons, Inc.: New York, 2001. 560.
  4. Ramsay DT, Kent JC, Hartmann RA, Hartmann PE (2005). "Anatomy of the Lactating Human Breast Redefined with Ultrasound Imaging". Journal of Anatomy. 206 (6): 525–534. doi:10.1111/j.1469-7580.2005.00417.x. PMC 1571528. PMID 15960763. {{cite journal}}: Unknown parameter |month= ignored (help)CS1 maint: multiple names: authors list (link)
  5. Bentley, Gillian R. (2001). "The Evolution of the Human Breast". American Journal of Physical Anthropology. 32 (38): 30. doi:10.1002/ajpa.1033.