ଅଶୋକ ସ୍ୱାଇଁ
ଅଶୋକ ସ୍ୱାଇଁ | |
---|---|
ଜନ୍ମ | |
ମୃତ୍ୟୁ | ୭ ଜୁଲାଇ ୨୦୧୮ | (ବୟସ ୭୦)
ବୃତ୍ତି | ସିନେମାଟୋଗ୍ରାଫର |
ବୈବାହିକ-ସାଥୀ | ଛନ୍ଦା |
ପୁରସ୍କାର | ଜୟଦେବ ପୁରସ୍କାର[୧] |
ଅଶୋକ ସ୍ୱାଇଁ (୧୦ ଜାନୁଆରୀ ୧୯୪୮ - ୦୭ ଜୁଲାଇ ୨୦୧୮), ଜୟଦେବ ପୁରସ୍କାରପ୍ରାପ୍ତ ଜଣେ ଓଡ଼ିଆ ସିନେମାଟୋଗ୍ରାଫର ଥିଲେ । ଜୀବନବ୍ୟାପି ଅବଦାନ ନିମନ୍ତେ ଅଶୋକ, ୨୦୧୫ ମସିହାରେ ଜୟଦେବ ପୁରସ୍କାର ଲାଭ କରିଥିଲେ ।[୨] ନିଜର ୪୦ବର୍ଷ କର୍ମଜୀବନରେ ସେ ୩୦ରୁ ଅଧିକ ଓଡ଼ିଆ କଥାଚିତ୍ରରେ ସିନେମାଟୋଗ୍ରାଫି କରିଥିଲେ ।[୩] ଚଳଚ୍ଚିତ୍ର ବ୍ୟତିତ ସେ ବହୁ ବୃତ୍ତଚିତ୍ର, ଟିଭି ଚଳଚ୍ଚିତ୍ର ଓ ଧାରାବାହିକରେ ମଧ୍ୟ ଚିତ୍ର ଉତ୍ତୋଳନ କରିଥିଲେ ।[୪]
ଅଶୋକ, ବେଙ୍ଗାଳୁରୁରୁ ଏସ ଜେ ପଲିଟେକନିକରୁ ସିନେମାଟୋଗ୍ରାଫିରେ ଡିପ୍ଲୋମା କରି, ୧୯୬୯ମସିହାରେ ନିଜ କର୍ମଜୀବନ ଆରମ୍ଭ କରିଥିଲେ । ନିଜ କର୍ମଜୀବନ ଆରମ୍ଭରୁ ସେ ଚେନ୍ନାଇର ଏମଭିଏମ ଷ୍ଟୁଡ଼ିଓ, ମୁମ୍ବାଇର ଆରକେ ଷ୍ଟୁଡ଼ିଓ ଆଦିରେ କାମ କରିବାର ସୁଯୋଗ ପାଇଥିଲେ । ୧୯୭୦ମସିହାରେ ସେ ଭାରତ-ରୁଷ ଶିଶୁ ଚଳଚ୍ଚିତ୍ର "ଦ ବ୍ଲାକ ମାଉଣ୍ଟେନ"ରେ ସହାୟକ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରିଥିଲେ । ୧୯୭୩ମସିହାରେ ସେ ଦୂରଦର୍ଶନ କେନ୍ଦ୍ର କଟକରେ ଯୋଗ ଦେଇଥିଲେ ।[୫] ୧୯୭୭ମସିହାରେ ସେ ସମର ସଲିମ ସାଇମନ ଚଳଚ୍ଚିତ୍ରରୁ କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟାରମ୍ଭ କରି, ପରେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ ।
୨୦୧୮ ମସିହା ଜୁଲାଇ ୭ତାରିଖରେ ଅଶୋକ କଟକରେ ଦେହତ୍ୟାଗ କରିଥିଲେ ।[୬]
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]- ଶେଷ ପ୍ରତୀକ୍ଷା - ୧୯୮୫
- ସୁବର୍ଣ୍ଣ ସୀତା
- ବତାସୀ ଝଡ଼ - ୧୯୮୧
- ପରଝିଅ ଘର ଭାଙ୍ଗେନା - ୧୯୮୫
- ମୁଁ ତୁମେ ଓ ସେ - ୧୯୮୨
- ରାଧା
- ଶଂଖା ସିନ୍ଦୂର
- ପୂଜାଫୁଲ - ୧୯୮୫
- ନଳ ଦମୟନ୍ତୀ - ୧୯୮୬
- ଭୁଲି ହୁଏନା - ୧୯୮୭
- ଜୟଦେବ - ୧୯୮୭
- ଛ ମାଣ ଆଠ ଗୁଣ୍ଠ - ୧୯୮୬
- କୁରୁକ୍ଷେତ୍ର - ୨୦୦୯
- ଗୋପରେ ବଢ଼ୁଛି କଳା କହ୍ନେଇ - ୧୯୯୪
- ଦାଦାଗିରି - ୧୯୯୩
- ଶାସ୍ତି - ୧୯୮୯
- ସହରୀ ବାଘ - ୧୯୮୫
- ବଡ଼ ଭାଉଜ - ୧୯୮୮
- ହିସାବ କରିବ କାଳିଆ - ୧୯୯୦
- ନ୍ୟାୟ ଅନ୍ୟାୟ[୭]
- କଥା ରହିଗଲା କାଳ କାଳକୁ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜୟଦେବ ସମ୍ମାନ - ୨୦୧୫[୮]
ଆଧାର
[ସମ୍ପାଦନା]- ↑ https://www.dailypioneer.com/state-editions/bhubaneswar/ashok-swain-bags-jayadev-award.html
- ↑ http://odishatv.in/odisha/body-slider/cinematographer-ashok-swain-gets-jayadev-puraskar-182907
- ↑ "ଆର୍କାଇଭ୍ କପି". Archived from the original on 2021-03-02. Retrieved 2018-07-26.
{{cite web}}
: Cite has empty unknown parameter:|1=
(help) - ↑ http://www.newindianexpress.com/states/odisha/2016/dec/20/ashok-swain-bags-jayadev-puraskar-1551098.html
- ↑ http://pragativadi.com/veteran-cinematographer-ashok-swain-passes-away/
- ↑ http://sambad.in/state/ashok-swain-is-no-more-172758/
- ↑ http://shasakprashasak.com/index.php/state/2191-2018-07-07-10-15-27
- ↑ https://timesofindia.indiatimes.com/city/bhubaneswar/Ashok-Swain-to-receive-Jaydev-Samman/articleshow/55642243.cms
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅଶୋକ ସ୍ୱାଇଁ