ସେଫୋଟାକ୍ସିମ
Clinical data | |
---|---|
Trade names | Claforan, others |
Synonyms | cefotaxime sodium |
AHFS/Drugs.com | monograph |
MedlinePlus | a682765 |
Pregnancy category | |
Routes of administration | Intravenous and intramuscular |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | n/a |
Metabolism | liver |
Elimination half-life | 0.8–1.4 hours |
Excretion | 50–85% kidney |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEMBL | |
ECHA InfoCard | 100.058.436 |
Chemical and physical data | |
Formula | C16H17N5O7S2 |
Molar mass | 455.47 g/mol |
3D model (JSmol) | |
| |
| |
(verify) |
ସେଫୋଟାକ୍ସିମ (ଇଂରାଜୀ ଭାଷାରେ Cefotaxime) ଏକ ଆଣ୍ଟିବାୟୋଟିକ (antibiotic) ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । ନିର୍ଦ୍ଦିଷ୍ଟ ଭାବରେ ଏହା ଗଣ୍ଠି ସଂକ୍ରମଣ (joint infections), ପେଲଭିକ ଇନଫ୍ଲାମେଟରି ଡିଜିଜ (pelvic inflammatory disease), ମେନିଞ୍ଜାଇଟିସ, ନିମୋନିଆ, ମୁତ୍ରନଳୀ ସଂକ୍ରମଣ (urinary tract infections), ସେପ୍ସିସ, ଗନରିଆ, ଓ ସେଲ୍ୟୁଲାଇଟିସ୍ ଇତ୍ୟାଦି ରୋଗମାନଙ୍କର ନିମନ୍ତେ ଦିଆଯାଏ । ସେଫୋଟାକ୍ସିମ ଇଞ୍ଜେକସନ ଆକାରରେ ଶିରାଭ୍ୟନ୍ତରରେ (injection into a vein) ବା ମାଂସପେଶୀରେ (muscle) ଦିଆଯାଏ ।[୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଆଲର୍ଜି ପ୍ରତିକ୍ରିୟା (allergic reactions) ଓ ଇଞ୍ଜେକସନ ନେବା ସ୍ଥଳରେ ପ୍ରଦାହ ଆଦି ଲକ୍ଷଣ ଦେଖାଯାଏ । ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଲସ୍ଟ୍ରିଡିଅମ ଡିଫିସିଓ ତରଳ ଝାଡ଼ା ହୋଇପାରେ । ପେନିସିଲିନ penicillin ପ୍ରତି ଆନାଫାଇଲାକ୍ସିସ ଥିବା ଲୋକମାନଙ୍କୁ ଏହି ଇଞ୍ଜେକସନ ଦିଆଯାଏ ନାହିଁ ।[୧] ଗର୍ଭାବସ୍ଥା ଓ ସ୍ତନ୍ୟପାନ ସମୟରେ ଏହା ଅପେକ୍ଷାକୃତ ନିରାପଦ ଥାଏ ।[୧][୨] ଏହା ତୃତୀୟ ପିଢ଼ିର ସେଫାଲୋସ୍ପୋରିନ third-generation cephalosporin ପରିବାରର ଔଷଧ ଯାହା ଜୀବାଣୁର ଜୀବକୋଷ ଆବରଣରେ ବାଧା ସୃଷ୍ଟି କରେ ।[୧]
ସେଫୋଟାକ୍ସିମ ସନ ୧୯୭୬ରେ ଆବିଷ୍କୃତ ହେବାପରେ ବ୍ୟବସାୟ ନିମନ୍ତେ ସନ ସନ ୧୯୮୦ରେ ବ୍ୟବହାର କରାଗଲା । [୩][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ଏହା ଜେନେରିକ ଔଷଧ (generic medication) ନାମରେ ଉପଲବ୍ଧ ହୁଏ ।[୧] ବିକାଶଶୀଳ ଦେଶମାନଙ୍କରେ (developing world) ଏହାର ମୂଲ୍ୟ ପ୍ରତି ଡୋଜ ପିଛା ପ୍ରାୟ ୦.୨୩ରୁ ୪.୭୦ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ କୋର୍ଷର ମୂଲ୍ୟ ପ୍ରାୟ ୧୦୦ରୁ ୨୦୦ ଡଲାର ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Cefotaxime Sodium". The American Society of Health-System Pharmacists. Retrieved 8 December 2016.
- ↑ ୨.୦ ୨.୧ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 87. ISBN 9781284057560.
- ↑ Walker, S. R. (2012). Trends and Changes in Drug Research and Development (in ଇଂରାଜୀ). Springer Science & Business Media. p. 109. ISBN 9789400926592.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 494. ISBN 9783527607495.
- ↑ "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
- ↑ "Cefotaxime". International Drug Price Indicator Guide. Retrieved 8 December 2016.[permanent dead link]