ମାଲିଗନାଣ୍ଟ ହାଇପରଥର୍ମିଆ
ମାଲିଗନାଣ୍ଟ ହାଇପରଥର୍ମିଆ (Malignant hyperthermia) | |
---|---|
ମାଲିଗନାଣ୍ଟ ହାଇପରପାଇରେକ୍ସିଆ (Malignant hyperpyrexia), anesthesia related hyperthermia[୧] | |
ବିଭାଗ | ନିଶ୍ଚେତକ ବିଭାଗ (Anesthesiology), କ୍ରିଟିକାଲ କେୟାର ଭେଷଜ ବିଭାଗ (critical care medicine) |
ଲକ୍ଷଣ | ଶକ୍ତ ମାଂସପେଶୀ, ଅତ୍ୟଧିକ ଶରୀର ଉତ୍ତାପ (high fever, ଦୃତ ହୃଦଗତି fast heart rate)[୧] |
କାରଣ | ଆଘ୍ରାଣକାରୀ ନିଶ୍ଚେତକ (Volatile anesthetic agents) ବା ସକସାମେଥୋନିଅମ କ୍ଲୋରାଇଡ (succinylcholine) ନିମନ୍ତେ ପ୍ରଭାବିତ ହେଉଥିବା ବ୍ୟକ୍ତି । [୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ ।[୩] |
ସଠିକ ରୋଗ ନିର୍ଣ୍ଣୟ | ସେପ୍ସିସ, ଆନାଫାଇଲାକ୍ସିସ, ସେରୋଟୋନିନ ସିଣ୍ଡ୍ରୋମ, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome)[୨] |
ପ୍ରତିକାର | ସମ୍ଭାବନା ଥିବା ଟ୍ରିଗରରୁ ଦୂରେଇ ରହିବା ।[୩] |
ଚିକିତ୍ସା | ଡାନଟ୍ରୋଲିନ (Dantrolene), ସୁରକ୍ଷାକାରୀ ଯତ୍ନ supportive care[୪] |
Prognosis | ମୃତ୍ୟୁ ସଙ୍କଟ: ଚିକିତ୍ସିତ ଲୋକ ୫%, ଅଣଚିକିତ୍ସିତ ଲୋକ ୭୫% ।[୨] |
ପୁନଃପୌନିକ | ~ଗ୍ୟାସ ନିଶ୍ଚେତକ ବ୍ୟବହାର କରୁଥିବା ଲୋକଙ୍କ ମଧରୁ ୨୫,୦୦୦ରେ ଜଣେ । [୧] |
ମାଲିଗନାଣ୍ଟ ହାଇପରଥର୍ମିଆ (ଇଂରାଜୀ ଭାଷାରେ Malignant hyperthermia ବା MH) ବା ଅତ୍ୟଧିକ ଶାରୀରିକ ଉତ୍ତାପ ଏକ ପ୍ରକାର ସାଂଘାତିକ ପ୍ରତିକ୍ରିୟା ଯାହା ସାଧାରଣ ନିଶ୍ଚେତକରେ (general anesthesia) ବ୍ୟବହୃତ କୌଣସି ନିର୍ଦ୍ଦିଷ୍ଟ ଔଷଧ ପ୍ରତି ସମ୍ବେଦନଶୀଳ ଲୋକର ହୋଇଥାଏ ।[୧] ଏଥିରେ ମାଂସପେଶୀ ଶକ୍ତ ହୋଇଯାଏ, ଦେହାରେ ଅତ୍ୟଧିକ ଉତ୍ତାପ (high fever) ଜାତ ହୁଏ ଓ ଦୃତ ହୃଦ୍ଗତି (fast heart rate) ହୁଏ ।[୧] ଜଟିଳ ହୋଇଗଲେ ରାବଡୋମାୟୋଲାଇସିସ ଓ ଅତ୍ୟଧିକ ରକ୍ତ ପୋଟାସିଅମ (high blood potassium) ଦେଖାଯାଏ ।[୧][୩] ଉତ୍ତେଜକ ଔଷଧ ସଂସ୍ପର୍ଶରେ ନ ଆସିବା ପର୍ଯ୍ୟନ୍ତ ଅଧିକାଂଶ ରୋଗୀ ସାଧାରଣ ରହନ୍ତି ।[୨]
ଆଘ୍ରାଣକାରୀ ନିଶ୍ଚେତକ (volatile anesthetic agents) ବା ସକସାମେଥୋନିଅମ କ୍ଲୋରାଇଡ (succinylcholine) ସଂସ୍ପର୍ଶ ଯୋଗୁ ଏହି ଅବସ୍ଥା ଉପୁଜେ ।[୧][୨] ଛଅଟି ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ବିଶେଷତଃ ଆରୟାଇଆର୧ (ryanodine receptor 1) ଜିନ ଯୋଗୁ ହୁଏ ।[୧] ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଧରଣର ଜିନ ପିତାମାତାଙ୍କଠାରୁ ଆସିଥାଏ ।[୧] ଅନ୍ୟ କେତେକ ମାଂସପେଶୀ ରୋଗ ଯେପରିକି ସେଣ୍ଟ୍ରାଲ କୋର ଡିଜିଜ (central core disease) ଭଳି କେତେକ ରୋଗ ସହିତ ଥାଏ ବା ନୂଆ ମ୍ୟୁଟେସନ ଯୋଗୁ ହୋଇପାରେ ।[୧][୪]
ସମ୍ବେଦନଶୀଳ ଔଷଧ ଦେହକୁ ଗଲେ ମାଂସପେଶୀରେ (muscle cell) ଜମା ଥିବା କ୍ୟାଲସିଅମ ଆୟନ (calcium ions) ମୁକ୍ତ ହୋଇଯାଏ ।[୧] ଏହି କ୍ୟାଲସିଅମ ଆଧିକ୍ୟ ଫଳରେ ପେଶୀ ତନ୍ତୁ (muscle fiber) ସଙ୍କୁଚିତ ହୋଇଯାଏ ।[୧] ଫଳରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୋଇ ମେଟାବୋଲିକ ଏସିଡୋସିସ (metabolic acidosis) ସୃଷ୍ଟି ହୁଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୩] ପରିବାର ସଦସ୍ୟମାନଙ୍କର ପେଶୀ ବାୟୋପ୍ସି (muscle biopsy) ବା ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ସେମାନେ ସମ୍ବେଦନଶୀଳ କି ନୁହେଁ, ପରୀକ୍ଷା କରାଯାଇପାରେ ।[୪]
ଥଣ୍ଡା ସେକ ଓ ସାହାଯ୍ୟକାରୀ ଉପଚାର (supportive measures) ସହିତ ଡାଣ୍ଟ୍ରୋଲିନ (dantrolene) ଔଷଧ ଦିଆଯାଇପାରେ ।[୪][୩] ସମ୍ଭଦନଶୀଳ ଲୋକଙ୍କୁ ସମ୍ଭାବ୍ୟ ଟ୍ରିଗରଠାରୁ ପୃଥକ ରହିବାକୁ ଉପଦେଶ ଦିଆଯାଏ ।[୩] ପ୍ରତି ୫,୦୦୦ରୁ ୫୦,୦୦୦ ଲୋକରେ ଜଣକୁ ଗ୍ୟାସୀୟ ନିଶ୍ଚେତକ ଦେଲେ ଏହି ରୋଗ ସମ୍ଭାବନା ରହେ ।[୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଉପଯୁକ୍ତ ଚିକିତ୍ସା ସତ୍ତ୍ୱେ ୫% ରୋଗୀଙ୍କର ଓ ଏହା ଉପଲବଧ ନଥିଲେ ପ୍ରାୟ ୭୫% ରୋଗୀ ମୃତ୍ୟୁ ବରଣ କରନ୍ତି ।[୨] ପ୍ରାକ୍ ବିଂଶ ଶତାବ୍ଦୀରୁ (20th century) ଏହିଭଳି ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସନ ୧୯୬୦ରୁ ଏହି ରୋଗ ଚିହ୍ନଟ ହୋଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "malignant hyperthermia". Genetics Home Reference (in ଇଂରାଜୀ). Jan 27, 2017. Archived from the original on 27 June 2017. Retrieved 30 June 2017.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Schneiderbanger, D; Johannsen, S; Roewer, N; Schuster, F (2014). "Management of malignant hyperthermia: diagnosis and treatment". Therapeutics and clinical risk management. 10: 355–62. PMID 24868161.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Malignant hyperthermia" (PDF). Orpha.net. March 2013. Archived (PDF) from the original on 17 June 2013. Retrieved 30 June 2017.
- ↑ ୪.୦ ୪.୧ ୪.୨ ୪.୩ "Malignant hyperthermia". GARD (in ଇଂରାଜୀ). 30 June 2014. Archived from the original on 4 July 2017. Retrieved 30 June 2017.
External links
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |