Jump to content

ମାଲିଗନାଣ୍ଟ ହାଇପରଥର୍ମିଆ

ଉଇକିପିଡ଼ିଆ‌ରୁ
ମାଲିଗନାଣ୍ଟ ହାଇପରଥର୍ମିଆ (Malignant hyperthermia)
ମାଲିଗନାଣ୍ଟ ହାଇପରପାଇରେକ୍ସିଆ (Malignant hyperpyrexia), anesthesia related hyperthermia[]
ଆରୟାଇଆର୧ (ryanodine receptor 1) ଜିନ ଗଠନରେ ଅନିୟମିତ‌ତା ଦେଖାଯାଏ ।
ବିଭାଗନିଶ୍ଚେତକ ବିଭାଗ (Anesthesiology), କ୍ରିଟିକାଲ କେୟାର ଭେଷଜ ବିଭାଗ (critical care medicine)
ଲକ୍ଷଣଶକ୍ତ ମାଂସପେଶୀ, ଅତ୍ୟଧିକ ଶରୀର ଉତ୍ତାପ (high fever, ଦୃତ ହୃଦଗତି fast heart rate)[]
କାରଣଆଘ୍ରାଣକାରୀ ନିଶ୍ଚେତକ (Volatile anesthetic agents) ବା ସକସାମେଥୋନିଅମ କ୍ଲୋରାଇଡ (succinylcholine) ନିମନ୍ତେ ପ୍ରଭାବିତ ହେଉଥିବା ବ୍ୟକ୍ତି । [][]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ ।[]
ସଠିକ ରୋଗ ନିର୍ଣ୍ଣୟସେପ୍ସିସ, ଆନାଫାଇଲାକ୍‌ସିସ, ସେରୋଟୋନିନ ସିଣ୍ଡ୍ରୋମ, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome)[]
ପ୍ରତିକାରସମ୍ଭାବନା ଥିବା ଟ୍ରିଗରରୁ ଦୂରେଇ ରହିବା ।[]
ଚିକିତ୍ସାଡାନଟ୍ରୋଲିନ (Dantrolene), ସୁରକ୍ଷାକାରୀ ଯତ୍ନ supportive care[]
Prognosisମୃତ୍ୟୁ ସଙ୍କଟ: ଚିକିତ୍ସିତ ଲୋକ ୫%, ଅଣଚିକିତ୍ସିତ ଲୋକ ୭୫% ।[]
ପୁନଃପୌନିକ~ଗ୍ୟାସ ନିଶ୍ଚେତକ ବ୍ୟବ‌ହାର କରୁଥିବା ଲୋକଙ୍କ ମଧରୁ ୨୫,୦୦୦ରେ ଜଣେ । []

ମାଲିଗନାଣ୍ଟ ହାଇପରଥର୍ମିଆ (ଇଂରାଜୀ ଭାଷାରେ Malignant hyperthermia ବା MH) ବା ଅତ୍ୟଧିକ ଶାରୀରିକ ଉତ୍ତାପ ଏକ ପ୍ରକାର ସାଂଘାତିକ ପ୍ରତିକ୍ରିୟା ଯାହା ସାଧାରଣ ନିଶ୍ଚେତକରେ (general anesthesia) ବ୍ୟବ‌ହୃତ କୌଣସି ନିର୍ଦ୍ଦିଷ୍ଟ ଔଷଧ ପ୍ରତି ସମ୍ବେଦନଶୀଳ ଲୋକର ହୋଇଥାଏ ।[] ଏଥିରେ ମାଂସପେଶୀ ଶକ୍ତ ହୋଇଯାଏ, ଦେହାରେ ଅତ୍ୟଧିକ ଉତ୍ତାପ (high fever) ଜାତ ହୁଏ ଓ ଦୃତ ହୃଦ୍‌ଗତି (fast heart rate) ହୁଏ ।[] ଜଟିଳ ହୋଇଗଲେ ରାବଡୋମାୟୋଲାଇସିସଅତ୍ୟଧିକ ରକ୍ତ ପୋଟାସିଅମ (high blood potassium) ଦେଖାଯାଏ ।[][] ଉତ୍ତେଜକ ଔଷଧ ସଂସ୍ପର୍ଶରେ ନ ଆସିବା ପର୍ଯ୍ୟନ୍ତ ଅଧିକାଂଶ ରୋଗୀ ସାଧାରଣ ରହନ୍ତି ।[]

ଆଘ୍ରାଣକାରୀ ନିଶ୍ଚେତକ (volatile anesthetic agents) ବା ସକସାମେଥୋନିଅମ କ୍ଲୋରାଇଡ (succinylcholine) ସଂସ୍ପର୍ଶ ଯୋଗୁ ଏହି ଅବସ୍ଥା ଉପୁଜେ ।[][] ଛଅଟି ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ବିଶେଷତଃ ଆରୟାଇଆର୧ (ryanodine receptor 1) ଜିନ ଯୋଗୁ ହୁଏ ।[] ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଧରଣର ଜିନ ପିତାମାତାଙ୍କଠାରୁ ଆସିଥାଏ ।[] ଅନ୍ୟ କେତେକ ମାଂସପେଶୀ ରୋଗ ଯେପରିକି ସେଣ୍ଟ୍ରାଲ କୋର ଡିଜିଜ (central core disease) ଭଳି କେତେକ ରୋଗ ସ‌ହିତ ଥାଏ ବା ନୂଆ ମ୍ୟୁଟେସନ ଯୋଗୁ ହୋଇପାରେ ।[][]

ସମ୍ବେଦନଶୀଳ ଔଷଧ ଦେହକୁ ଗଲେ ମାଂସପେଶୀରେ (muscle cell) ଜମା ଥିବା କ୍ୟାଲସିଅମ ଆୟନ (calcium ions) ମୁକ୍ତ ହୋଇଯାଏ ।[] ଏହି କ୍ୟାଲସିଅମ ଆଧିକ୍ୟ ଫଳରେ ପେଶୀ ତନ୍ତୁ (muscle fiber) ସଙ୍କୁଚିତ ହୋଇଯାଏ ।[] ଫଳରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୋଇ ମେଟାବୋଲିକ ଏସିଡୋସିସ (metabolic acidosis) ସୃଷ୍ଟି ହୁଏ ।[] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[] ପରିବାର ସଦସ୍ୟମାନଙ୍କର ପେଶୀ ବାୟୋପ୍ସି (muscle biopsy) ବା ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ସେମାନେ ସମ୍ବେଦନଶୀଳ କି ନୁହେଁ, ପରୀକ୍ଷା କରାଯାଇପାରେ ।[]

ଥଣ୍ଡା ସେକ ଓ ସାହାଯ୍ୟକାରୀ ଉପଚାର (supportive measures) ସ‌ହିତ ଡାଣ୍ଟ୍ରୋଲିନ (dantrolene) ଔଷଧ ଦିଆଯାଇପାରେ ।[][] ସମ୍ଭଦନଶୀଳ ଲୋକଙ୍କୁ ସମ୍ଭାବ୍ୟ ଟ୍ରିଗରଠାରୁ ପୃଥକ ରହିବାକୁ ଉପଦେଶ ଦିଆଯାଏ ।[] ପ୍ରତି ୫,୦୦୦ରୁ ୫୦,୦୦୦ ଲୋକରେ ଜଣକୁ ଗ୍ୟାସୀୟ ନିଶ୍ଚେତକ ଦେଲେ ଏହି ରୋଗ ସମ୍ଭାବନା ରହେ ।[] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[] ଉପ‌ଯୁକ୍ତ ଚିକିତ୍ସା ସତ୍ତ୍ୱେ ୫% ରୋଗୀଙ୍କର ଓ ଏହା ଉପଲବଧ ନଥିଲେ ପ୍ରାୟ ୭୫% ରୋଗୀ ମୃତ୍ୟୁ ବରଣ କରନ୍ତି ।[] ପ୍ରାକ୍ ବିଂଶ ଶତାବ୍ଦୀରୁ (20th century) ଏହିଭଳି ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସନ ୧୯୬୦ରୁ ଏହି ରୋଗ ଚିହ୍ନଟ ହୋଇଥିଲା ।[]

  1. 1 2 3 4 5 6 7 8 9 10 11 12 13 14 15 "malignant hyperthermia". Genetics Home Reference (in ଇଂରାଜୀ). Jan 27, 2017. Archived from the original on 27 June 2017. Retrieved 30 June 2017.
  2. 1 2 3 4 5 6 7 8 Schneiderbanger, D; Johannsen, S; Roewer, N; Schuster, F (2014). "Management of malignant hyperthermia: diagnosis and treatment". Therapeutics and clinical risk management. 10: 355–62. PMID 24868161.
  3. 1 2 3 4 5 6 "Malignant hyperthermia" (PDF). Orpha.net. March 2013. Archived (PDF) from the original on 17 June 2013. Retrieved 30 June 2017.
  4. 1 2 3 4 "Malignant hyperthermia". GARD (in ଇଂରାଜୀ). 30 June 2014. Archived from the original on 4 July 2017. Retrieved 30 June 2017.
[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ