ମାଲିଗନାଣ୍ଟ ହାଇପରଥର୍ମିଆ

ଉଇକିପିଡ଼ିଆ‌ରୁ
(Malignant hyperthermiaରୁ ଲେଉଟି ଆସିଛି)
ମାଲିଗନାଣ୍ଟ ହାଇପରଥର୍ମିଆ (Malignant hyperthermia)
ମାଲିଗନାଣ୍ଟ ହାଇପରପାଇରେକ୍ସିଆ (Malignant hyperpyrexia), anesthesia related hyperthermia[୧]
ଆରୟାଇଆର୧ (ryanodine receptor 1) ଜିନ ଗଠନରେ ଅନିୟମିତ‌ତା ଦେଖାଯାଏ ।
ବିଭାଗନିଶ୍ଚେତକ ବିଭାଗ (Anesthesiology), କ୍ରିଟିକାଲ କେୟାର ଭେଷଜ ବିଭାଗ (critical care medicine)
ଲକ୍ଷଣଶକ୍ତ ମାଂସପେଶୀ, ଅତ୍ୟଧିକ ଶରୀର ଉତ୍ତାପ (high fever, ଦୃତ ହୃଦଗତି fast heart rate)[୧]
କାରଣଆଘ୍ରାଣକାରୀ ନିଶ୍ଚେତକ (Volatile anesthetic agents) ବା ସକସାମେଥୋନିଅମ କ୍ଲୋରାଇଡ (succinylcholine) ନିମନ୍ତେ ପ୍ରଭାବିତ ହେଉଥିବା ବ୍ୟକ୍ତି । [୧][୨]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଦେଖି ନିର୍ଣ୍ଣୟ କରାଯାଏ ।[୩]
ସଠିକ ରୋଗ ନିର୍ଣ୍ଣୟସେପ୍ସିସ, ଆନାଫାଇଲାକ୍‌ସିସ, ସେରୋଟୋନିନ ସିଣ୍ଡ୍ରୋମ, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ (neuroleptic malignant syndrome)[୨]
ପ୍ରତିକାରସମ୍ଭାବନା ଥିବା ଟ୍ରିଗରରୁ ଦୂରେଇ ରହିବା ।[୩]
ଚିକିତ୍ସାଡାନଟ୍ରୋଲିନ (Dantrolene), ସୁରକ୍ଷାକାରୀ ଯତ୍ନ supportive care[୪]
Prognosisମୃତ୍ୟୁ ସଙ୍କଟ: ଚିକିତ୍ସିତ ଲୋକ ୫%, ଅଣଚିକିତ୍ସିତ ଲୋକ ୭୫% ।[୨]
ପୁନଃପୌନିକ~ଗ୍ୟାସ ନିଶ୍ଚେତକ ବ୍ୟବ‌ହାର କରୁଥିବା ଲୋକଙ୍କ ମଧରୁ ୨୫,୦୦୦ରେ ଜଣେ । [୧]

ମାଲିଗନାଣ୍ଟ ହାଇପରଥର୍ମିଆ (ଇଂରାଜୀ ଭାଷାରେ Malignant hyperthermia ବା MH) ବା ଅତ୍ୟଧିକ ଶାରୀରିକ ଉତ୍ତାପ ଏକ ପ୍ରକାର ସାଂଘାତିକ ପ୍ରତିକ୍ରିୟା ଯାହା ସାଧାରଣ ନିଶ୍ଚେତକରେ (general anesthesia) ବ୍ୟବ‌ହୃତ କୌଣସି ନିର୍ଦ୍ଦିଷ୍ଟ ଔଷଧ ପ୍ରତି ସମ୍ବେଦନଶୀଳ ଲୋକର ହୋଇଥାଏ ।[୧] ଏଥିରେ ମାଂସପେଶୀ ଶକ୍ତ ହୋଇଯାଏ, ଦେହାରେ ଅତ୍ୟଧିକ ଉତ୍ତାପ (high fever) ଜାତ ହୁଏ ଓ ଦୃତ ହୃଦ୍‌ଗତି (fast heart rate) ହୁଏ ।[୧] ଜଟିଳ ହୋଇଗଲେ ରାବଡୋମାୟୋଲାଇସିସଅତ୍ୟଧିକ ରକ୍ତ ପୋଟାସିଅମ (high blood potassium) ଦେଖାଯାଏ ।[୧][୩] ଉତ୍ତେଜକ ଔଷଧ ସଂସ୍ପର୍ଶରେ ନ ଆସିବା ପର୍ଯ୍ୟନ୍ତ ଅଧିକାଂଶ ରୋଗୀ ସାଧାରଣ ରହନ୍ତି ।[୨]

ଆଘ୍ରାଣକାରୀ ନିଶ୍ଚେତକ (volatile anesthetic agents) ବା ସକସାମେଥୋନିଅମ କ୍ଲୋରାଇଡ (succinylcholine) ସଂସ୍ପର୍ଶ ଯୋଗୁ ଏହି ଅବସ୍ଥା ଉପୁଜେ ।[୧][୨] ଛଅଟି ଜେନେଟିକ ମ୍ୟୁଟେସନ (genetic mutation) ଯୋଗୁ ବିଶେଷତଃ ଆରୟାଇଆର୧ (ryanodine receptor 1) ଜିନ ଯୋଗୁ ହୁଏ ।[୧] ଅଟୋସୋମାଲ ଡୋମିନାଣ୍ଟ (autosomal dominant) ଧରଣର ଜିନ ପିତାମାତାଙ୍କଠାରୁ ଆସିଥାଏ ।[୧] ଅନ୍ୟ କେତେକ ମାଂସପେଶୀ ରୋଗ ଯେପରିକି ସେଣ୍ଟ୍ରାଲ କୋର ଡିଜିଜ (central core disease) ଭଳି କେତେକ ରୋଗ ସ‌ହିତ ଥାଏ ବା ନୂଆ ମ୍ୟୁଟେସନ ଯୋଗୁ ହୋଇପାରେ ।[୧][୪]

ସମ୍ବେଦନଶୀଳ ଔଷଧ ଦେହକୁ ଗଲେ ମାଂସପେଶୀରେ (muscle cell) ଜମା ଥିବା କ୍ୟାଲସିଅମ ଆୟନ (calcium ions) ମୁକ୍ତ ହୋଇଯାଏ ।[୧] ଏହି କ୍ୟାଲସିଅମ ଆଧିକ୍ୟ ଫଳରେ ପେଶୀ ତନ୍ତୁ (muscle fiber) ସଙ୍କୁଚିତ ହୋଇଯାଏ ।[୧] ଫଳରେ ଅତ୍ୟଧିକ ଉତ୍ତାପ ସୃଷ୍ଟି ହୋଇ ମେଟାବୋଲିକ ଏସିଡୋସିସ (metabolic acidosis) ସୃଷ୍ଟି ହୁଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଇପାରେ ।[୩] ପରିବାର ସଦସ୍ୟମାନଙ୍କର ପେଶୀ ବାୟୋପ୍ସି (muscle biopsy) ବା ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ସେମାନେ ସମ୍ବେଦନଶୀଳ କି ନୁହେଁ, ପରୀକ୍ଷା କରାଯାଇପାରେ ।[୪]

ଥଣ୍ଡା ସେକ ଓ ସାହାଯ୍ୟକାରୀ ଉପଚାର (supportive measures) ସ‌ହିତ ଡାଣ୍ଟ୍ରୋଲିନ (dantrolene) ଔଷଧ ଦିଆଯାଇପାରେ ।[୪][୩] ସମ୍ଭଦନଶୀଳ ଲୋକଙ୍କୁ ସମ୍ଭାବ୍ୟ ଟ୍ରିଗରଠାରୁ ପୃଥକ ରହିବାକୁ ଉପଦେଶ ଦିଆଯାଏ ।[୩] ପ୍ରତି ୫,୦୦୦ରୁ ୫୦,୦୦୦ ଲୋକରେ ଜଣକୁ ଗ୍ୟାସୀୟ ନିଶ୍ଚେତକ ଦେଲେ ଏହି ରୋଗ ସମ୍ଭାବନା ରହେ ।[୧] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୨] ଉପ‌ଯୁକ୍ତ ଚିକିତ୍ସା ସତ୍ତ୍ୱେ ୫% ରୋଗୀଙ୍କର ଓ ଏହା ଉପଲବଧ ନଥିଲେ ପ୍ରାୟ ୭୫% ରୋଗୀ ମୃତ୍ୟୁ ବରଣ କରନ୍ତି ।[୨] ପ୍ରାକ୍ ବିଂଶ ଶତାବ୍ଦୀରୁ (20th century) ଏହିଭଳି ଲକ୍ଷଣ ଦେଖାଯାଉଥିଲେ ମଧ୍ୟ ସନ ୧୯୬୦ରୁ ଏହି ରୋଗ ଚିହ୍ନଟ ହୋଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ "malignant hyperthermia". Genetics Home Reference (in ଇଂରାଜୀ). Jan 27, 2017. Archived from the original on 27 June 2017. Retrieved 30 June 2017.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ Schneiderbanger, D; Johannsen, S; Roewer, N; Schuster, F (2014). "Management of malignant hyperthermia: diagnosis and treatment". Therapeutics and clinical risk management. 10: 355–62. PMID 24868161.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ "Malignant hyperthermia" (PDF). Orpha.net. March 2013. Archived (PDF) from the original on 17 June 2013. Retrieved 30 June 2017.
  4. ୪.୦ ୪.୧ ୪.୨ ୪.୩ "Malignant hyperthermia". GARD (in ଇଂରାଜୀ). 30 June 2014. Archived from the original on 4 July 2017. Retrieved 30 June 2017.

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ