ମହେଶ ବାବୁ
ମହେଶ ବାବୁ (ଜନ୍ମ ୯ ଅଗଷ୍ଟ ୧୯୭୫) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ମହେଶ ବାବୁ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ ନାମକ ପ୍ରଯୋଜନା ସଂସ୍ଥା ମଧ୍ୟ ତାଙ୍କର ଅଛି । ମହେଶ ବାବୁ ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ମହେଶ ବାବୁ ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୀଷ୍ଣାଙ୍କର ସାନ ପୁଅ । ମାତ୍ର ଚାରିବର୍ଷ ବୟସ ହୋଇଥିବା ବେଳେ ୧୯୭୯ ମସିହାରେ ନୀଦା ଚଳଚ୍ଚିତ୍ର ମାଧ୍ୟମରେ ଶିଶୁ କଳାକାର ଭାବେ ମହେଶ ଅଭିନୟ ଆରମ୍ଭ କରିଥିଲେ । ମହେଶ ଶିଶୁ କଳାକାର ଭାବରେ ୮ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ୧୯୯୯ ମସିହାରେ ରାଜକୁମାରୁଡ଼ୁ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆରେ ନାୟକ ସାଜିଥିଲେ ଏବଂ ରାଜ୍ୟସ୍ତରୀୟ ନନ୍ଦୀ ପୁରସ୍କାର ପାଇଥିଲେ ।
ମୁରାରୀ(୨୦୦୧) ଭଳି ଚଳଚ୍ଚିତ୍ରରେ ମେହଶଙ୍କର ନିଖୁଣ ଅଭିନୟ ଏବଂ ଓକ୍କୁଡ଼ୁ(୨୦୦୩) ଭଳି ଚଳଚ୍ଚିତ୍ରରେ ଆକ୍ସନ ତାଙ୍କୁ ଆଣିଦେଇଥିଲା ସଫଳତା । ପରବର୍ତ୍ତୀ ସମୟରେ ଅଥାଡ଼ୁ(୨୦୦୫), ପୋକ୍ରୀ(୨୦୦୬), ଦୋକୁଡ଼ୁ(୨୦୧୧), ବିଜିନେସ୍ମ୍ୟାନ(୨୦୧୨), ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ(୨୦୧୩), 1: ନେନୁ ଓକ୍କାଡ଼୍ନି(୨୦୧୪) ଏବଂ ଶ୍ରୀମନ୍ଥୁଡ଼ୁ(୨୦୧୫) ଭଳି ଚଳଚ୍ଚିତ୍ର ତାଙ୍କୁ ଆଣିଦେଇଥିଲେ ଜାତୀୟ ସ୍ତରର ସଫଳତା । ଆଜି ପର୍ଯ୍ୟନ୍ତ ସେ ଅନେକ ନନ୍ଦି ପୁରସ୍କାର, ୫ଟି ଫିଲ୍ମଫେୟାର୍ ପୁରସ୍କାର, ୩ଟି ମାଆ ସିନେ ପୁରସ୍କାର, ୩ଟି ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ଏବଂ ଗୋଟିଏ ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ମହେଶ ବାବୁ ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ତାମିଲନାଡୁର ଚେନ୍ନାଇଠାରେ ଜନ୍ମଗ୍ରହଣ କରଥିଲେ ।[୧][୨] ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୃଷ୍ଣଙ୍କର ୫ଟି ସନ୍ତାନ ମଧ୍ୟରେ ୪ର୍ଥ ସନ୍ତାନ ଥିଲେ । ମହେଶ ବାବୁଙ୍କର ବଡ଼ ଭାଇ ରମେଶ ବାବୁ ମଧ୍ୟ ଜଣେ ଚଳଚ୍ଚିତ୍ର ଅଭିନେତା ଥିଲେ । ଅନ୍ୟ ଭାଇ ଭଉଣୀମାନେ ହେଲେ, ପଦ୍ମାବତୀ(୧୯୬୯ ଜନ୍ମ), ମଞ୍ଜୁଳା(୧୯୭୦ ଜନ୍ମ) ଏବଂ ପ୍ରିୟଦର୍ଶନୀ(୧୯୭୯ ଜନ୍ମ) । ମହେଶ ବାବୁଙ୍କ ପିଲାଦିନ ତାଙ୍କର ଜେଜେମା ଦୁର୍ଗାମ୍ମା ଏବଂ ବାକି ପରିବାର ଲୋକଙ୍କ ସହ ମୁଖ୍ୟତଃ ଚେନ୍ନାଇରେ କଟିଛି ।[୩] ଯେହେତୁ ପିତା କ୍ରୀଷ୍ଣ ତାଙ୍କର ଚଳଚ୍ଚିତ୍ର ଦୁନିଆରେ ବ୍ୟସ୍ତ ରହୁଥିଲେ, ସେଥିପାଇଁ ବଡ଼ଭାଇ ରମେଶ ବାବୁ ମହେଶଙ୍କର ପାଠପଢ଼ାର ସମ୍ପୂର୍ଣ୍ଣ ଧ୍ୟାନ ରଖୁଥିଲେ ।[୧] ମହେଶ ବାବୁ ତାଙ୍କର ଭାଇ ଭଉଣୀମାନଙ୍କ ସହ ଚେନ୍ନାଇର ଏକ ସମୁଦ୍ରକୂଳରେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ । ମହେଶ ବାବୁଙ୍କ ସହ ସମୟ ବିତାଇବା ପାଇଁ ତାଙ୍କର ପିତା କୃଷ୍ଣ ପ୍ରାୟ ସମୟରେ ସେହି ପାଖାପାଖି ଚଳଚ୍ଚିତ୍ରର ଦୃଶ୍ୟ ସବୁ ସୁଟିଂ କରାଇବା ବନ୍ଦୋବସ୍ତ କରୁଥିଲେ ।[୧]
ପିଲାମାନେ ସେମାନଙ୍କ ଆଡ଼କୁ ସଭିଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ପିତାଙ୍କର ପରିଚୟ ଦେ ଯେପରି ସ୍କୁଲର ଶାନ୍ତ ପରିବେଶକୁ ନଷ୍ଟ ନ କରିବେ ସେଥିପ୍ରତି କ୍ରୀଷ୍ଣା ଅତ୍ୟନ୍ତ ଯତ୍ନଶୀଳ ଥିଲେ ।[୧] ମହେଶ ବାବୁ ଚେନ୍ନାଇର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତାମିଲ ଅଭିନେତା ସୁରିୟାଙ୍କର ସାନ ଭାଇ କାର୍ତ୍ତୀଙ୍କ ସହ ପଢୁଥିଲେ ।[୪][୫] ବିଦ୍ୟାଳୟରେ ମହେଶ ବାବୁ ଜଣେ ମଧ୍ୟମ ଧରଣର ଛାତ୍ର ଥିଲେ । ଚେନ୍ନାଇର ଲୋୟାଲ କଲେଜରୁ ସେ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।[୬]
ବାଣିଜ୍ୟରେ ସ୍ନାତକ ହାସଲ କରିବା ପରେ, ଅଭିନୟ ଦୁନିଆରେ ଆଗକୁ ବଢ଼ିବା ପାଇଁ ସେ ନିର୍ଦ୍ଦେଶକ ଏଲ୍. ସତ୍ୟାନନ୍ଦଙ୍କୁ ଭେଟିଥିଲେ ଏବଂ ସେଠାରେ ୩ରୁ ୪ମାସ ଯାଏ ପ୍ରଶିକ୍ଷଣ ନେଇଥିଲେ ।[୬] ଯେହେତୁ ମହେଶ ବାବୁ ଚେନ୍ନାଇରେ ଛୋଟବେଳୁ ରହି ଆସୁଥିଲେ, ତେଣୁ ସେ ତେଲୁଗୁ ପଢ଼ିପାରନ୍ତିନି କି ଲେଖିପାରନ୍ତିନି । ସେଥିପାଇଁ ଚଳଚ୍ଚିତ୍ରର ସୁଟିଂ ସରିବା ପରେ ଶବ୍ଦଗ୍ରହଣ ସମୟରେ ସେ ସଂଳାପକୁ ମନେ ରଖିଦେଉଥିଲେ ।[୭]
ଚଳଚ୍ଚିତ୍ର ଜୀବନ
[ସମ୍ପାଦନା]ଶିଶୁ କଳାକାର
[ସମ୍ପାଦନା]ମହେଶ ବାବୁ ଚାରି ବର୍ଷ ବୟସରେ ତେଲୁଗୁ ଚଳଚ୍ଚିତ୍ର ନୀଦାର ସୁଟିଂ ଚାଲିଥିବା ବେଳେ ସେଠାକୁ ବୁଲିବାକୁ ଯାଇଥିଲେ ଯେଉଁଠାରେ ନିର୍ଦ୍ଦେଶକ ନାରାୟଣ ରାଓ ତାଙ୍କର ଭାଇର ପିଲାବେଳର କିଛି ଦୃଶ୍ୟ ତାଙ୍କଦ୍ୱାରା ସୁଟିଂ କରେଇଥିଲେ । ଶିଶୁ କଳାକାର ଭାବରେ ନୀଦା ଚଳଚ୍ଚିତ୍ର ମାଧ୍ୟମରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ୧୯୮୩ ମସିହାରେ ପୋରତମ ଚଳଚ୍ଚିତ୍ର ସୁଟିଂ ସମୟରେ ନିର୍ଦ୍ଦେଶକ କୋଡ଼ି ରାମକ୍ରିଷ୍ଣା ମହେଶ ବାବୁଙ୍କୁ ଦେଖିବା ପରେ ତାଙ୍କୁ ନାୟକର ଭାଇ ଭୂମିକାରେ ଅଭିନୟ କରିବାକୁ କ୍ରୀଷ୍ଣାଙ୍କୁ କହିଥିଲେ । ପ୍ରଥମେ ପ୍ରଥମେ ଡରୁଥିଲେ, ମାତ୍ର ପରେ ଚଳଚ୍ଚିତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କ ସହ ମିଶିବା ପରେ, ମହେଶ ଏହି ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ।[୮] ଶଙ୍କରଭମ୍(୧୯୮୭), ବଜାର ରୋଓଡ଼ି(୧୯୮୮), ମୁଗୁରୁ କୋଡୁକୁଲୁ(୧୯୮୮) ଏବଂ ଗୁଡ଼ଚାରି ୧୧୭(୧୯୮୯) ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । କୋଡ଼ୁକୁ ଦିଦ୍ଦିନା କାପୁରମ(୧୯୮୯) ଚଳଚ୍ଚିତ୍ରରେ ମହେଶ ଦ୍ୱେତଭୂମିକା ମଧ୍ୟ ନିଭାଇଥିଲେ । ଏହା ପରେ ପରେ ମହେଶ ବାଲ ଚନ୍ଦ୍ରୁଡୁ(୧୯୯୦) ଏବଂ ଆନ୍ନା ତମ୍ମୁଡ଼ୁ(୧୯୯୦) ଚଳଚ୍ଚିତ୍ରରେ ଶିଶୁକଳାକାର ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ମହେଶ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ ।[୯]
୧୯୯୯-୨୦୦୩
[ସମ୍ପାଦନା]ମହେଶବାବୁ ୧୯୯୯ ମସିହାରେ କେ. ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶତି ତେଲୁଗୁ ଚଳଚ୍ଚିତ୍ର ରାଜକୁମାରୁଡୁ ଜରିଆରେ ଚଳଚ୍ଚିତ୍ର ଜଗତରେ ନାୟକ ରୂପେ ପ୍ରବେଶ କଲେ । ଏହି ଚଳଚ୍ଚିତ୍ରଟିରେ ମହେଶଙ୍କ ବିପକ୍ଷରେ ନାୟିକା ସାଜିଥିଲେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ପ୍ରିତୀ ଜିଣ୍ଟା । ଏହି ଚଳଚ୍ଚିତ୍ରଟି ଏକ ସଫଳ ବ୍ୟବସାୟ କରିବା ସହ ଲୋକମାନଙ୍କ ଗହଣରେ ମହେଶ ବାବୁ ପ୍ରିନ୍ସ ଭାବରେ ଲୋକପ୍ରିୟ ହେଲେ ।[୧୦] ଏହି ଚଳଚ୍ଚିତ୍ର ପାଇଁ ସେ ନନ୍ଦି ପୁରସ୍କାର ପାଇଥିଲେ ।[୧୧] ସେହି ବର୍ଷ ମହେଶ ବାବୁଙ୍କ ଯୁବରାଜ ଏବଂ ବଂଶୀ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ଚଳଚ୍ଚିତ୍ର ଦୁଇଟିର ବ୍ୟବସାୟ ବହୁତ ଦୁର୍ବଳ ଥିଲା । ଏହା ପରେ ସେ ପରବର୍ଷ କ୍ରୀଷ୍ଣା ବଂଶୀଙ୍କର ମୁରାରୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମହେଶ ବାବୁଙ୍କ କହିବା ଅନୁସାରେ ମୁରାରୀ ହେଉଛି ତାଙ୍କର ଜୀବନରେ ଗୋଟିଏ ମୁଖ୍ୟ ଚଳଚ୍ଚିତ୍ର, ଯାହାର ଭୂମିକା ତାଙ୍କର ସବୁଠାରୁ ପ୍ରିୟ ।[୧୨][୧୩] ମୁରାରୀ ଚଳଚ୍ଚିତ୍ରଟି ଭଲ ସଫଳତା ଆଣିଦେଇଥିଲା ଏବଂ ତାଙ୍କୁ ନନ୍ଦି ସ୍ପେଶାଲ ଜୁରୀ ପୁରସ୍କାର ପ୍ରାପ୍ତ ହୋଇଥିଲା ।[୧୧] ଏହା ପରେ ୨୦୦୨ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ଟକ୍କାରୀ ଡୋଙ୍ଗା ଏବଂ ବବୀ ଅତି ନ୍ୟୁନ ବ୍ୟବସାୟ କରିଥିଲା । କିନ୍ତୁ ଏହି ବର୍ଷ ସେ ୨ୟ ଥର ପାଇଁ ନନ୍ଦି ସ୍ପେଶାଲ ଜୁରୀ ପୁରସ୍କାର ପାଇଥିଲେ ।[୧୧]
୨୦୦୩ ମସିହାରେ ମହେଶ ବାବୁଙ୍କର ୨ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଭୂମିକା ଚାୱଲାଙ୍କ ସହ ଓକ୍କୁଡୁ, ଯାହା ସେହି ବର୍ଷ ତେଲୁଗୁ ଚଳଚ୍ଚିତ୍ର ଜଗତେ ଅଧିକ ଆୟ କରିଥିଲା ।[୧୪] ଏହି ଚଳଚ୍ଚିତ୍ରରେଏ ଅଭିନୟ ତାଙ୍କୁ ପ୍ରଥମ କରି ଆଣିଦେଇଥିଲା ଦକ୍ଷିଣ ଭାରତୀୟ ଫିଲ୍ମଫେୟାର ପୁରସ୍କାର ।[୧୫] ନିର୍ଦ୍ଦେଶକ ତେଜାଙ୍କ ନିର୍ଦ୍ଦେଶନାରେ ଅନ୍ୟ ଗୋଟିଏ ଚଳଚ୍ଚିତ୍ର ନିଜାମ ମୁକ୍ତିଲାଭ କରିଥିଲା ୨୦୦୩ରେ । ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ କରି Dolby EX surround systemର ବ୍ୟବହାର ହୋଇଥିଲା ଏହି ଚଳଚ୍ଚିତ୍ରଟିରେ ।[୧୬] ଯଦିଓ ଏହି ଚଳଚ୍ଚିତ୍ରଟି ବ୍ୟବସାୟରେ ବିଫଳ ହୋଇଥିଲା,[୧୭] ତଥାପି ମହେଶ ବାବୁ ପ୍ରଥମ କରି ଶ୍ରେଷ୍ଠ ନାୟକ ରୂପେ ନନ୍ଦି ପୁରସ୍କାର ପାଇଥିଲେ ।[୧୮]
୨୦୦୪-୨୦୧୦
[ସମ୍ପାଦନା]ମହେଶ ବାବୁଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ନାନୀ ତାଙ୍କ ଭଉଣୀ ମଞ୍ଜୁଳା ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିରେ ନାୟିକ ସାଜିଥିଲେ ହିନ୍ଦୀ ଚଳଚ୍ଚିତ୍ର ଜଗତର ନାୟିକା ଅମିଶା ପଟେଲ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଯେ. ସୁର୍ଯ୍ୟ । ଏହି ସମୟରେ ଏହି ଚଳଚ୍ଚିତ୍ରଟି ତାମିଲ ଭାଷାରେ ଅନ୍ୟ ଅଭିନେତାଙ୍କଦ୍ୱାରା ମଧ୍ୟ ତିଆରି ହୋଇଥିଲା । ତାମିଲ ଭାଷାରେ ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିବା ବେଳ ତେଲୁଗୁରେ ବ୍ୟବସାୟିକ ସଫଳତା ପାଇପାରି ନ ଥିଲା ।[୧୨] ୨୦୦୪ରେ ମୁକ୍ତିଲାଭ କରିଥିବା ଅର୍ଜୁନ ଚଳଚ୍ଚିତ୍ର ପାଇଁ ସେ ୩ୟ ଥର ପାଇଁ ନନ୍ଦି ସ୍ପେଶାଲ ଜୁରୀ ପୁରସ୍କାର ପାଇଥିଲେ । [୧୯] ମଞ୍ଜୁଳାଙ୍କର ପ୍ରଯୋଜନାରେ ମୁକ୍ତିଲାଭ କରିଥିବା ନାନୀର ବ୍ୟବସାୟିକ ବଫଳତା ପରେ ମହେଶ ବାବୁ ଏବଂ ମଞ୍ଜୁଳା କିଛି ଦିନର ବିରତି ନେଇଥିଲେ ।[୨୦] ଏହା ପରେ ମହେଶ ବାବୁଙ୍କୁ ତ୍ରୀଷା କ୍ରୀଷ୍ଣନ୍ଙ୍କ ବିପକ୍ଷରେ ଅଥାଡୁ ଚଳଚ୍ଚିତ୍ରରେ ନେଇଥିଲେ ତ୍ରିବିକ୍ରମ ଶ୍ରୀନିବାସ । ନାନୀ ଏବଂ ଅର୍ଜୁନର କାମ ଆରମ୍ଭ ହେବା ଆଗରୁ ତ୍ରିବିକ୍ରମ ଶ୍ରୀନିବାସଙ୍କ ଏହି କାହାଣୀଟି ମଞ୍ଜୁର ହୋଇ ସାରିଥିଲା, ମାତ୍ର କୌଣସି କାରଣ ବଶତଃ ଏହି ଚଳଚ୍ଚିତ୍ରଟି ୨୦୦୫ରେ ମୁକ୍ତିଲାଭ କରିଥିଲା ।[୨୧] ତେଲୁଗୁ ଚଳଚ୍ଚିତ୍ର ଜଗତରେ ଅଥାଡୁ ଚଳଚ୍ଚିତ୍ରଟି ସେହି ବର୍ଷରେ ସବୁଠାରୁ ଅଧିକ ଆୟ କରିଥିଲା ।[୨୨] ଏହି ଚଳଚ୍ଚିତ୍ରଟି ପ୍ରଯୋଜକ ଏବଂ ବିତରକମାନଙ୍କୁ ଅଧିକ ସଫଳତା ଦେଇଥିଲା ।[୨୩] ଏହି ଚଳଚ୍ଚିତ୍ରଟି ମହେଶ ବାବୁଙ୍କ ଜୀବନରେ ଏହି ବଡ଼ ସଫଳତା ଆଣିଦେଇଥିଲା ଏବଂ ୨ୟ ଥର ପାଇଁ ଶ୍ରେଷ୍ଠ ନାୟକ ଭାବେ ନନ୍ଦି ପୁରସ୍କାର ଆଣି ଦେଇଥିଲା ।[୨୪]
୨୦୦୬ରେ ପୋକିରୀ ଚଳଚ୍ଚିତ୍ରରେ ମହେଶ ବାବୁ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ମିଶିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ମଞ୍ଜୁଳା ଏବଂ ଜଗନ୍ନାଧଙ୍କଦ୍ୱାରା ପ୍ରଯୋଜିତ ହୋଇଥିଲା ।[୨୫] ମାତ୍ର ୧୦ କୋଟିରେ ୬ ମାସ ମଧ୍ୟରେ ନିର୍ମାଣ ହୋଇଥିବା[୨୬] ଏହି ଚଳଚ୍ଚିତ୍ରଟି ତେଲୁଗୁ ଚଳଚ୍ଚିତ୍ର ଜଗତରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଥିଲା । ଏହି ଚଳଚ୍ଚିତ୍ରଟି ଦୁବାଇରେ ଅନୁଷ୍ଠିତ ହୋଇଥିବା ୭ମ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଦେଖାଯାଇଥିଲା ।[୨୭] ଏହି ଚଳଚ୍ଚିତ୍ର ପାଇଁ ମହେଶଙ୍କୁ ୨ୟ ଥର ପାଇଁ ଦକ୍ଷିଣ ଭରତୀୟ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ ।[୨୮] ସେହି ବର୍ଷ ତ୍ରିଷାଙ୍କ ସହ ତାଙ୍କର ଏକ ବ୍ୟୟ ବହୁଳ ଚଳଚ୍ଚିତ୍ର ସୈନିକୁଡୁ ମୁକ୍ତିଲାଭ କରିଥିଲା, ମାତ୍ର ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ ବିଫଳ ହୋଇଯାଇଥିଲା ।[୨୯] ଏହି ବର୍ଷ ମହେଶଙ୍କର ଚଳଚ୍ଚିତ୍ର ଅତିଦୀ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ମହେଶଙ୍କ ସହ ଅଭିନେତ୍ରୀ ଅମ୍ରିତା ରାଓ ମୁଖ୍ୟ ଭୂମିକାରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ମହେଶଙ୍କର ବଡ଼ଭାଇ ରମେଶ ବାବୁ ପ୍ରଯୋଜନା କରିଥିଲେ ।[୩୦] ୨୦୦୮ରେ ଜଲ୍ସା ଚଳଚ୍ଚିତ୍ରରେ ମହେଶ ବାବୁ ସ୍ୱର ଦାନ କରିଥିଲେ ।[୩୧]
୨୦୦୮ରେ ଅତିଦୀ ମୁକ୍ତିଲାଭ କରିବା ପରେ ମହେଶ ଚଳଚ୍ଚିତ୍ର ଦୁନିଆରୁ ୭ମାସର ବିଶ୍ରାମ ନେଇଥିଲେ ଏବଂ ତା'ର ଦୁଇମାସ ପରେ ସେ କଲେଜା ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । କିନ୍ତୁ କିଛି ଅସୁବିଧା ପାଇଁ ସେହି ବିଶ୍ରାମ ଦୁର୍ଭାଗ୍ୟ ବଶତଃ ୨ବର୍ଷଯାଏ ବଢ଼ିଗଲା । ଏହି ସମୟରେ ମହେଶଙ୍କର ଜେଜେମା ଏବଂ ପତ୍ନୀ ନମ୍ରତାର ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ସବୁ କାରଣ ପାଇଁ ମହେଶଙ୍କ ପିତା କ୍ରୀଷ୍ଣା, ମହେଶଙ୍କର ଆଗାମୀ ଚଳଚ୍ଚିତ୍ର ଜୀବନ ବିଷୟରେ ବହୁତ ଚିନ୍ତିତ ହୋଇଯାଇଥିଲେ । ତେଣେ ତାଙ୍କର ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଅନେକ ଦିନ ଘୁଞ୍ଚିଯାଇଥିଲା ।[୩୨] ଏତେ ଦିନର ବ୍ୟବଧାନ ପରେ ମୁକ୍ତିଲାଭ କରିଥିବା କଲେଜା ଦର୍ଶକ ଏବଂ ସମୋଲୋକମାନଙ୍କଠାରୁ ମଧ୍ୟମ ଧରଣର ସମିକ୍ଷା ପ୍ରାପ୍ତ ହୋଇଥିଲା ଏବଂ ଭାରତରେ ବ୍ୟବସାୟରେ ମଧ୍ୟ ବିଫଳ ହୋଇଥିଲା ।[୩୩] ଯେମିତି ବି ହେଉ ଏହି ଚଳଚ୍ଚିତ୍ରଟି ବିଦେଶରେ ଭଲ ଆୟ କରିଥିଲା ।[୩୪]
୨୦୧୧-୨୦୧୪(ହ୍ୟାଟ୍ରିକ ସଫଳତା)
[ସମ୍ପାଦନା]୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ଗୁଡ୍ ବାଏ ଲେନିନ୍ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ଶ୍ରୀନୁ ଭାଇତ୍ଲା ମହେଶ ବାବୁଙ୍କୁ ନେଇ ନିର୍ମାଣ କରିଥିଲେ ଦୋକୁଡ଼ୁ । [୩୫] ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କ ସହ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ସାମନ୍ତା । ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କଠାରୁ ଭଲ ମତ ପାଇଥିଲା ଏବଂ ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ଥିଲା ।[୩୬] ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କର ଅଭିନୟ ପାଇଁ ତାଙ୍କୁ ୨୦୧୨ରେ ଅନୁଷ୍ଠିତ ନନ୍ଦି ପରୁଷ୍କାର ଉତ୍ସବର ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା ।[୩୭] ଏହି ଚଳଚ୍ଚିତ୍ର ପାଇଁ ସେ ମଧ୍ୟ ୫୯ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର୍ ଏବଂ ପ୍ରଥମ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ ।[୩୮][୩୯] ଚଳଚ୍ଚିତ୍ରଟିର ଆୟ ୧୦୦ କୋଟିରୁ ଅଧିକ ହେବା ପରେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ୧୨ଲକ୍ଷରୁ ଅଧିକ ଦାବି କରୁଥିବାର ଅପପ୍ରଚାର ହେବା ପରେ ଆୟକର ବିଭାଗର ଅଧିକାରୀଗଣ ମହେଶ ବାବୁଙ୍କର ଜୁବ୍ଲି ହିଲ୍ସ ଘର ଉପରେ ଚଢ଼ାଉ କରିଥିଲେ ।[୪୦] ପରେ ପରେ ପୁରି ଜଗନ୍ନାଧଙ୍କ ନିର୍ଦ୍ଦେଶିତ ବିଜିନେସମ୍ୟାନ ଚଳଚ୍ଚିତ୍ରରେ ମାଫିଆମାନଙ୍କର ସର୍ଦ୍ଦାର ଭାବେ ନାୟିକା କାଜଲ ଅଗ୍ରୱାଲଙ୍କ ସହ ଅଭିନୟ କରିଥିଲେ ।[୪୧] ଏହି ଚଳଚ୍ଚିତ୍ରଟି ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ହୋଇଥିଲା ।[୪୨] ଏହି ଚଳଚ୍ଚିତ୍ରରେ ମହେଶଙ୍କ ଭୂମିକା ପାଇଁ ସେ ୬୦ତମ ଦକ୍ଷିଣ ଫିଲ୍ମଫୟାର୍ ପୁରସ୍କାର ଏବଂ ୨ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ଭାବରେ ନାମଙ୍କିତ ହୋଇଥିଲେ ।[୪୩][୪୪] ଏହା ପରଠାରୁ ରଜନୀକାନ୍ତଙ୍କ ପରେ ଅଧିକ ପାଉଣା ନେଉଥିବା ଦକ୍ଷିଣ ଭାରତୀୟ ଅଭିନେତା ଭାବରେ ସେ ଗଣାଗଲେ ।[୪୫]
ଏହା ପରେ ମହେଶ ଶ୍ରୀକାନ୍ତ ଆଡ୍ଲାଙ୍କ ନିର୍ଦ୍ଦେଶିତ ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁରେ ଅଭିନୟ କରିଥିଲେ, ଯାହାର କାହାଣୀ ଦୋକୁଡ଼ୁ ଚଳଚ୍ଚିତ୍ରର କାମ ଚାଲିଥିବା ବେଳେ ମହେଶ ବାବୁଙ୍କଦ୍ୱାରା ମଞ୍ଜୁର କରାଯାଇଥିଲା ।[୪୬] ଏହି ଚଳଚ୍ଚିତ୍ରରେ ମହେଶଙ୍କ ସହ ଅଭିନେତା ଭେଙ୍କଟେଶ ଦଗୁପତି, ଅଞ୍ଜଳି ଏବଂ ସାମନ୍ତା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକସାଙ୍ଗରେ ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀମାନଙ୍କୁ ନେଇ ନିର୍ମାଣ ହୋଇଥିଲା, ଯାହାକି ବିଗତ ୨୫ବର୍ଷ ମଧ୍ୟରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ ଥର ପାଇଁ ହୋଇଥିଲା ।[୪୭] ଏହି ଚଳଚ୍ଚିତ୍ରଟି ୨୦୧୩ ଜାନୁଆରୀରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସେହିବର୍ଷରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ସର୍ବାଧିକ ଆୟ କରିଥିଲା ଏବଂ ମହେଶ ବାବୁଙ୍କ ଅଭିନୟ ଜୀବନରେ ସଫଳତାର ହ୍ୟାଟ୍ରିକ ଆଣିଦେଇଥିଲା ।[୪୮] ଏହି ଚଳଚ୍ଚିତ୍ର ପାଇଁ ମହେଶ ବାବୁ ୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର୍ ଏବଂ ୩ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ବିବେଚିତ ହୋଇଥିଲେ ।[୪୯][୫୦] ସେହି ବର୍ଷ ଶ୍ରୀନୁ ଭାଇତାଲ୍ଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ବାଦ୍ଶାହା ଚଳଚ୍ଚିତ୍ରରେ ମହେଶ ସ୍ୱର ଦେଇଥିଲେ ।[୫୧]
୨୦୧୪ରେ ମହେଶ ବାବୁଙ୍କର ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ପ୍ରଥମଟି ହେଉଛି 1: ନେନୁ ଓକ୍କଡ଼ନି, ଯେଉଁଥିରେ ମହେଶ ଜଣେ ମାନସିକ ବିକୃତ ରୋଗୀ ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ତାଙ୍କର ପିତାମାତାଙ୍କର ହତ୍ୟାକରୀକୁ ଖୋଜୁଥିବା ଜଣେ ପପ୍ ଗାୟକ ଭୂମିକାରେ ଅଭିନୟ କରିଥିଲେ, ଯହାଙ୍କର ସର୍ବଦା ମତିଭ୍ରତ ହେଉଥିଲା । ଶେଷରେ ସେ ତାଙ୍କର ପିତାମାତାଙ୍କର ହତ୍ୟାକାରୀକୁ ଦଣ୍ଡ ଦେବା ସହ ତାଙ୍କ ପିତାଙ୍କଦ୍ୱାରା ଆବିଷ୍କାର କରାଯାଇଥିବା ଏକ ସ୍ୱତନ୍ତ୍ର ଧାନକୁ ମଧ୍ୟ ସାର୍ବଜନୀନ କରିପାରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ କିର୍ତ୍ତୀ ସନନ ମହେଶ ବାବୁଙ୍କର ନାୟିକା ସାଜି ତେଲୁଗୁ କଥାଚ୍ଚିତ୍ର ଜଗତରେ ପ୍ରଥମ ଅଭିନୟ କରିଥିଲେ ।[୫୨] ପାଖାପାଖି ୭୦ କୋଟି ବିନିମୟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଏକ ବଡ଼ ଆଶାର ସହ ମୁକ୍ତିଲାଭ କରିଥିଲା, କିନ୍ତୁ ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ମଧ୍ୟମ ଧରଣର ମତାମତ ଆସିଥିବା ବେଳେ ପାଖାପାଖି ୨୬-୨୭ କୋଟିର କ୍ଷତି ହୋଇଥିଲା ।[୫୩] ଏହି ଚଳଚ୍ଚିତ୍ରରେ ମହେଶଙ୍କ ଅଭିନୟ ସମୋଲୋଚକ ମାନଙ୍କୁ ମଧ୍ୟ ଆକର୍ଷିତ କରିଥିଲା ଏବଂ ତାଙ୍କ ଜୀବନରେ ସବୁଠାରୁ ଭଲ ଅଭିନୟ ବୋଲି ମଧ୍ୟ ମତ ଆସିଥିଲା ।[୫୪][୫୫][୫୬] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ମହେଶ ୪ର୍ଥ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ନାମାଙ୍କିତ ହୋଇଥିଲେ ।[୫୭] ଏହି ବର୍ଷରେ ମୁକ୍ତିଲାଭ କରିଥିବା ଅନ୍ୟ ଗୋଟିଏ ଚଳଚ୍ଚିତ୍ର ହେଉଛି ଅଗାଡ଼ୁ । ଏହି ଚଳଚ୍ଚିତ୍ରଟିରେ ନିର୍ଦ୍ଦେଶନା ଦେଇଥିଲେ ଶ୍ରୀନୁ ଭାଇତ୍ଲା ଏବଂ ନାୟିକା ସାଜିଥିଲେ ତମନ୍ନା ଭାଟିଆ । କିନ୍ତୁ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।[୫୮]
୨୦୧୫-ଏବେଯାଏଁ
[ସମ୍ପାଦନା]ଏହା ପରେ ୨୦୧୫ ମସିହାରେ ମହେଶ ନାୟିକା ସୃତି ହାସନଙ୍କ ସହ କୋରଟାଲ ଶିବାଙ୍କ ନିର୍ଦ୍ଦେଶିତ ଶ୍ରୀମନ୍ଥୁଡ଼ୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ନୂଆ କରି ତିଆରି ହୋଇଥିବା ପ୍ରଯୋଜନା ସଂସ୍ଥାଦ୍ୱାରା ସହ-ନିର୍ମାଣ କରାଯାଇଥିଲା ।[୫୯] ଅଧିକ ବ୍ୟୟବହୁଳ ଚଳଚ୍ଚିତ୍ରରେ ପାରିଶ୍ରମିକ ଅପେକ୍ଷା ଅଧିକ ଲାଭ ମିଳିବ ବୋଲି ସେ ନିଜେ ପ୍ରଯୋଜନା କରିବାର ନିଷ୍ପତ୍ତି ନେଇଥିଲେ ।[୬୦] ମହେଶ ବାବୁଙ୍କ ଜନ୍ମଦିନ ଅବସରରେ ଅଗଷ୍ଟ ୭ ୨୦୧୫ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି, ସମାଲୋଚକଙ୍କଠାରୁ ସାକାରାତ୍ମକ ସମିକ୍ଷା ପ୍ରାପ୍ତ କରିଥିଲା ।[୬୧] ଏହି ଚଳଚ୍ଚିତ୍ରଟି ଭଲ ବ୍ୟବସାୟ କରିବା ସହ ମହେଶ ବାବୁଙ୍କୁ ୬୩ତମ ଦକ୍ଷିଣ ଭାରତୀୟ ଫିଲ୍ମଫେୟାର୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ କରାଇଥିଲା ।[୬୨]
ଏହ ପରେ ମହେଶ ଶ୍ରୀକାନ୍ତ ଆଡ୍ଡଲାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ବ୍ରହ୍ମୋତ୍ସଭମ୍ରେ ନାୟିକା କାଜଲ ଅଗ୍ରୱାଲ, ପ୍ରଣୀତା ସୁବାଷ ଏବଂ ସାମନ୍ତାଙ୍କ ସହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୨୦ ମଇ ୨୦୧୬ରେ ମୁକ୍ତିଲାଭ କରିଥିଲା । ପ୍ରାରମ୍ଭରୁ ଏହି ଚଳଚ୍ଚିତ୍ରଟି ତାମିଲ ଭାଷାରେ ମୁକ୍ତିଲାଭ କରିବାର ଯୋଜନା ଥିଲା, ମାତ୍ର ତେଲୁଗୁରେ ସଫଳ ନ ହେବା ଫଳରେ ଆଉ ତାମିଲରେ ମୁକ୍ତିଲାଭ କରିନଥିଲା ।[୬୩] ଏହି ଚଳଚ୍ଚିତ୍ରଟିରେ ଉଚିତ୍ କାହାଣୀ ନ ଥିବା କଥା ସାଧାରଣରେ ସମାଲୋଚିତ ହୋଇଥିଲା ।[୬୪] ମହେଶ ଜଣେ ଭୁଲ ନିର୍ଦ୍ଦେଶକଙ୍କୁ ବାଛିକି ତାଙ୍କ ନିଷ୍ପତ୍ତି ନେବାରେ ତୃଟି କରିଥିଲେ ବୋଲି ଦର୍ଶାଇଥିଲେ ।
୨୦୧୭ରେ ମହେଶ ବାବୁ ଏ.ଆର୍. ମୁରୁଗଦୋସ୍ଙ୍କ ନିର୍ଦ୍ଦେଶିତ ସ୍ପାଇଡ଼ର୍ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ନାୟକ ଭାବରେ ମହେଶବାବୁଙ୍କର ୨୩ତମ ଚଳଚ୍ଚିତ୍ର ଏବଂ ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମାଣ କରାଯାଇଥିଲା । ତାମିଲ ଚଳଚ୍ଚିତ୍ର ନିର୍ମାଣ ହୋଇ ମୁକ୍ତିଲାଭ କରିବାରେ, ଏହା ଥିଲା ମହେଶ ବାବୁଙ୍କର ପ୍ରଥମ ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି ୨୩ ଜୁନ ୨୦୧୭ରେ ମୁକ୍ତିଲାଭ କରିବାର ଯୋଜନା ଥିଲା,[୬୫] ମାତ୍ର ପରେ ଏହାର ମୁକ୍ତିଲାଭ ସମୟ ୨୦୧୭ ଦଶହରାକୁ ଘଞ୍ଚେଇ ଦିଆଯାଇଥିଲା ।[୬୬][୬୭][୬୮] ନାୟିକା ଭାବରେ ରକୁଲ ପ୍ରୀତ ସିଂ ପ୍ରଥମ କରି ମହେଶଙ୍କ ସହ ଅଭିନୟ କରିଥିଲେ ।[୬୯] ଏହି ଚଳଚ୍ଚିତ୍ରଟି ମାଲାୟଲମ୍ ଭାଷାରେ ଅନୁବାଦ କରାଯାଇ ଏକାସାଙ୍ଗରେ ମଧ୍ୟ ମୁକ୍ତିଲାଭ କରିଥିଲା ।[୭୦] ଏହି ଚଳଚ୍ଚିତ୍ରଟିର ତେଲୁଗୁରେ ଆଶାନୁରୂପ ବ୍ୟବସାୟ କରିପାରିନଥିଲା, ମାତ୍ର ତାମିଲରେ ଭଲ ବ୍ୟବସାୟ କରିଥିଲା ।[୭୧] [୭୨] [୭୩] [୭୪] ପରେ ପରେ ସେ ପୁରୀ ଜଗନ୍ନାଧ ଏବଂ ବଂଶୀଙ୍କ ସହ ଆଗାମୀ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ଚୁକ୍ତି କରିଛନ୍ତି ।[୭୫]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ପରିବାର
[ସମ୍ପାଦନା]ଅଷ୍ଟ୍ରେଲିଆରେ ବଂଶୀ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ମହେଶ ତାଙ୍କର ସହ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସହ ମିଶିଥିଲେ । ଏହା ପରେ ସେମାନେ ଉଭୟ ଉଭୟଙ୍କୁ ପ୍ରେମ କଲେ ଏବଂ ଚାରିବର୍ଷର ପ୍ରେମ ସମ୍ପର୍କ ପରେ ସେମାନେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି ବିବାହ ପାଇଁ ମଞ୍ଜୁଳା କ୍ରୀଷ୍ଣାଙ୍କୁ ରାଜି କରାଇଥିଲେ ।[୬] ସେମାନେ ୨୦୦୫ ମସିହା ଫେବୃଆରୀ ୧୦ ତାରିଖରେ ମୁମ୍ବାଇରେ ଅଥାଡ଼ୁ ଚଳଚ୍ଚିତ୍ର ସୁଟିଂ ସମୟରେ ବିବାହ କରିଥିଲେ ।[୭୬] ୨୦୦୬ ଅଗଷ୍ଟ ୩୧ରେ ଗ୍ଲୋବାଲ ହସ୍ପାତାଳ, ହାଇଦ୍ରାବାଦରେ ଉଭୟଙ୍କର ଗୋଟିଏ ପୁଅ ହେଲା ।[୭୭] ସେହି ପିଲାଟି ତା'ର ଜନ୍ମବେଳେ ଗୋଟିଏ ଅପରିପକ୍ୱ ଶିଶୁ ଥିଲା ଯାହାର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା । ଡାକ୍ତରମାନଙ୍କର ସଠିକ ଚିକିତ୍ସା ଯୋଗୁଁ ପିଲାଟି ଧିରେ ଧିରେ ସୁସ୍ଥ ହୋଇଥିଲା ।[୫୮] ସେମାନେ ତାଙ୍କର ପୁଅର ନାମ ରଖିଥିଲେ ଗୌତମ କ୍ରୀଷ୍ଣା । ଜୁଲାଇ ୨୦ ୨୦୧୨ରେ ଉଭୟଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହେଲା, ଯାହାର ନାମ ରଖାଗଲା ସୀତାରା ।[୭୮]
ସାମାଜିକ ସେବା କାର୍ଯ୍ୟ
[ସମ୍ପାଦନା]ମହେଶ ବାବୁ ତାଙ୍କର ବାର୍ଷିକ ଆୟର ଶତକଡ଼ା ୩୦ ପ୍ରତିଶତ ଅର୍ଥ ଦାନ କରିଥାନ୍ତି । ତାଙ୍କଦ୍ୱାରା କରାଯାଉଥିବା ସାମାଜିକ ସେବାଗୁଡ଼ିକୁ ସେ ବାହାରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ ।[୭୯] ୨୦୧୩ ଅଗଷ୍ଟ ମାସରେ ମହେଶ ବାବୁ ଫରହାନ୍ ଅଖତାରଙ୍କଦ୍ୱାରା ଆରମ୍ଭ ହୋଇଥିବା Men Against Rape and Discrimination (MARD)ରେ ଯୋଗ ଦେଇଥିଲେ ଏବଂ ଜାବେଦ ଅଖତାରଙ୍କଦ୍ୱାରା ଲିଖିତ କବିତାର ତେଲୁଗୁ ସଂସ୍କରଣରେ ତାଙ୍କର ସ୍ୱର ଦେଇଥିଲେ ।[୮୦] ଗରୀବ ଅସୁସ୍ଥ ଶିଶୁମାନଙ୍କର ଚିକିତ୍ସା ପାଇଁ ସେମାନଙ୍କର ପିତାମାତାଙ୍କୁ ସାହାଯ୍ୟ ଯୋଗାଇଦେଉଥିବା ସଂସ୍ଥା Heal-a-child ପକ୍ଷରୁ ମହେଶଙ୍କୁ ୨୦୧୩ରେ ଏକ ସଦ୍ଭାବନାପୂର୍ଣ୍ଣ ଦୂତ ଭାବରେ ବଛାଯାଇଥିଲା । [୮୧] ହୁଡ଼୍ହୁଡ଼୍ ମହାବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ମରାମତି ନିମନ୍ତେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସହାୟତା ସଂସ୍ଥାକୁ ମହେଶ ୨୫ଲକ୍ଷ ଟଙ୍କା ଦାନ କରିଥିଲେ । ଏହା ପରେ ତାଙ୍କର ପିତା ଏବଂ ସାବତ ମାଆ ବିଜୟ ନିର୍ମଳା ମଧ୍ୟ ୨୫ଲକ୍ଷ ଟଙ୍କା ଦାନ କରିଥିଲେ ।[୮୨]
୨୦୧୫ ଫେବୃଆରୀ ଜୟଦେବ ଘୋଷଣା କରିଥିଲେ କି, ମହେଶ ବାବୁ ତାଙ୍କର ପିତା କ୍ରୀଷ୍ଣାଙ୍କର ମୂଳ ଗ୍ରାମ ବରୀପାଲେମ ଗ୍ରାମର ପିଇବା ପାଣି, ରାସ୍ତା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାରେ ହେଉଥିବା ସମସ୍ତ ଅସୁବିଧାକୁ ଦୂର କରିବାର ଦାୟିତ୍ୱ ନେଇଛନ୍ତି ।[୮୩] ତେଲେଙ୍ଗାନାର ଗ୍ରମୀଣ ବିକାଶ ମନ୍ତ୍ରୀ ଶ୍ରୀ କେ. ଟି. ରାମା ରାଓଙ୍କ ମିଶି ମହାନୁଭବନଗର ଜିଲ୍ଲାର ଅନ୍ୟ ଏକ ଗ୍ରାମର ସମସ୍ୟା ଦୂର କରିବା କଥା ମହେଶ ବାବୁ ମଧ୍ୟ ନିଜେ ଘୋଷଣା କରିଥିଲେ ।[୮୪]
ଅଭିନୀତ ଚଳଚ୍ଚିତ୍ର
[ସମ୍ପାଦନା]ଶିଶୁ କଳାକାର
[ସମ୍ପାଦନା]କ୍ରମିକ ସଂଖ୍ୟା | ବର୍ଷ | ଚଳଚ୍ଚିତ୍ରର ନାମ | ଭୂମିକା | ମନ୍ତବ୍ୟ |
---|---|---|---|---|
୧ | ୧୯୭୯ | ନୀଦା | ନିଜେ | ଶିଶୁ କଳାକାର ଭାବେ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ |
୨ | ୧୯୮୩ | ପୋରତମ | ବୁଜ୍ଜି | ଶିଶୁ କଳାକାର |
୩ | ୧୯୮୭ | ଶଙ୍କରଭମ୍ | ରାଜା | ଶିଶୁ କଳାକାର |
୪ | ୧୯୮୮ | ବଜାର ରୋଓଡ଼ି | ମହେଶ | ଶିଶୁ କଳାକାର |
୫ | ୧୯୮୮ | ମୁଗୁରୁ କୋଡୁକୁଲୁ | ସୁରେନ୍ଦ୍ର | ଶିଶୁ କଳାକାର |
୬ | ୧୯୮୯ | ଗୁଡ଼ଚାରି ୧୧୭ | ଚିନ୍ନା | ଶିଶୁ କଳାକାର |
୭ | ୧୯୮୯ | କୋଡ଼ୁକୁ ଦିଦ୍ଦିନା କାପୁରମ | ବିନୋଦ ଏବଂ ପ୍ରମୋଦ(ଦ୍ୱେତ ଭୂମିକା) | ଶିଶୁ କଳାକାର |
୮ | ୧୯୯୦ | ବାଲ ଚନ୍ଦ୍ରୁଡୁ | ବାଲଚନ୍ଦ୍ର | ଶିଶୁ କଳାକାର |
୯ | ୧୯୯୦ | ଆନ୍ନା ତମ୍ମୁଡ଼ୁ | ମୁରଲୀ | ଶିଶୁ କଳାକାର |
ମୁଖ୍ୟ ଭୂମିକା
[ସମ୍ପାଦନା]କ୍ରମିକ ସଂଖ୍ୟା | ବର୍ଷ | ଚଳଚ୍ଚିତ୍ରର ନାମ | ଭୂମିକା | ମନ୍ତବ୍ୟ |
---|---|---|---|---|
୧ | ୧୯୯୯ | ରାଜକୁମାରୁଡୁ | ରାଜା | ହିନ୍ଦୀରେ ଡବିଂ କରାଯାଇଥିଲା: ପ୍ରିନ୍ସ ନଂ ୱାନ୍ |
୨ | ୨୦୦୦ | ଯୁବରାଜ | ଶ୍ରୀନିବାସ | ହିନ୍ଦୀରେ ଡବିଂ କରାଯାଇଥିଲା: ଏକ୍ ଔର୍ ରାଜ୍କୁମାର |
୩ | ୨୦୦୦ | ବଂଶୀ | ବଂଶୀ | ହିନ୍ଦୀରେ ଡବିଂ କରାଯାଇଥିଲା: ବଂଶୀ- ଦ ୱାରିଅର୍ |
୪ | ୨୦୦୧ | ମୁରାରୀ | ମୁରାରୀ | ହିନ୍ଦୀରେ ଡବିଂ କରାଯାଇଥିଲା: ରାଓଡ଼ି ଚିତା କନ୍ନଡ଼ ଭାଷାରେ ପୁନଃନିର୍ମିତ ହୋଇଥିଲା: ଗୋପୀ |
୫ | ୨୦୦୨ | ଟକ୍କାରୀ ଡୋଙ୍ଗା | ରାଜୁ | ହିନ୍ଦୀରେ ଡବିଂ କରାଯାଇଥିଲା: ଚୋରୋଁକା ଚୋର |
୬ | ୨୦୦୨ | ବବୀ | ବବୀ | ହିନ୍ଦୀରେ ଡବିଂ କରାଯାଇଥିଲା: ଦାଗ୍- ଦ ବର୍ଣ୍ଣିଙ୍ଗ୍ ଫାୟାର୍ |
୭ | ୨୦୦୩ | ଓକ୍କୁଡୁ | ଅଜୟ ବର୍ମା | ହିନ୍ଦୀରେ ଡବିଂ କରାଯାଇଥିଲା: ଆଜ୍କା ସରିଫ୍ଯାଦା ପୁନଃ ନିର୍ମିତ, ତାମିଲ ଭାଷା: ଝିଲ୍ଲି ବଙ୍ଗଳା ଭାଷା: ଜୋର୍ କନ୍ନଡ଼ ଭାଷା: ଅଜୟ ହିନ୍ଦୀ: ତେଭର୍ ଓଡ଼ିଆ ଭାଷା: ମତେ ଆଣିଦେଲ ଲକ୍ଷେ ଫଗୁଣ |
୮ | ୨୦୦୩ | ନିଜମ | ଜି. ସୀତାରାମ | ଓଡ଼ିଆ ଭାଷାରେ ପୁନଃ ନିର୍ମିତ: ଅର୍ଜୁନ |
୯ | ୨୦୦୪ | ନାନୀ | ନାନୀ/ବିଜୁ | ହିନ୍ଦୀରେ ଡବିଂ କରାଯାଇଥିଲା: ନାନୀ- ଦ ମ୍ୟାଗିଜ୍ ମ୍ୟାନ୍ |
୧୦ | ୨୦୦୪ | ଅର୍ଜୁନ | ଅର୍ଜୁନ | ହିନ୍ଦୀରେ ଡବିଂ କରାଯାଇଥିଲା: ମୈଦାନ-ଏ-ଜଙ୍ଗ୍ |
୧୧ | ୨୦୦୫ | ଅଥାଡ଼ୁ | ନନ୍ଦ ଗୋପାଳ/ପାର୍ଥ | ହିନ୍ଦୀରେ ଡବିଂ କରାଯାଇଥିଲା: ଚିତା- ଦ ପାୱାର୍ ଅଫ୍ ୱାନ୍ ବଙ୍ଗଳା ଭାଷାରେ ପୁନଃ ନିର୍ମିତ: ୱାଣ୍ଟେଡ୍ ପୋଲିସ୍ ଭାଷାରେ ଡବିଂ କରାଯାଇଥିଲା :Poszukiwany |
୧୨ | ୨୦୦୬ | ପୋକିରୀ | କ୍ରୀଷ୍ଣା ମନୋହର(ପାଣ୍ଡୁ) | ପୁନଃ ନିର୍ମିତ, ତାମିଲ ଭାଷା: ପୋକିରୀ ହିନ୍ଦୀ: ୱାଣ୍ଟେଡ୍ କନ୍ନଡ଼ ଭାଷା: ପୋର୍କୀ |
୧୨ | ୨୦୦୬ | ସୈନିକୁଡୁ | ସିଦ୍ଧାର୍ଥ | ହିନ୍ଦୀରେ ଡବିଂ କରାଯାଇଥିଲା: ଅବ୍ ହମ୍ସେ ନା ଟକ୍ରାନା |
୧୪ | ୨୦୦୭ | ଅତିଦୀ | ଅତିଦୀ | ପୁନଃ ନିର୍ମିତ, ବଙ୍ଗଳା ଭାଷା: ରୟାଲ |
୧୫ | ୨୦୧୦ | କଲେଜା | ସୀତାରାମ ରାଜୁ | ହିନ୍ଦୀରେ ଡବିଂ କରାଯାଇଥିଲା: ଜିଗର୍ କଲେଜା |
୧୬ | ୨୦୧୧ | ଦୋକୁଡ଼ୁ | ଜି. ଅଜୟ କୁମାର | ପୁନଃ ନିର୍ମିତ, ବଙ୍ଗଳା ଭାଷା: ଚ୍ୟାଲେଞ୍ଜ ୨ କନ୍ନଡ଼ ଭାଷା: ପାୱାର |
୧୭ | ୨୦୧୨ | ବିଜିନେସମ୍ୟାନ୍ | ସୂର୍ଯ୍ୟ ଭାଇ | ହିନ୍ଦୀରେ ଡବିଂ କରାଯାଇଥିଲା: ନଂ ୧ ବିଜିନେସମ୍ୟାନ୍ ପୁନଃ ନିର୍ମିତ, ବଙ୍ଗଳା ଭାଷା: ବସ୍ |
୧୮ | ୨୦୧୩ | ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ | ଚିନ୍ନାଡ଼ୁ | ହିନ୍ଦୀରେ ଡବିଂ କରାଯାଇଥିଲା: ସବ୍ସେ ବଡ଼କର୍ ହମ୍ ୨ |
୧୯ | ୨୦୧୪ | 1: ନେନୁ ଓକ୍କଡ଼ନି | ଗୌତମ | ହିନ୍ଦୀରେ ଡବିଂ କରାଯାଇଥିଲା: ଏକ୍ କା ଦମ୍ |
୨୦ | ୨୦୧୪ | ଅଗାଡ଼ୁ | ଶଙ୍କର | ହିନ୍ଦୀରେ ଡବିଂ କରାଯାଇଥିଲା: ଏନ୍କାଉଣ୍ଟର୍ ଶଙ୍କର |
୨୧ | ୨୦୧୫ | ଶ୍ରୀମନ୍ଥୁଡ଼ୁ | ହର୍ଷବର୍ଦ୍ଧନ | ହିନ୍ଦୀରେ ଡବିଂ କରାଯାଇଥିଲା: ଦ ରିଏଲ୍ ତେଭର୍ |
୨୨ | ୨୦୧୬ | ବ୍ରହ୍ମୋତ୍ସଭମ୍ | ଅଜୟ | ହିନ୍ଦୀରେ ଡବିଂ କରାଯାଇଥିଲା: ଦ ରିଏଲ୍ ତେଭର୍ ୨ |
୨୩ | ୨୦୧୭ | ସ୍ପାଇଡର୍ | ଶିବା | |
୨୪ | ୨୦୧୮ | ଭାରତ ଆନେ ନେନୁ [୮୫] | ଭରତ | ନିର୍ମାଣ ଚାଲିଛି |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Bhaskar 2012, p. 7.
- ↑ H. Hooli, Shekhar (9 August 2015). "Mahesh Babu's 40th Birthday Celebration: Samantha, Ram, Sushanth, Other T-Town Celebs Wish 'Srimanthudu' Star". International Business Times India. Archived from the original on 20 September 2015. Retrieved 6 October 2016.
- ↑ "Mahesh Babu bereaved". IndiaGlitz. 6 August 2007. Archived from the original on 6 July 2015. Retrieved 6 October 2016.
- ↑ "'I am in love with Hyderabad'". Sify. 19 March 2012. Archived from the original on 6 July 2015. Retrieved 6 October 2016.
- ↑ "I can never call Suriya a competition: Karthi". CNN-IBN. 25 May 2012. Archived from the original on 6 July 2015. Retrieved 6 October 2016.
- ↑ ୬.୦ ୬.୧ ୬.୨ Bhaskar 2012, p. 9.
- ↑ "Mahesh Babu's confession shocks fans". The Hans India. 6 August 2015. Archived from the original on 19 September 2015. Retrieved 6 October 2016.
- ↑ ୮.୦ ୮.୧ Bhaskar 2012, p. 8.
- ↑ "వెండి తెర ఏలిన బాటనటులు". Suryaa (in Telugu). 14 November 2013. Archived from the original on 6 July 2015. Retrieved 6 October 2016.
{{cite web}}
: Unknown parameter|trans_title=
ignored (|trans-title=
suggested) (help)CS1 maint: unrecognized language (link) - ↑ M. Shah, Kunal (3 October 2011). "Mahesh Babu to make Bollywood debut". The Times of India. Archived from the original on 6 July 2015. Retrieved 6 October 2016.
- ↑ ୧୧.୦ ୧୧.୧ ୧୧.୨ "Mahesh Babu Nandi awards list". Idlebrain.com. 14 November 2006. Archived from the original on 6 July 2015. Retrieved 6 October 2016.
- ↑ ୧୨.୦ ୧୨.୧ Chowdary, Y. Sunita (3 June 2005). "His father's son". The Hindu. Archived from the original on 6 July 2015. Retrieved 6 October 2016.
- ↑ Kavirayani, Suresh (15 December 2012). "Murari was a crucial film: Mahesh Babu". The Times of India. Archived from the original on 6 July 2015. Retrieved 6 October 2016.
- ↑ Pillai, Sreedhar (24 July 2003). "Telugu mid-year report". The Hindu. Archived from the original on 6 July 2015. Retrieved 6 October 2016.
- ↑ "Pithamagan bags six Filmfare awards". The Hindu. 4 June 2004. Archived from the original on 19 August 2014. Retrieved 6 October 2016.
- ↑ Kumar, G. Manjula (4 June 2004). "Promoting talent". The Hindu. Archived from the original on 6 July 2015. Retrieved 6 October 2016.
- ↑ Kavirayani, Suresh (26 September 2014). "Can Ram Charan break the jinx?". Deccan Chronicle. Archived from the original on 6 July 2015. Retrieved 6 October 2016.
- ↑ "Nandi awards announced". The Hindu. 30 September 2004. Archived from the original on 6 July 2015. Retrieved 6 October 2016.
- ↑ "`Anand' walks away with six Nandi awards". The Hindu. 10 October 2005. Archived from the original on 6 July 2015. Retrieved 6 October 2016.
- ↑ Bhaskar 2012, p. 10.
- ↑ "Chitchat with Mahesh Babu". Idlebrain.com. 29 June 2005. Archived from the original on 6 July 2015. Retrieved 6 October 2016.
- ↑ Narasimham, M. L. (30 December 2005). "Dubbed films rule yet again". The Hindu. Archived from the original on 6 July 2015. Retrieved 6 October 2016.
- ↑ Athadu continues to mint money – Telugu cinema news Archived 2022-03-18 at the Wayback Machine.. Idlebrain.com. Retrieved on 6 October 2016.
- ↑ "Nandi awards for 2005 announced". The Hindu. 12 November 2006. Archived from the original on 6 July 2015. Retrieved 6 October 2016.
- ↑ Chowdary, Y. Sunita (12 May 2006). "The `Prince' does it again". The Hindu. Archived from the original on 6 July 2015. Retrieved 6 October 2016.
- ↑ "Mahesh in Sankranthi race". Sify. 21 July 2011. Archived from the original on 6 July 2015. Retrieved 6 October 2016.
- ↑ "Half Yearly report!". Sify. 7 July 2006. Archived from the original on 6 July 2015. Retrieved 6 October 2016.
- ↑ "Prince Mahesh bags Filmfare award". IndiaGlitz. 31 July 2007. Archived from the original on 6 July 2015. Retrieved 6 October 2016.
- ↑ Madhav, K. V. S. (22 December 2006). "Telugu films: a year of few hits and many flops". The Hindu. Archived from the original on 6 July 2015. Retrieved 6 October 2016.
- ↑ Pillai, Sreedhar (17 March 2007). "Four Frames". The Hindu. Archived from the original on 6 July 2015. Retrieved 7 October 2016.
- ↑ "Jalsa begins with Mahesh Babu's voice-over". Oneindia Entertainment. 18 March 2008. Archived from the original on 6 July 2015. Retrieved 7 October 2016.
- ↑ Francis, Christina (22 July 2012). "Mahesh Babu Exclusive Interview". The Times of India. Archived from the original on 6 July 2015. Retrieved 7 October 2015.
- ↑ "Khaleja had no producer". The Times of India. 23 May 2014. Archived from the original on 6 July 2015. Retrieved 7 October 2016.
- ↑ Kavirayani, Suresh (2 December 2012). "Directors dictate overseas market". The Times of India. Archived from the original on 6 July 2015. Retrieved 7 October 2016.
- ↑ Rajamani, Radhika (4 October 2011). "'I knew Dookudu would be a blockbuster'". Rediff.com. Archived from the original on 27 December 2014. Retrieved 7 October 2016.
- ↑ "'Dookudu,' the biggest hit you've never heard of". The Los Angeles Times. 29 September 2011. Archived from the original on 28 December 2014. Retrieved 7 October 2016.
- ↑ "Nandi awards: Mahesh Babu best actor". The Hindu. 14 October 2012. Archived from the original on 28 December 2014. Retrieved 7 October 2016.
- ↑ Shekhar (9 July 2012). "59th South Filmfare Awards 2011 – Telugu winners list". Oneindia Entertainment. Archived from the original on 28 December 2014. Retrieved 7 October 2016.
- ↑ Manigandan, K. R. (1 July 2012). "The South Shines". The Hindu. Archived from the original on 28 December 2014. Retrieved 7 October 2016.
- ↑ "IT raids on Mahesh Babu". Sify. 9 December 2011. Archived from the original on 28 December 2014. Retrieved 7 October 2016.
- ↑ IANS (7 December 2012). "'Businessman' Review: This Tamil film is for the masses". IBN Live. Archived from the original on 22 February 2015. Retrieved 7 October 2016.
- ↑ Kavirayani, Suresh (28 December 2012). "Tollywood's blockbuster year". The Times of India. Archived from the original on 6 July 2015. Retrieved 7 October 2016.
- ↑ "60th Idea Filmfare Awards 2013 (South) Nominations". Filmfare. 4 July 2013. Archived from the original on 25 February 2015. Retrieved 7 October 2016.
- ↑ "Pawan Kalyan, The Most Voted Fir SIIMA Awards". IndiaGlitz. 27 August 2013. Archived from the original on 17 June 2015. Retrieved 7 October 2016.
- ↑ "Mahesh Babu commands an eight figure pay cheque". The Times of India. 6 February 2012. Archived from the original on 6 July 2015. Retrieved 7 October 2016.
- ↑ Rajamani, Radhika (6 February 2012). "Mahesh Babu: Don't want to experiment for the next 5 years". Rediff.com. Archived from the original on 6 July 2015. Retrieved 7 October 2016.
- ↑ Rajamani, Radhika (8 February 2013). "Venkatesh: Seethamma Vakitlo... was a safe bet". Rediff.com. Archived from the original on 6 July 2015. Retrieved 7 October 2016.
- ↑ Seshagiri, Sangeetha (16 February 2014). "Top Worldwide Share (Telugu): 'Yevadu', 'SVSC', 'Attarintiki Daredi', 'Mirchi' and Other Films". International Business Times India. Archived from the original on 10 January 2015. Retrieved 7 October 2016.
- ↑ "Winners list: 61st Idea Filmfare Awards (South)". The Times of India. 13 July 2014. Archived from the original on 25 January 2015. Retrieved 7 October 2016.
- ↑ "2014 SIIMA award winners list". The Times of India. 15 September 2014. Archived from the original on 25 January 2015. Retrieved 7 October 2016.
- ↑ Shekhar (21 March 2013). "Mahesh Babu giving voice over for Junior NTR's Baadshah". Oneindia Entertainment. Archived from the original on 7 July 2015. Retrieved 7 October 2016.
- ↑ A. S., Sashidhar (5 October 2012). "Mahesh Babu to romance Kriti Sanon". The Times of India. Archived from the original on 6 July 2015. Retrieved 7 October 2016.
- ↑ Seshagiri, Sangeetha (12 February 2014). "'1 Nenokkadine' Box Office Collection: Mahesh Babu Starrer is a Big Disaster". International Business Times India. Archived from the original on 6 July 2015. Retrieved 7 October 2016.
- ↑ "Review : 1 Nenokkadine". Sify. 10 January 2014. Archived from the original on 6 July 2015. Retrieved 7 October 2016.
- ↑ Dundoo, Sangeetha Devi (10 January 2014). "1-Nenokkadine: Games the mind can play". The Hindu. Archived from the original on 6 July 2015. Retrieved 7 October 2016.
- ↑ A. S., Sashidhar (10 January 2014). "One – Nenokkadine Telugu movie review highlights". The Times of India. Archived from the original on 6 July 2015. Retrieved 7 October 2016.
- ↑ H. Hooli, Shekhar (16 June 2015). "SIIMA Awards 2015 Nominations: 'Manam', 'Race Gurram' Top Telugu Movie List". International Business Times India. Archived from the original on 7 July 2015. Retrieved 7 October 2016.
- ↑ ୫୮.୦ ୫୮.୧ A. S., Sashidhar (30 November 2014). "Aagadu was a failure: Mahesh Babu". The Times of India. Archived from the original on 7 July 2015. Retrieved 7 October 2016.
- ↑ "Mahesh Babu ventures into film production with Srimanthudu". IndiaGlitz. 29 May 2015. Archived from the original on 29 May 2015. Retrieved 7 October 2016.
- ↑ Reddy, Gayatri (23 July 2015). "Namrata, the in-house producer". Deccan Chronicle. Archived from the original on 23 July 2015. Retrieved 7 October 2016.
- ↑ Bajwa, Dimpal (7 August 2015). "'Srimanthudu' starring Shruti Haasan, Mahesh Babu opens to positive response". The Indian Express. Archived from the original on 7 August 2015. Retrieved 7 October 2016.
- ↑ "Winners: 63rd Britannia Filmfare Awards (South)". The Times of India. 19 June 2016. Archived from the original on 22 June 2016. Retrieved 7 October 2016.
- ↑ Suganth, M. (29 June 2015). "Rakul out, Samantha, Kajal in for Mahesh Babu's Tamil debut". The Times of India. Archived from the original on 29 June 2015. Retrieved 7 October 2016.
- ↑ Kavirayani, Suresh (21 May 2016). "Brahmotsavam movie review: Mahesh Babu the saving grace". Deccan Chronicle. Archived from the original on 24 September 2016. Retrieved 7 October 2016.
- ↑ Arunasalam, AR Murugadoss (24 February 2017). "Release date announcement by AR Murugadoss". Twitter. Archived from the original on 15 March 2017. Retrieved 16 March 2017.
- ↑ "Spyder likely to be postponed to September" Archived 2018-02-21 at the Wayback Machine.. behindwoods.com. 24 May 2017.
- ↑ "Spyder pushed to September". Deccan Chronicle. 27 May 2017. Archived from the original on 24 December 2018. Retrieved 27 May 2017.
- ↑ "Spyder to release on September 27". Archived from the original on 24 December 2018. Retrieved 3 June 2017.
{{cite web}}
: Cite has empty unknown parameter:|Publisher=
(help) - ↑ "scenes of Mahesh-Rakul being shot"". Archived from the original on 2017-02-01. Retrieved 2017-03-16.
- ↑ "Spyder will have same release as Baahubali now". Top 10 Cinema (in ଆମେରିକୀୟ ଇଂରାଜୀ). 20 July 2017. Archived from the original on 24 December 2018. Retrieved 21 July 2017.
- ↑ "ଆର୍କାଇଭ୍ କପି". Archived from the original on 2018-12-24. Retrieved 2018-03-12.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2018-03-10. Retrieved 2018-03-12.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2020-08-04. Retrieved 2018-03-12.
{{cite web}}
: Cite has empty unknown parameter:|1=
(help) - ↑ "ଆର୍କାଇଭ୍ କପି". Archived from the original on 2018-03-04. Retrieved 2018-03-12.
{{cite web}}
: Cite has empty unknown parameter:|1=
(help) - ↑ "Mahesh Babu next with Vamsi Paidipally to be a bilingual". timesofindia.com. Retrieved 16 March 2017.
- ↑ "Mahesh Babu weds Namrata!". Sify. 10 February 2005. Archived from the original on 8 July 2015. Retrieved 7 October 2016.
- ↑ "Mahesh Babu is a daddy!". Sify. 2 September 2006. Archived from the original on 8 July 2015. Retrieved 7 October 2016.
- ↑ Kavirayani, Suresh (22 July 2012). "Mahesh Babu names his daughter Sitara". The Times of India. Archived from the original on 8 July 2015. Retrieved 7 October 2016.
- ↑ Anjuri, Pravallika (15 April 2015). "Mahesh Babu's Stunning Act In Discussion". Oneindia Entertainment. Archived from the original on 19 September 2015. Retrieved 7 October 2016.
- ↑ "MARD poem by Mahesh Babu". The Times of India. 2 August 2013. Archived from the original on 19 September 2015. Retrieved 7 October 2016.
- ↑ Jha, Neha (30 November 2014). "Mahesh comes out of his shell". Deccan Chronicle. Archived from the original on 19 September 2015. Retrieved 7 October 2016.
- ↑ Kumar, Hemanth (14 October 2014). "Mahesh Babu donates Rs 25 lakhs to CM relief fund". The Times of India. Archived from the original on 19 September 2015. Retrieved 7 October 2016.
- ↑ Jonathan, P. Samuel (5 February 2015). "Mahesh Babu to adopt Burripalem village". The Hindu. Archived from the original on 19 September 2015. Retrieved 7 October 2016.
- ↑ "Mahesh Babu to Adopt Village in Telangana's Mahabubnagar". NDTV. 7 October 2016. Archived from the original on 19 September 2015. Retrieved 19 September 2015.
- ↑ "Mahesh Babu-Koratala Siva upcoming film title finalized Bharath Ane Nenu "
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମହେଶ ବାବୁ