ମହେଶ ବାବୁ

ଉଇକିପିଡ଼ିଆ‌ରୁ
ମହେଶ ବାବୁ
୨୦୧୭ରେ ସ୍ପାଇଡର୍ ଚଳଚ୍ଚିତ୍ରରେ ମହେଶ ବାବୁ
ଜନ୍ମ
ମହେଶ ଘଟମାନେନୀ

(1975-08-09) ଅଗଷ୍ଟ ୯, ୧୯୭୫ (ବୟସ ୪୮)
ବୃତ୍ତିଚଳଚ୍ଚିତ୍ର ଅଭିନେତା
ସକ୍ରିୟ ବର୍ଷ୧୯୭୯-୧୯୯୦, ୧୯୯୯-ଏବେଯାଏଁ
ବୈବାହିକ-ସାଥୀନମ୍ରତା ଶିରୋଦକର
ସନ୍ତାନ
ପିତାମାତାକୃଷ୍ଣ (ବାପା)
ସମ୍ପର୍କୀୟ
List
    • ରମେଶ ବାବୁ (ଭାଇ)
    • ମଞ୍ଜୁଳା ଘଟମାନେନୀ (ଭଉଣୀ)
    • ଜି. ହନୁମନ୍ତ ରାଓ (ଦାଦା)
    • ଜି. ଆଦିସେଶାଗିରି ରାଓ (ଦାଦା)
    • ବିଜୟ ନିର୍ମଳା (ସାବତ ମାଆ)
    • ନେଶ (ସାବତ ଭାଇ)
    • ଗାଲ୍ଲା ଜୟଦେବ (ଭିଣେଇ, ପଦ୍ମ‌ପ୍ରୀୟାର ସ୍ୱାମୀ)
    • ସୁଧିର ବାରୁ (ଭିଣେଇ, ପ୍ରିୟାର ସ୍ୱାମୀ)

ମହେଶ ବାବୁ (ଜନ୍ମ ୯ ଅଗଷ୍ଟ ୧୯୭୫) ଜଣେ ଭାରତୀୟ ଚଳଚ୍ଚିତ୍ର ଅଭିନେତା । ସେ ମୁଖ୍ୟତଃ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରନ୍ତି । ‌ମହେଶ ବାବୁ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ‌ ନାମକ ପ୍ରଯୋଜନା ସଂସ୍ଥା ମଧ୍ୟ ତାଙ୍କର ଅଛି । ମହେଶ ବାବୁ ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ । ମହେଶ ବାବୁ ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୀଷ୍ଣାଙ୍କର ସାନ ପୁଅ । ମାତ୍ର ଚାରିବର୍ଷ ବୟସ ହୋଇଥିବା ବେଳେ ୧୯୭୯ ମସିହାରେ ‌ନୀଦା‌ ଚଳଚ୍ଚିତ୍ର ମାଧ୍ୟମରେ ଶିଶୁ କଳାକାର ଭାବେ ମହେଶ ଅଭିନୟ ଆରମ୍ଭ କରିଥିଲେ । ମହେଶ ଶିଶୁ କଳାକାର ଭାବରେ ୮ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହା ପରେ ୧୯୯୯ ମସିହାରେ ‌ରାଜକୁମାରୁଡ଼ୁ‌ ଚଳଚ୍ଚିତ୍ର ମାଧ୍ୟମରେ ଚଳଚ୍ଚିତ୍ର ଦୁନିଆରେ ନାୟକ ସାଜିଥିଲେ ଏବଂ ରାଜ୍ୟସ୍ତରୀୟ ନନ୍ଦୀ ପୁରସ୍କାର ପାଇଥିଲେ ।

‌ମୁରାରୀ(୨୦୦୧)‌ ଭଳି ଚଳଚ୍ଚିତ୍ରରେ ମେହଶଙ୍କର ନିଖୁଣ ଅଭିନୟ ଏବଂ ‌ଓକ୍କୁଡ଼ୁ(୨୦୦୩)‌ ଭଳି ଚଳଚ୍ଚିତ୍ରରେ ଆକ୍ସନ ତାଙ୍କୁ ଆଣିଦେଇଥିଲା ସଫଳତା । ପରବର୍ତ୍ତୀ ସମୟରେ ‌ଅଥାଡ଼ୁ(୨୦୦୫)‌, ‌ପୋକ୍‌ରୀ(୨୦୦୬), ‌ଦୋକୁଡ଼ୁ(୨୦୧୧)‌, ‌ବିଜିନେସ୍‌ମ୍ୟାନ(୨୦୧୨)‌, ‌ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ(୨୦୧୩)‌, ‌1: ନେନୁ ଓକ୍କାଡ଼୍‌ନି(୨୦୧୪)‌ ଏବଂ ‌ଶ୍ରୀମନ୍ଥୁଡ଼ୁ(୨୦୧୫) ଭଳି ଚଳଚ୍ଚିତ୍ର ତାଙ୍କୁ ଆଣିଦେଇଥିଲେ ଜାତୀୟ ସ୍ତରର ସଫଳତା । ଆଜି ପର୍ଯ୍ୟନ୍ତ ସେ ଅନେକ ନନ୍ଦି ପୁରସ୍କାର, ୫ଟି ଫିଲ୍ମ‌ଫେୟାର୍ ପୁରସ୍କାର, ୩ଟି ‌ମାଆ ସିନେ ପୁରସ୍କାର‌, ୩ଟି ‌ଦକ୍ଷିଣ ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର‌ ଏବଂ ଗୋଟିଏ ‌ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର‌ ପାଇଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ମହେଶ ବାବୁ ୧୯୭୫ ମସିହା ଅଗଷ୍ଟ ୯ ତାରିଖରେ ତାମିଲନାଡୁର ଚେନ୍ନାଇଠାରେ ଜନ୍ମଗ୍ରହଣ କରଥିଲେ ।[୧][୨] ତେଲୁଗୁ ଚଳଚ୍ଚିତ୍ର ଅଭିନେତା କୃଷ୍ଣଙ୍କର ୫ଟି ସନ୍ତାନ ମଧ୍ୟରେ ୪ର୍ଥ ସନ୍ତାନ ଥିଲେ । ମହେଶ ବାବୁଙ୍କର ବଡ଼ ଭାଇ ‌ରମେଶ ବାବୁ‌ ମଧ୍ୟ ଜଣେ ଚଳଚ୍ଚିତ୍ର ଅଭିନେତା ଥିଲେ । ଅନ୍ୟ ଭାଇ ଭଉଣୀମାନେ ହେଲେ, ପଦ୍ମାବତୀ(୧୯୬୯ ଜନ୍ମ), ମଞ୍ଜୁଳା(୧୯୭୦ ଜନ୍ମ) ଏବଂ ପ୍ରିୟଦର୍ଶନୀ(୧୯୭୯ ଜନ୍ମ) । ମହେଶ ବାବୁଙ୍କ ପିଲାଦିନ ତାଙ୍କର ଜେଜେମା ଦୁର୍ଗାମ୍ମା ଏବଂ ବାକି ପରିବାର ଲୋକଙ୍କ ସ‌ହ ମୁଖ୍ୟତଃ ଚେନ୍ନାଇରେ କଟିଛି ।[୩] ଯେହେତୁ ପିତା କ୍ରୀଷ୍ଣ ତାଙ୍କର ଚଳଚ୍ଚିତ୍ର ଦୁନିଆରେ ବ୍ୟସ୍ତ ର‌ହୁଥିଲେ, ସେଥିପାଇଁ ବଡ଼ଭାଇ ରମେଶ ବାବୁ ମହେଶଙ୍କର ପାଠପଢ଼ାର ସମ୍ପୂର୍ଣ୍ଣ ଧ୍ୟାନ ରଖୁଥିଲେ ।[୧] ମହେଶ ବାବୁ ତାଙ୍କର ଭାଇ ଭଉଣୀମାନଙ୍କ ସ‌ହ ଚେନ୍ନାଇର ଏକ ସମୁଦ୍ରକୂଳରେ କ୍ରିକେଟ ଖେଳିବାକୁ ଭଲ ପାଉଥିଲେ । ମହେଶ ବାବୁଙ୍କ ସ‌ହ ସମୟ ବିତାଇବା ପାଇଁ ତାଙ୍କର ପିତା କୃଷ୍ଣ ପ୍ରାୟ ସମୟରେ ସେହି ପାଖାପାଖି ଚଳଚ୍ଚିତ୍ରର ଦୃଶ୍ୟ ସବୁ ସୁଟିଂ କରାଇବା ବନ୍ଦୋବସ୍ତ କରୁଥିଲେ ।[୧]

ପିଲାମାନେ ସେମାନଙ୍କ ଆଡ଼କୁ ସଭିଙ୍କୁ ଆକୃଷ୍ଟ କରିବା ପାଇଁ ନିଜର ପିତାଙ୍କର ପରିଚୟ ଦେ ଯେପରି ସ୍କୁଲର ଶାନ୍ତ ପରିବେଶକୁ ନଷ୍ଟ ନ କରିବେ ସେଥିପ୍ରତି କ୍ରୀଷ୍ଣା ଅତ୍ୟନ୍ତ ଯତ୍ନଶୀଳ ଥିଲେ ।[୧] ମହେଶ ବାବୁ ଚେନ୍ନାଇର ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ତାମିଲ ଅଭିନେତା ସୁରିୟାଙ୍କର ସାନ ଭାଇ କାର୍ତ୍ତୀଙ୍କ ସ‌ହ ପଢୁଥିଲେ ।[୪][୫] ବିଦ୍ୟାଳୟରେ ମହେଶ ବାବୁ ଜଣେ ମଧ୍ୟମ ଧରଣର ଛାତ୍ର ଥିଲେ । ଚେନ୍ନାଇର ଲୋୟାଲ କଲେଜରୁ ସେ ବାଣିଜ୍ୟରେ ସ୍ନାତକ ହାସଲ କରିଛନ୍ତି ।[୬]

ବାଣିଜ୍ୟରେ ସ୍ନାତକ ହାସଲ କରିବା ପରେ, ଅଭିନୟ ଦୁନିଆରେ ଆଗକୁ ବଢ଼ିବା ପାଇଁ ସେ ନିର୍ଦ୍ଦେଶକ ଏଲ୍. ସତ୍ୟାନନ୍ଦଙ୍କୁ ଭେଟିଥିଲେ ଏବଂ ସେଠାରେ ୩ରୁ ୪ମାସ ଯାଏ ପ୍ରଶିକ୍ଷଣ ନେଇଥିଲେ ।[୬] ଯେହେତୁ ମହେଶ ବାବୁ ଚେନ୍ନାଇରେ ଛୋଟବେଳୁ ରହି ଆସୁଥିଲେ, ତେଣୁ ସେ ତେଲୁଗୁ ପଢ଼ିପାରନ୍ତିନି କି ଲେଖିପାରନ୍ତିନି । ସେଥିପାଇଁ ଚଳଚ୍ଚିତ୍ରର ସୁଟିଂ ସରିବା ପରେ ଶବ୍ଦଗ୍ରହଣ ସମୟରେ ସେ ସଂଳାପକୁ ମନେ ରଖିଦେଉଥିଲେ ।[୭]

ଚଳଚ୍ଚିତ୍ର ଜୀବନ[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

ମହେଶ ବାବୁ ଚାରି ବର୍ଷ ବୟସରେ ତେଲୁଗୁ ଚଳଚ୍ଚିତ୍ର ‌ନୀଦା‌ର ସୁଟିଂ ଚାଲିଥିବା ବେଳେ ସେଠାକୁ ବୁଲିବାକୁ ଯାଇଥିଲେ ଯେଉଁଠାରେ ନିର୍ଦ୍ଦେଶକ ‌ନାରାୟଣ ରାଓ‌ ତାଙ୍କର ଭାଇର ପିଲାବେଳର କିଛି ଦୃଶ୍ୟ ତାଙ୍କଦ୍ୱାରା ସୁଟିଂ କରେଇଥିଲେ । ଶିଶୁ କଳାକାର ଭାବରେ ନୀଦା ଚଳଚ୍ଚିତ୍ର ମାଧ୍ୟମରେ ସେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୮] ୧୯୮୩ ମସିହାରେ ‌ପୋରତମ‌ ଚଳଚ୍ଚିତ୍ର ସୁଟିଂ ସମୟରେ ନିର୍ଦ୍ଦେଶକ କୋଡ଼ି ରାମକ୍ରିଷ୍ଣା ମହେଶ ବାବୁଙ୍କୁ ଦେଖିବା ପରେ ତାଙ୍କୁ ନାୟକର ଭାଇ ଭୂମିକାରେ ଅଭିନୟ କରିବାକୁ କ୍ରୀଷ୍ଣାଙ୍କୁ କ‌ହିଥିଲେ । ପ୍ରଥମେ ପ୍ରଥମେ ଡରୁଥିଲେ, ମାତ୍ର ପରେ ଚଳଚ୍ଚିତ୍ରରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀମାନଙ୍କ ସ‌ହ ମିଶିବା ପରେ, ମହେଶ ଏହି ଅଭିନୟ କରିବାକୁ ରାଜି ହୋଇଯାଇଥିଲେ ।[୮] ‌ଶଙ୍କରଭମ୍‌(୧୯୮୭), ‌ବଜାର ରୋଓଡ଼ି‌(୧୯୮୮), ‌ମୁଗୁରୁ କୋଡୁକୁଲୁ‌(୧୯୮୮) ଏବଂ ‌ଗୁଡ଼ଚାରି ୧୧୭‌(୧୯୮୯) ଭଳି ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ । ‌କୋଡ଼ୁକୁ ଦିଦ୍ଦିନା କାପୁରମ‌(୧୯୮୯) ଚଳଚ୍ଚିତ୍ରରେ ମହେଶ ଦ୍ୱେତଭୂମିକା ମଧ୍ୟ ନିଭାଇଥିଲେ । ଏହା ପରେ ପରେ ମହେଶ ‌ବାଲ ଚନ୍ଦ୍ରୁଡୁ‌(୧୯୯୦) ଏବଂ ‌ଆନ୍ନା ତମ୍ମୁଡ଼ୁ‌(୧୯୯୦) ଚଳଚ୍ଚିତ୍ରରେ ଶିଶୁକଳାକାର ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ମହେଶ ପାଠ ପଢ଼ାରେ ଧ୍ୟାନ ଦେଇଥିଲେ ।[୯]

୧୯୯୯-୨୦୦୩[ସମ୍ପାଦନା]

ମହେଶବାବୁ ୧୯୯୯ ମସିହାରେ କେ. ରାଘବେନ୍ଦ୍ର ରାଓଙ୍କ ନିର୍ଦ୍ଦେଶତି ତେଲୁଗୁ ଚଳଚ୍ଚିତ୍ର ‌ରାଜକୁମାରୁଡୁ‌ ଜରିଆରେ ଚଳଚ୍ଚିତ୍ର ଜଗତରେ ନାୟକ ରୂପେ ପ୍ରବେଶ କଲେ । ଏହି ଚଳଚ୍ଚିତ୍ରଟିରେ ମହେଶଙ୍କ ବିପକ୍ଷରେ ନାୟିକା ସାଜିଥିଲେ ହିନ୍ଦୀ ଚଳଚ୍ଚିତ୍ର ଜଗତର ଅଭିନେତ୍ରୀ ‌ପ୍ରିତୀ ଜିଣ୍ଟା‌ । ଏହି ଚଳଚ୍ଚିତ୍ରଟି ଏକ ସଫଳ ବ୍ୟବ‌ସାୟ କରିବା ସ‌ହ ଲୋକମାନଙ୍କ ଗ‌ହଣରେ ମହେଶ ବାବୁ ‌ପ୍ରିନ୍ସ‌ ଭାବରେ ଲୋକପ୍ରିୟ ହେଲେ ।[୧୦] ଏହି ଚଳଚ୍ଚିତ୍ର ପାଇଁ ସେ ନନ୍ଦି ପୁରସ୍କାର ପାଇଥିଲେ ।[୧୧] ସେହି ବର୍ଷ ମହେଶ ବାବୁଙ୍କ ‌ଯୁବରାଜ‌ ଏବଂ ‌ବଂଶୀ‌ ଚଳଚ୍ଚିତ୍ର ମଧ୍ୟ ମୁକ୍ତିଲାଭ କରିଥିଲା । କିନ୍ତୁ ଦୁର୍ଭାଗ୍ୟବଶତଃ ସେହି ଚଳଚ୍ଚିତ୍ର ଦୁଇଟିର ବ୍ୟବସାୟ ବ‌ହୁତ ଦୁର୍ବଳ ଥିଲା । ଏହା ପରେ ସେ ପରବର୍ଷ ‌କ୍ରୀଷ୍ଣା ବଂଶୀ‌ଙ୍କର ‌ମୁରାରୀ‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ମହେଶ ବାବୁଙ୍କ କ‌ହିବା ଅନୁସାରେ ମୁରାରୀ ହେଉଛି ତାଙ୍କର ଜୀବନରେ ଗୋଟିଏ ମୁଖ୍ୟ ଚଳଚ୍ଚିତ୍ର, ଯାହାର ଭୂମିକା ତାଙ୍କର ସବୁଠାରୁ ପ୍ରିୟ ।[୧୨][୧୩] ‌ମୁରାରୀ‌ ଚଳଚ୍ଚିତ୍ରଟି ଭଲ ସଫଳତା ଆଣିଦେଇଥିଲା ଏବଂ ତାଙ୍କୁ ‌ନନ୍ଦି ସ୍ପେଶାଲ ଜୁରୀ ପୁରସ୍କାର‌ ପ୍ରାପ୍ତ ହୋଇଥିଲା ।[୧୧] ଏହା ପରେ ୨୦୦୨ରେ ତାଙ୍କ ଅଭିନୀତ ଚଳଚ୍ଚିତ୍ର ‌ଟକ୍କାରୀ ଡୋଙ୍ଗା‌ ଏବଂ ‌ବବୀ‌ ଅତି ନ୍ୟୁନ ବ୍ୟବ‌ସାୟ କରିଥିଲା । କିନ୍ତୁ ଏହି ବର୍ଷ ସେ ୨ୟ ଥର ପାଇଁ ‌ନନ୍ଦି ସ୍ପେଶାଲ ଜୁରୀ ପୁରସ୍କାର‌ ପାଇଥିଲେ ।[୧୧]

୨୦୦୩ ମସିହାରେ ମହେଶ ବାବୁଙ୍କର ୨ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ‌ଭୂମିକା ଚାୱଲା‌ଙ୍କ ସ‌ହ ‌ଓକ୍କୁଡୁ‌, ଯାହା ସେହି ବର୍ଷ ତେଲୁଗୁ ଚଳଚ୍ଚିତ୍ର ଜଗତେ ଅଧିକ ଆୟ କରିଥିଲା ।[୧୪] ଏହି ଚଳଚ୍ଚିତ୍ରରେଏ ଅଭିନୟ ତାଙ୍କୁ ପ୍ରଥମ କରି ଆଣିଦେଇଥିଲା ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର ପୁରସ୍କାର ।[୧୫] ନିର୍ଦ୍ଦେଶକ ‌ତେଜା‌ଙ୍କ ନିର୍ଦ୍ଦେଶନାରେ ଅନ୍ୟ ଗୋଟିଏ ଚଳଚ୍ଚିତ୍ର ‌ନିଜାମ‌ ମୁକ୍ତିଲାଭ କରିଥିଲା ୨୦୦୩ରେ । ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ କରି ‌Dolby EX surround system‌ର ବ୍ୟବ‌ହାର ହୋଇଥିଲା ଏହି ଚଳଚ୍ଚିତ୍ରଟିରେ ।[୧୬] ଯଦିଓ ଏହି ଚଳଚ୍ଚିତ୍ରଟି ବ୍ୟବସାୟରେ ବିଫଳ ହୋଇଥିଲା,[୧୭] ତ‌ଥାପି ମହେଶ ବାବୁ ପ୍ରଥମ କରି ଶ୍ରେଷ୍ଠ ନାୟକ ରୂପେ ନନ୍ଦି ପୁରସ୍କାର ପାଇଥିଲେ ।[୧୮]

୨୦୦୪-୨୦୧୦[ସମ୍ପାଦନା]

ମହେଶ ବାବୁଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ‌ନାନୀ‌ ତାଙ୍କ ଭଉଣୀ ମଞ୍ଜୁଳା ପ୍ରଯୋଜନା କରିଥିଲେ । ଏହି ଚଳଚ୍ଚିତ୍ରଟିରେ ନାୟିକ ସାଜିଥିଲେ ହିନ୍ଦୀ ଚଳଚ୍ଚିତ୍ର ଜଗତର ନାୟିକା ‌ଅମିଶା ପଟେଲ‌ ଏବଂ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଯେ. ସୁର୍ଯ୍ୟ । ଏହି ସମୟରେ ଏହି ଚଳଚ୍ଚିତ୍ରଟି ତାମିଲ ଭାଷାରେ ଅନ୍ୟ ଅଭିନେତାଙ୍କଦ୍ୱାରା ମଧ୍ୟ ତିଆରି ହୋଇଥିଲା । ତାମିଲ ଭାଷାରେ ଏହି ଚଳଚ୍ଚିତ୍ରଟି ସଫଳ ହୋଇଥିବା ବେଳ ତେଲୁଗୁରେ ବ୍ୟବ‌ସାୟିକ ସଫଳତା ପାଇପାରି ନ ଥିଲା ।[୧୨] ୨୦୦୪ରେ ମୁକ୍ତିଲାଭ କରିଥିବା ‌ଅର୍ଜୁନ‌ ଚଳଚ୍ଚିତ୍ର ପାଇଁ ସେ ୩ୟ ଥର ପାଇଁ ‌ନନ୍ଦି ସ୍ପେଶାଲ ଜୁରୀ ପୁରସ୍କାର‌ ପାଇଥିଲେ । [୧୯] ମଞ୍ଜୁଳାଙ୍କର ପ୍ରଯୋଜନାରେ ମୁକ୍ତିଲାଭ କରିଥିବା ‌ନାନୀ‌ର ବ୍ୟବ‌ସାୟିକ ବଫଳତା ପରେ ମହେଶ ବାବୁ ଏବଂ ମଞ୍ଜୁଳା କିଛି ଦିନର ବିରତି ନେଇଥିଲେ ।[୨୦] ଏହା ପରେ ମହେଶ ବାବୁଙ୍କୁ ‌ତ୍ରୀଷା କ୍ରୀଷ୍ଣନ୍‌ଙ୍କ ବିପକ୍ଷରେ ‌ଅଥାଡୁ‌ ଚଳଚ୍ଚିତ୍ରରେ ନେଇଥିଲେ ‌ତ୍ରିବିକ୍ରମ ଶ୍ରୀନିବାସ‌ । ‌ନାନୀ‌ ଏବଂ ‌ଅର୍ଜୁନ‌ର କାମ ଆରମ୍ଭ ହେବା ଆଗରୁ ‌ତ୍ରିବିକ୍ରମ ଶ୍ରୀନିବାସ‌ଙ୍କ ଏହି କାହାଣୀଟି ମଞ୍ଜୁର ହୋଇ ସାରିଥିଲା, ମାତ୍ର କୌଣସି କାରଣ ବଶତଃ ଏହି ଚଳଚ୍ଚିତ୍ରଟି ୨୦୦୫ରେ ମୁକ୍ତିଲାଭ କରିଥିଲା ।[୨୧] ତେଲୁଗୁ ଚଳଚ୍ଚିତ୍ର ଜଗତରେ ‌ଅଥାଡୁ‌ ଚଳଚ୍ଚିତ୍ରଟି ସେହି ବର୍ଷରେ ସବୁଠାରୁ ଅଧିକ ଆୟ କରିଥିଲା ।[୨୨] ଏହି ଚଳଚ୍ଚିତ୍ରଟି ପ୍ରଯୋଜକ ଏବଂ ବିତରକମାନଙ୍କୁ ଅଧିକ ସଫଳତା ଦେଇଥିଲା ।[୨୩] ଏହି ଚଳଚ୍ଚିତ୍ରଟି ମହେଶ ବାବୁଙ୍କ ଜୀବନରେ ଏହି ବଡ଼ ସଫଳତା ଆଣିଦେଇଥିଲା ଏବଂ ୨ୟ ଥର ପାଇଁ ଶ୍ରେଷ୍ଠ ନାୟକ ଭାବେ ନନ୍ଦି ପୁରସ୍କାର ଆଣି ଦେଇଥିଲା ।[୨୪]

୨୦୦୬ରେ ‌ପୋକିରୀ‌ ଚଳଚ୍ଚିତ୍ରରେ ମହେଶ ବାବୁ ନିର୍ଦ୍ଦେଶକ ‌ପୁରୀ ଜଗନ୍ନାଧ‌ଙ୍କ ମିଶିଥିଲେ । ଏହି ଚଳଚ୍ଚିତ୍ରଟି ଉଭୟ ମଞ୍ଜୁଳା ଏବଂ ଜଗନ୍ନାଧଙ୍କଦ୍ୱାରା ପ୍ରଯୋଜିତ ହୋଇଥିଲା ।[୨୫] ମାତ୍ର ୧୦ କୋଟିରେ ୬ ମାସ ମଧ୍ୟରେ ନିର୍ମାଣ ହୋଇଥିବା[୨୬] ଏହି ଚଳଚ୍ଚିତ୍ରଟି ତେଲୁଗୁ ଚଳଚ୍ଚିତ୍ର ଜଗତରେ ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଥିଲା । ଏହି ଚଳଚ୍ଚିତ୍ରଟି ଦୁବାଇରେ ଅନୁଷ୍ଠିତ ହୋଇଥିବା ୭ମ ‌ଭାରତୀୟ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର‌ ଉତ୍ସବରେ ଦେଖାଯାଇଥିଲା ।[୨୭] ଏହି ଚଳଚ୍ଚିତ୍ର ପାଇଁ ମହେଶଙ୍କୁ ୨ୟ ଥର ପାଇଁ ଦକ୍ଷିଣ ଭରତୀୟ ଫିଲ୍ମ ଫେୟାରରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ ।[୨୮] ସେହି ବର୍ଷ ତ୍ରିଷାଙ୍କ ସ‌ହ ତାଙ୍କର ଏକ ବ୍ୟୟ ବ‌ହୁଳ ଚଳଚ୍ଚିତ୍ର ‌ସୈନିକୁଡୁ‌ ମୁକ୍ତିଲାଭ କରିଥିଲା, ମାତ୍ର ଏହି ଚଳଚ୍ଚିତ୍ରଟି ଭଲ ବ୍ୟବ‌ସାୟ ବିଫଳ ହୋଇଯାଇଥିଲା ।[୨୯] ଏହି ବର୍ଷ ମହେଶଙ୍କର ଚଳଚ୍ଚିତ୍ର ‌ଅତିଦୀ‌ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ମହେଶଙ୍କ ସ‌ହ ଅଭିନେତ୍ରୀ ‌ଅମ୍ରିତା ରାଓ‌ ମୁଖ୍ୟ ଭୂମିକାରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହି ଚଳଚ୍ଚିତ୍ରଟି ମହେଶଙ୍କର ବଡ଼ଭାଇ ‌ରମେଶ ବାବୁ‌ ପ୍ରଯୋଜନା କରିଥିଲେ ।[୩୦] ୨୦୦୮ରେ ‌ଜଲ୍‌ସା‌ ଚଳଚ୍ଚିତ୍ରରେ ମହେଶ ବାବୁ ସ୍ୱର ଦାନ କରିଥିଲେ ।[୩୧]

୨୦୦୮ରେ ‌ଅତିଦୀ‌ ମୁକ୍ତିଲାଭ କରିବା ପରେ ମହେଶ ଚଳଚ୍ଚିତ୍ର ଦୁନିଆରୁ ୭ମାସର ବିଶ୍ରାମ ନେଇଥିଲେ ଏବଂ ତା'ର ଦୁଇମାସ ପରେ ସେ ‌କଲେଜା‌ ଚଳଚ୍ଚିତ୍ର ପାଇଁ ଚୁକ୍ତି କରିଥିଲେ । କିନ୍ତୁ କିଛି ଅସୁବିଧା ପାଇଁ ସେହି ବିଶ୍ରାମ ଦୁର୍ଭାଗ୍ୟ ବଶତଃ ୨ବର୍ଷଯାଏ ବଢ଼ିଗଲା । ଏହି ସମୟରେ ମହେଶଙ୍କର ଜେଜେମା ଏବଂ ପତ୍ନୀ ନମ୍ରତାର ପିତାମାତାଙ୍କ ମୃତ୍ୟୁ ହୋଇଯାଇଥିଲା । ଏହି ସବୁ କାରଣ ପାଇଁ ମହେଶଙ୍କ ପିତା କ୍ରୀଷ୍ଣା, ମହେଶଙ୍କର ଆଗାମୀ ଚଳଚ୍ଚିତ୍ର ଜୀବନ ବିଷୟରେ ବ‌ହୁତ ଚିନ୍ତିତ ହୋଇଯାଇଥିଲେ । ତେଣେ ତାଙ୍କର ଚଳଚ୍ଚିତ୍ରର ସୁଟିଂ ମଧ୍ୟ ଅନେକ ଦିନ ଘୁଞ୍ଚିଯାଇଥିଲା ।[୩୨] ଏତେ ଦିନର ବ୍ୟବ‌ଧାନ ପରେ ମୁକ୍ତିଲାଭ କରିଥିବା ‌କଲେଜା‌ ଦର୍ଶକ ଏବଂ ସମୋଲୋକମାନଙ୍କଠାରୁ ମଧ୍ୟମ ଧରଣର ସମିକ୍ଷା ପ୍ରାପ୍ତ ହୋଇଥିଲା ଏବଂ ଭାରତରେ ବ୍ୟବସାୟରେ ମଧ୍ୟ ବିଫଳ ହୋଇଥିଲା ।[୩୩] ଯେମିତି ବି ହେଉ ଏହି ଚଳଚ୍ଚିତ୍ରଟି ବିଦେଶରେ ଭଲ ଆୟ କରିଥିଲା ।[୩୪]

୨୦୧୧-୨୦୧୪(ହ୍ୟାଟ୍ରିକ ସଫଳତା)[ସମ୍ପାଦନା]

୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଜର୍ମାନ ଚଳଚ୍ଚିତ୍ର ‌ଗୁଡ୍ ବାଏ ଲେନିନ୍‌ର କିଛି କାହାଣୀକୁ ୨୦୧୧ ମସିହାରେ ନିର୍ଦ୍ଦେଶକ ‌ଶ୍ରୀନୁ ଭାଇତ୍‌ଲା‌ ମହେଶ ବାବୁଙ୍କୁ ନେଇ ନିର୍ମାଣ କରିଥିଲେ ‌ଦୋକୁଡ଼ୁ‌ । [୩୫] ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କ ସ‌ହ ପ୍ରଥମ ଥର ପାଇଁ ଅଭିନୟ କରିଥିଲେ ‌ସାମନ୍ତା‌ । ଏହି ଚଳଚ୍ଚିତ୍ରଟି ଦର୍ଶକମାନଙ୍କଠାରୁ ଭଲ ମତ ପାଇଥିଲା ଏବଂ ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ଥିଲା ।[୩୬] ଏହି ଚଳଚ୍ଚିତ୍ରରେ ମହେଶ ବାବୁଙ୍କର ଅଭିନୟ ପାଇଁ ତାଙ୍କୁ ୨୦୧୨ରେ ଅନୁଷ୍ଠିତ ନନ୍ଦି ପରୁଷ୍କାର ଉତ୍ସବର ଶ୍ରେଷ୍ଠ ନାୟକ ପୁରସ୍କାର ମିଳିଥିଲା ।[୩୭] ଏହି ଚଳଚ୍ଚିତ୍ର ପାଇଁ ସେ ମଧ୍ୟ ୫୯ତମ ଦକ୍ଷିଣ ଭାରତୀୟ ଫିଲ୍ମ ଫେୟାର୍‌ ଏବଂ ପ୍ରଥମ ‌ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର‌ ଉତ୍ସବରେରେ ଶ୍ରେଷ୍ଠ ନାୟକ ପୁରସ୍କାର ପାଇଥିଲେ ।[୩୮][୩୯] ଚଳଚ୍ଚିତ୍ରଟିର ଆୟ ୧୦୦ କୋଟିରୁ ଅଧିକ ହେବା ପରେ, ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପାଇଁ ୧୨ଲକ୍ଷରୁ ଅଧିକ ଦାବି କରୁଥିବାର ଅପ‌ପ୍ରଚାର ହେବା ପରେ ଆୟକର ବିଭାଗର ଅଧିକାରୀଗଣ ମହେଶ ବାବୁଙ୍କର ଜୁବ୍‌ଲି ହିଲ୍‌ସ ଘର ଉପରେ ଚଢ଼ାଉ କରିଥିଲେ ।[୪୦] ପରେ ପରେ ‌ପୁରି ଜଗନ୍ନାଧ‌ଙ୍କ ନିର୍ଦ୍ଦେଶିତ ‌ବିଜିନେସମ୍ୟାନ‌ ଚଳଚ୍ଚିତ୍ରରେ ମାଫିଆମାନଙ୍କର ସର୍ଦ୍ଦାର ଭାବେ ନାୟିକା ‌କାଜଲ ଅଗ୍ର‌ୱାଲ‌ଙ୍କ ସ‌ହ ଅଭିନୟ କରିଥିଲେ ।[୪୧] ଏହି ଚଳଚ୍ଚିତ୍ରଟି ସେହି ବର୍ଷରେ ସର୍ବାଧିକ ଆୟ କରିଥିବା ତେଲୁଗୁ ଚଳଚ୍ଚିତ୍ର ହୋଇଥିଲା ।[୪୨] ଏହି ଚଳଚ୍ଚିତ୍ରରେ ମହେଶଙ୍କ ଭୂମିକା ପାଇଁ ସେ ୬୦ତମ ଦକ୍ଷିଣ ଫିଲ୍ମ‌ଫୟାର୍ ପୁରସ୍କାର ଏବଂ ୨ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ଭାବରେ ନାମଙ୍କିତ ହୋଇଥିଲେ ।[୪୩][୪୪] ଏହା ପରଠାରୁ ରଜନୀକାନ୍ତଙ୍କ ପରେ ଅଧିକ ପାଉଣା ନେଉଥିବା ଦକ୍ଷିଣ ଭାରତୀୟ ଅଭିନେତା ଭାବରେ ସେ ଗଣାଗଲେ ।[୪୫]

୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର୍ ପୁରସ୍କାର ଉତ୍ସବ ସମାରୋହରେ ୨୦୧୩ର ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‌ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ‌ ପାଇଁ ଅଭିନେତ୍ରୀ ତମନ୍ନାଙ୍କଠାରୁ ଶ୍ରେଷ୍ଠ ନାୟକର ସ୍ମାରକୀ ଗ୍ରହଣ କରୁଥିଲେ ।

ଏହା ପରେ ମହେଶ ‌ଶ୍ରୀକାନ୍ତ ଆଡ୍‌ଲା‌ଙ୍କ ନିର୍ଦ୍ଦେଶିତ ‌ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ‌ରେ ଅଭିନୟ କରିଥିଲେ, ଯାହାର କାହାଣୀ ‌ଦୋକୁଡ଼ୁ‌ ଚଳଚ୍ଚିତ୍ରର କାମ ଚାଲିଥିବା ବେଳେ ମହେଶ ବାବୁଙ୍କଦ୍ୱାରା ମଞ୍ଜୁର କରାଯାଇଥିଲା ।[୪୬] ଏହି ଚଳଚ୍ଚିତ୍ରରେ ମହେଶଙ୍କ ସ‌ହ ଅଭିନେତା ‌ଭେଙ୍କଟେଶ ଦଗୁପତି‌, ‌ଅଞ୍ଜଳି‌ ଏବଂ ‌ସାମନ୍ତା‌ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ଏକସାଙ୍ଗରେ ଅନେକ ବଡ଼ ବଡ଼ ଅଭିନେତା ଅଭିନେତ୍ରୀମାନଙ୍କୁ ନେଇ ନିର୍ମାଣ ହୋଇଥିଲା, ଯାହାକି ବିଗତ ୨୫ବର୍ଷ ମଧ୍ୟରେ ତେଲୁଗୁ କଥାଚିତ୍ର ଜଗତରେ ପ୍ରଥମ ଥର ପାଇଁ ହୋଇଥିଲା ।[୪୭] ଏହି ଚଳଚ୍ଚିତ୍ରଟି ୨୦୧୩ ଜାନୁଆରୀରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରଟି ସେହିବର୍ଷରେ ତେଲୁଗୁ ଚଳଚ୍ଚିତ୍ର ଜଗତରେ ସର୍ବାଧିକ ଆୟ କରିଥିଲା ଏବଂ ମହେଶ ବାବୁଙ୍କ ଅଭିନୟ ଜୀବନରେ ସଫଳତାର ହ୍ୟାଟ୍ରିକ ଆଣିଦେଇଥିଲା ।[୪୮] ଏହି ଚଳଚ୍ଚିତ୍ର ପାଇଁ ମହେଶ ବାବୁ ୬୧ତମ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର୍ ଏବଂ ୩ୟ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ ବିବେଚିତ ହୋଇଥିଲେ ।[୪୯][୫୦] ସେହି ବର୍ଷ ‌ଶ୍ରୀନୁ ଭାଇତାଲ୍‌ଙ୍କ ନିର୍ଦ୍ଦେଶନାରେ ମୁକ୍ତିଲାଭ କରିଥିବା ବାଦ୍‌ଶାହା ଚଳଚ୍ଚିତ୍ରରେ ମହେଶ ସ୍ୱର ଦେଇଥିଲେ ।[୫୧]

୨୦୧୪ରେ ମହେଶ ବାବୁଙ୍କର ଦୁଇଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ପ୍ରଥମଟି ହେଉଛି ‌1: ନେନୁ ଓକ୍କଡ଼ନି‌, ଯେଉଁଥିରେ ମହେଶ ଜଣେ ମାନସିକ ବିକୃତ ରୋଗୀ ଭାବରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ତାଙ୍କର ପିତାମାତାଙ୍କର ହତ୍ୟାକରୀକୁ ଖୋଜୁଥିବା ଜଣେ ‌ପ‌ପ୍ ଗାୟକ‌ ଭୂମିକାରେ ଅଭିନୟ କରିଥିଲେ, ଯହାଙ୍କର ସର୍ବଦା ମତିଭ୍ରତ ହେଉଥିଲା । ଶେଷରେ ସେ ତାଙ୍କର ପିତାମାତାଙ୍କର ହତ୍ୟାକାରୀକୁ ଦଣ୍ଡ ଦେବା ସ‌ହ ତାଙ୍କ ପିତାଙ୍କଦ୍ୱାରା ଆବିଷ୍କାର କରାଯାଇଥିବା ଏକ ସ୍ୱତନ୍ତ୍ର ଧାନ‌‌କୁ ମଧ୍ୟ ସାର୍ବଜନୀନ କରିପାରିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନେତ୍ରୀ ‌କିର୍ତ୍ତୀ ସନନ‌ ମହେଶ ବାବୁଙ୍କର ନାୟିକା ସାଜି ତେଲୁଗୁ କଥାଚ୍ଚିତ୍ର ଜଗତରେ ପ୍ରଥମ ଅଭିନୟ କରିଥିଲେ ।[୫୨] ପାଖାପାଖି ୭୦ କୋଟି ବିନିମୟରେ ନିର୍ମିତ ହୋଇଥିବା ଏହି ଚଳଚ୍ଚିତ୍ରଟି ଏକ ବଡ଼ ଆଶାର ସ‌ହ ମୁକ୍ତିଲାଭ କରିଥିଲା, କିନ୍ତୁ ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ମଧ୍ୟମ ଧରଣର ମତାମତ ଆସିଥିବା ବେଳେ ପାଖାପାଖି ୨୬-୨୭ କୋଟିର କ୍ଷତି ହୋଇଥିଲା ।[୫୩] ଏହି ଚଳଚ୍ଚିତ୍ରରେ ମହେଶଙ୍କ ଅଭିନୟ ସମୋଲୋଚକ ମାନଙ୍କୁ ମଧ୍ୟ ଆକର୍ଷିତ କରିଥିଲା ଏବଂ ତାଙ୍କ ଜୀବନରେ ସବୁଠାରୁ ଭଲ ଅଭିନୟ ବୋଲି ମଧ୍ୟ ମତ ଆସିଥିଲା ।[୫୪][୫୫][୫୬] ଏହି ଚଳଚ୍ଚିତ୍ରରେ ଅଭିନୟ ପାଇଁ ମହେଶ ୪ର୍ଥ ଆନ୍ତର୍ଜାତୀୟ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଁ ନାମାଙ୍କିତ ହୋଇଥିଲେ ।[୫୭] ଏହି ବର୍ଷରେ ମୁକ୍ତିଲାଭ କରିଥିବା ଅନ୍ୟ ଗୋଟିଏ ଚଳଚ୍ଚିତ୍ର ହେଉଛି ‌ଅଗାଡ଼ୁ‌ । ଏହି ଚଳଚ୍ଚିତ୍ରଟିରେ ନିର୍ଦ୍ଦେଶନା ଦେଇଥିଲେ ‌ଶ୍ରୀନୁ ଭାଇତ‌୍‌ଲା‌ ଏବଂ ନାୟିକା ସାଜିଥିଲେ ‌ତମନ୍ନା ଭାଟିଆ‌ । କିନ୍ତୁ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣ ବିଫଳ ହୋଇଥିଲା ।[୫୮]

୨୦୧୫-ଏବେଯାଏଁ[ସମ୍ପାଦନା]

ଏହା ପରେ ୨୦୧୫ ମସିହାରେ ମହେଶ ନାୟିକା ‌ସୃତି ହାସନ‌ଙ୍କ ସ‌ହ ‌କୋରଟାଲ ଶିବା‌ଙ୍କ ନିର୍ଦ୍ଦେଶିତ ‌ଶ୍ରୀମନ୍ଥୁଡ଼ୁ‌ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ତାଙ୍କର ନୂଆ କରି ତିଆରି ହୋଇଥିବା ପ୍ରଯୋଜନା ସଂସ୍ଥାଦ୍ୱାରା ସ‌ହ-ନିର୍ମାଣ କରାଯାଇଥିଲା ।[୫୯] ଅଧିକ ବ୍ୟ‌ୟବ‌ହୁଳ ଚଳଚ୍ଚିତ୍ରରେ ପାରିଶ୍ରମିକ ଅପେକ୍ଷା ଅଧିକ ଲାଭ ମିଳିବ ବୋଲି ସେ ନିଜେ ପ୍ରଯୋଜନା କରିବାର ନିଷ୍ପତ୍ତି ନେଇଥିଲେ ।[୬୦] ମହେଶ ବାବୁଙ୍କ ଜନ୍ମଦିନ ଅବସରରେ ଅଗଷ୍ଟ ୭ ୨୦୧୫ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି, ସମାଲୋଚକଙ୍କଠାରୁ ସାକାରାତ୍ମକ ସମିକ୍ଷା ପ୍ରାପ୍ତ କରିଥିଲା ।[୬୧] ଏହି ଚଳଚ୍ଚିତ୍ରଟି ଭଲ ବ୍ୟବ‌ସାୟ କରିବା ସ‌ହ ମହେଶ ବାବୁଙ୍କୁ ୬୩ତମ ଦକ୍ଷିଣ ଭାରତୀୟ ଫିଲ୍ମ‌ଫେୟାର୍ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନାୟକ କରାଇଥିଲା ।[୬୨]

ଏହ ପରେ ମହେଶ ଶ୍ରୀକାନ୍ତ ଆଡ୍ଡଲାଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‌ବ୍ରହ୍ମୋତ୍‌ସଭମ୍‌ରେ ନାୟିକା ‌କାଜଲ ଅଗ୍ର‌ୱାଲ‌, ପ୍ରଣୀତା ସୁବାଷ ଏବଂ ‌ସାମନ୍ତା‌ଙ୍କ ସ‌ହ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ୨୦ ମଇ ୨୦୧୬ରେ ମୁକ୍ତିଲାଭ କରିଥିଲା । ପ୍ରାରମ୍ଭରୁ ଏହି ଚଳଚ୍ଚିତ୍ରଟି ତାମିଲ ଭାଷାରେ ମୁକ୍ତିଲାଭ କରିବାର ଯୋଜନା ଥିଲା, ମାତ୍ର ତେଲୁଗୁରେ ସଫଳ ନ ହେବା ଫଳରେ ଆଉ ତାମିଲରେ ମୁକ୍ତିଲାଭ କରିନଥିଲା ।[୬୩] ଏହି ଚଳଚ୍ଚିତ୍ରଟିରେ ଉଚିତ୍ କାହାଣୀ ନ ଥିବା କଥା ସାଧାରଣରେ ସମାଲୋଚିତ ହୋଇଥିଲା ।[୬୪] ମହେଶ ଜଣେ ଭୁଲ ନିର୍ଦ୍ଦେଶକଙ୍କୁ ବାଛିକି ତାଙ୍କ ନିଷ୍ପତ୍ତି ନେବାରେ ତୃଟି କରିଥିଲେ ବୋଲି ଦର୍ଶାଇଥିଲେ ।

୨୦୧୭ରେ ମହେଶ ବାବୁ ଏ.ଆର୍. ମୁରୁଗଦୋସ୍‌‌ଙ୍କ ନିର୍ଦ୍ଦେଶିତ ‌ସ୍ପାଇଡ଼ର୍‌ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରଟି ନାୟକ ଭାବରେ ମହେଶବାବୁଙ୍କର ୨୩ତମ ଚଳଚ୍ଚିତ୍ର ଏବଂ ଏହି ଚଳଚ୍ଚିତ୍ରଟି ଉଭୟ ତେଲୁଗୁ ଏବଂ ତାମିଲ ଭାଷାରେ ନିର୍ମାଣ କରାଯାଇଥିଲା । ତାମିଲ ଚଳଚ୍ଚିତ୍ର ନିର୍ମାଣ ହୋଇ ମୁକ୍ତିଲାଭ କରିବାରେ, ଏହା ଥିଲା ମହେଶ ବାବୁଙ୍କର ପ୍ରଥମ ଚଳଚ୍ଚିତ୍ର । ଚଳଚ୍ଚିତ୍ରଟି ୨୩ ଜୁନ ୨୦୧୭ରେ ମୁକ୍ତିଲାଭ କରିବାର ଯୋଜନା ଥିଲା,[୬୫] ମାତ୍ର ପରେ ଏହାର ମୁକ୍ତିଲାଭ ସମୟ ୨୦୧୭ ଦଶ‌ହରାକୁ ଘଞ୍ଚେଇ ଦିଆଯାଇଥିଲା ।[୬୬][୬୭][୬୮] ନାୟିକା ଭାବରେ ରକୁଲ ପ୍ରୀତ ସିଂ ପ୍ରଥମ କରି ମହେଶଙ୍କ ସ‌ହ ଅଭିନୟ କରିଥିଲେ ।[୬୯] ଏହି ଚଳଚ୍ଚିତ୍ରଟି ମାଲାୟଲମ୍ ଭାଷାରେ ଅନୁବାଦ କରାଯାଇ ଏକାସାଙ୍ଗରେ ମଧ୍ୟ ମୁକ୍ତିଲାଭ କରିଥିଲା ।[୭୦] ଏହି ଚଳଚ୍ଚିତ୍ରଟିର ତେଲୁଗୁରେ ଆଶାନୁରୂପ ବ୍ୟବସାୟ କରିପାରିନଥିଲା, ମାତ୍ର ତାମିଲରେ ଭଲ ବ୍ୟବସାୟ କରିଥିଲା ।[୭୧] [୭୨] [୭୩] [୭୪] ପରେ ପରେ ସେ ପୁରୀ ଜଗନ୍ନାଧ ଏବଂ ବଂଶୀଙ୍କ ସ‌ହ ଆଗାମୀ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ଚୁକ୍ତି କରିଛନ୍ତି ।[୭୫]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ପରିବାର[ସମ୍ପାଦନା]

ଅଷ୍ଟ୍ରେଲିଆରେ ‌ବଂଶୀ‌ ଚଳଚ୍ଚିତ୍ରର ସୁଟିଂ ଚାଲିଥିବା ବେଳେ ମହେଶ ତାଙ୍କର ସ‌ହ ଅଭିନେତ୍ରୀ ‌ନମ୍ରତା ଶିରୋଦକର‌ଙ୍କ ସ‌ହ ମିଶିଥିଲେ । ଏହା ପରେ ସେମାନେ ଉଭୟ ଉଭୟଙ୍କୁ ପ୍ରେମ କଲେ ଏବଂ ଚାରିବର୍ଷର ପ୍ରେମ ସମ୍ପର୍କ ପରେ ସେମାନେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହି ବିବାହ ପାଇଁ ମଞ୍ଜୁଳା କ୍ରୀଷ୍ଣାଙ୍କୁ ରାଜି କରାଇଥିଲେ ।[୬] ସେମାନେ ୨୦୦୫ ମସିହା ଫେବୃଆରୀ ୧୦ ତାରିଖରେ ମୁମ୍ବାଇରେ ‌ଅଥାଡ଼ୁ‌ ଚଳଚ୍ଚିତ୍ର ସୁଟିଂ ସମୟରେ ବିବାହ କରିଥିଲେ ।[୭୬] ୨୦୦୬ ଅଗଷ୍ଟ ୩୧ରେ ଗ୍ଲୋବାଲ ହସ୍ପାତାଳ, ହାଇଦ୍ରାବାଦରେ ଉଭୟଙ୍କର ଗୋଟିଏ ପୁଅ ହେଲା ।[୭୭] ସେହି ପିଲାଟି ତା'ର ଜନ୍ମ‌ବେଳେ ଗୋଟିଏ ଅପରିପକ୍ୱ ଶିଶୁ ଥିଲା ଯାହାର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିଲା । ଡାକ୍ତରମାନଙ୍କର ସଠିକ ଚିକିତ୍ସା ଯୋଗୁଁ ପିଲାଟି ଧିରେ ଧିରେ ସୁସ୍ଥ ହୋଇଥିଲା ।[୫୮] ସେମାନେ ତାଙ୍କର ପୁଅର ନାମ ରଖିଥିଲେ ଗୌତମ କ୍ରୀଷ୍ଣା । ଜୁଲାଇ ୨୦ ୨୦୧୨ରେ ଉଭୟଙ୍କର କନ୍ୟା ସନ୍ତାନଟିଏ ଜନ୍ମ ହେଲା, ଯାହାର ନାମ ରଖାଗଲା ‌ସୀତାରା‌ ।[୭୮]

ସାମାଜିକ ସେବା କାର୍ଯ୍ୟ[ସମ୍ପାଦନା]

ମହେଶ ବାବୁ ତାଙ୍କର ବାର୍ଷିକ ଆୟର ଶତକଡ଼ା ୩୦ ପ୍ରତିଶତ ଅର୍ଥ ଦାନ କରିଥାନ୍ତି । ତାଙ୍କଦ୍ୱାରା କରାଯାଉଥିବା ସାମାଜିକ ସେବାଗୁଡ଼ିକୁ ସେ ବାହାରେ ପ୍ରକାଶ କରିବାକୁ ଚାହାନ୍ତି ନାହିଁ ।[୭୯] ୨୦୧୩ ଅଗଷ୍ଟ ମାସରେ ମହେଶ ବାବୁ ‌ଫରହାନ୍ ଅଖତାର‌ଙ୍କଦ୍ୱାରା ଆରମ୍ଭ ହୋଇଥିବା Men Against Rape and Discrimination (MARD)ରେ ଯୋଗ ଦେଇଥିଲେ ଏବଂ ‌ଜାବେଦ ଅଖତାର‌ଙ୍କଦ୍ୱାରା ଲିଖିତ କବିତାର ତେଲୁଗୁ ସଂସ୍କରଣରେ ତାଙ୍କର ସ୍ୱର ଦେଇଥିଲେ ।[୮୦] ଗରୀବ ଅସୁସ୍ଥ ଶିଶୁମାନଙ୍କର ଚିକିତ୍ସା ପାଇଁ ସେମାନଙ୍କର ପିତାମାତାଙ୍କୁ ସାହାଯ୍ୟ ଯୋଗାଇଦେଉଥିବା ସଂସ୍ଥା Heal-a-child ପକ୍ଷରୁ ମହେଶଙ୍କୁ ୨୦୧୩ରେ ଏକ ସଦ୍‌ଭାବନାପୂର୍ଣ୍ଣ ଦୂତ ଭାବରେ ବଛାଯାଇଥିଲା । [୮୧] ‌ହୁଡ଼୍‌ହୁଡ଼୍‌ ମହାବାତ୍ୟାଦ୍ୱାରା କ୍ଷତିଗ୍ରସ୍ତ ଅଞ୍ଚଳଗୁଡ଼ିକର ମରାମତି ନିମନ୍ତେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ସ‌ହାୟତା ସଂସ୍ଥାକୁ ମହେଶ ୨୫ଲକ୍ଷ ଟଙ୍କା ଦାନ କରିଥିଲେ । ଏହା ପରେ ତାଙ୍କର ପିତା ଏବଂ ସାବତ ମାଆ ବିଜୟ ନିର୍ମଳା ମଧ୍ୟ ୨୫ଲକ୍ଷ ଟଙ୍କା ଦାନ କରିଥିଲେ ।[୮୨]

୨୦୧୫ ଫେବୃଆରୀ ଜୟଦେବ ଘୋଷଣା କରିଥିଲେ କି, ମହେଶ ବାବୁ ତାଙ୍କର ପିତା କ୍ରୀଷ୍ଣାଙ୍କର ମୂଳ ଗ୍ରାମ ‌ବରୀପାଲେମ‌ ଗ୍ରାମର ପିଇବା ପାଣି, ରାସ୍ତା ଏବଂ ଜଳ ନିଷ୍କାସନ ବ୍ୟବସ୍ଥାରେ ହେଉଥିବା ସମସ୍ତ ଅସୁବିଧାକୁ ଦୂର କରିବାର ଦାୟିତ୍ୱ ନେଇଛନ୍ତି ।[୮୩] ତେଲେଙ୍ଗାନାର ଗ୍ରମୀଣ ବିକାଶ ମନ୍ତ୍ରୀ ଶ୍ରୀ ‌କେ. ଟି. ରାମା ରାଓ‌ଙ୍କ ମିଶି ମହାନୁଭବନ‌ଗର ଜିଲ୍ଲାର ଅନ୍ୟ ଏକ ଗ୍ରାମର ସମସ୍ୟା ଦୂର କରିବା କଥା ମହେଶ ବାବୁ ମଧ୍ୟ ନିଜେ ଘୋଷଣା କରିଥିଲେ ।[୮୪]

ଅଭିନୀତ ଚଳଚ୍ଚିତ୍ର[ସମ୍ପାଦନା]

ଶିଶୁ କଳାକାର[ସମ୍ପାଦନା]

କ୍ରମିକ ସଂଖ୍ୟା ବର୍ଷ ଚଳଚ୍ଚିତ୍ରର ନାମ ଭୂମିକା ମନ୍ତବ୍ୟ
୧୯୭୯ ‌ନୀଦା‌ ନିଜେ ଶିଶୁ କଳାକାର ଭାବେ ଚଳଚ୍ଚିତ୍ର ଦୁନିଆରେ ପ୍ରବେଶ
୧୯୮୩ ‌ପୋରତମ‌ ବୁଜ୍ଜି ଶିଶୁ କଳାକାର
୧୯୮୭ ‌ଶଙ୍କରଭମ୍‌ ରାଜା ଶିଶୁ କଳାକାର
୧୯୮୮ ‌ବଜାର ରୋଓଡ଼ି‌ ମହେଶ ଶିଶୁ କଳାକାର
୧୯୮୮ ‌ମୁଗୁରୁ କୋଡୁକୁଲୁ‌ ସୁରେନ୍ଦ୍ର ଶିଶୁ କଳାକାର
୧୯୮୯ ‌ଗୁଡ଼ଚାରି ୧୧୭‌ ଚିନ୍ନା ଶିଶୁ କଳାକାର
୧୯୮୯ ‌କୋଡ଼ୁକୁ ଦିଦ୍ଦିନା କାପୁରମ‌ ବିନୋଦ ଏବଂ ପ୍ରମୋଦ(ଦ୍ୱେତ ଭୂମିକା) ଶିଶୁ କଳାକାର
୧୯୯୦ ‌ବାଲ ଚନ୍ଦ୍ରୁଡୁ‌ ବାଲଚନ୍ଦ୍ର ଶିଶୁ କଳାକାର
୧୯୯୦ ‌ଆନ୍ନା ତମ୍ମୁଡ଼ୁ‌ ମୁରଲୀ ଶିଶୁ କଳାକାର

ମୁଖ୍ୟ ଭୂମିକା[ସମ୍ପାଦନା]

କ୍ରମିକ ସଂଖ୍ୟା ବର୍ଷ ଚଳଚ୍ଚିତ୍ରର ନାମ ଭୂମିକା ମନ୍ତବ୍ୟ
୧୯୯୯ ‌ରାଜକୁମାରୁଡୁ ‌ ରାଜା ହିନ୍ଦୀରେ ଡବିଂ କରାଯାଇଥିଲା: ‌ପ୍ରିନ୍ସ ନଂ ୱାନ୍
୨୦୦୦ ‌ଯୁବରାଜ ‌ ଶ୍ରୀନିବାସ ହିନ୍ଦୀରେ ଡବିଂ କରାଯାଇଥିଲା: ଏକ୍ ଔର୍ ରାଜ୍‌କୁମାର
୨୦୦୦ ‌ବଂଶୀ‌ ବଂଶୀ ହିନ୍ଦୀରେ ଡବିଂ କରାଯାଇଥିଲା: ‌ବଂଶୀ- ଦ ୱାରିଅର୍
୨୦୦୧ ‌ମୁରାରୀ‌ ମୁରାରୀ ହିନ୍ଦୀରେ ଡବିଂ କରାଯାଇଥିଲା: ‌ରାଓଡ଼ି ଚିତା
କନ୍ନଡ଼ ଭାଷାରେ ପୁନଃନିର୍ମିତ ହୋଇଥିଲା: ‌ଗୋପୀ
୨୦୦୨ ‌ଟକ୍କାରୀ ଡୋଙ୍ଗା‌ ରାଜୁ ହିନ୍ଦୀରେ ଡବିଂ କରାଯାଇଥିଲା: ‌ଚୋରୋଁକା ଚୋର
୨୦୦୨ ‌ବବୀ‌ ବବୀ ହିନ୍ଦୀରେ ଡବିଂ କରାଯାଇଥିଲା: ‌ଦାଗ୍- ଦ ବର୍ଣ୍ଣିଙ୍ଗ୍ ଫାୟାର୍
୨୦୦୩ ‌ଓକ୍କୁଡୁ‌ ଅଜୟ ବର୍ମା ହିନ୍ଦୀରେ ଡବିଂ କରାଯାଇଥିଲା: ଆଜ୍‌କା ସରିଫ୍‌ଯାଦା
ପୁନଃ ନିର୍ମିତ, ତାମିଲ ଭାଷା: ଝିଲ୍ଲି
ବଙ୍ଗଳା ଭାଷା: ଜୋର୍
କନ୍ନଡ଼ ଭାଷା: ଅଜୟ
ହିନ୍ଦୀ: ତେଭର୍
ଓଡ଼ିଆ ଭାଷା: ମତେ ଆଣିଦେଲ ଲକ୍ଷେ ଫଗୁଣ
୨୦୦୩ ‌ନିଜମ‌ ଜି. ସୀତାରାମ ଓଡ଼ିଆ ଭାଷାରେ ପୁନଃ ନିର୍ମିତ: ‌ଅର୍ଜୁନ‌
୨୦୦୪ ‌ନାନୀ‌ ନାନୀ/ବିଜୁ ହିନ୍ଦୀରେ ଡବିଂ କରାଯାଇଥିଲା: ନାନୀ- ଦ ମ୍ୟାଗିଜ୍ ମ୍ୟାନ୍
୧୦ ୨୦୦୪ ‌ଅର୍ଜୁନ‌ ଅର୍ଜୁନ ହିନ୍ଦୀରେ ଡବିଂ କରାଯାଇଥିଲା: ‌ମୈଦାନ-ଏ-ଜଙ୍ଗ୍
୧୧ ୨୦୦୫ ‌ଅଥାଡ଼ୁ‌ ନନ୍ଦ ଗୋପାଳ/ପାର୍ଥ ହିନ୍ଦୀରେ ଡବିଂ କରାଯାଇଥିଲା: ଚିତା- ଦ ପାୱାର୍ ଅଫ୍ ୱାନ୍
ବଙ୍ଗଳା ଭାଷାରେ ପୁନଃ ନିର୍ମିତ: ୱାଣ୍ଟେଡ୍
‌ପୋଲିସ୍‌ ଭାଷାରେ ଡବିଂ କରାଯାଇଥିଲା :‌Poszukiwany‌
୧୨ ୨୦୦୬ ‌ପୋକିରୀ ‌ କ୍ରୀଷ୍ଣା ମନୋହର(ପାଣ୍ଡୁ) ପୁନଃ ନିର୍ମିତ, ତାମିଲ ଭାଷା: ପୋକିରୀ
ହିନ୍ଦୀ: ୱାଣ୍ଟେଡ୍
କନ୍ନଡ଼ ଭାଷା: ପୋର୍କୀ
୧୨ ୨୦୦୬ ‌ସୈନିକୁଡୁ ‌ ସିଦ୍ଧାର୍ଥ ହିନ୍ଦୀରେ ଡବିଂ କରାଯାଇଥିଲା: ଅବ୍ ହମ୍‌ସେ ନା ଟକ୍‌ରାନା
୧୪ ୨୦୦୭ ‌ଅତିଦୀ‌ ଅତିଦୀ ପୁନଃ ନିର୍ମିତ, ବଙ୍ଗଳା ଭାଷା: ‌ରୟାଲ‌
୧୫ ୨୦୧୦ ‌କଲେଜା‌ ସୀତାରାମ ରାଜୁ ହିନ୍ଦୀରେ ଡବିଂ କରାଯାଇଥିଲା: ଜିଗର୍ କଲେଜା
୧୬ ୨୦୧୧ ‌ଦୋକୁଡ଼ୁ‌ ଜି. ଅଜୟ କୁମାର ପୁନଃ ନିର୍ମିତ, ବଙ୍ଗଳା ଭାଷା: ଚ୍ୟାଲେଞ୍ଜ ୨
କନ୍ନଡ଼ ଭାଷା: ପାୱାର
୧୭ ୨୦୧୨ ‌ବିଜିନେସମ୍ୟାନ‌୍ ସୂର୍ଯ୍ୟ ଭାଇ ହିନ୍ଦୀରେ ଡବିଂ କରାଯାଇଥିଲା: ‌ନଂ ୧ ବିଜିନେସମ୍ୟାନ୍
ପୁନଃ ନିର୍ମିତ, ବଙ୍ଗଳା ଭାଷା: ବସ୍
୧୮ ୨୦୧୩ ‌ସୀତାମ୍ମା ଭେକିଟିଲ୍ଲୋ ସେରିମଲ୍ଲି ସିଟ୍ଟୁ‌ ଚିନ୍ନାଡ଼ୁ ହିନ୍ଦୀରେ ଡବିଂ କରାଯାଇଥିଲା: ସବ୍‌ସେ ବଡ଼କର୍ ହମ୍ ୨
୧୯ ୨୦୧୪ ‌1: ନେନୁ ଓକ୍କଡ଼ନି‌ ଗୌତମ ହିନ୍ଦୀରେ ଡବିଂ କରାଯାଇଥିଲା: ଏକ୍ କା ଦମ୍
୨୦ ୨୦୧୪ ‌ଅଗାଡ଼ୁ ‌ ଶଙ୍କର ହିନ୍ଦୀରେ ଡବିଂ କରାଯାଇଥିଲା: ଏନ୍‌କାଉଣ୍ଟର୍ ଶଙ୍କର
୨୧ ୨୦୧୫ ‌ଶ୍ରୀମନ୍ଥୁଡ଼ୁ‌ ହର୍ଷବର୍ଦ୍ଧନ ହିନ୍ଦୀରେ ଡବିଂ କରାଯାଇଥିଲା: ‌ଦ ରିଏଲ୍ ତେଭର୍
୨୨ ୨୦୧୬ ‌ବ୍ରହ୍ମୋତ୍‌ସଭମ୍‌ ଅଜୟ ହିନ୍ଦୀରେ ଡବିଂ କରାଯାଇଥିଲା: ‌ଦ ରିଏଲ୍ ତେଭର୍ ୨
୨୩ ୨୦୧୭ ‌ସ୍ପାଇଡର୍‌ ଶିବା
୨୪ ୨୦୧୮ ‌ଭାରତ ଆନେ ନେନୁ‌ [୮୫] ଭରତ ନିର୍ମାଣ ଚାଲିଛି

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ Bhaskar 2012, p. 7.
  2. H. Hooli, Shekhar (9 August 2015). "Mahesh Babu's 40th Birthday Celebration: Samantha, Ram, Sushanth, Other T-Town Celebs Wish 'Srimanthudu' Star". International Business Times India. Archived from the original on 20 September 2015. Retrieved 6 October 2016.
  3. "Mahesh Babu bereaved". IndiaGlitz. 6 August 2007. Archived from the original on 6 July 2015. Retrieved 6 October 2016.
  4. "'I am in love with Hyderabad'". Sify. 19 March 2012. Archived from the original on 6 July 2015. Retrieved 6 October 2016.
  5. "I can never call Suriya a competition: Karthi". CNN-IBN. 25 May 2012. Archived from the original on 6 July 2015. Retrieved 6 October 2016.
  6. ୬.୦ ୬.୧ ୬.୨ Bhaskar 2012, p. 9.
  7. "Mahesh Babu's confession shocks fans". The Hans India. 6 August 2015. Archived from the original on 19 September 2015. Retrieved 6 October 2016.
  8. ୮.୦ ୮.୧ Bhaskar 2012, p. 8.
  9. "వెండి తెర ఏలిన బాటనటులు". Suryaa (in Telugu). 14 November 2013. Archived from the original on 6 July 2015. Retrieved 6 October 2016. {{cite web}}: Unknown parameter |trans_title= ignored (|trans-title= suggested) (help)CS1 maint: unrecognized language (link)
  10. M. Shah, Kunal (3 October 2011). "Mahesh Babu to make Bollywood debut". The Times of India. Archived from the original on 6 July 2015. Retrieved 6 October 2016.
  11. ୧୧.୦ ୧୧.୧ ୧୧.୨ "Mahesh Babu Nandi awards list". Idlebrain.com. 14 November 2006. Archived from the original on 6 July 2015. Retrieved 6 October 2016.
  12. ୧୨.୦ ୧୨.୧ Chowdary, Y. Sunita (3 June 2005). "His father's son". The Hindu. Archived from the original on 6 July 2015. Retrieved 6 October 2016.
  13. Kavirayani, Suresh (15 December 2012). "Murari was a crucial film: Mahesh Babu". The Times of India. Archived from the original on 6 July 2015. Retrieved 6 October 2016.
  14. Pillai, Sreedhar (24 July 2003). "Telugu mid-year report". The Hindu. Archived from the original on 6 July 2015. Retrieved 6 October 2016.
  15. "Pithamagan bags six Filmfare awards". The Hindu. 4 June 2004. Archived from the original on 19 August 2014. Retrieved 6 October 2016.
  16. Kumar, G. Manjula (4 June 2004). "Promoting talent". The Hindu. Archived from the original on 6 July 2015. Retrieved 6 October 2016.
  17. Kavirayani, Suresh (26 September 2014). "Can Ram Charan break the jinx?". Deccan Chronicle. Archived from the original on 6 July 2015. Retrieved 6 October 2016.
  18. "Nandi awards announced". The Hindu. 30 September 2004. Archived from the original on 6 July 2015. Retrieved 6 October 2016.
  19. "`Anand' walks away with six Nandi awards". The Hindu. 10 October 2005. Archived from the original on 6 July 2015. Retrieved 6 October 2016.
  20. Bhaskar 2012, p. 10.
  21. "Chitchat with Mahesh Babu". Idlebrain.com. 29 June 2005. Archived from the original on 6 July 2015. Retrieved 6 October 2016.
  22. Narasimham, M. L. (30 December 2005). "Dubbed films rule yet again". The Hindu. Archived from the original on 6 July 2015. Retrieved 6 October 2016.
  23. Athadu continues to mint money – Telugu cinema news Archived 2022-03-18 at the Wayback Machine.. Idlebrain.com. Retrieved on 6 October 2016.
  24. "Nandi awards for 2005 announced". The Hindu. 12 November 2006. Archived from the original on 6 July 2015. Retrieved 6 October 2016.
  25. Chowdary, Y. Sunita (12 May 2006). "The `Prince' does it again". The Hindu. Archived from the original on 6 July 2015. Retrieved 6 October 2016.
  26. "Mahesh in Sankranthi race". Sify. 21 July 2011. Archived from the original on 6 July 2015. Retrieved 6 October 2016.
  27. "Half Yearly report!". Sify. 7 July 2006. Archived from the original on 6 July 2015. Retrieved 6 October 2016.
  28. "Prince Mahesh bags Filmfare award". IndiaGlitz. 31 July 2007. Archived from the original on 6 July 2015. Retrieved 6 October 2016.
  29. Madhav, K. V. S. (22 December 2006). "Telugu films: a year of few hits and many flops". The Hindu. Archived from the original on 6 July 2015. Retrieved 6 October 2016.
  30. Pillai, Sreedhar (17 March 2007). "Four Frames". The Hindu. Archived from the original on 6 July 2015. Retrieved 7 October 2016.
  31. "Jalsa begins with Mahesh Babu's voice-over". Oneindia Entertainment. 18 March 2008. Archived from the original on 6 July 2015. Retrieved 7 October 2016.
  32. Francis, Christina (22 July 2012). "Mahesh Babu Exclusive Interview". The Times of India. Archived from the original on 6 July 2015. Retrieved 7 October 2015.
  33. "Khaleja had no producer". The Times of India. 23 May 2014. Archived from the original on 6 July 2015. Retrieved 7 October 2016.
  34. Kavirayani, Suresh (2 December 2012). "Directors dictate overseas market". The Times of India. Archived from the original on 6 July 2015. Retrieved 7 October 2016.
  35. Rajamani, Radhika (4 October 2011). "'I knew Dookudu would be a blockbuster'". Rediff.com. Archived from the original on 27 December 2014. Retrieved 7 October 2016.
  36. "'Dookudu,' the biggest hit you've never heard of". The Los Angeles Times. 29 September 2011. Archived from the original on 28 December 2014. Retrieved 7 October 2016.
  37. "Nandi awards: Mahesh Babu best actor". The Hindu. 14 October 2012. Archived from the original on 28 December 2014. Retrieved 7 October 2016.
  38. Shekhar (9 July 2012). "59th South Filmfare Awards 2011 – Telugu winners list". Oneindia Entertainment. Archived from the original on 28 December 2014. Retrieved 7 October 2016.
  39. Manigandan, K. R. (1 July 2012). "The South Shines". ‌The Hindu‌. Archived from the original on 28 December 2014. Retrieved 7 October 2016.
  40. "IT raids on Mahesh Babu". Sify. 9 December 2011. Archived from the original on 28 December 2014. Retrieved 7 October 2016.
  41. IANS (7 December 2012). "'Businessman' Review: This Tamil film is for the masses". IBN Live. Archived from the original on 22 February 2015. Retrieved 7 October 2016.
  42. Kavirayani, Suresh (28 December 2012). "Tollywood's blockbuster year". The Times of India. Archived from the original on 6 July 2015. Retrieved 7 October 2016.
  43. "60th Idea Filmfare Awards 2013 (South) Nominations". Filmfare. 4 July 2013. Archived from the original on 25 February 2015. Retrieved 7 October 2016.
  44. "Pawan Kalyan, The Most Voted Fir SIIMA Awards". IndiaGlitz. 27 August 2013. Archived from the original on 17 June 2015. Retrieved 7 October 2016.
  45. "Mahesh Babu commands an eight figure pay cheque". The Times of India. 6 February 2012. Archived from the original on 6 July 2015. Retrieved 7 October 2016.
  46. Rajamani, Radhika (6 February 2012). "Mahesh Babu: Don't want to experiment for the next 5 years". Rediff.com. Archived from the original on 6 July 2015. Retrieved 7 October 2016.
  47. Rajamani, Radhika (8 February 2013). "Venkatesh: Seethamma Vakitlo... was a safe bet". Rediff.com. Archived from the original on 6 July 2015. Retrieved 7 October 2016.
  48. Seshagiri, Sangeetha (16 February 2014). "Top Worldwide Share (Telugu): 'Yevadu', 'SVSC', 'Attarintiki Daredi', 'Mirchi' and Other Films". International Business Times India. Archived from the original on 10 January 2015. Retrieved 7 October 2016.
  49. "Winners list: 61st Idea Filmfare Awards (South)". The Times of India. 13 July 2014. Archived from the original on 25 January 2015. Retrieved 7 October 2016.
  50. "2014 SIIMA award winners list". ‌The Times of India‌. 15 September 2014. Archived from the original on 25 January 2015. Retrieved 7 October 2016.
  51. Shekhar (21 March 2013). "Mahesh Babu giving voice over for Junior NTR's Baadshah". Oneindia Entertainment. Archived from the original on 7 July 2015. Retrieved 7 October 2016.
  52. A. S., Sashidhar (5 October 2012). "Mahesh Babu to romance Kriti Sanon". The Times of India. Archived from the original on 6 July 2015. Retrieved 7 October 2016.
  53. Seshagiri, Sangeetha (12 February 2014). "'1 Nenokkadine' Box Office Collection: Mahesh Babu Starrer is a Big Disaster". International Business Times India. Archived from the original on 6 July 2015. Retrieved 7 October 2016.
  54. "Review : 1 Nenokkadine". Sify. 10 January 2014. Archived from the original on 6 July 2015. Retrieved 7 October 2016.
  55. Dundoo, Sangeetha Devi (10 January 2014). "1-Nenokkadine: Games the mind can play". The Hindu. Archived from the original on 6 July 2015. Retrieved 7 October 2016.
  56. A. S., Sashidhar (10 January 2014). "One – Nenokkadine Telugu movie review highlights". The Times of India. Archived from the original on 6 July 2015. Retrieved 7 October 2016.
  57. H. Hooli, Shekhar (16 June 2015). "SIIMA Awards 2015 Nominations: 'Manam', 'Race Gurram' Top Telugu Movie List". International Business Times India. Archived from the original on 7 July 2015. Retrieved 7 October 2016.
  58. ୫୮.୦ ୫୮.୧ A. S., Sashidhar (30 November 2014). "Aagadu was a failure: Mahesh Babu". The Times of India. Archived from the original on 7 July 2015. Retrieved 7 October 2016.
  59. "Mahesh Babu ventures into film production with Srimanthudu". IndiaGlitz. 29 May 2015. Archived from the original on 29 May 2015. Retrieved 7 October 2016.
  60. Reddy, Gayatri (23 July 2015). "Namrata, the in-house producer". Deccan Chronicle. Archived from the original on 23 July 2015. Retrieved 7 October 2016.
  61. Bajwa, Dimpal (7 August 2015). "'Srimanthudu' starring Shruti Haasan, Mahesh Babu opens to positive response". The Indian Express. Archived from the original on 7 August 2015. Retrieved 7 October 2016.
  62. "Winners: 63rd Britannia Filmfare Awards (South)". The Times of India. 19 June 2016. Archived from the original on 22 June 2016. Retrieved 7 October 2016.
  63. Suganth, M. (29 June 2015). "Rakul out, Samantha, Kajal in for Mahesh Babu's Tamil debut". The Times of India. Archived from the original on 29 June 2015. Retrieved 7 October 2016.
  64. Kavirayani, Suresh (21 May 2016). "Brahmotsavam movie review: Mahesh Babu the saving grace". Deccan Chronicle. Archived from the original on 24 September 2016. Retrieved 7 October 2016.
  65. Arunasalam, AR Murugadoss (24 February 2017). "Release date announcement by AR Murugadoss". Twitter. Archived from the original on 15 March 2017. Retrieved 16 March 2017.
  66. "Spyder likely to be postponed to September" Archived 2018-02-21 at the Wayback Machine.. behindwoods.com. 24 May 2017.
  67. "Spyder pushed to September". Deccan Chronicle. 27 May 2017. Archived from the original on 24 December 2018. Retrieved 27 May 2017.
  68. "Spyder to release on September 27". Archived from the original on 24 December 2018. Retrieved 3 June 2017. {{cite web}}: Cite has empty unknown parameter: |Publisher= (help)
  69. "scenes of Mahesh-Rakul being shot"". Archived from the original on 2017-02-01. Retrieved 2017-03-16.
  70. "Spyder will have same release as Baahubali now". Top 10 Cinema (in ଆମେରିକୀୟ ଇଂରାଜୀ). 20 July 2017. Archived from the original on 24 December 2018. Retrieved 21 July 2017.
  71. "ଆର୍କାଇଭ୍ କପି". Archived from the original on 2018-12-24. Retrieved 2018-03-12. {{cite web}}: Cite has empty unknown parameter: |1= (help)
  72. "ଆର୍କାଇଭ୍ କପି". Archived from the original on 2018-03-10. Retrieved 2018-03-12. {{cite web}}: Cite has empty unknown parameter: |1= (help)
  73. "ଆର୍କାଇଭ୍ କପି". Archived from the original on 2020-08-04. Retrieved 2018-03-12. {{cite web}}: Cite has empty unknown parameter: |1= (help)
  74. "ଆର୍କାଇଭ୍ କପି". Archived from the original on 2018-03-04. Retrieved 2018-03-12. {{cite web}}: Cite has empty unknown parameter: |1= (help)
  75. "Mahesh Babu next with Vamsi Paidipally to be a bilingual". timesofindia.com. Retrieved 16 March 2017.
  76. "Mahesh Babu weds Namrata!". Sify. 10 February 2005. Archived from the original on 8 July 2015. Retrieved 7 October 2016.
  77. "Mahesh Babu is a daddy!". Sify. 2 September 2006. Archived from the original on 8 July 2015. Retrieved 7 October 2016.
  78. Kavirayani, Suresh (22 July 2012). "Mahesh Babu names his daughter Sitara". The Times of India. Archived from the original on 8 July 2015. Retrieved 7 October 2016.
  79. Anjuri, Pravallika (15 April 2015). "Mahesh Babu's Stunning Act In Discussion". Oneindia Entertainment. Archived from the original on 19 September 2015. Retrieved 7 October 2016.
  80. "MARD poem by Mahesh Babu". The Times of India. 2 August 2013. Archived from the original on 19 September 2015. Retrieved 7 October 2016.
  81. Jha, Neha (30 November 2014). "Mahesh comes out of his shell". Deccan Chronicle. Archived from the original on 19 September 2015. Retrieved 7 October 2016.
  82. Kumar, Hemanth (14 October 2014). "Mahesh Babu donates Rs 25 lakhs to CM relief fund". The Times of India. Archived from the original on 19 September 2015. Retrieved 7 October 2016.
  83. Jonathan, P. Samuel (5 February 2015). "Mahesh Babu to adopt Burripalem village". The Hindu. Archived from the original on 19 September 2015. Retrieved 7 October 2016.
  84. "Mahesh Babu to Adopt Village in Telangana's Mahabubnagar". NDTV. 7 October 2016. Archived from the original on 19 September 2015. Retrieved 19 September 2015.
  85. "Mahesh Babu-Koratala Siva upcoming film title finalized ‌‌Bharath Ane Nenu‌‌ "

ଅଧିକ ତ‌ଥ୍ୟ[ସମ୍ପାଦନା]