Topic on ଉଇକିପିଡ଼ିଆ:ଆଲୋଚନା ସଭା

Subas Chandra Rout (ଆଲୋଚନାଅବଦାନ)

ସନ ୨୦୧୫ ରେ ମିଳିତ ଜାତିସଂଘର ଜେନେରାଲ ଆସେମ୍ବ୍ଲି ସନ ୨୦୩୦  ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ କିଛି ଏସଡିଜି (The Sustainable Development Goals (or SDG's) ଗୋଲ ବା  ଲକ୍ଷ ରଖିଲେ ଯେଉଁଥିରେ ୧୭ ଟି ଲକ୍ଷ ହାସଲ କରିବାକୁ ମସୁଧା କରାଯାଇଛି । ଏହି ୧୭ ଟି ଲକ୍ଷ ମଧ୍ୟରୁ କ୍ର:ନ: ୩ରେ good health and wellbeing  ଓ କ୍ର:ନ: ୭ରେ  clean water and sanitation ନାମକ ଦୁଇଟି ସ୍ଵାସ୍ଥ୍ୟ ସମ୍ପର୍କୀୟ ଲକ୍ଷ ରଖାଯାଇଛି ଯାହା ହାସଲ କରିବାକୁ ସ୍ଵସ୍ଥ  (SWASTHA) (Special Wikipedia Awareness Scheme for The Healthcare Affiliates) ସଂସ୍ଥାକୁ ଉତ୍ତର ଦାୟିତ୍ଵ ଦିଆଯାଇଛି । ଉଇକିପିଡ଼ିଆରେ କର୍ମରତ ଭାରତର ବିଭିନ୍ନ ଗୋଷ୍ଠୀ ସହାୟତାରେ ଏହା ହାସଲ କରିବାକୁ ସ୍ଵସ୍ଥ ଚେଷ୍ଟା କରିବ । ସ୍ଵସ୍ଥକୁ ଦଶଟି ସ୍ଵାସ୍ଥ୍ୟ ସମ୍ପର୍କୀୟ ବିଷୟ ପ୍ରସ୍ତୁତ କରିବାକୁ ଦାୟିତ୍ୱ ଦିଆଯାଇଛି ।

ସେହି ଚିଠାରେ ପୁଷ୍ଟି,  ଅବ‌ହେଳିତ ଉଷ୍ଣକଟିବନ୍ଧିୟ ରୋଗ,  ଯକ୍ଷ୍ମା, ଫାଇଲେରିଆ,  କାଲାଆଜାର,  ଶୁଚିତ୍ତ୍ୱ,  ମାତୃ ମୃତ୍ୟୁ, ଶୈଶବ ବିକାଶ,  ଟୀକାକରଣ ପରିବାର ନିୟୋଜନ ଆଦି ଦଶଟି ବିଷୟମାନଙ୍କର ନାମ ବଛା ଯାଇଛି । ଅଧିକ ଆଉ ଏକ ନାମ ଆତ୍ମହତ୍ୟା ମଧ୍ୟ ଅଛି । ଏଥିରେ ଆମ ଓଡିଆ ଗୋଷ୍ଠୀକୁ ମୁଁ ସର୍ବାନ୍ତଃକରଣରେ ସାହାଯ୍ୟ କରିବାକୁ ଆହ୍ଵାନ କରୁଛି । ଏଥିରେ ଲେଖିବାକୁ ଇଚ୍ଛା କରୁଥିବା ବନ୍ଧୁମାନେ କେଉଁ ବିଷୟ ଲେଖିବେ ମୋତେ ପ୍ରଶ୍ନ କଲେ ମୁଁ କହିଦେବି । ଦୁଇ ମାସ ମଧ୍ୟରେ ଅତି କମରେ ଅନ୍ତତଃ ବିଷୟମାନଙ୍କର ବନାନ ଓ ବ୍ୟାକରଣ ସମ୍ପର୍କୀୟ ତ୍ରୁଟି ସଜାଡ଼ିଲେ ମଧ୍ୟ ଉପକାର ହେବ । ଏହି ଲେଖା ଗୁଡିକ ସମ୍ଭବତଃ ପ୍ରଚାର ପତ୍ର ଆକାରରେ ବଣ୍ଟାଯିବ । ଏଣୁ କିଛି ଭୁଲ ରହିଲେ ଓଡିଆ ଉଇକିପିଡ଼ିଆ ବଦନାମ ହେବ ।  

ମୁମ୍ବାଇରେ ବିଗତ ଡିସେମ୍ବର ୨୮ ଓ ୨୯ ତାରିଖରେ ଏକ ମିଟ ସ୍ଵସ୍ଥ ଡାକିଥିଲେ ଓ ମୁଁ ଯୋଗଦେଇଥିଲି । କିପରି ଉପରୋକ୍ତ ଯୋଜନା କାର୍ଯ୍ୟକାରୀ ହେବ ସେହି ବିଷୟରେ ଆଲୋଚନା ହୋଇଥିଲା ।

Hellohappy (ଆଲୋଚନାଅବଦାନ)

ରୋଗ ବୈରାଗ ଚିକିତ୍ସା ବାବଦରେ ବିଶେଷ ଜାଣିନଥିଲେ ମଧ୍ୟ,ମୁଁ କିଛି କରି ପାରିବି ଆଜ୍ଞା । ମତେ ଜଣେଇବେ ।

Soumendrak (ଆଲୋଚନାଅବଦାନ)

"ପୁଷ୍ଟି" ମାନେ କେଉଁ ଇଂରାଜୀ ବିଷୟ? Nutrition ?

ଶୁଚିତ୍ୱ୍ୱ ଓ ଶୈଶବ ବିକାଶର ଲେଖା ମଧ୍ୟ ବହୁତ କମ ରହିଛି ।

ଦୁଇ ମାସ ସମୟ ଅଛି, ଅର୍ଥାତ ମାର୍ଚ୍ଚ ଶେଷ ଆଡ଼କୁ ?

"ମୁମ୍ବାଇରେ ସ୍ଵସ୍ଥ ମିଟ"ଙ୍କୁ ଉତ୍ତର