"ଗାମୁଛା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଉଇକିପିଡ଼ିଆ‌ରୁ
Content deleted Content added
ଟିକେ ବ/ୱ ଫଳା ବଦଳ
ଟିକେ ଗାଲେରୀ -> ଗ୍ୟାଲେରି (ସଠିକ ବନାନ) (via JWB)
୧୨ କ ଧାଡ଼ି: ୧୨ କ ଧାଡ଼ି:
{{Rquote|centre|କଳାଚିତି ଯେବେ ମାରେ ଗାମୁଛା</br>ବ୍ରାହ୍ମଣ ହୋଇ ରଖେ ଗାଲମୁଚା</br>ଶୁଖିଲା ଭାତକୁ ଖାଆଣ ତୁଛା</br>ଖେତକୁ ନଯାଇ ବାରତା ପୁଛା</br>କୁଳନାରୀ ଯେବେ, ନ ମାରେ କଛା</br>ଯୋଗୀ ହୋଇ ଯାର ରମଣ ଇଛା</br>କହେ ଦନାଇ ଏ ବଡ ନିକୁଛା ॥}}
{{Rquote|centre|କଳାଚିତି ଯେବେ ମାରେ ଗାମୁଛା</br>ବ୍ରାହ୍ମଣ ହୋଇ ରଖେ ଗାଲମୁଚା</br>ଶୁଖିଲା ଭାତକୁ ଖାଆଣ ତୁଛା</br>ଖେତକୁ ନଯାଇ ବାରତା ପୁଛା</br>କୁଳନାରୀ ଯେବେ, ନ ମାରେ କଛା</br>ଯୋଗୀ ହୋଇ ଯାର ରମଣ ଇଛା</br>କହେ ଦନାଇ ଏ ବଡ ନିକୁଛା ॥}}


== ଗ୍ୟାଲେରି ==
== ଗାଲେରୀ ==
<gallery>
<gallery>
File:ଖୋରଧା ଗାମୁଛା.jpg|ଖୋରଧା ଗାମୁଛା
File:ଖୋରଧା ଗାମୁଛା.jpg|ଖୋରଧା ଗାମୁଛା

୧୧:୦୦, ୧୨ ଫେବୃଆରୀ ୨୦୨୨ ଅନୁସାରେ କରାଯାଇଥିବା ବଦଳ

ଗାମୁଛା

ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । [୧]ଏହାର ଲମ୍ବ ସାଧାରଣତଃ ୧.୫ମିରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବରେ ବ୍ୟବହାର କରାଯାଏ । ଆସାମରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । [୨]ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତିରେ ଗାମୁଛାର ପ୍ରମୁଖ ଭୁମିକା ରହିଛି । ପୂଜା କରିବା ସମୟରେ ମଧ୍ୟ ଏହାକୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [୩] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।[୪] ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[୫][୬]

ଓଡି଼ଆ ଢଗ ଢମାଳିରେ ଗାମୁଛା

ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :

ଗାମୁଛା ନ ଥାଇ କି ସ୍ନାହାନ,
ଆଦର ନ ଥାଇ କି ଭୋଜନ॥

ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ॥

କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ ନିକୁଛା ॥

ଗ୍ୟାଲେରି

ଆଧାର

  1. http://www.orissa.gov.in/people/dress.htm
  2. http://assamgovt.nic.in/culture.asp
  3. http://www.ordistricts.nic.in/district_profile/history.php
  4. http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms
  5. Satya Narayan Dash (1995). Handloom Industry in India. Mittal Publications. pp. 195–. ISBN 978-81-7099-599-9. Retrieved 5 June 2012.
  6. http://www.rourkelacity.com/rest-of-odisha/ranganipatana-shadhi-ebe-swapna/

ବାହାର ଆଧାର