Jump to content

ଗାମୁଛା

ଉଇକିପିଡ଼ିଆ‌ରୁ
(Gamuchaରୁ ଲେଉଟି ଆସିଛି)
ଗାମୁଛା

ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । []ଏହାର ଲମ୍ବ ସାଧାରଣତଃ ୧.୫ମିରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବରେ ବ୍ୟବହାର କରାଯାଏ । ଆସାମରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । []ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତିରେ ଗାମୁଛାର ପ୍ରମୁଖ ଭୂମିକା ରହିଛି । ପୂଜା କରିବା ସମୟରେ ମଧ୍ୟ ଏହାକୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।[] ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[][]

ଓଡି଼ଆ ଢଗ ଢମାଳିରେ ଗାମୁଛା

[ସମ୍ପାଦନା]

ଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :

ଗାମୁଛା ନ ଥାଇ କି ସ୍ନାହାନ,
ଆଦର ନ ଥାଇ କି ଭୋଜନ॥

ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ॥

କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ଼ ନିକୁଛା ॥

ଗ୍ୟାଲେରି

[ସମ୍ପାଦନା]
  1. http://www.orissa.gov.in/people/dress.htm
  2. http://assamgovt.nic.in/culture.asp
  3. "ଆର୍କାଇଭ୍ କପି". Archived from the original on 2014-03-30. Retrieved 2012-06-05. {{cite web}}: Cite has empty unknown parameter: |1= (help)
  4. http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms
  5. Satya Narayan Dash (1995). Handloom Industry in India. Mittal Publications. pp. 195–. ISBN 978-81-7099-599-9. Retrieved 5 June 2012.
  6. http://www.rourkelacity.com/rest-of-odisha/ranganipatana-shadhi-ebe-swapna/

ବାହାର ଆଧାର

[ସମ୍ପାଦନା]