ବାଇଗଣ
ବାଇଗଣ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Angiosperms |
ଅଶ୍ରେଣୀକୃତ: | Eudicots |
ଅଶ୍ରେଣୀକୃତ: | Asterids |
ଗଣ: | Solanales |
କୁଳ: | Solanaceae |
ପ୍ରଜାତି: | Solanum |
ଜାତି: | S. melongena |
ବାଇନୋମିଆଲ ନାମ | |
Solanum melongena | |
Synonyms | |
Solanum ovigerum Dunal |
ବାଇଗଣ ଇଂରାଜୀ : Brinjal କିମ୍ବା eggplant (ବଟାନୀକାଲ ନାମ: Solanum melongena L)।[୧][୨] ଏହା କୃଷି ଜାତ ବାର୍ଷିକ ଗୁଳ୍ମ । ଏହାର ଫଳକୁ ପରିବା ଭାବେ ବ୍ୟବହାର କରାଯାଏ । ଲୋକେ ବାଇଗଣକୁ ତରକାରୀ, ପୋଡ଼ା ଓ ଭଜା କରି ଖାଆନ୍ତି । ବାଇଗଣ ଧଳା, କଳା, ବାଇଗଣିଆ ଓ ସବଜା ଭେଦରେ ନାନାପ୍ରକାର । କେତେକ ବାଇଗଣ ଡ଼ାଳ ଓ ପତ୍ର ଡ଼େମ୍ଫରେ କଣ୍ଟା ଥାଏ ଏବଂ କେତେକରେ ନ ଥାଏ । ବାଇଗଣ ମଞ୍ଜି ଛୋଟ, ଚେପଟା ଓ ଗୋଲ ଥିବାରୁ ଯେଉଁ ଲେଖା ଅକ୍ଷର ଛୋଟ ଓ ଗୋଲ ହୋଇ ଥାଏ ତାକୁ ବାଇଗଣ ମଞ୍ଜି ସଙ୍ଗେ ତୁଳନା କରାୟାଏ; ବୈଦ୍ୟକମତରେ ଏହା ମଧୁରରସ, ତୀକ୍ଷ୍ଣ, ଉଷ୍ଣବୀର୍ଯ୍ୟ, କଟୁବିପାକ, ଅଗ୍ନିବିପାକ, ଅଗ୍ନିଦୀପକ ଶୁକ୍ରଜନକ, ଲଘୁ ଓ ବାୟୁ ଜର ଏବଂ ଶ୍ଲେଷନାଶକ, କଷି ବାଇଗଣ କଫ ଓ ପିତ୍ତନାଶକ ପାଚିଲା ବାଇଗଣ ପିତ୍ତକାରକ ଓ ଗୁରୁ; ପୋଡ଼ା ବାଇଗଣ କିଞ୍ଚିତ୍ ପିତ୍ତକର, ଲଘୁ, ଅଗ୍ନିଦୀପକ ଓ କଫ, ମେଦ ବାୟୁ ଓ ଆମଦୋଷର ଶାନ୍ତିକର କୁକୁଟାଣ୍ଡ ପରି ଏକ ପ୍ରକାର ଧଳା ବାଇଗଣ ଅର୍ଶରୋଗରେ ବିଶେଷ ହିତକର ।
ବେଏ କୋଳି ନାମକ କଣ୍ଟାଲତରେ ବାଇଗଣ ପରି ଅତି ଛୋଟ ଛୋଟ ଫଳ ଫଳେ ଏବଂ ତାହା ଔଷଧରେ ବ୍ୟବହୃତ ହୁଏ । ଜଙ୍ଗଲରେ ଏହି ଜାତୀଯ ଏକପ୍ରକାର ଗଛ ୮/୧୦ ହାତ ଉଚ୍ଚରେ ବଢ଼େ ଓ ତହିଁରେ ବାଇଗଣ ଆକୃତି ବିଶିଷ୍ଟ ଗୋଟାଳି ପରି କ୍ଷୁଦ୍ରଫଳ ଧରେ; ଏହାର ନାମ ଗୋଠ ବାଇଗଣ (ବଂ. ଗୋଟବେଗୁନ)
ନାମକରଣ
[ସମ୍ପାଦନା]କେତେକ ବାଇଗଣ ଛୋଟ ଛୋଟ ଓ ପେନ୍ଥା ପେନ୍ଥା ହୋଇ ଫଳେ ସେମାନଙ୍କୁ ପେଣ୍ଡୀ ବାଇଗଣ ବୋଲାଯାଏ । ବଡ଼ ବଡ଼ ବାଇଗଣକୁ ଭେଲୁଆ ଏବଂ ଖୁବ୍ ବଡ଼ ବଡ଼ ହେଲେ ସେମାନଙ୍କୁ ହନୁମନ୍ତିଆ ବାଇଗଣ ବୋଲାଯାଏ । ସରୁ ଓ ଲମ୍ବା ଏକପ୍ରକର ବାଇଗଣକୁ ନାଇକିରି ବା ନାଡ଼ିକିରି ବା ନାରିକିରି ବାଇଗଣ ବୋଲାଯାଏ । ଅତି କ୍ଷୁଦ୍ର କଣ୍ଟାୟୁକ୍ତ ଏକପ୍ରକାର ଅତି ଛୋଟ ବାଇଗଣ ପଡ଼ିଆ ଜମିରେ ଫଳେ ତାକୁ ଭେଜୀବାଇଗଣ ବୋଳାଯାଏ । ଯେଉଁ ବାଇଗଣ ନଈର ପାଳରେ ଫଳେ ଓ ପାଣିଚିଆ ଲାଗେ ତାକୁ ପାଳୁଅ ବା ଢୁଢୁଆ ବାଇଗଣ କୁହାଯାଏ । [୩]
ଢୁଢୁଆ ବାଇଗଣ
[ସମ୍ପାଦନା]ନଈ କୂଳିଆ ପଟୁମାଟିରେ ହେଉଥିବା ବଡ଼ ବଡ଼ ପାଳୁଆ ବାଇଗଣକୁ ଢଢ଼ୁଆ/ଢୁଢୁଆ ବାଇଗଣ କୁହାଯାଏ (ଢଢ଼ୁଆ ଗଡ଼ଜାତରେ ପ୍ରଚଳିତ ଏକ ଶବ୍ଦ । ପହାଡ଼ରୁ ବାହରିଥିବା ଛୋଟ ନାଳ ବା ଯୋରକୁ 'ଢଢ଼ୁଆ' କୁହାଯାଏ ) ।ଏହି ବାଇଗଣ ପାଣିଚିଆ ଲାଗେ । ଏହାର ଆକାର ନଡ଼ିଆ ଭଳି ବଡ଼ ବଡ଼ ହୋଇଥାଏ । ଓଡ଼ିଶାର ବାଙ୍କୀ ଅଞ୍ଚଳରେ ପ୍ରବାହିତ ମହାନଦୀ କୂଳରେ ଏହି ବାଇଗଣ ପ୍ରଚୁର ପରିମାଣରେ ଚାଷ କରାଯାଏ ।[୪]
ଲୋକକଥାରେ ଢଢ଼ୁଆ ଏବଂ ଇତିହାସ
[ସମ୍ପାଦନା]ରଣ, ବଣ, ଛଣ । ବାଙ୍କୀରାଜା ଥାଇବୋଇଲେ ମୋ ଢଢ଼ୁଆ ବାଇଗଣ ।।
ଏହା ଏକ ବହୁଳ ପ୍ରଚଳିତ ଢଗ । ଏହାର ଉତ୍ପତି ଏହିପରି: ଡମପଡ଼ା ରାଜ୍ୟରେ ପ୍ରବାହିତ ରଣ ନଈରୁ ମାଛ, ବଣରୁ ଜଙ୍ଗଲ ଜାତ ପଦାର୍ଥ ଏବଂ ନଦୀ ପଠାରୁ ଛଣ ବା ତଣ୍ଡି ମିଳୁଥିଲା । ଏ ସବୁରୁ ବେଶ ଖଜଣା ଆଦାୟ ହେଉଥିଲା । ତେବେ ବାଙ୍କୀ ଅଞ୍ଚଳରେ ଚାଷ ହେଉଥିବା କେବଳ ଢଢ଼ୁଆ ବାଇଗଣରୁ ସେଠାକାର ରାଜା ଅଧିକ ଖଜଣା ପାଉଥିଲେ । ଏହାକୁ ଲକ୍ଷ୍ୟ କରି ଢଗର ସୃଷ୍ଟି । [୫]
ଚାଷ
[ସମ୍ପାଦନା]ପ୍ରଥମେ ମଞ୍ଜିରୁ ଚାରା କରି ଟାରାଗୁଡ଼ିକ ପ୍ରାଯ ୮ ଆଙ୍ଗୁଳ ଉଚ୍ଚ ହୋଇଗଲେ କୋଡ଼ିରେ ହଣା ହୋଇଥିବା କିଆରିରେ ସେମାନଙ୍କୁ ପୋତିବାକୁ ହୁଏ । ବାଇଗଣ ଗଛ ଢ଼ିପ ଯାଗାରେ ହୁଏ ଏବଂ ୩ ଦିନରେ କିଆରିରେ ଥରେ ଲେଖାଏଁ ପାଣି ଦେବାକୁ ହୁଏ । କୃଷକ ୟତ୍ନ କଲେ ବର୍ଷକ ମଧ୍ୟରେ ୩ଥର ବାଇଗଣ ଫସଲ ଆମଦାନି କରି ପାରେ । ଖୁବ୍ ଉଚ୍ଚ ପାର୍ବତ ଦେଶରେ ବାଇଗଣ ଗଛ ଉଧାଏ ନାହିଁ ।
ଅଧିକ ଦେଖନ୍ତୁ
[ସମ୍ପାଦନା]- ଅନ୍ୟ ଏକ ପ୍ରକାରର ବାଇଗଣ: ବିଟି ବାଇଗଣ
- ବାଇଗଣ ତିଆରି ରାନ୍ଧଣା: ଦହି ବାଇଗଣ,ବାଇଗଣ ଭରତା
ଉଦ୍ଧୃତି
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-08-23.
{{cite web}}
: Cite has empty unknown parameter:|1=
(help) - ↑ http://agropedia.iitk.ac.in/content/cultivation-brinjal
- ↑ ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ, ପୃଷ୍ଠା: ୫୪୬୦
- ↑ http://archive.indianexpress.com/news/orissa-bans-bt-brinjal-citing-small-farmers--interests-and-biosafety-concerns/532123/
- ↑ "ଆର୍କାଇଭ୍ କପି". Archived from the original on 2016-03-04. Retrieved 2015-05-23.
{{cite web}}
: Cite has empty unknown parameter:|1=
(help)
ଅଧିକ ତଥ୍ୟ
[ସମ୍ପାଦନା]- Media related to ବାଇଗଣ at Wikimedia Commons
- Plantation the Malaysian brinjal without fertilizers
- ବାଇଗଣ at Curlie