ବଟକୃଷ୍ଣ ଜେନା
ବଟକୃଷ୍ଣ ଜେନା | |
---|---|
ବିଧାୟକ: ୫ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୧ – ୧୯୭୩ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ରନାଥ ପଟ୍ଟନାୟକ |
ପର ଅଧିକାରୀ | ବାଇଧର ବେହେରା |
ନିର୍ବାଚନ ମଣ୍ଡଳୀ | ସାଲେପୁର |
ବିଧାୟକ: ୬ଷ୍ଠ, ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୮୦ | |
ପର ଅଧିକାରୀ | ସୁରେନ୍ଦ୍ରନାଥ ପଟ୍ଟନାୟକ |
ନିର୍ବାଚନ ମଣ୍ଡଳୀ | କିଶାନ ନଗର |
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ସୁରେନ୍ଦ୍ରନାଥ ପଟ୍ଟନାୟକ |
ପର ଅଧିକାରୀ | ଯୁଧିଷ୍ଠିର ଦାସ |
ନିର୍ବାଚନ ମଣ୍ଡଳୀ | କିଶାନ ନଗର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଅପ୍ରେଲ ୧୯୪୦ |
ମୃତ୍ୟୁ | ୨୪ ଜୁଲାଇ ୨୦୧୧ | (ବୟସ ୭୧)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ, ଜନତା ପାର୍ଟି |
ଜୀବନ ସାଥୀ | ପୁଷ୍ପଲତା ଜେନା |
ବାପା/ବୋଉ | ଭୋଳାନାଥ ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବଟକୃଷ୍ଣ ଜେନା (୧୧ ଅପ୍ରେଲ ୧୯୪୦ - ୨୪ ଜୁଲାଇ ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରିଥିଲେ । ବଟକୃଷ୍ଣ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ତଥା ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସଲେପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଏବଂ ପରେ ୧୯୭୧, ୧୯୭୪ ଓ ୧୯୮୫ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ କିଶାନ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବଟକୃଷ୍ଣ ଜେନା ୧୯୪୦ ମସିହାର ଅପ୍ରେଲ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭୋଳାନାଥ ଜେନା ଏବଂ ପତ୍ନୀଙ୍କ ନାମ ପୁଷ୍ପଲତା ଜେନା ।[୧] ବଟକୃଷ୍ଣଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବଟକୃଷ୍ଣ ଜେନା ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ, ଉତ୍କଳ କଂଗ୍ରେସ ଓ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ଓଡ଼ିଶା ବିଧାନ ସଭାରେ ଚାରିଥର ବିଧାୟକ ଭାବରେ ଏବଂ ୧୯୮୫ ମସିହାରୁ ୧୯୮୯ ମସିହାଯାଏଁ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୨]
ମୃତ୍ୟୁ
[ସମ୍ପାଦନା]ବଟକୃଷ୍ଣ ଜେନା ୨୦୧୧ ମସିହାର ଜୁଲାଇ ମାସ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୩] ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Batakrushna Jena". odishaassembly.nic.in. Odisha Assembly. Retrieved 2 January 2020.
{{cite web}}
: Cite has empty unknown parameter:|dead-url=
(help) - ↑ "Former Minister dead". news18.com. Retrieved 16 January 2021.
- ↑ "Former Minister dead". The New Indian Express. Retrieved 16 January 2021.