ପେଲାଗ୍ରା
ପେଲାଗ୍ରା (Pellagra) | |
---|---|
ବିଭାଗ | ଚର୍ମ ରୋଗ ବିଜ୍ଞାନ (Dermatology) |
ଲକ୍ଷଣ | ଚର୍ମ ପ୍ରଦାହ, ତରଳ ଝାଡ଼ା , ଡିମେନସିଆ (dementia), ପାଟି ଘାଆ [୧] |
କାରଣ | ନିଆସିନ (niacin)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଲକ୍ଷଣ ଅନୁସାରେ[୩] |
ସଠିକ ରୋଗ ନିର୍ଣ୍ଣୟ | କ୍ୱାସିୟୋର୍କର (Kwashiorkor), ପେମ୍ଫିଗସ pemphigus, ଫୋଟୋଡର୍ମାଟାଇଟିସ (photodermatitis), ପରଫାଇରିଆ (porphyria)[୩] |
ପ୍ରତିକାର | ଦାରିଦ୍ର୍ୟ (poverty) ଦୂରୀକରଣ[୩] |
ଚିକିତ୍ସା | ନିଆସିନ ବା ନିକୋଟିନାମାଇଡ ପରିପୂରକ ।[୧] |
Prognosis | ଚିକିତ୍ସାରେ ଉତ୍ତମା ଫଳ ମିଳେ, ଚିକିତ୍ସିତ ନହେଲେ ପ୍ରାୟ ୫ ବର୍ଷରେ ମୃତ୍ୟୁ ହୁଏ ।[୩] |
ପୁନଃପୌନିକ | ବିକଶିତ ଦେଶରେ କ୍ୱଚିତ ଦେଖାଯାଏ, ବିକାଶଶୀଳ ଦେଶରେ ଅପେକ୍ଷାକୃତ ସାଧାରଣ । [୩] |
ପେଲାଗ୍ରା (Pellagra) ରୋଗ ଭିଟାମିନ ବି୩ ବା ନିଆସିନ (niacin) ଅଭାବ ଯୋଗୁ ହୁଏ ।[୨] ଏହି ରୋଗରେ ଚର୍ମ ପ୍ରଦାହ, ତରଳ ଝାଡ଼ା, ଡିମେନ୍ସିଆ ଓ ପାଟି ଘାଆ ହୁଏ ।[୧] ଚର୍ମ ଘସିହେଉଥିବା ସ୍ଥାନ ଓ ସୂର୍ଯ୍ୟାଲୋକ ପଡ଼ୁଥିବା ସ୍ଥାନରେ ଏହି ରୋଗ ଅଧିକ ହେଉଥିବା ଦେଖାଯାଏ ।[୧] ସମୟକ୍ରମେ ଚମ କଳା ଦେଖାଯାଏ, ଶକ୍ତ ହୋଇ ଚୋପା ଛାଡ଼ିବାକୁ ଲାଗେ ।[୩][୧]
ଦୁଇ ପ୍ରକାର ପେଲାଗ୍ରା ରୋଗ ଦେଖାଯାଏ: ପ୍ରାଥମିକ ଓ ଗୌଣ ବା ପ୍ରାଇମେରୀ ଓ ସେକେଣ୍ଡାରୀ ।[୧] ଖାଦ୍ୟରେ ଯଥେଷ୍ଟ ନିଆସିନ ଓ ଟ୍ରିପ୍ଟୋଫେନ (tryptophan) ଅଭାବ ହେଲେ ପ୍ରାଇମାରୀ ପେଲାଗ୍ରା ହୁଏ ।[୧] କୌଣସି କାରଣ ବଶତଃ ଖାଦ୍ୟରେ ଥିବା ନିଆସିନ ବ୍ୟବହାର ନହୋଇପାରିଲେ ସେକେଣ୍ଡାରୀ ପେଲାଗ୍ରା ହୁଏ ।[୧] ଆଲକିହୋଲିଜ୍ମ , ଦୀର୍ଘକାଳର ତରଳ ଝାଡ଼ା ହେଲେ, କାର୍ସିନଏଡ ସିଣ୍ଡ୍ରୋମ (carcinoid syndrome), ହାର୍ଟନପ ରୋଗ (Hartnup disease) ଓ ଆଇସୋନିଆଜିଡ (isoniazid) ଭଳି ଅନେକ ରକମର ଔଷଧ ଯୋଗୁ ହୁଏ ।[୧] ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରିହୁଏ ଓ ପରିସ୍ରା ପରୀକ୍ଷା କରିଲେ ନିର୍ଣ୍ଣୟକୁ ସାହାଯ୍ୟ ହୁଏ ।[୩]
ନିଆସିନ ବା ନିକୋଟିନାମାଇଡ (nicotinamide) ପରିପୂରକ ଦେଇ ଏହାର ଚିକିତ୍ସା କରାଯାଏ ।[୧] ଏହି ଔଷଧ ଖାଇବାର ଦୁଇ ଦିନ ମଧ୍ୟରେ ଉନ୍ନତି ହେବା ଲକ୍ଷ କରାଯାଏ ।[୧] ଖାଦ୍ୟରେ ଉନ୍ନତି ଆଣିବାକୁ ପରାମର୍ଶ ଦିଆଯାଏ । [୩] ସୂର୍ଯ୍ୟାଲୋକ କମ୍ ପଡ଼ିବା ନିମନ୍ତେ ସନସ୍କ୍ରିନ (sunscreen ବ୍ୟବହାର ଓ ଉପଯୁକ୍ତ ଲୁଗାପଟା ପିନ୍ଧିଲେ ଚର୍ମ ଶୁଖିଯାଏ । [୧] ଅଣଚିକିତ୍ସିତ ହେଲେ ମୃତ୍ୟୁ ହୋଇପାରେ ।[୩] ବିକାଶଶୀଳ ପୃଥିବୀ (developing world) ଓ ସବ୍-ସାହାରା ଆଫ୍ରିକାରେ (sub-Saharan Africa) ଏହି ରୋଗ ଅଧିକ ଦେଖାଯାଏ ।[୩]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ Ngan, Vanessa (2003). "Pellagra". DermNet New Zealand (in ଇଂରାଜୀ). Archived from the original on 9 April 2017. Retrieved 10 June 2017.
- ↑ ୨.୦ ୨.୧ "Orphanet: Pellagra". www.orpha.net (in ଇଂରାଜୀ). Archived from the original on 17 April 2017. Retrieved 10 June 2017.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Pitche P (2005). "Pellagra". Sante. 15 (3): 205–8. PMID 16207585.
ଅଧିକ ଦେଖନ୍ତୁ
[ସମ୍ପାଦନା]ଅଧିକ ପଢ଼ିବେ
[ସମ୍ପାଦନା]- Hampl JS, Hampl WS (1 November 1997). "Pellagra and the origin of a myth: evidence from European literature and folklore". Journal of the Royal Society of Medicine. 90 (11): 636–9. PMC 1296679. PMID 9496281.
- "Reports and Resolutions of the General Assembly of the State of South Carolina, Regular Session Commencing January 11, 1916". Annual Report of the State Board of Health (1915–1916). Columbia, S.C.: Gonzales and Bryan, state printers. 4. 1916.
- Beardsley E (2006). The Spartanburg Pellagra Hospital. In: The South Carolina Encyclopedia. Columbia, S.C: University of South Carolina Press. ISBN 1-57003-598-9.
- Swain CP, Tavill AS, Neale G (September 1976). "Studies of tryptophan and albumin metabolism in a patient with carcinoid syndrome, pellagra, and hypoproteinemia". Gastroenterology. 71 (3): 484–9. PMID 133045.
- Hendrick, Burton J. (April 1916). "The Mastery Of Pellagra: The Mysterious Disease, Almost Unknown In This Country Fifteen Years Ago, That Now Claims 7,500 Victims A Year And Is Spreading Rapidly". The World's Work: A History of Our Time. XXXI: 633–639. Retrieved 2009-08-04.
- Kraut, Alan. "Dr. Joseph Goldberger and the War on Pellagra, By Alan Kraut, Ph.D." Office of History, National Institutes of Health. Web. 03 Sept. 2010.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |