ନକୁଳ (ମହାଭାରତ)
ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ନକୁଳ ହେଉଛନ୍ତି ଚତୁର୍ଥ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ ।[୧] ସେମାନଙ୍କର ପିତାମାତା - ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବାରୁ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ ।
ଜଣେ ନିପୁଣ ଆୟୁର୍ବେଦଜ୍ଞ, ଅସୀଯୁଦ୍ଧରେ ସିଦ୍ଧହସ୍ତ ତଥା ଘୋଡ଼ା ରଖିବାରେ ପାରଙ୍ଗମ ନକୁଳଙ୍କୁ, ମହାଭାରତର ସବୁଠାରୁ ସୁନ୍ଦର ବ୍ୟକ୍ତି ଭାବରେ ବିବେଚନା କରାଯାଏ ।[୨] ତାଙ୍କର ଦୁଇଟି ପତ୍ନୀ ଥିଲେ - ପାଞ୍ଚ ଭାଇଙ୍କ ସାଧାରଣ ପତ୍ନୀ ଦ୍ରୌପଦୀ ଏବଂ ଚେଦୀରାଜ ଶିଶୁପାଳଙ୍କ ଝିଅ କରୀନୁମତି । ଯୁଧିଷ୍ଠିରଙ୍କ ରାଜାସୁୟ ଯଜ୍ଞ ପାଇଁ ସେ ଶିବି, ରୋହତକ ଏବଂ ଅନ୍ୟାନ୍ୟ ରାଜବଂଶକୁ ପରାସ୍ତ କରିଥି । ପଶାଖେଳରେ ହାରିଯାଇ ପାଣ୍ଡବମାନେ ଯେତେବେଳେ ଅଜ୍ଞାତ ବାସ କରୁଥିଲେ, ନକୁଳ ସେତେବେଳେ ନିଜକୁ ଗ୍ରନ୍ଥିକ ନାମକ ଘୋଡ଼ା ପ୍ରଶିକ୍ଷକ ଭାବରେ ଛଦ୍ମନାମରେ ପରିଚୟ ଦେଇ ଅଜ୍ଞାତବାସ ସଂପୂର୍ଣ୍ଣ କରିଥିଲେ । କୁରୁକ୍ଷେତ୍ର ଯୁଦ୍ଧରେ, ନକୁଳ ଶକୁନିଙ୍କ ପୁଅ ଉଲ୍ଲୁକଙ୍କ ସମେତ ଅନେକ ଯୋଦ୍ଧାଙ୍କୁ ହତ୍ୟା କରିଥିଲେ ।
ଜନ୍ମ
[ସମ୍ପାଦନା]ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ପାଣ୍ଡୁ ସନ୍ତାନହୀନ ଥିଲେ । ଏ ପରିପ୍ରେକ୍ଷୀରେ ମାତା କୁନ୍ତୀଙ୍କୁ ତାଙ୍କର ତିନି ସନ୍ତାନ ଜନ୍ମ ଦେବା ପାଇଁ ଋଷି ଦୁର୍ବାସା ଦେଇଥିବା ବର ବ୍ୟବହାର କରିବାକୁ ପଡିଲା । ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ । ନକୁଳ କୁରୁ ବଂଶର ସବୁଠାରୁ ସୁନ୍ଦର ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ।[୩]
ବାଲ୍ୟକାଳରେ, ନକୁଳ ତାଙ୍କ ପିତା ପାଣ୍ଡୁ ଏବଂ ଶତଶୃଙ୍ଗ ଆଶ୍ରମର ଶୁକ ନାମକ ଋଷିଙ୍କ ଅଧିନରେ ଖଣ୍ଡା ଓ ଛୁରୀ ଯୁଦ୍ଧରେ ନିଜର ଦକ୍ଷତା ଅର୍ଜନ କରିଥିଲେ । ପରେ ପାଣ୍ଡୁ ଯେତେବେଳେ ତାଙ୍କ ପତ୍ନୀ ମାଦ୍ରିଙ୍କ ସହ ଦୈହିକ ମିଳନ କରିବାକୁ ଚେଷ୍ଟା କରିଥିଲେ ସେତେବେଳେ ସେ ଅଭିଶାପ ବଳରେ ନିଜ ଜୀବନ ହରାଇଥିଲେ । ଶେଷରେ ମାଦ୍ରି ମଧ୍ୟ ନିଜ ସ୍ୱାମୀଙ୍କ ଚିତାରେ ଝାସ ଦେଇ ସତୀ ଭାବେ ଜୀବନ ହାରିଲେ । ଏହାପରେ ନକୁଳ ତାଙ୍କ ଭାଇମାନଙ୍କ ସହିତ ହସ୍ତିନାପୁରକୁ ଚାଲିଗଲେ ଯେଉଁଠାରେ ତାଙ୍କୁ କୁନ୍ତୀ ଲାଳନପାଳନ କରିଥିଲେ । କୁନ୍ତୀ ତାଙ୍କୁ ନିଜ ପୁଅମାନଙ୍କ ପରି ଭଲ ପାଉଥିଲେ ।[୪]
ନକୁଳ ଦ୍ରୋଣଙ୍କ ତତ୍ତ୍ୱାବଧାନରେ ତୀରନ୍ଦାଜ ଏବଂ ଅସୀବିଦ୍ୟାରେ ଦକ୍ଷତା ଅର୍ଜନ କରିଥିଲେ । ଅନ୍ୟ ପାଣ୍ଡବ ଭାଇମାନଙ୍କ ସହ ନକୁଳଙ୍କୁ ଧର୍ମ, ବିଜ୍ଞାନ, ପ୍ରଶାସନ ଏବଂ ସାମରିକ କଳା ବିଷୟରେ କୁରୁ କୁଳଗୁରୁ କୃପାଚାର୍ଯ୍ୟ ଏବଂ ଦ୍ରୋଣାଚାର୍ଯ୍ୟ ତାଲିମ ଦେଇଥିଲେ । ତେବେ ସେ ଘୋଡ଼ା ଚାଳନାରେ ବିଶେଷ ପାରଙ୍ଗମ ଥିଲେ ।
ବିବାହ ଓ ସନ୍ତାନ
[ସମ୍ପାଦନା]ଯେତେବେଳେ ପାଣ୍ଡବ ଏବଂ ସେମାନଙ୍କ ମା କୁନ୍ତୀ ଲାକ୍ଷାଗୃହ ଦାହ ଘଟଣା ପରେ ଗୋପନରେ ରହିଥିଲେ, ଅନ୍ୟ ଭାଇମାନଙ୍କ ସହ ନକୁଳ ମଧ୍ୟ ଦ୍ରୌପଦୀଙ୍କ ସହ ବିବାହ କରିଥିଲେ । ନକୁଳଙ୍କ ଶତାନିକ ନାମରେ ଏକ ପୁତ୍ର ମଧ୍ୟ ଥିଲେ ଯିଏ କୁରୁକ୍ଷେତ୍ର ଯୁଦ୍ଧରେ ଅଶ୍ୱତଥାମାଙ୍କଦ୍ୱାରା ନିହତ ହୋଇଥିଲେ ।
ସେ ଶିଶୁପାଳଙ୍କ ଝିଅକୁ ମଧ୍ୟ ବିବାହ କରିଥିଲେ, ଯିଏ ନିରମିତ୍ର ନାମକ ଏକ ପୁତ୍ର ଜନ୍ମ ଦେଇଥିଲେ ।[୫] ପିତା ନକୁଳଙ୍କ ପରେ ପରେ ନିରମିତ୍ର ଉତ୍ତର ମାଦ୍ର ରାଜ୍ୟର ରାଜା ହୋଇଥିଲେ ।
ନିର୍ବାସନ
[ସମ୍ପାଦନା]ପଶା ଖେଳରେ ଯୁଧିଷ୍ଠିରଙ୍କ ହାରିଯିବା ପରେ ସମସ୍ତ ପାଣ୍ଡବଙ୍କୁ ୧୩ ବର୍ଷ ନିର୍ବାସନରେ ରହିବାକୁ ପଡିଥିଲା । ନିର୍ବାସନ ସମୟରେ ଥିବା ବେଳେ ଜଟାସୁର ନାମକ ରାକ୍ଷସ ଜଣେ ଛଦ୍ମ ବ୍ରାହ୍ମଣ ରୂପେ ନକୁଳ, ଦ୍ରୌପଦୀଙ୍କ୍ନା ସହିତ ସହଦେବ ଏବଂ ଯୁଧିଷ୍ଠିରଙ୍କୁ ଅପହରଣ କରି ନେଇଥିଲେ । ଶେଷରେ ଭୀମ ସେମାନଙ୍କୁ ଉଦ୍ଧାର କରିଥିଲେ ଏବଂ ପରବର୍ତ୍ତୀ ସମୟରେ ଯୁଦ୍ଧରେ ନକୁଳ କ୍ଷେମଙ୍କରା,ମହାମାହା ଏବଂ ସୁରଥଙ୍କୁ ବଧ କରିଥିଲେ । ନିର୍ବାସନର ଶେଷ ବର୍ଷରେ, ନକୁଳ ନିଜକୁ ଏକ ଅଶ୍ୱରକ୍ଷକ ଭାବେ ଗ୍ରନ୍ଥିକା ଛଦ୍ମନାମରେ ବିରାଟ ରାଜ୍ୟରେ (ନିଜ ମଧ୍ୟରେ ପାଣ୍ଡବ ତାଙ୍କୁ ଜୟସେନା ବୋଲି ଡାକିଲେ) ବିତାଇଥିଲେ । ସେ ଏକ ଘୋଡ଼ା-ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଯିଏ ରାଜକୀୟ ଅଶ୍ୱଶାଳାରେ ଘୋଡ଼ାମାନଙ୍କର ଯତ୍ନ ନେଉଥିଲେ ।[୬]
କୁରୁକ୍ଷେତ୍ର ଯୁଦ୍ଧରେ ଭୂମିକା
[ସମ୍ପାଦନା]ନକୁଳ ଚାହୁଁଥିଲେ କି ଦ୍ରୁପଦ ପାଣ୍ଡବ ସେନାର ସେନାପତି ହୁଅନ୍ତୁ, କିନ୍ତୁ ଯୁଧିଷ୍ଠିର ଏବଂ ଅର୍ଜୁନ ସେନାପତି ଭାବେ ଧୃଷ୍ଟଦ୍ୟୁମ୍ନଙ୍କୁ ବାଛିଥିଲେ ।
ଜଣେ ଯୋଦ୍ଧା ଭାବରେ ନକୁଳ ଶତ୍ରୁ ପକ୍ଷର ବିଶିଷ୍ଟ ଯୋଦ୍ଧାମାନଙ୍କୁ ହତ୍ୟା କରିଥିଲେ । ନକୁଳଙ୍କ ରଥର ପତାକା ସୁବର୍ଣ୍ଣ ପୃଷ୍ଠ ବିଶିଷ୍ଟ ଏକ ଲୋହିତ ହରିଣର ଛବିରେ ଶୋଭା ପାଉଥିଲା । ନକୁଳ ସପ୍ତ ଅକ୍ଷହୌଣୀ ସୈନ୍ୟବାହିନୀ ମଧ୍ୟରୁ ଏକ ଅକ୍ଷହୌଣୀର ସେନାମୁଖ୍ୟ ମଧ୍ୟ ଥିଲେ ।
ଯୁଦ୍ଧର ପ୍ରଥମ ଦିନରେ ନକୁଳ ଦୁଃଶାସନଙ୍କୁ ପରାସ୍ତ କରି ତଙ୍କ ଜୀବନ ରକ୍ଷା କରିଥିଲେ ଏଇଥିପାଇଁ ଯେ ଦୁଃଶାସନଙ୍କୁ ବଧ କରି ଭୀମ ତାଙ୍କ ଶପଥ ପୂରଣ କରିପାରିବେ ।
ଏକାଦଶ ଦିନରେ ନକୁଳ ଶଲ୍ୟଙ୍କୁ ପରାସ୍ତ କରି ତାଙ୍କ ରଥକୁ ନଷ୍ଟ କରିଦେଲେ ।
ଯୁଦ୍ଧର ତ୍ରୟୋଦଶ ଦିନରେ, ଦ୍ରୋଣାଚାର୍ଯ୍ୟଙ୍କ ଚକ୍ରବ୍ୟୁହ ଭେଦ କାଳରେ ଜୟଦ୍ରଥ ତାଙ୍କୁ ବାଧା ଦେଇ ଏଥିରୁ ନିବୃତ୍ତ କରିଥିଲେ ।
ଚତୁର୍ଦ୍ଦଶ ଦିବସରେ ସେ ଶକୁନିଙ୍କୁ ପରାସ୍ତ କରିଥିଲେ ।
ପଞ୍ଚଦଶ ଦିନରେ ସେ ଦୁର୍ଯ୍ୟୋଧନଙ୍କଦ୍ୱାରା ପରାସ୍ତ ହୋଇଥିଲେ କିନ୍ତୁ ଚେକିତନ ତାଙ୍କୁ ଉଦ୍ଧାର କରିଥିଲେ ।
ଷୋଡଶ ଦିନରେ, ସେ କର୍ଣ୍ଣଙ୍କଦ୍ୱାରା ପରାସ୍ତ ହୋଇଥିଲେ, ତେବେ କର୍ଣ୍ଣ ତାଙ୍କୁ ଜୀବନ ଦାନ ଦେଇଥିଲେ ।[୭]
ସପ୍ତଦଶ ଦିବସରେ ସେ ଶକୁନିଙ୍କ ପୁଅ ବୃକାସୁରକୁ ହତ୍ୟା କରିଥିଲେ ଏବଂ ଯୁଦ୍ଧର ନିୟମ ସ୍ଥିର କରିବା ଦିନ ଗ୍ରହଣ କରିଥିବା ଶପଥ ପୂରଣ କରିଥିଲେ ।
ଯୁଦ୍ଧର ଅଷ୍ଟାଦଶ ଦିବସରେ ସେ କର୍ଣ୍ଣଙ୍କ ତିନି ପୁତ୍ର, ସୁଶେଣ, ଚିତ୍ରାସେନ ଏବଂ ସତ୍ୟସେନାଙ୍କୁ ହତ୍ୟା କରିଥିଲେ ।
ଅଧିକ ପଢନ୍ତୁ
[ସମ୍ପାଦନା]Chakravarti, Bishnupada (2007-11-13). Penguin Companion to the Mahabharata (in ଇଂରାଜୀ). Penguin UK. ISBN 978-93-5214-170-8.
ଆଧାର
[ସମ୍ପାଦନା]- ↑ Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 73.
- ↑ Chakravarti 2007.
- ↑ "The five pandavas and the story of their birth". aumamen.com. Retrieved 24 December 2020.
- ↑ Fang, Liaw Yock (2013). "A History of Classical Malay Literature". www.books.google.co.in (in ଇଂରାଜୀ). Institute of Southeast Asian. Retrieved 24 December 2020.
- ↑ "The Mahabharata, Book 1: Adi Parva: Sambhava Parva: Section XCV". web.archive.org. 16 January 2010. Archived from the original on 16 January 2010. Retrieved 24 December 2020.
{{cite web}}
: CS1 maint: bot: original URL status unknown (link) - ↑ Kapoor, Subodh, ed. (2002). The Indian encyclopaedia : biographical, historical, religious, administrative, ethnological, commercial and scientific (1st ed.). New Delhi: Cosmo Publications. p. 4462. ISBN 9788177552713.
- ↑ "The Mahabharata, Book 8: Karna Parva: Section 48". sacred-texts.com. Retrieved 24 December 2020.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |