ସହଦେବ (ମହାଭାରତ)

ଉଇକିପିଡ଼ିଆ ରୁ
Jump to navigation Jump to search

ହିନ୍ଦୁ ମହାକାବ୍ୟ ମହାଭାରତରେ ବର୍ଣ୍ଣିତ ପଞ୍ଚୁ ପାଣ୍ଡବଙ୍କ ମଧ୍ୟରେ ସହଦେବ (ସଂସ୍କୃତ: सहदेव) ହେଉଛନ୍ତି କନିଷ୍ଠ ପାଣ୍ଡବ । ଅଶ୍ୱିନୀକୁମାରଙ୍କ ଆଶୀର୍ବାଦରୁ ଜାତ, ମାତା ମାଦ୍ରିଙ୍କ ଦୁଇ ଯାଆଁଳା ସନ୍ତାନ ହେଉଛନ୍ତି ନକୁଳ ଏବଂ ସହଦେବ ।[୧] ସେମାନଙ୍କର ପିତାମାତା - ପାଣ୍ଡୁ ଏବଂ ମାଦ୍ରି ଶୀଘ୍ର ମୃତ୍ୟୁବରଣ କରିବା ଫଳରେ, ଦୁଇ ଯାଆଁଳା ଶିଶୁ ସେମାନଙ୍କ ସାବତ ମା କୁନ୍ତୀଙ୍କଦ୍ୱାରା ପାଳିତ ହୋଇଥିଲେ । ସମୟକ୍ରମେ ସେମାନେ ହସ୍ତିନାପୁରରେ ଗୁରୁ ଦ୍ରୋଣଙ୍କଦ୍ୱାରା ଶିକ୍ଷା ପ୍ରାପ୍ତ ହୋଇଥିଲେ । ଦ୍ରୌପଦୀଙ୍କ ବ୍ୟତୀତ ସହଦେବଙ୍କ ବିଜୟା ନାମରେ ନିଜ ଏକ ପତ୍ନୀ ଥିଲେ ।[୨]

ଜନ୍ମ[ସମ୍ପାଦନା]

ଋଷି କିନ୍ଦମଙ୍କ ଅଭିଶାପ ଯୋଗୁଁ ପାଣ୍ଡୁ ସନ୍ତାନହୀନ ଥିଲେ । ଏଭଳି ସ୍ଥିତିରେ ମାତା କୁନ୍ତୀଙ୍କୁ ତାଙ୍କର ତିନି ସନ୍ତାନ ଜନ୍ମ ଦେବା ପାଇଁ ଋଷି ଦୁର୍ବାସା ଦେଇଥିବା ବର ବ୍ୟବହାର କରିବାକୁ ପଡିଲା । ସେ ଅଶ୍ୱିନୀ କୁମାରଙ୍କୁ ସ୍ମରଣ କରି ତାଙ୍କରି ଆଶୀର୍ବାଦରୁ ନକୁଳ ଏବଂ ସହଦେବଙ୍କୁ ଜନ୍ମ ଦେଇଥିଲେ ।[୩]

ବିଶ୍ୱାସ କରାଯାଏ ଯେ ନିଜର ଜନ୍ମିତ ପୁତ୍ର ନ ହୋଇ ମଧ୍ୟ ସହଦେବ କୁନ୍ତୀଙ୍କ ପ୍ରିୟ ପୁତ୍ର ଥିଲେ ।[୪] ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ସହଦେବ ଅସୁର ମାନଙ୍କର ଗୁରୁ ଶୁକ୍ରାଚାର୍ଯ୍ୟଙ୍କ ଏକ ଅବତାର ଥିଲେ ।

ସହଦେବ ଏବଂ ତାଙ୍କ ଭାଇମାନେ ହସ୍ତିନାପୁର ଯାଇଥିଲେ ଯେଉଁଠାରେ ସେମାନଙ୍କୁ ଦ୍ରୋଣ ଏବଂ କୃପ ଅସ୍ତ୍ରଶସ୍ତ୍ର ବିଦ୍ୟା ଶିକ୍ଷା ଦେଇଥିଲେ । ସେ ଖଣ୍ଡା ଏବଂ ଛୁରା ଯୁଦ୍ଧରେ ନିଜର ଦକ୍ଷତା ହାସଲ କରିଥିଲେ । ସେ ଦେବଗୁରୁ ବୃହସ୍ପତ୍ତିଙ୍କ ଠାରୁ ନୀତିଶାସ୍ତ୍ର ମଧ୍ୟ ଶିକ୍ଷାଲାଭ କରିଥିଲେ ।

ବିବାହ ଓ ସନ୍ତାନ[ସମ୍ପାଦନା]

ଯେତେବେଳେ ପାଣ୍ଡବ ଏବଂ ସେମାନଙ୍କ ମା କୁନ୍ତୀ ଲାକ୍ଷାଗୃହ ଦାହ ଘଟଣା ପରେ ଗୋପନରେ ରହିଥିଲେ, ଅନ୍ୟ ଭାଇ ମାନଙ୍କ ସହ ସହଦେବ ମଧ୍ୟ ଦ୍ରୌପଦୀଙ୍କ ସହ ବିବାହ କରିଥିଲେ । ପରେ କୁନ୍ତୀ ଏବଂ ପାଞ୍ଚ ପାଣ୍ଡବ ହାସ୍ତିନାପୁରକୁ ଚାଲିଗଲେ । ସହଦେବ ଅସୀବିଦ୍ୟାରେ ଅଦ୍ଭୁତ କଳାକୌଶଳ ଅର୍ଜନ କରିଥିଲେ । ସହଦେବଙ୍କୁ ତାଙ୍କର ନିଜସ୍ୱ ପ୍ରଜ୍ଞା ଏବଂ ଆଧ୍ୟାତ୍ମିକ ଜ୍ଞାନ ବିଷୟରେ ଅହଂକାର ବ୍ୟତୀତ ପ୍ରତ୍ୟେକ କ୍ଷେତ୍ରରେ ନମ୍ର, ଧୈର୍ଯ୍ୟବାନ ଏବଂ ଗୁଣବାନ୍ ବୋଲି କୁହାଯାଏ ।

ଦ୍ରୌପଦୀଙ୍କ ବ୍ୟତୀତ ସେ ବିଜୟାଙ୍କୁ ବିବାହ କରିଥିଲେ । ଦ୍ରୌପଦୀ ଏବଂ ସହଦେବଙ୍କ ଔରସରୁ ସହଦେବଙ୍କ ଏକ ପୁଅ ଥିଲେ ଶ୍ରୁତସେନା ଏବଂ ଅନ୍ୟ ପତ୍ନୀ ବିଜୟଙ୍କ ସହ ତାଙ୍କ ଔରସରୁ ଅନ୍ୟ ଏକ ପୁତ୍ର ଥିଲେ ସୁହୋତ୍ରା । ବିଜୟା ତାଙ୍କ ସ୍ୱୟଂବରରେ ସହଦେବଙ୍କୁ ବିବାହ କରିଥିଲେ ।

କୁରୁକ୍ଷେତ୍ର ଯୁଦ୍ଧ ପରେ ରାଣୀ ବିଜୟା ଏବଂ ସହଦେବଙ୍କ ପୁଅ ସୁହୋତ୍ରା ହିଁ ଥିଲେ ଏକମାତ୍ର ଜୀବନ୍ତ ଉତ୍ତ୍ରାଧିକାରୀ । କୁରୁକ୍ଷେତ୍ର ଯୁଦ୍ଧ ପରେ ସହଦେବ ମାଦ୍ର ରାଜ୍ୟର ରାଜା ଥିବାବେଳେ ତାଙ୍କୁ ମାଦ୍ର ରାଜ୍ୟର ରାଜକୁମାର ଭାବରେ ମାନ୍ୟତା ମିଳିଥିଲା ।

ନିର୍ବାସନ[ସମ୍ପାଦନା]

ପଶା ଖେଳରେ ଯୁଧିଷ୍ଠିରଙ୍କ ହାରିଯିବା ପରେ ସମସ୍ତ ପାଣ୍ଡବଙ୍କୁ ୧୩ ବର୍ଷ ନିର୍ବାସନରେ ରହିବାକୁ ପଡିଥିଲା । ନିର୍ବାସନ ସମୟରେ ଥିବା ବେଳେ ଜଟାସୁର ନାମକ ରାକ୍ଷସ ଜଣେ ଛଦ୍ମ ବ୍ରାହ୍ମଣ ରୂପେ ନକୁଳ, ଦ୍ରୌପଦୀଙ୍କ ସହିତ ସହଦେବ ଏବଂ ଯୁଧିଷ୍ଠିରଙ୍କୁ ଅପହରଣ କରି ନେଇଥିଲେ । ଶେଷରେ ଭୀମ ସେମାନଙ୍କୁ ଉଦ୍ଧାର କରିଥିଲେ । ନିର୍ବାସନର ଶେଷ ବର୍ଷରେ, ସହଦେବ ନିଜକୁ ଏକ ଅଶ୍ୱରକ୍ଷକ ଭାବେ ନକୁଳଙ୍କ ସହ ଛଦ୍ମନାମରେ ବିରାଟ ରାଜ୍ୟରେ ବିତାଇଥିଲେ । ସେ ଏକ ଘୋଡା-ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରିଥିଲେ ଯିଏ ରାଜକୀୟ ଅଶ୍ୱଶାଳାରେ ଘୋଡାମାନଙ୍କର ଯତ୍ନ ନେଉଥିଲେ ।[୫]

ଶେଷ ଜୀବନ[ସମ୍ପାଦନା]

କୁରୁକ୍ଷେତ୍ର ଯୁଦ୍ଧ ପରେ ଯୁଧିଷ୍ଠିର ନକୁଳଙ୍କୁ ଉତ୍ତରର ରାଜା ଏବଂ ସଦଦେବଙ୍କୁ ଦକ୍ଷିଣ ମାଦ୍ରର ରାଜା ଭାବରେ ନିଯୁକ୍ତ କରିଥିଲେ ।

କଳି ଯୁଗର ଆରମ୍ଭ ଏବଂ କୃଷ୍ଣଙ୍କ ବିୟୋଗରେ ପାଣ୍ଡବମାନେ ରାଜ କାର୍ଯ୍ୟରୁ ଅବସର ନେଇଥିଲେ । ସେମାନଙ୍କର ସମସ୍ତ ସମ୍ପତ୍ତି ଏବଂ ବନ୍ଧନ ଛାଡି ପାଣ୍ଡବମାନେ ଏକ କୁକୁର ସହିତ ହିମାଳୟକୁ ଶେଷ ତୀର୍ଥଯାତ୍ରା କରିଥିଲେ ।

ଯୁଧିଷ୍ଠିରଙ୍କୁ ଛାଡି ଅନ୍ୟ ସମସ୍ତ ପାଣ୍ଡବ ଦୁର୍ବଳ ହୋଇ ସ୍ୱର୍ଗରେ ପହଞ୍ଚିବା ପୂର୍ବରୁ ମୃତ୍ୟୁ ମୁଖରେ ପଡିଲେ । ଦ୍ରୌପଦୀଙ୍କ ପରେ ଦ୍ୱିତୀୟରେ ସହଦେବ ହିଁ ମୃତ୍ୟୁ ବରଣ କରିଥିଲେ । ଯେତେବେଳେ ଭୀମ ଯୁଧିଷ୍ଠିରଙ୍କୁ ସହଦେବ କାହିଁକି ସ୍ୱର୍ଗରେ ନ ପହଞ୍ଚି ମୃତ୍ୟୁ ମୁଖରେ ପଡ଼ିଲେ ବୋଲି ପଚାରିଲେ, ଯୁଧିଷ୍ଠିର ଉତ୍ତର ଦେଲେ ଯେ ସହଦେବଙ୍କର ନିଜର ଜ୍ଞାନ ଉପରେ ଅତ୍ୟନ୍ତ ଗର୍ବିତ ହେବା ହିଁ ଏହାର କାରଣ ବୋଲି ଉତ୍ତର ଦେଇଥିଲେ ।[୬]

ଆଧାର[ସମ୍ପାଦନା]

  1. Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 73.
  2. "The Mahabharata, Book 1: Adi Parva: Sambhava Parva: Section XCV". web.archive.org. 16 January 2010. Retrieved 25 December 2020.
  3. "The five pandavas and the story of their birth". aumamen.com. Retrieved 25 December 2020.
  4. Fang, Liaw Yock (2013). A History of Classical Malay Literature (in ଇଂରାଜୀ). Institute of Southeast Asian. ISBN 978-981-4459-88-4.
  5. Kapoor, Subodh, ed. (2002). The Indian encyclopaedia : biographical, historical, religious, administrative, ethnological, commercial and scientific (1st ed.). New Delhi: Cosmo Publications. p. 4462. ISBN 9788177552713.
  6. "The Mahabharata, Book 17: Mahaprasthanika Parva: Section 2". www.sacred-texts.com. Retrieved 25 December 2020.