ଦେଶ କାଳ ପାତ୍ର
ଦେଶ କାଳ ପାତ୍ର | |
---|---|
ଲେଖକ | ଜଗନ୍ନାଥ ପ୍ରସାଦ ଦାସ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବିଷୟ | ଓଡ଼ିଶାର ଐତିହ |
ବିଭାଗ | ଉପନ୍ୟାସ |
ପ୍ରକାଶକ | ଫ୍ରେଣ୍ଡ୍ସ ପବ୍ଲିଶର୍ସ |
ପ୍ରକାଶ ତାରିଖ | ୧୯୯୨-୨୦୧୪ |
"ଦେଶ କାଳ ପାତ୍ର" ହେଉଛି ଜଗନ୍ନାଥ ପ୍ରସାଦ ଦାସଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ ଐତିହାସିକ ପୁସ୍ତକ ।[୧] ଏହା ମୁଖ୍ୟତଃ ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଘଟିଯାଇଥିବା ପ୍ରଧାନ ପ୍ରଧାନ ଘଟଣାବଳୀ ଉପରେ ଆଧାରିତ ଏବଂ ଉପନ୍ୟାସ ଶୈଳୀରେ ଲିଖିତ ଅଟେ । ଏହାର ପ୍ରକାଶକ ହେଉଛନ୍ତି କଟକର ଫ୍ରେଣ୍ଡ୍ସ ପବ୍ଲିଶର୍ସ । ଏହାର ପ୍ରଥମ ସଂସ୍କରଣ ୧୯୯୨ ମସିହାରେ ପ୍ରକାଶ ପାଇଥିଲା[୨] ଓ ୨୦୧୪ ମସିହାରେ ପଞ୍ଚମ ସଂସ୍କରଣରେ ପହଞ୍ଚିଥିଲା [୩] |
ଅନ୍ୟ ଭାଷାରେ ଅନୁବାଦ ଓ ପ୍ରକାଶନ
[ସମ୍ପାଦନା]ଇଂରାଜୀ ଭାଷାରେ ଏହି ପୁସ୍ତକଟି ଶ୍ରୀ ଯତୀନ୍ଦ୍ର ନାୟକଙ୍କଦ୍ୱାରା ଅନୁଦିତ[୪] ହୋଇ ପେଙ୍ଗୁଇନ୍ ଇଣ୍ଡିଆ ପ୍ରକାଶନ ସଂସ୍ଥାଙ୍କ ଜରିଆରେ ପ୍ରକାଶିତ ହୋଇଛି [୫] । ଆହୁରି ମଧ୍ୟ ନେସନାଲ ବୁକ୍ ଟ୍ରଷ୍ଟଙ୍କ ଆଦାନ ପ୍ରଦାନ ପ୍ରଣାଳୀରେ ଏହି ବହିଟି ହିନ୍ଦୀ ଓ ବଂଗଳା ଭାଷାରେ ଅନୁବାଦିତ ହୋଇ ସାରିଛି ।
ବିଷୟ ବସ୍ତୁ
[ସମ୍ପାଦନା]ଲେଖକଙ୍କ ଭାଷାରେ "ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଥିଲା ଓଡ଼ିଶା ପାଇଁ ଦୁଃଖ ଦୁର୍ଦ୍ଧଶା ବିପର୍ଯ୍ୟୟ କିନ୍ତୁ ପୁଣି ଉତ୍ତରଣ ପୁନର୍ଜାଗରଣ ଓ ଅଗ୍ରଗତିର ସମୟ" । ଏହି ପଚାଶ ବର୍ଷ ଭିତରେ ଓଡ଼ିଶାରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ, ପୁରୀ ମନ୍ଦିର ଓ ଗଜପତି ବଂଶର ଉତ୍ଥାନ ପତନ, ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ତଥା ବିଦେଶୀ ଇଂରେଜ ସରକାରଙ୍କ ଶାସନ ପ୍ରଣାଳୀ ଉପରେ ଆଧାର କରି ଏ ପୁସ୍ତକର ତେରଟି ଅଧ୍ୟାୟ ଲେଖା ଯାଇଅଛି । ଏ ପୁସ୍ତକର ମୁଖ୍ୟ ପାତ୍ରମାନେ ହେଲେ ନିମ୍ନ ଲିଖିତ ବ୍ୟକ୍ତିଗଣ ।
- ଉତ୍କଳ ଗୌରବ ମଧୁସୂଦନ ଦାସ
- କର୍ମବୀର ଗୌରିଶଂକର ରାୟ
- ଫକୀର ମୋହନ ସେନାପତି
- ସାମନ୍ତ ଚନ୍ଦ୍ରଶେଖର
- ସାର୍ଟି ଇ ରେଭେନ୍ସା
- ଗଜପତି ଦିବ୍ୟସିଂହ ଦେବ (୩ୟ)
- ଗଜପତି ମୁକୁନ୍ଦ ଦେବ (୩ୟ)
- ଜନ୍ ବୀମ୍ସ
- ରାଧାନାଥ ରାୟ
- ପୁରୀ ରାଣୀ ସୂର୍ଯ୍ୟମଣି ପାଟମହାଦେଇ
ଯଦିଓ ପୁସ୍ତକରେ କୌଣସିଠାରେ ଦିଆଯାଇନାହିଁ, ତଥାପି ପୁସ୍ତକଟିର ଅନେକ ତଥ୍ୟସବୁ ସେତେବେଳର ଉତ୍କଳ ଦୀପିକା,ଫକୀରମୋହନ ସେନାପତିଙ୍କ "ଆତ୍ମଜୀବନୀ" ତଥା ଜନ୍ ବୀମ୍ସଙ୍କ ଆତ୍ମ ଜୀବନୀ "Memoirs of a Bengal Civilian" (ଓଡ଼ିଆରେ ଜଣେ ଶାସକର ସ୍ମୃତି) ପୁସ୍ତକରୁ ନିଆଯାଇଥିବା ପରି ଜଣାଯାଏ ।
ଆଧାର
[ସମ୍ପାଦନା]- ↑ http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL069
- ↑ http://www.thehindu.com/todays-paper/tp-features/tp-sundaymagazine/the-world-of-jpdas/article2275009.ece
- ↑ ଦାସ, ଜଗନ୍ନାଥ ପ୍ରସାଦ (2014). ଦେଶ କାଳ ଓ ପାତ୍ର. କଟକ: ଫ୍ରେଣ୍ଡ୍ସ ପବ୍ଲିଶର୍ସ. p. ୫୦୬. ISBN 81-7401-697-X.
- ↑ http://www.newindianexpress.com/states/odisha/article192736.ece[permanent dead link]
- ↑ Creyke, Johan. ""J P Das' A Time Elsewhere" Tr. Jatindra K.Nayak". Muse India. Archived from the original on 4 March 2016. Retrieved 10 July 2016.