ଦେଶ କାଳ ପାତ୍ର

ଉଇକିପିଡ଼ିଆ‌ରୁ
ଦେଶ କାଳ ପାତ୍ର  
ଲେଖକଜଗନ୍ନାଥ ପ୍ରସାଦ ଦାସ
ଦେଶଭାରତ
ଭାଷାଓଡ଼ିଆ
ବିଷୟଓଡ଼ିଶାର ଐତିହ
ବିଭାଗଉପନ୍ୟାସ
ପ୍ରକାଶକଫ୍ରେଣ୍ଡ୍‍‍ସ ପବ୍ଲିଶର୍ସ
ପ୍ରକାଶ ତାରିଖ୧୯୯୨-୨୦୧୪


"ଦେଶ କାଳ ପାତ୍ର" ହେଉଛି ଜଗନ୍ନାଥ ପ୍ରସାଦ ଦାସଙ୍କଦ୍ୱାରା ଲିଖିତ ଏକ ଓଡ଼ିଆ ଐତିହାସିକ ପୁସ୍ତକ ।[୧] ଏହା ମୁଖ୍ୟତଃ ଊ‍‍ନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶାରେ ଘଟିଯାଇଥିବା ପ୍ରଧାନ ପ୍ରଧାନ ଘଟଣାବଳୀ ଉପରେ ଆଧାରିତ ଏବଂ ଉପ‍ନ୍ୟାସ ଶୈଳୀରେ ଲିଖିତ ଅଟେ । ଏହାର ପ୍ରକାଶକ ହେଉଛନ୍ତି କଟକର ଫ୍ରେଣ୍ଡ୍‍‍ସ ପବ୍ଲିଶର୍ସ । ଏହାର ପ୍ରଥମ ସଂସ୍କରଣ ୧୯୯୨ ମସିହାରେ ପ୍ରକାଶ ପାଇଥିଲା[୨] ଓ ୨୦୧୪ ମସିହାରେ ପଞ୍ଚମ ସଂସ୍କରଣରେ ପହଞ୍ଚିଥିଲା [୩] |

ଅନ୍ୟ ଭାଷାରେ ଅନୁବାଦ ଓ ପ୍ରକାଶନ[ସମ୍ପାଦନା]

ଇଂରାଜୀ ଭାଷାରେ ଏହି ପୁସ୍ତକଟି ଶ୍ରୀ ଯତୀନ୍ଦ୍ର ନାୟକଙ୍କଦ୍ୱାରା ଅନୁଦିତ[୪] ହୋଇ ପେଙ୍ଗୁଇନ୍‍ ଇଣ୍ଡିଆ ପ୍ରକାଶନ ସଂସ୍ଥାଙ୍କ ଜରିଆରେ ପ୍ରକାଶିତ ହୋଇଛି [୫] । ଆହୁରି ମଧ୍ୟ ନେସନାଲ ବୁକ୍‍ ଟ୍ରଷ୍ଟଙ୍କ ଆଦାନ ପ୍ରଦାନ ପ୍ରଣାଳୀରେ ଏହି ବହିଟି ହିନ୍ଦୀବଂଗଳା ଭାଷାରେ ଅନୁବାଦିତ ହୋଇ ସାରିଛି ।

ବିଷୟ ବସ୍ତୁ[ସମ୍ପାଦନା]

ଲେଖକଙ୍କ ଭାଷାରେ "ଊନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧ ଥିଲା ଓଡ଼ିଶା ପାଇଁ ଦୁଃଖ ଦୁର୍ଦ୍ଧଶା ବିପର୍ଯ୍ୟୟ କିନ୍ତୁ ପୁଣି ଉତ୍ତରଣ ପୁନର୍ଜାଗରଣ ଓ ଅଗ୍ରଗତିର ସମୟ" । ଏହି ପଚାଶ ବର୍ଷ ଭିତରେ ଓଡ଼ିଶାରେ ହୋଇଥିବା ନ‍ଅଙ୍କ ଦୁର୍ଭିକ୍ଷ, ପୁରୀ ମନ୍ଦିର ଓ ଗଜପତି ବଂଶର ଉତ୍‍ଥାନ ପତନ, ଓଡ଼ିଆ ଭାଷା ଓ ସଂସ୍କୃତିର ବିକାଶ ତଥା ବିଦେଶୀ ଇଂରେଜ ସରକାରଙ୍କ ଶାସନ ପ୍ରଣାଳୀ ଉପରେ ଆଧାର କରି ଏ ପୁସ୍ତକର ତେରଟି ଅଧ୍ୟାୟ ଲେଖା ଯାଇଅଛି । ଏ ପୁସ୍ତକର ମୁଖ୍ୟ ପାତ୍ରମାନେ ହେଲେ ନିମ୍ନ ଲିଖିତ ବ୍ୟକ୍ତିଗଣ ।

ଯଦିଓ ପୁସ୍ତକରେ କୌଣସିଠାରେ ଦିଆଯାଇନାହିଁ, ତଥାପି ପୁସ୍ତକଟିର ଅନେକ ତଥ୍ୟସବୁ ସେତେବେଳର ଉତ୍କଳ ଦୀପିକା,ଫକୀରମୋହନ ସେନାପତିଙ୍କ "ଆତ୍ମଜୀବନୀ" ତଥା ଜନ୍‍ ବୀମ୍‍ସଙ୍କ ଆତ୍ମ ଜୀବନୀ "Memoirs of a Bengal Civilian" (ଓଡ଼ିଆରେ ଜଣେ ଶାସକର ସ୍ମୃତି) ପୁସ୍ତକରୁ ନିଆଯାଇଥିବା ପରି ଜଣାଯାଏ ।

ଆଧାର[ସମ୍ପାଦନା]

  1. http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL098&vchslinkid=SL069
  2. http://www.thehindu.com/todays-paper/tp-features/tp-sundaymagazine/the-world-of-jpdas/article2275009.ece
  3. ଦାସ, ଜଗ‍ନ୍ନାଥ ପ୍ରସାଦ (2014). ଦେଶ କାଳ ଓ ପାତ୍ର. କଟକ: ଫ୍ରେଣ୍ଡ୍‍‍ସ ପବ୍ଲିଶର୍ସ. p. ୫୦୬. ISBN 81-7401-697-X.
  4. http://www.newindianexpress.com/states/odisha/article192736.ece[permanent dead link]
  5. Creyke, Johan. ""J P Das' A Time Elsewhere" Tr. Jatindra K.Nayak". Muse India. Archived from the original on 4 March 2016. Retrieved 10 July 2016.