Jump to content

ତାଳଦଣ୍ଡା କେନାଲ

ଉଇକିପିଡ଼ିଆ‌ରୁ

ତାଳଦଣ୍ଡା କେନାଲ, ଓଡ଼ିଶାର ଏକ ପ୍ରମୂଖ କେନାଲ । ଏହା କଟକର ଜୋବ୍ରାଠାରେ ମହାନଦୀରୁ ବାହାରି ପାରାଦ୍ୱୀପଠାରେ ବଙ୍ଗୋପସାଗରରେ ମିଶିଥାଏ । ଏହା ଓଡ଼ିଶାର ସବୁଠାରୁ ବଡ଼ କେନାଲ । ଅବିଭକ୍ତ କଟକ ଜିଲ୍ଲାର ୬ଟି ବ୍ଲକ ଯଥା କଟକ ସଦର, ଜଗତସିଂହପୁର, ରଘୁନାଥପୁର, ବାଲିକୁଦା, ତିର୍ତ୍ତୋଲ ଓ ଏରସମା ଜନସାଧାରଣ ଏହି କେନାଲ ଉପରେ ଜଳସେଚନ ଓ ପାନୀୟ ଜଳ ପାଇଁ ନିର୍ଭର କରନ୍ତି ।[]

୨୦୨୨ରେ ତାଳଦଣ୍ଡା କେନାଲ

ଇତିହାସ

[ସମ୍ପାଦନା]

୧୮୬୨ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ଏହି କେନାଲ ଖନନ ଆରମ୍ଭ ହୋଇଥିଲା । ପରେ ବ୍ରିଟିଶ ସରକାର ଏହି କାମକୁ ଆଗକୁ ନେଇ ୧୮୬୯ ମସିହାରେ ଏହାର ଖନନ ଶେଷ କରିଥିଲେ । କେନାଲଟି ପ୍ରତିଷ୍ଠା କରେଇବାରେ ରେଭେନ୍ସା ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ତତ୍କାଳୀନ କଟକ କମିଶନର ସାର ଥୋମାସ୍ ଏଡ଼ୱାର୍ଡ ରେଭେନ୍ସାଙ୍କର ଅବଦାନ ଥିଲା ।

ଅବସ୍ଥିତି

[ସମ୍ପାଦନା]

ତାଳଦଣ୍ଡା କେନାଲ, କଟକର ଜୋବ୍ରାଠାରେ ମହାନଦୀରୁ ବାହାରି କଟକ ସହର ମଧ୍ୟଦେଇ ବିରିବାଟି(ଫକୀରପଡ଼ା) ପର୍ଯ୍ୟନ୍ତ ଯାଇଛି । ସେଠାରୁ ତାଳଦଣ୍ଡା କେନାଲ ଦୁଇ ଭାଗ ହୋଇଛି, ଗୋଟିଏ ଭାଗ ମାଛଗାଁ କେନାଲ ନାମରେ ନାମିତ ହୋଇଛି । ବିରିବାଟିଠାରୁ ଏହି କେନାଲ ଶୁକପାଇକା ଓ ମହାନଦୀର ଦକ୍ଷିଣ ଦିଗରେ ୫୨ ମାଇଲା ଯାଇ ବଙ୍ଗୋପସାଗରରେ ମିଶିଛି । ମାଛଗାଁ କେନାଲ ଫକୀରପଡ଼ାରୁ କାଠଯୋଡ଼ି ଓ ଅଳକା ନଦୀର ଉତ୍ତରରେ ୩୨ ମାଇଲ ପର୍ଯ୍ୟନ୍ତ ଯାଇ ମାଛଗାଁଠାରୁ ୬ ମାଇଲ ଦୁରରେ ବଙ୍ଗୋପସାଗରରେ ମିଶିଛି ।

ତାଳଦଣ୍ଡା କେନାଲରେ ମହାନଦୀରୁ ସେକେଣ୍ଡ ପ୍ରତି ୧୩୪୨ କ୍ୟୁବିକ ଫୁଟ ଜଳ ନିଷ୍କାସିତ ହୋଇଥାଏ । ବିରିବାଟିଠାରୁ ଏଥିରୁ ଅଧାଜଳ ମାଛଗାଁ କେନାଲ ମାଧ୍ୟମରେ ପ୍ରବାହିତ ହୋଇଥାଏ । ଏହି କେନାଲଦ୍ୱାରା ମହାନଦୀ ଓ କାଠଯୋଡ଼ି ନଦୀ ମଧ୍ୟରେ ଥିବା ୫୦ ହଜାର ଏକର ଜମିରେ ଜଳସେଚନ କରା ଯାଇଥାଏ । ମାଛଗାଁ କେନାଲରେ ସେକେଣ୍ଡ ପ୍ରତି ୭୭୬ କ୍ୟୁବିକ ଫୁଟ ଜଳ ନିଷ୍କାସିତ ହୋଇଥାଏ । ଏହି କେନାଲଦ୍ୱାରା ଜଗତସିଂହପୁର ଓ ପାରାଦ୍ୱୀପ ଅଞ୍ଚଳର ୮୨ ହଜାର ଏକର ଜମିରେ ଜଳସେଚନ କରାଯାଇଥାଏ ।[]

ପୁନରୁଦ୍ଧାର

[ସମ୍ପାଦନା]

କଟକ ସହର ମଝିରେ ଏହି କେନାଲଟି ଯାଇଥିବାରୁ, କେନାଲ କଡ଼େ କଡ଼େ କ୍ରମେ ଜନବସତି ଓ ଅନ୍ୟ ଦୋକାନ ବଜାର ଗଢ଼ି ଉଠିଥିଲା । ଏହାବ୍ୟତିତ କଟକ ମାଲଗୋଦାମ, ବଡ଼ ଡାକ୍ତରଖାନାର ବର୍ଜ୍ୟବସ୍ତୁ ଏହି କେନାଲରେ ପକାଯାଉଥିଲା । ଧିରେ ଧିରେ କେନାଲଟି ବୁଜି ହେଇ ଯାଇଥିଲା । ଏହି ସବୁ ଅସୁବିଧାକୁ ନଜରରେ ଓଡ଼ିଶା ସରକାର ଏହି କେନାଲର ପୁନରୁଦ୍ଧାର ପାଇଁ ନିଷ୍ପତି ନେଇଥିଲେ । ଜଳସେଚନ ବିଭାଗ ଅଧିନରେ ଏହି ପୁନରୁଦ୍ଧାର ପ୍ରକଳ୍ପ ଆରମ୍ଭ କରାଯାଇଥିଲା । ସିମେଣ୍ଟସ କମ୍ପୋଜିଟ ଜିଓ ସିନ୍ଥେଟିକ ମାଟ୍ରିସ ଭଳି ବିଭିନ୍ନ ବିଶ୍ୱସ୍ଥରୀୟ ଟେକ୍ନୋଲିଜି ବ୍ୟବହାର କରି ଏହି କେନାଲର ପୁନରୁଦ୍ଧାର କରାଯାଇଥିଲା ।[]

ବର୍ତ୍ତମାନ ତାଳଦେଣ୍ଡା କେନାଲ କଟକ ସହରର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଭାବରେ ପରିଗଣିତ ହୋଇଛି । ଏଠାରେ ବୋଟିଂ ଓ ଅନ୍ୟାନ୍ୟ ସୁବିଧା ସୁଯୋଗର ବ୍ୟବସ୍ଥା କରାଯାଇଛି ।[]

  1. Patnaik, Lalmohan (16 February 2011). "Taladanda to regain old look - Asian Development Bank funded project to revitalise state's oldest canal". Telegraph India. Retrieved 10 October 2023.
  2. Patnaik, N.R. (1997). Economic History of Orissa. Indus Publishing Company. p. 297. ISBN 978-81-7387-075-0. Retrieved 10 October 2023.
  3. Swarup, Anil (31 August 2021). "Making it happen: Transformation of Taladanda canal". The Daily Guardian. Retrieved 10 October 2023.
  4. Barik, Ramakrushna (30 September 2023). "ଗୋଟେ କେନାଲର ପୁନର୍ଜନ୍ମ". Kanak News. Retrieved 10 October 2023.