ତାରାପ୍ରସାଦ ଜେନା
ଦେଖଣା
ବିଶ୍ୱସନୀତା ପରଖିବା ପାଇଁ ଏହି ପ୍ରସଙ୍ଗଟିରେ ଅଧିକ ଆଧାର ଲୋଡ଼ା । (ଅକ୍ଟୋବର ୨୦୨୪) |
ତାରାପ୍ରସାଦ ଜେନା | |
---|---|
ଜନ୍ମ ଓ ଜନ୍ମସ୍ଥାନ | ୩ ମାର୍ଚ୍ଚ ୧୯୬୧ |
ମୃତ୍ୟୁ | ଗୋଡ଼ିପାଟଣା ସାହି, ରଣପୁର ନୟାଗଡ଼ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ତାରାପ୍ରସାଦ ଜେନା (ଜନ୍ମ: ୩ ମାର୍ଚ୍ଚ ୧୯୬୧) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି, ଗୀତିକାର ଓ ଶିଶୁ ସାହିତ୍ୟିକ । ସମାଜ, ପ୍ରଜାତନ୍ତ୍ର, ସମ୍ବାଦ, ଧରିତ୍ରୀ ଆଦି ଖବରକାଗଜ ଏବଂ ଶିଶୁସାହିତ୍ୟ ପତ୍ରିକାମାନଙ୍କରେ ତାଙ୍କ ରଚନାବଳୀ ପ୍ରକାଶ ପାଇଛି । ଓଡ଼ିଆ ଶିଶୁ ସାହିତ୍ୟ ପରିଷଦର ସେ ଜଣେ ଆଜୀବନ ସଦସ୍ୟ ।[୧]
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ତାରାପ୍ରସାଦ ଜେନା ନୟାଗଡ଼ ଜିଲ୍ଲାର ରଣପୁର ଅନ୍ତର୍ଗତ ଗୋଡ଼ିପାଟଣା ସାହିରେ ୧୯୬୧ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜଣେ ଶିକ୍ଷକ ଭାବେ ସେ ନିଜ କର୍ମମୟ ଜୀବନ ଆରମ୍ଭ କରିଥିଲେ । ତାଙ୍କ ରଚନାରେ ଗ୍ରାମୀଣ ପରିବେଶର ଚିତ୍ରଣ ଓ ଶବ୍ଦର ବ୍ୟବହାର ଦେଖିବାକୁ ମିଳିଥାଏ । ସେ ବିଶେଷତଃ ଗୀତିକବିତା ରଚନା କରିଛନ୍ତି ।
ରଚନାବଳୀ
[ସମ୍ପାଦନା]- ମୋ କାଳିଆ ଧନ (୧୯୮୦)
- ଠେଙ୍ଗା ବିଚାର (ଗୀତିନାଟ୍ଯ, ୨୦୦୦)
- କୁହୁକ ପର ( ୨୦୧୦)
- ମା' ମଣିନାଗ ଭଜନମାଳା (୨୦୧୬)
ଆଧାର
[ସମ୍ପାଦନା]- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ, ୨ୟ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୫୧୫. ISBN 81-903352-2-7.