ଚନ୍ଦ୍ର ଶେଖର ପ୍ରଧାନ
ଦେଖଣା
ଚନ୍ଦ୍ର ଶେଖର ପ୍ରଧାନ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୬୧ | |
ପୂର୍ବ ଅଧିକାରୀ | ଅଞ୍ଚଳ ମାଝି |
ପର ଅଧିକାରୀ | ପ୍ରତାପ କେଶରୀ ଦେଓ |
ନିର୍ବାଚନ ମଣ୍ଡଳୀ | ଭବାନୀପାଟଣା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୯ ଅଗଷ୍ଟ ୧୯୩୨ |
ମୃତ୍ୟୁ | ୧୧ ମଇ ୨୦୧୫ | (ବୟସ ୮୨)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦ |
ଜୀବନ ସାଥୀ | ଇନ୍ଦୁମତି ପ୍ରଧାନ |
ବାପା/ବୋଉ | ଚୂଡ଼ାମଣି ପ୍ରଧାନ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଚନ୍ଦ୍ର ଶେଖର ପ୍ରଧାନ (୯ ଅଗଷ୍ଟ ୧୯୩୨ - ୫ ନଭେମ୍ବର ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ ନିର୍ବାଚନରେ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଚନ୍ଦ୍ର ଶେଖର ପ୍ରଧାନ ୧୯୩୨ ମସିହାର ଅଗଷ୍ଟ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଚୂଡ଼ାମଣି ପ୍ରଧାନ ଓ ପତ୍ନୀଙ୍କ ନାମ ଇନ୍ଦୁମତି ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଚନ୍ଦ୍ର ଶେଖର ପ୍ରଧାନ ଓଡ଼ିଶା ରାଜନୀତିରେ ଅଖିଳ ଭାରତୀୟ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଚନ୍ଦ୍ର ଶେଖର ୨୦୧୫ ମସିହାର ନଭେମ୍ବର ୫ ତାରିଖରେ ୮୨ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧] ୧ ଡିସେମ୍ବର ୨୦୧୫ରେ ତାଙ୍କ ପାଇଁ ବିଧାନ ସଭା ଗୃହରେ ଶୋକ ପାଳନ କରାଯାଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Chandra Sekhar Pradhan". odishaassembly.nic.in. Odisha Assembly. Retrieved 16 May 2021.
- ↑ "No Debate on Farm Death, Opposition Stages Walkout of Odisha Assembly". The New Indian Express. 2 December 2015. Retrieved 16 May 2021.