ଗାଇନେକୋମାଷ୍ଟିଆ
Gynecomastia | |
---|---|
Gynaecomastia | |
ଉଚ୍ଚାରଣ | |
ବିଭାଗ | Endocrinology, plastic surgery |
ଲକ୍ଷଣ | Enlargement of one or both breasts[୩] |
ଆକ୍ରାନ୍ତ ସମୟ | Any age[୩] |
ଅବଧି | Months to years[୩] |
କାରଣ | Physiologic, obesity, liver disease, kidney failure, certain cancers, thyroid disease, medications, recreationally drugs, malnutrition[୩] |
ସଠିକ ରୋଗ ନିର୍ଣ୍ଣୟ | Pseudogynaecomastia, breast cancer, dermoid cyst[୪][୩] |
ଔଷଧ | Tamoxifen, clomiphene[୩] |
ଚିକିତ୍ସା | Reassurance, addressing the underlying cause, medications, surgery[୫] |
ପୁନଃପୌନିକ | Common[୪] |
ଗାଇନେକୋମାଷ୍ଟିଆ ରୋଗରେ ପୁରୁଷମାନଙ୍କର ଗୋଟିଏ କିମ୍ବା ଉଭୟ ସ୍ତନର ଅଣ-କର୍କଟ ବୃଦ୍ଧି ହୋଇଥାଏ | [୩] [୬] କେତେକ ଏହି ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଗ୍ରନ୍ଥି ଟିସୁ ବିସ୍ତାର ହୋଇଥାଏ ଏବଂ ଯେତେବେଳେ ସିଉଡୋଗାଇନାକୋମାଷ୍ଟିଆ ଶବ୍ଦ ବ୍ୟବହାର କରନ୍ତି ଯେତେବେଳେ ଚର୍ବି ତନ୍ତୁ ବୃଦ୍ଧି ଯୋଗୁ ହୋଇଥାଏ | [୫] [୭] ବେଳେବେଳେ କୋମଳତା ଉପସ୍ଥିତ ଥାଇପାରେ | [୪] ଏହି ଅବସ୍ଥା ମାନସିକ କଷ୍ଟ ଦେଇପାରେ । [୭]
ସାଧାରଣ ଭାବରେ ନବଜାତ ଶୁଶୁଙ୍କର ଗାଇନେକୋମାଷ୍ଟିଆ ଥାଇପାରେ ଯାହା ମାର ଏସ୍ଟ୍ରୋଜେନ ଯୋଗୁ ହୁଏ, ଯୗବନାବସ୍ଥା, ଏବଂ ବୃଦ୍ଧାବସ୍ଥାରେ ହୋଇପାରେ । [୩] ଏହି ମାମଲାଗୁଡ଼ିକରେ ସାଧାରଣତଃ ଅଧିକ ଅନୁସନ୍ଧାନର ଆବଶ୍ୟକତା ପଡ଼େନାହିଁ | [୫] ଏହା ମେଦବହୁଳତା, ଯକୃତ ରୋଗ, କିଡନୀ ବିଫଳତା, କେତେକ କର୍କଟ, ଥାଇରଏଡ ରୋଗ, କିଛି ଔଷଧ ଏବଂ ମନୋରଞ୍ଜନକାରୀ ଔଷଧ, କ୍ଲିନଫେଲ୍ଟର ସିଣ୍ଡ୍ରୋମ ଏବଂ ପୁଷ୍ଟିହୀନତା ସହିତ ଯୋଗୁ ହୋଇପାରେ । [୩] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଇଷ୍ଟ୍ରୋଜେନ୍ ବୃଦ୍ଧି କିମ୍ବା ଆଣ୍ଡ୍ରୋଜେନ୍ ସ୍ତର ହ୍ରାସ ଯୋଗୁ ଏହା ହେବା ଜଣାଯାଏ | [୪]
ଯୌବନାବସ୍ଥାରେ ଘଟୁଥିବା ମାମଲା ସାଧାରଣତଃ ଦୁଇ ବର୍ଷ ମଧ୍ୟରେ ସମାଧାନ ହୋଇଯାଏ ଏବଂ କେବଳ ଆଶ୍ୱାସନା ଆବଶ୍ୟକ କରେ | [୫] [୮] ଏହାର ମୂଳ କାରଣ ସମାଧାନ କଲେ ସାଧାରଣତଃ ଏହି ରୋଗର ସମାଧାନ ହୋଇଯାଏ | [୫] ଟାମୋକ୍ସିଫେନ୍ସ କିମ୍ବା କ୍ଲୋମିଫେନ୍ ଭଳି ଔଷଧ ଶୀଘ୍ର ବ୍ୟବହୃତ ହେଲେ ପ୍ରଭାବଶାଳୀ ହୋଇଥାଏ | [୩] ଦୀର୍ଘକାଳୀନ ରୋଗ ଥିଲେ ଲାଇପୋସକସନ କିମ୍ବା ସର୍ଜିକାଲ୍ ଏକ୍ସାଇଜନ୍ ଭଳି ଅସ୍ତ୍ରୋପଚାର ଆବଶ୍ୟକ ହୋଇଥାଏ | [୫]
ଗାଇନେକୋମାଷ୍ଟିଆ ରୋଗ ପ୍ରାୟ ୩୫% ପୁରୁଷଙ୍କୁ ୫୦ରୁ ୬୯ ବର୍ଷ ବୟସ ମଧ୍ୟରେ ସାଧାରଣତଃ ହୁଏ ।[୫] ଏହା ନବଜାତମାନଙ୍କ କ୍ଷେତ୍ରରେ ୯୦% ପିଲାଙ୍କର ଥାଏ ଓ କିଶୋର ଅବସ୍ଥାରେ ୬୦% ପିଲାଙ୍କର ଉପସ୍ଥିତ ଥାଏ । [୭] ପୁରୁଷମାନଙ୍କର ସ୍ତନ ସମସ୍ୟା ପାଇଁ ଚିକିତ୍ସାର ଏହା ଏକ ସାଧାରଣ କାରଣ | [୯] ଦ୍ୱିତୀୟ ଶତାବ୍ଦୀରେ ଏହି ରୋଗର ବର୍ଣ୍ଣନା ଗ୍ୟାଲେନ କରିଥିବା ଜଣାଯାଏ । [୧୦]
ଆଧାର
[ସମ୍ପାଦନା]- ↑ "Gynaecomastia | Definition of Gynaecomastia by Oxford Dictionary on Lexico.com". Lexico Dictionaries | English (in ଇଂରାଜୀ). OxfordDictionaries.com. Archived from the original on 8 March 2021. Retrieved 17 November 2020.
- ↑ "Definition of Gynecomastia". www.merriam-webster.com (in ଇଂରାଜୀ). Retrieved 17 November 2020.
- ↑ ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ Vandeven, HA; Pensler, JM (January 2020). "Gynecomastia". PMID 28613563.
{{cite journal}}
: Cite journal requires|journal=
(help) - ↑ ୪.୦ ୪.୧ ୪.୨ ୪.୩ Narula, H. S.; Carlson, H. E. (August 2014). "Gynaecomastia-pathophysiology, diagnosis and treatment". Nature Reviews Endocrinology. 10 (11): 684–698. doi:10.1038/nrendo.2014.139. PMID 25112235. S2CID 40159424.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Thiruchelvam, Paul; Walker, Jonathan Neil; Rose, Katy; Lewis, Jacqueline; Al-Mufti, Ragheed (22 September 2016). "Gynaecomastia". British Medical Journal (in ଇଂରାଜୀ). 354: i4833. doi:10.1136/bmj.i4833. ISSN 1756-1833. PMID 27659195. S2CID 220098795.
- ↑ Niewoehner, CB; Schorer, AE (March 2008). "Gynaecomastia and breast cancer in men". British Medical Journal. 336 (7646): 709–713. doi:10.1136/bmj.39511.493391.BE. PMC 2276281. PMID 18369226.
- ↑ ୭.୦ ୭.୧ ୭.୨ Niewoehner, CB; Schorer, AE (March 2008). "Gynaecomastia and breast cancer in men". British Medical Journal. 336 (7646): 709–713. doi:10.1136/bmj.39511.493391.BE. PMC 2276281. PMID 18369226.
- ↑ Shulman, DI; Francis, GL; Palmert, MR; Eugster, EA; Lawson Wilkins Pediatric Endocrine Society Drug and Therapeutics Committee (April 2008). "Use of aromatase inhibitors in children and adolescents with disorders of growth and adolescent development". Pediatrics. 121 (4): e975–983. doi:10.1542/peds.2007-2081. PMID 18381525.
- ↑ Shiffman, Melvin A. (2018). Nipple-Areolar Complex Reconstruction: Principles and Clinical Techniques (in ଇଂରାଜୀ). Springer. p. 245. ISBN 978-3-319-60925-6.
- ↑ Shiffman, Melvin A. (2018). Nipple-Areolar Complex Reconstruction: Principles and Clinical Techniques (in ଇଂରାଜୀ). Springer. p. 245. ISBN 978-3-319-60925-6.