କ୍ଲୋକ୍ସାସିଲିନ
Clinical data | |
---|---|
Trade names | Cloxapen, others |
AHFS/Drugs.com | Micromedex Detailed Consumer Information |
Pregnancy category |
|
Routes of administration | by mouth, IM |
ATC code | |
Pharmacokinetic data | |
Bioavailability | 37 to 90% |
Protein binding | 95% |
Elimination half-life | 30 minutes to 1 hour |
Excretion | kidney and biliary |
Identifiers | |
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.468 |
Chemical and physical data | |
Formula | C19H18ClN3O5S |
Molar mass | 435.88 g/mol |
3D model (JSmol) | |
| |
| |
(verify) |
କ୍ଲୋକ୍ସାସିଲିନ (ଇଂରାଜୀ ଭାଷାରେCloxacillin) ଏକ ଆଣ୍ଟବାୟୋଟିକ ଯାହା ଅନେକ ଗୁଡ଼ିଏ ଜୀବାଣୁ ସଂକ୍ରମଣର (bacterial infections) ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ । ଏହି ସଂକ୍ରମଣମାନଙ୍କର ନାମ ଇମ୍ପେଟିଗୋ (impetigo), ସେଲ୍ୟୁଲାଇଟିସ (cellulitis), ନିମୋନିଆ, ସେପ୍ଟିକ ଆର୍ଥ୍ରାଇଟିସ (septic arthritis) ଓ ବହିଃକର୍ଣ୍ଣ ପ୍ରଦାହ (otitis externa) ଇତ୍ୟାଦି ।[୧] ମେଥିସିଲିନ-ରୋଧୀ ସ୍ଟାଫିଲୋକୋକସ (Methicillin-resistant Staphylococcus aureus ବା MRSA) ଜୀବାଣୁ ନିମନ୍ତେ କାର୍ଯ୍ୟକାରୀ ହୁଏନାହିଁ । [୨] ଉଭୟ ପାଟିରେ ଓ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୧]
କ୍ଲୋକ୍ସାସିଲିନର ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା ଓ ଆନାଫାଇଲାକ୍ସିସ (anaphylaxis) ସହିତ ଆଲର୍ଜି (allergic reaction) ହୋଇପାରେ ।[୧] କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା (Clostridium difficile diarrhea) ହୋଇପାରେ ।[୨] ଅତୀତରେ ପେନିସିଲିନ ଆଲର୍ଜି (penicillin allergy) ଥିବା ବ୍ୟକ୍ତିଙ୍କୁ ଏହି ଔଷଧ ଦିଆଯାଏ ନାହିଁ । ଗର୍ଭାବସ୍ଥାରେ ଏହା ଅପେକ୍ଷାକୃତ ନିରାପଦ ଜଣାଯାଏ । [୧] ଏହା ପେନିସିଲିନ (penicillin) ପରିବାରର ଏକ ଔଷଧ । [୨]
ସନ ୧୯୬୦ରେ କ୍ଲୋକ୍ସାସିଲିନ ପେଟେଣ୍ଟ ହୋଇ ୧୯୬୫ରେ ଡାକ୍ତରୀ ବ୍ୟବହାରରେ ଲାଗିଲା ।[୩] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୪] ବିକାଶଶୀଳ ଦେଶମାନଙ୍କରେ ଏକ ଦିନର ଏହି ଔଷଧର ବଟିକା ଖର୍ଚ୍ଚ ପ୍ରାୟ ୦.୧୬ ଆମେରିକୀୟ ଡଲାର ।[୫] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବ୍ୟବସାୟୀକ ଭିତ୍ତିରେ ତିଆରି ହୁଏନାହିଁ । [୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ WHO Model Formulary 2008 (PDF). World Health Organization. 2009. pp. 110, 586. ISBN 9789241547659. Retrieved 8 December 2016.
- ↑ ୨.୦ ୨.୧ ୨.୨ ୨.୩ "Cloxacillin (Professional Patient Advice)". www.drugs.com. Retrieved 10 December 2016.
- ↑ Fischer, Janos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 490. ISBN 9783527607495.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Cloxacillin Sodium". International Drug Price Indicator Guide. Retrieved 8 December 2016.[permanent dead link]