କୋଇଲିଖିଆ
କୋଇଲିଖିଆ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Plantae |
ଅଶ୍ରେଣୀକୃତ: | Asterids |
ଗଣ: | Lamiales |
କୁଳ: | Acanthaceae |
ପ୍ରଜାତି: | Hygrophila |
ଜାତି: | H. auriculata |
ବାଇନୋମିଆଲ ନାମ | |
Hygrophila auriculata Schumach
| |
Synonyms[୧] | |
Astercantha longifolia (Carolus Linnaeus) Nees |
କୋଇଲିଖିଆ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା କଣ୍ଟାଯୁକ୍ତ । ଫୁଲର ରଙ୍ଗ ଅନୁସାରେ ଧଳା ଓ ନାଲି ଭେଦରେ ଏହା ଦୁଇ ପ୍ରକାରର । ଏ ଗଛର ପ୍ରତ୍ୟେକ ଗଣ୍ଠିରେ, ପତ୍ର ମୂଳେ ଅତି ତୀକ୍ଷ୍ଣ କଣ୍ଟା ରହିଥାଏ। ଏ ଗୁଡ଼ିକ ପ୍ରାୟତଃ ବେତ କଣ୍ଟା ପରି ଦିଶେ। ଫଳ ଗୁଡ଼ିକ ଅଳ୍ପକେ ଯବଧାନ ପରି ଦିଶିଥାଏ। ଏହା ଭିତରେ ଥିବା ମଞ୍ଜିକୁ ପାଣିରେ ପକାଇଲେ ଅଠା ବାହାରେ । ଏହା ଭାରତରେ ସର୍ବତ୍ର ଦେଖାଯାଏ । ପାଣି କୂଳରେ, ଧାନ କିଆରୀରେ ଓ ହିଡ଼ ମୂଳରେ ଏ ଗଛ ହୋଇଥାଏ । ରକ୍ତ କୋଇଲିଖିଆ ଅପେକ୍ଷା ଶୁକ୍ଳ କୋଇଲିଖିଆ ଅଧିକ ଔଷଧୀୟ ଗୁଣଯୁକ୍ତ ହୋଇଥାଏ ।
ବିବିଧ ଭାରତୀୟ ପ୍ରାଦେଶିକ ନାମ
[ସମ୍ପାଦନା]ପ୍ରାଦେଶିକ ଭାଷା | ନାମ |
---|---|
ଓଡ଼ିଆ | କୋଇଲିଖିଆ, କୋଇଲେଖା |
ସଂସ୍କୃତ | କୋକିଳାକ୍ଷ, ତାଳମାଖନ, କାଣ୍ଡେକ୍ଷୁ, ବଜ୍ର, ଶୂଗାଳୀ, ଶୃଗାଳ କଣ୍ଟା, କ୍ଷୁର, ଶୂରକ, ଇକ୍ଷୁଗନ୍ଧା, ଶୃଙ୍ଗଳ, ବଜ୍ରକଣ୍ଟକ ଓ ବଜ୍ରସ୍ଥି |
ହିନ୍ଦୀ | କୌଲିୟା |
ତେଲୁଗୁ | ଗୋଲିମେଡ଼ି |
ବଙ୍ଗଳା | କୁଲେଖଡା |
ଶାସ୍ତ୍ରୋକ୍ତ ଗୁଣ
[ସମ୍ପାଦନା]ଅଳ୍ପ ମଧୁର ମିଶ୍ରିତ ତିକ୍ତରସ । ଶୀତଳ ଓ ବଳ ବର୍ଦ୍ଧକ।ଶରୀରର ଲୋହିତ ରକ୍ତ କଣିକା ବୃଦ୍ଧିରେ ସହାୟକ ହୋଇଥାଏ।
ବ୍ୟବହାର
[ସମ୍ପାଦନା]ମୁଖ୍ୟତଃ ଏହାର ମଞ୍ଜି ଓ ପତ୍ର ଔଧଧୀ ରୂପେ ବ୍ୟବହୃତ ହୁଏ । ଏହା ଶୁକ୍ର ବର୍ଦ୍ଧକ, ବର୍ଣ୍ଣ ବର୍ଦ୍ଧକ, କାନ୍ତିପ୍ରଦ, ସ୍ତମ୍ଭନକାରକ, ଜ୍ୱର, ପିତ୍ତ, ପାଣ୍ଡୁ, ଶୋଥ, ମେହ, ସ୍ୱପ୍ନଦୋଷ, କାମଳ, ଜରାୟୁବ୍ୟାଧି, ଚଳଗର୍ଭ, ଇନ୍ଦ୍ରିୟ ଶୀତଳତା, ଧ୍ୱଜଭଙ୍ଗ ଆଦିର ରୋଗରେ ଏହାର ପ୍ରୟୋଗ କରାଯାଏ।ଯାଇଥାଏ। ଚର୍ମ ରୋଗରେ ମହୁ ସହିତ, ପ୍ରମେହ ଆଦିରେ କଞ୍ଚା ହଳଦୀ ସହିତ, ଅତିସାର, ଶୋଥ ଓ କାମଳ ଆଦିରେ ଗୋଲ ମରିଚ ସହିତ, ଶୁକ୍ରଜନିତ ରୋଗରେ ମିଶ୍ରି ସହିତ ସେବନ କରାଯାଏ। ଅଶ୍ୱଗନ୍ଧା, ଭୂଇଁ କଖାରୁ, ବାଳ ଶିମୂଳ ଓ ତାଳମୂଳୀ ସହିତ ଏହାର ପ୍ରୟୋଗ ଏକ ବଳ ବର୍ଦ୍ଧକ ଓ ବାଜୀ କାରକ ରସାୟନ ଅଟେ ।
ଆଧାର
[ସମ୍ପାଦନା]- ↑ "Taxon: Hygrophila auriculata (Schumach.) Heine". Germplasm Resources Information Network - (GRIN) Taxonomy for Plants. Beltsville, Maryland: USDA, ARS, National Genetic Resources Program, National Germplasm Resources Laboratory. Retrieved December 22, 2010.
ବାହାର ଆଧାର
[ସମ୍ପାଦନା]- ବନୌଷଧି ବିଜ୍ଞାନ. କୃଷ୍ଣବ୍ରହ୍ମା ଶତପଥି. ଧର୍ମଗ୍ରନ୍ଥ ଷ୍ଟୋର, ଅଲିଶା ବଜାର, କଟକ