ଏମଏମଆର ଟିକା

ଉଇକିପିଡ଼ିଆ‌ରୁ
ଏମଏମଆର ଟିକା
Combination of
Measles vaccineVaccine
Mumps vaccineVaccine
Rubella vaccineVaccine
Clinical data
Trade namesM-M-R II, Priorix, Tresivac, Trimovax, others
SynonymsMPR vaccine[୧]
AHFS/Drugs.com
ATC code
Legal status
Legal status
  • ℞ (Prescription only)
Identifiers
ChemSpider
  • none
 ☒NcheckY (what is this?)  (verify)

ଏମଏମଆର ଟିକା (ଇଂରାଜୀ ଭାଷାରେ MMR vaccine) ଏକ ଟିକା (vaccine) ଯାହା ମିଳିମିଳା, ଗାଲୁଆରୁବେଲା ଆଦି ତିନୋଟି ରୋଗ ନିମନ୍ତେ ଦିଆଯାଏ ।[୨] ଶିଶୁର ବୟସ ୯ରୁ ୧୫ ମାସ ବୟସ ଭିତରେ ପ୍ରଥମ ମାତ୍ରା ଓ ୪ ସପ୍ତାହ ଅନ୍ତରରେ ୧୫ ମାସରୁ ୬ ବର୍ଷ ବୟସ ଭିତରେ ଦ୍ୱିତୀୟ ମାତ୍ରା ଦିଆଯାଏ ।[୩][୪] ଏହି ଟିକା ଦେବାଦ୍ୱାରା ୯୭% ମିଳିମିଳା, ୮୮% ଗାଲୁଆ ଓ ୯୭% ରୁବେଲା ବିରୁଦ୍ଧରେ ସୁରକ୍ଷା ମିଳେ ।[୩] ଆଦୌ ଇମ୍ମ୍ୟୁନିଟି (immunity) ନଥିବାର ପ୍ରମାଣ ଥିବା,[୩] ଏଚଆଇଭି/ଏଡସ ନିୟନ୍ତ୍ରିତ ଲୋକ‌କୁ[୫][୬] ଓ ମିଳିମିଳା ସଂସ୍ପର୍ଶରେ ଆସିବାର ୭୨ ଘଣ୍ଟା ମଧ୍ୟରେ ଅଧାପନ୍ତରିଆ ଇମ୍ମ୍ୟୁନିଟି ଦିଆଯାଇଥିବା ଲୋକ‌କୁ ଏହା ଦିଆଯାଏ ।[୪] ଏହି ଟିକା ଇଞ୍ଜେକସନ ଆକାରରେ ଦିଆଯାଏ ।[୩]

ପୃଥିବୀବ୍ୟାପି ଏମଏମଆର ଟିକା ବ୍ୟବ‌ହୃତ ହେଉଛି: ୧୦୦ଟି ଦେଶରେ ସନ ୨୦୦୧ ସୁଦ୍ଧା ପ୍ରାୟ ୫୦୦ ନିୟୁତ ଡୋଜ ଦିଆସରିଲାଣି ।[୭][୮] ପୂର୍ବରୁ ମିଳିମିଳା ରୋଗରେ ପ୍ରାୟ ୨.୬ ନିୟୁତ ଶିଶୁ ମୃତ୍ୟୁ ବରଣ କରୁଥିଲେ ।[୮] ସନ ୨୦୧୨ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା କମିଯାଇ ୧୨୨,୦୦୦ ମୃତ୍ୟୁ ହୋଇଛି ।[୮] ଏମଏମଆର ଟିକା ଦେବାଦ୍ୱାରା ଉତ୍ତର ଓ ଦକ୍ଷିଣ ଆମେରିକାରେ ମିଳିମିଳା ହାର ଅତି କମ ଅଛି ।[୮] ଅନ୍ୟ ପକ୍ଷରେ ଟିକା ନ‌ ଦିଆଯାଇଥିବା ଦେଶମାନଙ୍କରେ ଏହି ରୋଗ ହାର ବଢ଼ିବାକୁ ଲାଗିଛି । [୮] ସନ ୨୦୦୦ରୁ ୨୦୧୬ ମଧ୍ୟରେ ରୋଗ ହାର ୮୪% କମିଛି । [୯]

ଏହି ଟିକାର ପ୍ରତିକ୍ରିୟା ଅତି ସାମାନ୍ୟ ହୁଏ ଓ କିଛି ଚିକିତ୍ସା ବିନା ଭଲ ହୋଇଯାଏ ।[୧୦] ଜ୍ୱର, ଇଞ୍ଜେକସନ ସ୍ଥାନରେ କଷ୍ଟ ହୁଏ ଓ ଲାଲ ଦେଖାଯାଏ ।[୧୦] ଏକ ନିୟୁତ ଲୋରେ ଜଣକର ସାଂଘାତିକ ଆଲର୍ଜି (Severe allergic reactions) ହୁଏ ।[୧୦] ଗର୍ଭାବସ୍ଥାରେ ଏମଏମଆର ଟିକା ଦିଆଯାଏନାହିଁ କିନ୍ତୁ ସ୍ତନ୍ୟପାନ (breastfeeding) ସମୟରେ ଦିଆଯାଇପାରେ ।[୩] ଅନ୍ୟ ଟିକା ସାଥିରେ ଏହି ଟିକା ଦିଆଯାଇପାରେ ।[୧୦] ସଦ୍ୟ ଟିକା ନେଲାପରେ ଅନ୍ୟ ଲୋକ ପାଖକୁ ଡେଇଁବା ସଙ୍କଟ ବଢ଼ିଯାଏନି ।[୩] ଏହି ଟିକା ଦେଲେ (autism) ସଙ୍କଟ ବଢ଼ିଯାଏନି ।[୧୧][୧୨] ଏମଏମଆର ଟିକାରେ ତିନି ରୋଗର ଜିବନ୍ତ କିନ୍ତୁ ଆଟେନୁଏଟେଡ ଭୁତାଣୁ (weakened viruses) ଥାଆନ୍ତି । [୩]

ମରିସ ହଲେମାନ (Maurice Hilleman) ଏହି ଅଏମଏମଆର ଟିକା ପ୍ରସ୍ତୁତ କରିଥିଲେ ।[୨] ସନ ୧୯୭୧ରେ ମର୍କ ଏଣ୍ଡ କୋ କମ୍ପାନୀକୁ (Merck) ଲାଇସେନସ ଦିଆଯାଇଥିଲା ।[୧୩] ଗୋଟିକିଆ ମିଳିମିଳା, ଗାଲୁଆ ଓ ରୁବେଲା ଟିକାକୁ ଯଥାକ୍ରମେ ୧୯୬୩, ୧୯୬୭ ଓ ୧୯୬୯ରେ ଲାଇସେନସ ଦିଆଯାଇଥିଲା । [୧୩][୧୪] ଦ୍ୱିତୀୟ ଡୋଜ ପାଇଁ ୧୯୮୯ରେ ସୁପାରିସ କରାଗଲା ।[୧୩] ଏମଏମଆର ବଦଳରେ ଏମଏମଆରଭି ଟିକା (MMRV vaccine) ଦେଲେ ତିନୋଟି ଭୁତାଣୁ ରୋଗ ସ‌ହିତ ହାଡ଼ଫୁଟିରୁ (chickenpox) ସୁରକ୍ଷା ମିଳିଯାଏ ।[୩] ଗାଲୁଆ ଟିକା ବ୍ୟତୀତ କେବଳ ଏମଆର (MR vaccine) ଟିକା ମଧ୍ୟ ଦିଆଯାଇପାରେ । [୧୫]

ଆଧାର[ସମ୍ପାଦନା]

  1. Grignolio, Andrea (2018). Vaccines: Are they Worth a Shot? (in ଇଂରାଜୀ). Springer. p. 2. ISBN 9783319681061.
  2. ୨.୦ ୨.୧ "Maurice R. Hilleman, PhD, DSc". Seminars in Pediatric Infectious Diseases. 16 (3): 225–226. July 2005. doi:10.1053/j.spid.2005.05.002.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "MMR Vaccination What You Should Know Measles, Mumps, Rubella". CDC (in ଆମେରିକୀୟ ଇଂରାଜୀ). 2 February 2018. Retrieved 10 September 2018.
  4. ୪.୦ ୪.୧ "Measles vaccines: WHO position paper – April 2017". Releve Epidemiologique Hebdomadaire. 92 (17): 205–27. 28 April 2017. PMID 28459148.
  5. Kinney, Rebecca (2 May 2017). "Core Concepts - Immunizations in Adults - Basic HIV Primary Care - National HIV CurriculumImmunizations in Adults". www.hiv.uw.edu (in ଇଂରାଜୀ).
  6. Watson, JC; Hadler, SC; Dykewicz, CA; Reef, S; Phillips, L (22 May 1998). "Measles, mumps, and rubella--vaccine use and strategies for elimination of measles, rubella, and congenital rubella syndrome and control of mumps: recommendations of the Advisory Committee on Immunization Practices (ACIP)". MMWR. Recommendations and Reports : Morbidity and Mortality Weekly Report. Recommendations and Reports. 47 (RR-8): 1–57. PMID 9639369.
  7. "Top 10 myths about MMR, Top 10 truths about MMR" (PDF). NHS. Retrieved 10 September 2018.
  8. ୮.୦ ୮.୧ ୮.୨ ୮.୩ ୮.୪ "Addressing misconceptions on measles vaccination". European Centre for Disease Prevention and Control (in ଇଂରାଜୀ). Retrieved 10 September 2018.
  9. "Measles Fact Sheet #286". World Health Organization. Retrieved 1 December 2014.
  10. ୧୦.୦ ୧୦.୧ ୧୦.୨ ୧୦.୩ "Vaccine Information Statement Measles-Mumps-Rubella". CDC (in ଆମେରିକୀୟ ଇଂରାଜୀ). 11 July 2018. Retrieved 10 September 2018.
  11. Hussain, A; Ali, S; Ahmed, M; Hussain, S (3 July 2018). "The Anti-vaccination Movement: A Regression in Modern Medicine". Cureus. 10 (7): e2919. doi:10.7759/cureus.2919. PMC 6122668. PMID 30186724.
  12. Spencer, JP; Trondsen Pawlowski, RH; Thomas, S (15 June 2017). "Vaccine Adverse Events: Separating Myth from Reality". American Family Physician. 95 (12): 786–794. PMID 28671426.
  13. ୧୩.୦ ୧୩.୧ ୧୩.୨ Goodson, JL; Seward, JF (December 2015). "Measles 50 Years After Use of Measles Vaccine". Infectious Disease Clinics of North America. 29 (4): 725–43. doi:10.1016/j.idc.2015.08.001. PMID 26610423.
  14. "Measles: information about the disease and vaccines Questions and Answers" (PDF). Immunization Action Coalition. Retrieved 10 September 2018.
  15. "Information Sheet Observed Rae of Vaccine Reactions, Measles, Mumps, and Rubella Vaccines" (PDF). WHO. May 2014. Retrieved 10 September 2018.

ବାହ୍ୟ ଲିଙ୍କ[ସମ୍ପାଦନା]