Jump to content

ଗାଲୁଆ

ଉଇକିପିଡ଼ିଆ‌ରୁ
ଗାଲୁଆ
ଗାଲୁଆ ରୋଗ ହୋଇଥିବା ପିଲା
ବିଭାଗInfectious disease
ଆଇସିଡ଼ି-୧୦B26.
ଆଇସିଡ଼ି-୯-ସିଏମ୍072
ରୋଗ ଡାଟାବେସ8449
ମେଡ଼ିସିନ-ପ୍ଲସ001557
ଇ-ମେଡ଼ିସିନemerg/324 emerg/391 ped/1503
Patient UKଗାଲୁଆ
MeSHD009107

ଗାଲୁଆ ବା ମମ୍ପ୍‌ସ ବା ଏପିଡେମିକ ପରୋଟାଇଟିସ (ଇଂରାଜୀରେ mumps ବା epidemic parotitis ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍‌ସ ଭୁତାଣୁ ଯୋଗୁ ହୁଏ [] ଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ [] ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ [] ଭୂତାଣୁ ସଂସ୍ପର୍ଶ ଆସିବାର ୧୬ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ଦିନରେ ଭଲ ହୋଇଯାଏ । [][] ପିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ [] ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ । [] ଏହା ଜଟିଳ ଆକାର ଧାରଣ କଲେ ମେନିଞ୍ଜାଇଟିସ (୧୫ %), ଅଗ୍ନାଶୟ ପ୍ରଦାହ (୪ %), ସମ୍ପୂର୍ଣ୍ଣ କାଲ, ଓ ଯନ୍ତ୍ରଣାଦାୟକ ଶୁକ୍ରାଶୟ ଫୁଲା ହୋଇ ବନ୍ଧ୍ୟାଦୋଷ ହୁଏ । [] ମହିଳାମାନଙ୍କର ଓଭାରି ଫୁଲା ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ୱ ହୁଏ ନାହିଁ []

ଗାଲୁଆ ଏକ ଭୟାବ‌ହ ଡିଆଁ ରୋଗ ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟାପିଯାଏ । [] ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । [] ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ । [] ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । [] ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । [] ପୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ [] ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ପାରୋଟିଡ ଡକ୍ଟରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ । [] ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସ‌ହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟୁନାଇଜ କରାଯାଇଥାଏ । []

ଗାଲୁଆ ରୋଗକୁ ଦୁଇ ଡୋଜ ମମ୍ପ ଟିକା ଦେଇ ପ୍ରତିରୋଷ କରାଯାଇପାରିବ । ଅଧିକାଂଶ ବିକଶିତ ଦେଶର ଟିକା ପ୍ରୋଗ୍ରାମରେ ମିଳିମିଳା ଟିକା, ଜର୍ମାନୀ ମିଳିମିଳା ଟିକା ସ‌ହିତ ମମ୍ପ ଟିକା ଦିଆଯାଉଛି । [] ଅଳ୍ପ ଇମ୍ମ୍ୟୁନିଟି ଥିବା ସ୍ଥାନରେ ବୟସାଧିକ୍ୟ ଲୋକଙ୍କର ଏହି ରୋଗ ହେଲେ ଫଳ ସାଂଘାତିକ ହୁଏ । [] ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । [] କଷ୍ଟ ନିବାରଣ ନିମନ୍ତେ ଆସେଟାମିନୋଫେନ ଦିଆଯାଏ । ଜଟିଳ କେଶରେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସାହାଯ୍ୟକାରୀ ହୁଏ ।[] ମେନିଞ୍ଜାଇଟିସ ବା ଅଗ୍ନାଶୟ ପ୍ରଦାହ ହେଲେ ଡାକ୍ତରଖାନାକୁ ନିଆଯାଏ । [][] ପ୍ରତି ୧୦,୦୦୦ ରୋଗୀ ମଧ୍ୟରୁ ଜଣେ ମରେ । []

ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନଦ୍ୱାରା ଏହି ରୋଗ ୯୦ % କମିଯାଇଛି  ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ । [] ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ । [] ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ ଶୈଶବ ରୋଗ ଥିଲା । ପ୍ରତ୍ୟେକ ୨ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା । [] ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ । [] ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ । [] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ଏହି ରୋଗର ବର୍ଣ୍ଣନା କରିଥିଲେ । []

  1. 1 2 3 4 5 6 7 Atkinson, William (May 2012). Mumps Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. Chapter 14. ISBN 9780983263135.
  2. 1 2 3 4 5 6 7 8 9 10 11 12 "Mumps virus vaccines" (PDF). Weekly epidemiological record. 82 (7): 49–60. 16 Feb 2007. PMID 17304707.
  3. 1 2 3 4 5 6 Hviid A, Rubin S, Mühlemann K (March 2008). "Mumps". The Lancet. 371 (9616): 932–44. doi:10.1016/S0140-6736(08)60419-5. PMID 18342688.{{cite journal}}: CS1 maint: multiple names: authors list (link)
  4. 1 2 Gupta, RK; Best, J; MacMahon, E (14 May 2005). "Mumps and the UK epidemic 2005". BMJ (Clinical research ed.). 330 (7500): 1132–5. doi:10.1136/bmj.330.7500.1132. PMC 557899. PMID 15891229.
  5. 1 2 Sen2008 SN (2008). "Mumps: a resurgent disease with protean manifestations". Med J Aust. 189 (8): 456–9. PMID 18928441.{{cite journal}}: CS1 maint: numeric names: authors list (link)
  6. Junghanss, Thomas (2013). Manson's tropical diseases (23rd edition ed.). Oxford: Elsevier/Saunders. p. 261. ISBN 9780702053061. {{cite book}}: |edition= has extra text (help)