ଏମଏମଆର ଟିକା
Combination of | |
---|---|
Measles vaccine | Vaccine |
Mumps vaccine | Vaccine |
Rubella vaccine | Vaccine |
Clinical data | |
Trade names | M-M-R II, Priorix, Tresivac, Trimovax, others |
Synonyms | MPR vaccine[୧] |
AHFS/Drugs.com | |
ATC code | |
Legal status | |
Legal status |
|
Identifiers | |
ChemSpider |
|
(what is this?) (verify) |
ଏମଏମଆର ଟିକା (ଇଂରାଜୀ ଭାଷାରେ MMR vaccine) ଏକ ଟିକା (vaccine) ଯାହା ମିଳିମିଳା, ଗାଲୁଆ ଓ ରୁବେଲା ଆଦି ତିନୋଟି ରୋଗ ନିମନ୍ତେ ଦିଆଯାଏ ।[୨] ଶିଶୁର ବୟସ ୯ରୁ ୧୫ ମାସ ବୟସ ଭିତରେ ପ୍ରଥମ ମାତ୍ରା ଓ ୪ ସପ୍ତାହ ଅନ୍ତରରେ ୧୫ ମାସରୁ ୬ ବର୍ଷ ବୟସ ଭିତରେ ଦ୍ୱିତୀୟ ମାତ୍ରା ଦିଆଯାଏ ।[୩][୪] ଏହି ଟିକା ଦେବାଦ୍ୱାରା ୯୭% ମିଳିମିଳା, ୮୮% ଗାଲୁଆ ଓ ୯୭% ରୁବେଲା ବିରୁଦ୍ଧରେ ସୁରକ୍ଷା ମିଳେ ।[୩] ଆଦୌ ଇମ୍ମ୍ୟୁନିଟି (immunity) ନଥିବାର ପ୍ରମାଣ ଥିବା,[୩] ଏଚଆଇଭି/ଏଡସ ନିୟନ୍ତ୍ରିତ ଲୋକକୁ[୫][୬] ଓ ମିଳିମିଳା ସଂସ୍ପର୍ଶରେ ଆସିବାର ୭୨ ଘଣ୍ଟା ମଧ୍ୟରେ ଅଧାପନ୍ତରିଆ ଇମ୍ମ୍ୟୁନିଟି ଦିଆଯାଇଥିବା ଲୋକକୁ ଏହା ଦିଆଯାଏ ।[୪] ଏହି ଟିକା ଇଞ୍ଜେକସନ ଆକାରରେ ଦିଆଯାଏ ।[୩]
ପୃଥିବୀବ୍ୟାପି ଏମଏମଆର ଟିକା ବ୍ୟବହୃତ ହେଉଛି: ୧୦୦ଟି ଦେଶରେ ସନ ୨୦୦୧ ସୁଦ୍ଧା ପ୍ରାୟ ୫୦୦ ନିୟୁତ ଡୋଜ ଦିଆସରିଲାଣି ।[୭][୮] ପୂର୍ବରୁ ମିଳିମିଳା ରୋଗରେ ପ୍ରାୟ ୨.୬ ନିୟୁତ ଶିଶୁ ମୃତ୍ୟୁ ବରଣ କରୁଥିଲେ ।[୮] ସନ ୨୦୧୨ ସୁଦ୍ଧା ଏହି ମୃତ୍ୟୁ ସଂଖ୍ୟା କମିଯାଇ ୧୨୨,୦୦୦ ମୃତ୍ୟୁ ହୋଇଛି ।[୮] ଏମଏମଆର ଟିକା ଦେବାଦ୍ୱାରା ଉତ୍ତର ଓ ଦକ୍ଷିଣ ଆମେରିକାରେ ମିଳିମିଳା ହାର ଅତି କମ ଅଛି ।[୮] ଅନ୍ୟ ପକ୍ଷରେ ଟିକା ନ ଦିଆଯାଇଥିବା ଦେଶମାନଙ୍କରେ ଏହି ରୋଗ ହାର ବଢ଼ିବାକୁ ଲାଗିଛି । [୮] ସନ ୨୦୦୦ରୁ ୨୦୧୬ ମଧ୍ୟରେ ରୋଗ ହାର ୮୪% କମିଛି । [୯]
ଏହି ଟିକାର ପ୍ରତିକ୍ରିୟା ଅତି ସାମାନ୍ୟ ହୁଏ ଓ କିଛି ଚିକିତ୍ସା ବିନା ଭଲ ହୋଇଯାଏ ।[୧୦] ଜ୍ୱର, ଇଞ୍ଜେକସନ ସ୍ଥାନରେ କଷ୍ଟ ହୁଏ ଓ ଲାଲ ଦେଖାଯାଏ ।[୧୦] ଏକ ନିୟୁତ ଲୋରେ ଜଣକର ସାଂଘାତିକ ଆଲର୍ଜି (Severe allergic reactions) ହୁଏ ।[୧୦] ଗର୍ଭାବସ୍ଥାରେ ଏମଏମଆର ଟିକା ଦିଆଯାଏନାହିଁ କିନ୍ତୁ ସ୍ତନ୍ୟପାନ (breastfeeding) ସମୟରେ ଦିଆଯାଇପାରେ ।[୩] ଅନ୍ୟ ଟିକା ସାଥିରେ ଏହି ଟିକା ଦିଆଯାଇପାରେ ।[୧୦] ସଦ୍ୟ ଟିକା ନେଲାପରେ ଅନ୍ୟ ଲୋକ ପାଖକୁ ଡେଇଁବା ସଙ୍କଟ ବଢ଼ିଯାଏନି ।[୩] ଏହି ଟିକା ଦେଲେ (autism) ସଙ୍କଟ ବଢ଼ିଯାଏନି ।[୧୧][୧୨] ଏମଏମଆର ଟିକାରେ ତିନି ରୋଗର ଜିବନ୍ତ କିନ୍ତୁ ଆଟେନୁଏଟେଡ ଭୁତାଣୁ (weakened viruses) ଥାଆନ୍ତି । [୩]
ମରିସ ହଲେମାନ (Maurice Hilleman) ଏହି ଅଏମଏମଆର ଟିକା ପ୍ରସ୍ତୁତ କରିଥିଲେ ।[୨] ସନ ୧୯୭୧ରେ ମର୍କ ଏଣ୍ଡ କୋ କମ୍ପାନୀକୁ (Merck) ଲାଇସେନସ ଦିଆଯାଇଥିଲା ।[୧୩] ଗୋଟିକିଆ ମିଳିମିଳା, ଗାଲୁଆ ଓ ରୁବେଲା ଟିକାକୁ ଯଥାକ୍ରମେ ୧୯୬୩, ୧୯୬୭ ଓ ୧୯୬୯ରେ ଲାଇସେନସ ଦିଆଯାଇଥିଲା । [୧୩][୧୪] ଦ୍ୱିତୀୟ ଡୋଜ ପାଇଁ ୧୯୮୯ରେ ସୁପାରିସ କରାଗଲା ।[୧୩] ଏମଏମଆର ବଦଳରେ ଏମଏମଆରଭି ଟିକା (MMRV vaccine) ଦେଲେ ତିନୋଟି ଭୁତାଣୁ ରୋଗ ସହିତ ହାଡ଼ଫୁଟିରୁ (chickenpox) ସୁରକ୍ଷା ମିଳିଯାଏ ।[୩] ଗାଲୁଆ ଟିକା ବ୍ୟତୀତ କେବଳ ଏମଆର (MR vaccine) ଟିକା ମଧ୍ୟ ଦିଆଯାଇପାରେ । [୧୫]
ଆଧାର
[ସମ୍ପାଦନା]- ↑ Grignolio, Andrea (2018). Vaccines: Are they Worth a Shot? (in ଇଂରାଜୀ). Springer. p. 2. ISBN 9783319681061.
- ↑ ୨.୦ ୨.୧ "Maurice R. Hilleman, PhD, DSc". Seminars in Pediatric Infectious Diseases. 16 (3): 225–226. July 2005. doi:10.1053/j.spid.2005.05.002.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "MMR Vaccination What You Should Know Measles, Mumps, Rubella". CDC (in ଆମେରିକୀୟ ଇଂରାଜୀ). 2 February 2018. Retrieved 10 September 2018.
- ↑ ୪.୦ ୪.୧ "Measles vaccines: WHO position paper – April 2017". Releve Epidemiologique Hebdomadaire. 92 (17): 205–27. 28 April 2017. PMID 28459148.
- ↑ Kinney, Rebecca (2 May 2017). "Core Concepts - Immunizations in Adults - Basic HIV Primary Care - National HIV CurriculumImmunizations in Adults". www.hiv.uw.edu (in ଇଂରାଜୀ).
- ↑ Watson, JC; Hadler, SC; Dykewicz, CA; Reef, S; Phillips, L (22 May 1998). "Measles, mumps, and rubella--vaccine use and strategies for elimination of measles, rubella, and congenital rubella syndrome and control of mumps: recommendations of the Advisory Committee on Immunization Practices (ACIP)". MMWR. Recommendations and Reports : Morbidity and Mortality Weekly Report. Recommendations and Reports. 47 (RR-8): 1–57. PMID 9639369.
- ↑ "Top 10 myths about MMR, Top 10 truths about MMR" (PDF). NHS. Archived from the original (PDF) on 11 September 2018. Retrieved 10 September 2018.
- ↑ ୮.୦ ୮.୧ ୮.୨ ୮.୩ ୮.୪ "Addressing misconceptions on measles vaccination". European Centre for Disease Prevention and Control (in ଇଂରାଜୀ). Retrieved 10 September 2018.
- ↑ "Measles Fact Sheet #286". World Health Organization. Retrieved 1 December 2014.
- ↑ ୧୦.୦ ୧୦.୧ ୧୦.୨ ୧୦.୩ "Vaccine Information Statement Measles-Mumps-Rubella". CDC (in ଆମେରିକୀୟ ଇଂରାଜୀ). 11 July 2018. Retrieved 10 September 2018.
- ↑ Hussain, A; Ali, S; Ahmed, M; Hussain, S (3 July 2018). "The Anti-vaccination Movement: A Regression in Modern Medicine". Cureus. 10 (7): e2919. doi:10.7759/cureus.2919. PMC 6122668. PMID 30186724.
- ↑ Spencer, JP; Trondsen Pawlowski, RH; Thomas, S (15 June 2017). "Vaccine Adverse Events: Separating Myth from Reality". American Family Physician. 95 (12): 786–794. PMID 28671426.
- ↑ ୧୩.୦ ୧୩.୧ ୧୩.୨ Goodson, JL; Seward, JF (December 2015). "Measles 50 Years After Use of Measles Vaccine". Infectious Disease Clinics of North America. 29 (4): 725–43. doi:10.1016/j.idc.2015.08.001. PMID 26610423.
- ↑ "Measles: information about the disease and vaccines Questions and Answers" (PDF). Immunization Action Coalition. Retrieved 10 September 2018.
- ↑ "Information Sheet Observed Rae of Vaccine Reactions, Measles, Mumps, and Rubella Vaccines" (PDF). WHO. May 2014. Retrieved 10 September 2018.