ଉଦ୍ଧବ ଚରଣ ନାୟକ
ଉଦ୍ଧବ ଚରଣ ନାୟକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଗବେଷକ ଲେଖକ |
ଉଲ୍ଲେଖନୀୟ କୃତି | ଓଡ଼ିଶା ରାଜନୀତିର ଇତିହାସ |
ଦସ୍ତଖତ | |
ଉଦ୍ଧବ ଚରଣ ନାୟକ (ଜନ୍ମ: ୧୯୪୬; ଜନ୍ମସ୍ଥାନ: ମହିମାଗାଦି, ଢେଙ୍କାନାଳ) ଜଣେ ଓଡ଼ିଆ ଲେଖକ, ଗବେଷକ ଓ ଶିକ୍ଷାବିତ୍ ।[୧] ଓଡ଼ିଶା ରାଜନୀତିର ଇତିହାସ, ମହିମାଧର୍ମ ବିଶ୍ୱ ଇତିହାସ, ମହିମାଧର୍ମ ଓ ବିଶ୍ୱକବି ଭୀମଭୋଇ ଆଦି ଜଣାଶୁଣା ଗବେଷଣାତ୍ମକ ପୁସ୍ତକ ରଚନା କରିବା ସହିତ ତାଙ୍କୁ ଭୀମଭୋଇ ସମ୍ମାନ, ନଟରାଜ ସାହିତ୍ୟ ସମ୍ମାନ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର ଆଦି ସେ ପାଇଛନ୍ତି ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]୧୯୪୬ ମସିହାରେ ସେ ଢେଙ୍କାନାଳ ଜିଲ୍ଲାର ମହିମାଗାଦିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ଅନନ୍ତ ଚରଣ ନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଗୀତିକବି ଥିଲେ[୩] ଏବଂ ତାଙ୍କ ମାତାଙ୍କ ନାମ ହେଉଛି ସୁକୁମାରୀ ନାୟକ । ସେ 'ମହିମାଧର୍ମର ଇତିବୃତ୍ତ ଓ ସାହିତ୍ୟ' ବାବଦରେ ଗବେଷଣା କରି ପିଏଚ୍ଡି କରିଛନ୍ତି ।[୨]
ଗବେଷଣା ଓ ସାହିତ୍ୟ ସର୍ଜନା
[ସମ୍ପାଦନା]ସେ ଓଡ଼ିଶା ରାଜନୀତି ଓ ମହିମା ଧର୍ମ ବିଷୟରେ ମୁଖ୍ୟତଃ ଗବେଷଣା କରନ୍ତି ।[୩] ବ୍ରିଟିଶ ଭାରତରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନଠାରୁ ଆରମ୍ଭ କରି ୨୦୧୩ ମସିହାଯାଏଁ ରାଜନୈତିକ ଇତିହାସକୁ ନେଇ ତାଙ୍କ ରଚିତ ପୁସ୍ତକ ଓଡ଼ିଶା ରାଜନୀତିର ଇତିହାସ ପାଇଁ ସେ ଜଣାଶୁଣା ।
ରଚନାବଳୀ
[ସମ୍ପାଦନା]- ଧର୍ମସଂସ୍କୃତି ସଂପର୍କିତ
- ମହିମାଧର୍ମ ବିଶ୍ୱ ଇତିହାସ ୧୯୮୦
- ମହିମାଧର୍ମ ଓ ବିଶ୍ୱକବି ଭୀମଭୋଇ
- ଆନ୍ ଇଣ୍ଟ୍ରୋଡକ୍ସନ୍ ଟୁ ମହିମା ରିଲିଜିଅନ୍ ୧୯୮୩
- ଉତ୍କଳ ପ୍ରତିଭା
- କବି ବ୍ରଜନାଥ ବଡ଼ଜେନା ଜୀବନୀ ଓ ସାହିତ୍ୟ ୧୯୯୬
- ଭାରତୀୟ ହିନ୍ଦୁ ଗୃହସ୍ଥ ଧର୍ମ
- ଓଡ଼ିଶା ରାଜନୀତିର ଇତିହାସ ୨୦୧୩, ୨୦୧୪
- ମହିମାଧର୍ମ ଓ ସନ୍ନ୍ୟାସୀ ମହୀନ୍ଦ୍ର ବାବା
- ମହିମାଧର୍ମ ଓ ସିଦ୍ଧ ବଡ଼ କୃପାସିନ୍ଧୁ ବାବା ୧୯୮୨
- ଭାରତୀୟ ହିନ୍ଦୁ ନାରୀର କର୍ତ୍ତବ୍ୟ ଓ ଆଦର୍ଶ
- ଭାଗବତ କଥା (ଷୋଡ଼ଶ ଭାଗ) ଅନୁବାଦ ୧୯୮୫, ମୂଳ: ପ୍ରଭୂଦତ୍ତ ବ୍ରହ୍ମଚାରୀ
- ଆମ ସନ୍ଥକବି ଭୀମ ଭୋଇ
- ଗଡ଼ଜାତ ଗାନ୍ଧି ସାରଙ୍ଗଧର ଦାସ
- ପଠାଣି ସାଆନ୍ତେ ୧୯୯୬
- କବିରାଜ ଜୟଦେବ
- ବିପ୍ଳବୀ ବାଘାଯତୀନ୍ ୨୦୧୬
- ସହିଦ ଲକ୍ଷଣ ନାୟକ ୧୯୯୭, ୨୦୦୧
- ସଂଗ୍ରାମୀ ବୀର ବୈଷ୍ଣବ ପଟ୍ଟନାୟକ ୨୦୦୦
- ଶିଶୁକିଶୋର ସାହିତ୍ୟ
- ମଜା ଓ ଆନନ୍ଦର କାହାଣୀମାଳା
- ଗୁରୁଶିଷ୍ୟ କଥାମାଳା
- ମଧୁବାବୁଙ୍କ ବୁଦ୍ଧିକଥା
- ସରସ କଥାମାଳା
- ଭଲଭଲ ଗପ
- ହୁଁ ମାରୁଥା ଗପ ଶୁଣୁଥା
- ଆଲିବାବା କଥା
- ମହାଭାରତର ନୀତିକଥା
- ବଡ଼ ମଣିଷଙ୍କ ପିଲାଦିନ କଥା ୨୦୧୬
- ବୁଦ୍ଧ କାହାଣୀ ୨୦୧୫
- ଜନଶିକ୍ଷା
- ଅଧିକ ରୋଜଗାରର ବାଟ
- ଅଦୃଶ୍ୟ ରାକ୍ଷସ
- ଆମ ଓଡ଼ିଶାର ଢଗଢ଼ମାଳୀ
- ସାଗରଧନ (ଏନବିଟି) ୧୯୯୮
- ପାଗଳ ମରଣ ବା ଜଳାନ୍ତକ (ଅନୁବାଦ) ୧୯୯୪
- ହକ୍ (ହିନ୍ଦୀ ନାଟକ) ପ୍ର: ରାଜ୍ୟ ଜନଶିକ୍ଷା ସାଧନ କେନ୍ଦ୍ର, ନୁଆଦିଲ୍ଲୀ
- ସମ୍ପାଦନା/ସଂକଳନ
- ଭୀମଭୋଇ ଗ୍ରନ୍ଥାବଳୀ
- ଶ୍ରୀଧର ଗସ୍ୱାମୀଙ୍କ ସିଦ୍ଧ ଚନ୍ଦ୍ରିକା ୧୯୮୦[୪]
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଭୀମଭୋଇ ସମ୍ମାନ
- ଶ୍ୱେତ ସଙ୍କେତ ପ୍ରବନ୍ଧ ସମ୍ମାନ
- ନଟରାଜ ସାହିତ୍ୟ ସମ୍ମାନ
- ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର (ପଠାଣି ସାଆନ୍ତେ ପାଇଁ) ୧୯୯୬
- ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର
ଆଧାର
[ସମ୍ପାଦନା]- ↑ "ପ୍ରଣାମ ଓଡ଼ିଶାର ଅତିଥି ହେଉଛନ୍ତି ଶିକ୍ଷାବିତ୍,ଗବେଷକ ଏବଂ ଲେଖକ ଡ.ଉଦ୍ଧବ ଚରଣ ନାୟକ". ନନ୍ଦିଘୋଷ ଟିଭି. YouTube. 27 April 2022. Retrieved 7 November 2023.
- ↑ ୨.୦ ୨.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ପଛ ମଲାଟ. ISBN 978-81-89436-54-4. Retrieved 7 November 2023.
{{cite book}}
: CS1 maint: unrecognized language (link) - ↑ ୩.୦ ୩.୧ "BreakFast Odisha With Writer & Researcher Dr.Uddhab Charan Nayak". Prameya News 7. YouTube. 20 April 2023. Retrieved 7 November 2023.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଅ cରିତ ସାହିତ୍ୟ ୧ମ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୧୪. ISBN 81-903352-1-9.