ଉଦ୍ଧବ ଚରଣ ନାୟକ

ଉଇକିପିଡ଼ିଆ‌ରୁ
(Uddhab Charan Nayakରୁ ଲେଉଟି ଆସିଛି)
ଉଦ୍ଧବ ଚରଣ ନାୟକ
ଜନ୍ମ୧୯୪୬
ଜାତୀୟତାଭାରତୀୟ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଗବେଷକ
ଲେଖକ
ଉଲ୍ଲେଖନୀୟ କୃତିଓଡ଼ିଶା ରାଜନୀତିର ଇତିହାସ
ଦସ୍ତଖତ
Signature of Uddhab Charan Nayak

ଉଦ୍ଧବ ଚରଣ ନାୟକ (ଜନ୍ମ: ୧୯୪୬; ଜନ୍ମସ୍ଥାନ: ମହିମାଗାଦି, ଢେଙ୍କାନାଳ) ଜଣେ ଓଡ଼ିଆ ଲେଖକ, ଗବେଷକ ଓ ଶିକ୍ଷାବିତ୍ ।[୧] ଓଡ଼ିଶା ରାଜନୀତିର ଇତିହାସ, ମହିମାଧର୍ମ ବିଶ୍ୱ ଇତିହାସ, ମହିମାଧର୍ମ ଓ ବିଶ୍ୱକବି ଭୀମଭୋଇ ଆଦି ଜଣାଶୁଣା ଗବେଷଣାତ୍ମକ ପୁସ୍ତକ ରଚନା କରିବା ସହିତ ତାଙ୍କୁ ଭୀମଭୋଇ ସମ୍ମାନ, ନଟରାଜ ସାହିତ୍ୟ ସମ୍ମାନ, ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର, ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର ଆଦି ସେ ପାଇଛନ୍ତି ।[୨]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

୧୯୪୬ ମସିହାରେ ସେ ଢେଙ୍କାନାଳ ଜିଲ୍ଲାର ମହିମାଗାଦିଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ଅନନ୍ତ ଚରଣ ନାୟକ ଜଣେ ସ୍ୱାଧୀନତା ସଂଗ୍ରାମୀ ଓ ଗୀତିକବି ଥିଲେ[୩] ଏବଂ ତାଙ୍କ ମାତାଙ୍କ ନାମ ହେଉଛି ସୁକୁମାରୀ ନାୟକ । ସେ 'ମହିମାଧର୍ମର ଇତିବୃତ୍ତ ଓ ସାହିତ୍ୟ' ବାବଦରେ ଗବେଷଣା କରି ପିଏଚ୍‌ଡି କରିଛନ୍ତି ।[୨]

ଗବେଷଣା ଓ ସାହିତ୍ୟ ସର୍ଜନା[ସମ୍ପାଦନା]

ସେ ଓଡ଼ିଶା ରାଜନୀତି ଓ ମହିମା ଧର୍ମ ବିଷୟରେ ମୁଖ୍ୟତଃ ଗବେଷଣା କରନ୍ତି ।[୩] ବ୍ରିଟିଶ ଭାରତରୁ ଆରମ୍ଭ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନଠାରୁ ଆରମ୍ଭ କରି ୨୦୧୩ ମସିହାଯାଏଁ ରାଜନୈତିକ ଇତିହାସକୁ ନେଇ ତାଙ୍କ ରଚିତ ପୁସ୍ତକ ଓଡ଼ିଶା ରାଜନୀତିର ଇତିହାସ ପାଇଁ ସେ ଜଣାଶୁଣା ।

ରଚନାବଳୀ[ସମ୍ପାଦନା]

  • ମହିମାଧର୍ମ ବିଶ୍ୱ ଇତିହାସ
  • ମହିମାଧର୍ମ ଓ ବିଶ୍ୱକବି ଭୀମଭୋଇ
  • ଆନ୍ ଇଣ୍ଟ୍ରୋଡକ୍‌ସନ୍ ଟୁ ମହିମା ରିଲିଜିଅନ୍
  • ଉତ୍କଳ ପ୍ରତିଭା
  • କବି ବ୍ରଜନାଥ ବଡ଼ଜେନା ଜୀବନୀ ଓ ସାହିତ୍ୟ
  • ଭାରତୀୟ ହିନ୍ଦୁ ଗୃହସ୍ଥ ଧର୍ମ
  • ଓଡ଼ିଶା ରାଜନୀତିର ଇତିହାସ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଭୀମଭୋଇ ସମ୍ମାନ
  • ଶ୍ୱେତ ସଙ୍କେତ ପ୍ରବନ୍ଧ ସମ୍ମାନ
  • ନଟରାଜ ସାହିତ୍ୟ ସମ୍ମାନ
  • ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର
  • ମୀନାବଜାର ଶିଶୁ ସାହିତ୍ୟ ପୁରସ୍କାର

ଆଧାର[ସମ୍ପାଦନା]

  1. "ପ୍ରଣାମ ଓଡ଼ିଶାର ଅତିଥି ହେଉଛନ୍ତି ଶିକ୍ଷାବିତ୍,ଗବେଷକ ଏବଂ ଲେଖକ ଡ.ଉଦ୍ଧବ ଚରଣ ନାୟକ". ନନ୍ଦିଘୋଷ ଟିଭି. YouTube. 27 April 2022. Retrieved 7 November 2023.
  2. ୨.୦ ୨.୧ ନାୟକ, ଉଦ୍ଧବ ଚରଣ (2013). ଓଡ଼ିଶା ରାଜନୀତିର ଇତିହାସ (୧୯୩୬-୨୦୧୩) (in ଓଡ଼ିଆ). ଭୁବନେଶ୍ୱର: ଆମ ଓଡ଼ିଶା. p. ପଛ ମଲାଟ. ISBN 978-81-89436-54-4. Retrieved 7 November 2023.{{cite book}}: CS1 maint: unrecognized language (link)
  3. ୩.୦ ୩.୧ "BreakFast Odisha With Writer & Researcher Dr.Uddhab Charan Nayak". Prameya News 7. YouTube. 20 April 2023. Retrieved 7 November 2023.

ବାହାର ଆଧାର[ସମ୍ପାଦନା]