ଇଟାମାଟି ଗ୍ରାମ
ଇଟାମାଟି
Jadumani Nagar | |
---|---|
village | |
Country | India |
State | Odisha |
District | Nayagarh |
Elevation | 122 m (400 ft) |
Languages | |
Time zone | UTC+5:30 (IST) |
PIN | 752068 [୧] |
Nearest city | Nayagarh |
Website | odisha |
ଇଟାମାଟି ଭାରତୀୟ ରାଜ୍ୟ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଏକ ଗ୍ରାମ । .[୨] ଏହା ନୟାଗଡ଼ ସହରରୁ 6 କିଲୋମିଟର ଦୂର ଓ ଏହା ଏକ ବାଣିଜ୍ୟିକ କେନ୍ଦ୍ର ଭାବରେ ପରିଚିତ ।
ବାଣିଜ୍ୟ
[ସମ୍ପାଦନା]ଏଠାରେ 100 ବର୍ଷରୁ ପୁରାତନ ଏକ ବିଶାଳ ବଜାର ଅଞ୍ଚଳ ରହିଛି । ସେଠାରେ କିଛି ପ୍ରାଚୀନ ଦୋକାନ ସମେତ ଆଧୁନିକ ବଜାର କାରବାର ମଧ୍ୟ ହେଇଥାଏ ।
ବିଶିଷ୍ଟ ଅଧିବାସୀ
[ସମ୍ପାଦନା]ଏଠାରେ ପ୍ରସିଦ୍ଧ ଓଡ଼ିଆ ଲେଖକ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ୧୭୮୩ ମସିହାରେ ଜନ୍ମଗ୍ରହଣ କରିଥିଲେ । ସେ ରାଜା ବିନାୟକ ସିଂହ ମାନଧାତାଙ୍କ ମୁଖ୍ୟ କବି ଥିଲେ । ଯଦୁମଣି " ରାଘବ ବିଳାସ " ଓ "ପ୍ରବନ୍ଧ ପୁର୍ଣ୍ଣଚନ୍ଦ୍ର " ରଚନା କରିଥିଲେ । ତାଙ୍କର ସୃଷ୍ଟିକୁ କବି ସମ୍ରାଟ ଉପେନ୍ଦ୍ରଭାଞ୍ଜଙ୍କ ଲେଖା ସହ ତୁଳନା କରାଯାଇଥାଏ ।
ଶିକ୍ଷା
[ସମ୍ପାଦନା]ଏଠାରେ ଏକ ଜୁନିଅର କଲେଜ , ଏକ ଡିଗ୍ରୀ କଲେଜ ସହ ଉଭୟ ବାଳକ ଓ ବାଳିକା ହାଇ ସ୍କୁଲ ଓ ଅନେକ ପ୍ରାର୍ଥମିକ ବିଦ୍ୟାଳୟ ସବୁ ରହିଛି ।
ମନ୍ଦିର ସମୂହ
[ସମ୍ପାଦନା]ଏଠାରେ ବହୁ ସଂଖ୍ୟାରେ ମନ୍ଦିର ସବୁ ରହିଛି । ତନ୍ନ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା ,
- ସତ୍ୟନାରାୟଣ ମନ୍ଦିର
- ମାଁ ନାରାୟଣୀ ମନ୍ଦିର
- ଜଗନ୍ନାଥ ମନ୍ଦିର
- ଗୋପୀନାଥ ମନ୍ଦିର
- ଚିତ୍ରାକୁଟ ବିହାରୀ ମଠ
- ଦଣ୍ଡ କାମନା ମନ୍ଦିର
- ମାଁ କାଲୀ ମନ୍ଦିର
- ମାଁ ମଙ୍ଗଳା ମନ୍ଦିର
- ମା ତାରିଣୀ ମନ୍ଦିର
- ଉଦଣ୍ଡ କାମନା ମନ୍ଦିର
ଯାନିଯାତ୍ରା
[ସମ୍ପାଦନା]"ପଞ୍ଚୁ ଦୋଳ "ନାମରେ ଦୋଳ ଯାତ୍ରା ଏଠାରେ ପ୍ରସିଦ୍ଧ । ଏହା 4 ଦିନ ଧରି ହୁଏ ଓ ଯାତ୍ରା , ଅପେରା ସବୁ ହୁଏ । ଏଠାରେ ଭୂମିପୁତ୍ର ଯଦୁମଣିଙ୍କ ଜନ୍ମ ବାର୍ଷିକୀ ବଡ଼ ଆଡମ୍ବର ସହକାରେ ହୁଏ ।
ଆଧାର
[ସମ୍ପାଦନା]- ↑ "Pincode of ITAMATI, ORISSA". getpincode.info. 2012. Retrieved 20 April 2012.
ITAMATI, ORISSA
- ↑ "Itamati Village". onefivenine.com. 2012. Retrieved 20 April 2012.
OverView of Itamati
ବାହାର ଲିଙ୍କ
[ସମ୍ପାଦନା]- Wikimapia - http://wikimapia.org/4611254/Itamati
- India9 - http://www.india9.com/i9show/Itamati-84149.htm
- Maplandia - http://www.maplandia.com/india/orissa/puri/itamati/