ଇଟାମାଟି ଗ୍ରାମ

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଇଟାମାଟି
Jadumani Nagar
village
Country India
StateOdisha
DistrictNayagarh
Elevation
122 m (400 ft)
Languages
Time zoneUTC+5:30 (IST)
PIN
752068 [୧]
Nearest cityNayagarh
Websiteodisha.gov.in

ଇଟାମାଟି  ଭାରତୀୟ ରାଜ୍ୟ ଓଡ଼ିଶାର ନୟାଗଡ଼ ଜିଲ୍ଲାର ଏକ ଗ୍ରାମ । .[୨] ଏହା ନୟାଗଡ଼ ସହରରୁ 6 କିଲୋମିଟର ଦୂର ଓ ଏହା ଏକ ବାଣିଜ୍ୟିକ କେନ୍ଦ୍ର ଭାବରେ ପରିଚିତ । 

ବାଣିଜ୍ୟ [ସମ୍ପାଦନା]

ଏଠାରେ 100 ବର୍ଷରୁ ପୁରାତନ ଏକ ବିଶାଳ ବଜାର ଅଞ୍ଚଳ ରହିଛି । ସେଠାରେ କିଛି ପ୍ରାଚୀନ ଦୋକାନ ସମେତ ଆଧୁନିକ ବଜାର କାରବାର ମଧ୍ୟ ହେଇଥାଏ । 

ବିଶିଷ୍ଟ ଅଧିବାସୀ [ସମ୍ପାଦନା]

ଏଠାରେ ପ୍ରସିଦ୍ଧ ଓଡ଼ିଆ ଲେଖକ ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର ୧୭୮୩ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ରାଜା ବିନାୟକ ସିଂହ ମାନଧାତାଙ୍କ ମୁଖ୍ୟ କବି ଥିଲେ । ଯଦୁମଣି " ରାଘବ ବିଳାସ " ଓ "ପ୍ରବନ୍ଧ ପୁର୍ଣ୍ଣଚନ୍ଦ୍ର " ରଚନା କରିଥିଲେ । ତାଙ୍କର ସୃଷ୍ଟିକୁ କବି ସମ୍ରାଟ ଉପେନ୍ଦ୍ରଭାଞ୍ଜଙ୍କ ଲେଖା ସହ ତୁଳନା କରାଯାଇଥାଏ । 

ଶିକ୍ଷା [ସମ୍ପାଦନା]

ଏଠାରେ ଏକ ଜୁନିଅର କଲେଜ , ଏକ ଡିଗ୍ରୀ କଲେଜ ସହ ଉଭୟ ବାଳକ ଓ ବାଳିକା ହାଇ ସ୍କୁଲ ଓ ଅନେକ ପ୍ରାର୍ଥମିକ ବିଦ୍ୟାଳୟ ସବୁ ରହିଛି । 

ମନ୍ଦିର ସମୂହ [ସମ୍ପାଦନା]

ଏଠାରେ ବହୁ ସଂଖ୍ୟାରେ ମନ୍ଦିର ସବୁ ରହିଛି । ତନ୍ନ ମଧ୍ୟରୁ ମୁଖ୍ୟଗୁଡ଼ିକ ହେଲା ,

  •  ସତ୍ୟନାରାୟଣ ମନ୍ଦିର 
  • ମାଁ ନାରାୟଣୀ ମନ୍ଦିର 
  • ଜଗନ୍ନାଥ ମନ୍ଦିର 
  • ଗୋପୀନାଥ ମନ୍ଦିର 
  • ଚିତ୍ରାକୁଟ ବିହାରୀ ମଠ 
  • ଦଣ୍ଡ କାମନା ମନ୍ଦିର 
  • ମାଁ କାଲୀ ମନ୍ଦିର 
  • ମାଁ ମଙ୍ଗଳା ମନ୍ଦିର 
  • ମା ତାରିଣୀ ମନ୍ଦିର
  • ଉଦଣ୍ଡ କାମନା ମନ୍ଦିର

ଯାନିଯାତ୍ରା [ସମ୍ପାଦନା]

"ପଞ୍ଚୁ ଦୋଳ "ନାମରେ ଦୋଳ ଯାତ୍ରା ଏଠାରେ ପ୍ରସିଦ୍ଧ । ଏହା 4 ଦିନ ଧରି ହୁଏ ଓ ଯାତ୍ରା , ଅପେରା ସବୁ ହୁଏ । ଏଠାରେ ଭୂମିପୁତ୍ର ଯଦୁମଣିଙ୍କ ଜନ୍ମ ବାର୍ଷିକୀ ବଡ଼ ଆଡମ୍ବର ସହକାରେ ହୁଏ । 

ଆଧାର [ସମ୍ପାଦନା]

  1. "Pincode of ITAMATI, ORISSA". getpincode.info. 2012. Retrieved 20 April 2012. ITAMATI, ORISSA
  2. "Itamati Village". onefivenine.com. 2012. Retrieved 20 April 2012. OverView of Itamati

ବାହାର ଲିଙ୍କ [ସମ୍ପାଦନା]