ଅଶୋକା ଗୁପ୍ତା
ଅଶୋକା ଗୁପ୍ତା | |
---|---|
ଜନ୍ମ | ନଭେମ୍ବର ୧୯୧୨ |
ମୃତ୍ୟୁ | ୮ ଜୁଲାଇ ୨୦୦୮ କଲିକତା, ପଶ୍ଚିମ ବଙ୍ଗ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି | ସମାଜସେବୀ |
ବୈବାହିକ-ସାଥୀ | ଶୈବଲ କୁମାର ଗୁପ୍ତା |
ସନ୍ତାନ | ପାର୍ଥ ସାରଥୀ ଗୁପ୍ତା (ପୁଅ) ଶକୁନ୍ତଳା ଦାସଗୁପ୍ତା (ଝିଅ) କସ୍ତୁରୀ ଗୁପ୍ତା ମେନନ (ଝିଅ) ବିଶାଖା ଏଗନ (ଝିଅ)[୧] |
ପିତାମାତା(s) | କିରଣ ଚନ୍ଦ୍ର ସେନ ଜ୍ୟୋତିର୍ମୟୀ ଦେବୀ |
ଅଶୋକା ଗୁପ୍ତା (ନଭେମ୍ବର ୧୯୧୨ - ୮ ଜୁଲାଇ ୨୦୦୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ସାମାଜିକ କର୍ମୀ ଥିଲେ ।[୨] ସେ ମହିଳା ସେବା ସମିତିର ପ୍ରତିଷ୍ଠାତା, ଅଖିଳ ଭାରତୀୟ ମହିଳା ସମ୍ମିଳନୀର ସଦସ୍ୟା ତଥା ଇଣ୍ଡିଆନ ସୋସାଇଟି ଫର୍ ସ୍ପୋନ୍ସର୍ସିପ୍ ଆଣ୍ଡ ଆଡପ୍ସନ୍ର ସଭାପତି ଥିଲେ ।[୩] ସେ ନୋଅଖଲି ନରସଂହାର ସମୟରେ ଉଦ୍ଧାର ଓ ରିଲିଫ୍ ଅପରେସନରେ ସେ ଭାଗ ନେଇଥିଲେ ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଅଶୋକା ୧୯୧୨ ମସିହାର ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲେ । ବାପା କିରଣ ଚନ୍ଦ୍ର ସେନ୍ ଏବଂ ମାଆ ଜ୍ୟୋତିର୍ମୟୀ ଦେବୀଙ୍କର ୬ଜଣ ସନ୍ତାନଙ୍କ ମଧ୍ୟରୁ ୪ର୍ଥ ସନ୍ତାନ ଭାବରେ ଜନ୍ମ ନେଇଥିଲେ ସେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ବଡ଼ ସଂଘର୍ଷ ମଧ୍ୟରେ ତାଙ୍କୁ ତାଙ୍କ ମାଆ ପାଳିଥିଲେ । ସେ କଲିକାତାର ସେଣ୍ଟ ମାର୍ଗାରେଟ ସ୍କୁଲରେ ପଢ଼ିଥିଲେ ଏବଂ ମାଟ୍ରିକ୍ ପରୀକ୍ଷାରେ ଝିଅମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ନମ୍ବର ରଖିଥିଲେ । ସେ ବେଥୁନ୍ କଲେଜରୁ ଗଣିତ ସମ୍ମାନ ସହ ସ୍ନାତକ କରିଥିଲେ । ୨୦ ବର୍ଷ ବୟସରେ ସେ ଆଇସିଏସ୍ ଅଧିକାରୀ ଶୈବଲ ଗୁପ୍ତାଙ୍କୁ ବିବାହ କରିଥିଲେ ।[୨]
ଉଲ୍ଲେନୀୟ କାର୍ଯ୍ୟ
[ସମ୍ପାଦନା]୧୯୨୭ ମସିହାରେ ପ୍ରତିଷ୍ଠା ହୋଇଥିବା ଅଖିଳ ଭାରତୀୟ ମହିଳା ସମ୍ମିଳନୀରେ ସେ ୧୯୩୬ ମସିହାରେ ସଦସ୍ୟ ହୋଇଥିଲେ । ଏହି ସମ୍ମିଳନୀର ଶାଖା ଏବଂ ବିଭିନ୍ନ କଲ୍ୟାଣକାରୀ ସଂସ୍ଥା ପ୍ରତିଷ୍ଠା କରିବାରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୪୩ ମସିହାର ବଙ୍ଗଳା ଦୁର୍ଭିକ୍ଷ ସମୟରେ ସେ ବାଙ୍କୁରାରେ ରିଲିଫ ବାଣ୍ଟିବା ଅଭିଯାନରେ ଭାଗ ନେଇଥିଲେ । ୧୯୪୫ ମସିହାରେ ସେ ତାଙ୍କ ସ୍ୱାମୀଙ୍କ ସହିତ ଚିଟାଗଙ୍ଗ ଚାଲିଯାଇଥିଲେ ।[୨] ୧୯୪୬ ମସିହାରେ ନୋଅଖଲି ନରସଂହାର ସମୟରେ ସେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ ମହିଳା ସମ୍ମିଳନୀର ଚିଟାଗଙ୍ଗ ଶାଖାର ରିଲିଫ୍ କର୍ମଚାରୀଙ୍କ ନେତୃତ୍ୱ ନେଇଥିଲେ । ଭାରତ ସ୍ୱାଧୀନତା ହେବା ପରେ ଯେତେବେଳେ ଦେଶ ବିଭାଜନ ହୋଇଥିଲା, ସେ ତାଙ୍କ ସ୍ୱାମୀଙ୍କ ସହ କଲିକତା ଫେରି ଆସିଥିଲେ ।
ଦେଶ ବିଭାଜନ ପରେ ସେ ଶରଣାର୍ଥୀମାନଙ୍କର ପୁନର୍ବାସ, ଶିଶୁ ସାକ୍ଷରତା ଏବଂ ଗ୍ରାମୀଣ ମହିଳା ତଥା ଆଦିବାସୀମାନଙ୍କ ଉନ୍ନତିରେ କାର୍ଯ୍ୟ କରିଥିଲେ । ୧୯୫୫ ମସିହାରୁ ୧୯୫୯ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ରାଜ୍ୟ ସାମାଜିକ କଲ୍ୟାଣ ପରାମର୍ଶଦାତା ବୋର୍ଡ଼ର ଅଧକ୍ଷା ଭାବରେ କାର୍ଯ୍ୟ କରିଥିଲେ । ୧୯୫୯ ମସିହାରେ ସେ ବିଧାନ ଚନ୍ଦ୍ର ରୟ ଏବଂ ଦୁର୍ଗାବାଇ ଦେଶମୁଖଙ୍କ ପରାମର୍ଶରେ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ହୋଇଥିଲେ । ୧୯୬୪ ମସିହାରେ, ସେ ବଙ୍ଗୀୟ ହିନ୍ଦୁ ଶରଣାର୍ଥୀମାନଙ୍କ ପାଇଁ ମାନା ଏବଂ ଦଣ୍ଡକାରଣ୍ୟର ବିଭିନ୍ନ ଶିବିରରେ ରିଲିଫ ଯୋଗାଇବା କାର୍ଯ୍ୟରେ ଭାଗ ନେଇଥିଲେ ।
ସମ୍ମାନ
[ସମ୍ପାଦନା]ମହିଳା ଏବଂ ଶିଶୁମାନଙ୍କ ପାଇଁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ତାଙ୍କୁ ସମ୍ମାନଜନକ ଡି.ଲିଟ୍ ସମ୍ମାନ ପ୍ରଦାନ କରାଯାଇଥିଲା । ସେହି ବର୍ଷ ତାଙ୍କୁ ଜମନାଲାଲ ବଜାଜ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।[୪]
ପ୍ରକାଶନ
[ସମ୍ପାଦନା]- ନୋଅଖଲିର ଦୁର୍ଜୋଗେର ଦିନେ
ଆଧାର
[ସମ୍ପାଦନା]- ↑ Ashoka Gupta (2005). Gupta Ashoka: In the Path of Service: A memoir of a Social Worker. ISBN 9788185604565. Retrieved October 6, 2019.
- ↑ ୨.୦ ୨.୧ ୨.୨ "Gandhian Ashoka Gupta dead". The Indian Express. 9 July 2008. Retrieved 18 September 2011.
- ↑ Sood, Saroj. "From the Desk of Founder Secretary Mrs. Saroj Sood". Indian Society for Sponsorship and Adoption. Archived from the original on 2 April 2012. Retrieved 18 September 2011.
- ↑ "Jamnanal Bajaj Award". Jamnanal Bajaj Foundation. 2015. Retrieved 13 October 2015.[permanent dead link]