ଜ୍ୟୋତିର୍ମୟୀ ଦେବୀ

ଉଇକିପିଡ଼ିଆ‌ରୁ
ଜ୍ୟୋତିର୍ମୟୀ ଦେବୀ
জ্যোতির্ময়ী দেবী
ଜନ୍ମ୧୮୯୪ମସିହା ଜାନୁୟାରୀ ୨୩ ତାରିଖ
ମୃତ୍ୟୁ୧୯୮୮
ଜାତୀୟତାଭାରତୀୟ
ବୃତ୍ତିଲେଖିକା
ପିତାମାତା(s)ଅବିନାଶ ଚନ୍ଦ୍ର ସେନ, ସାରଳା ଦେବୀ

ବିଂଶ ଶତାବ୍ଦୀର ଲେଖିକାଙ୍କ ମଧ୍ୟରୁ ଜ୍ୟୋତିର୍ମୟୀ ଦେବୀ ଥିଲେ ଅନ୍ୟତମ । ଜଣେ ସାମାଜିକ କର୍ମୀ ବିଶେଷ କରି ମହିଳା ସୁରକ୍ଷା ପାଇଁ ସେ ଅହରହ ସଂଗ୍ରାମ କରୁଥିଲେ । ଅନଗ୍ରସର ବର୍ଗଙ୍କ ଲୋକଙ୍କ ସହ ରହି ସେମାନଙ୍କ ଜୀବନ ଜୀବିକା ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଅର୍ଜନ କରିଥିଲେ । ଏହାକୁ କଲମ ସହାୟତାରେ ସେ ସମସ୍ତଙ୍କ ଦୃଷ୍ଟିକୁ ଆଣିବା ଓ ସମାଧାନର ପନ୍ଥା ବାହାର କରିବା ଲାଗି ଚେଷ୍ଟା କରିଥିଲେ । ସେ ଅନେକ କ୍ଷୁଦ୍ର ଗଳ୍ପ ଓ କବିତା ରଚନା କରିଥିଲେ । ତାଙ୍କ ଲେଖାରେ ସାମାଜିକ ଘଟଣାବଳି ଓ ବାସ୍ତବତାର ଚିତ୍ର ଦେଖିବାକୁ ମିଳେ ।

ପାରିବାରିକ ଜୀବନ ଓ ସମାଜସେବା[ସମ୍ପାଦନା]

୧୮୯୪ ଜାନୁୟାରୀ ୨୩ ରେରାଜସ୍ଥାନର ଜୟପୁରଠାରେ ଜନ୍ମ ଗ୍ରହଣ କରିଥିଲେ । ତାନକ ଜେଜେବାପା ସଂସାର ଚାନ୍ଦ ସେନ ଥିଲେ ଜୟପୁରର ମହାରାଜାଙ୍କ ଦେୱନ। ତେଣୁ ଜୟପୁରରେ ତାଙ୍କ ଜୀବନ ବିତିଥିଲା । [୧]ସେ ଖୁବ କମ ପାଠ ପଢ଼ି ଥିଲେ କିନ୍ତୁ ଜେଜେ ବାପାଙ୍କ ଲାଇବ୍ରେରୀରେ ଥିବା ପୁସ୍ତକ ଅଧ୍ୟୟନ କରି ସେ ପ୍ରଚଣ୍ଡ ଜ୍ଞାନର ଅଧୀକାରିଣୀ ହୋଇପାରିଥିଲେ । ବିଳାସବ୍ୟସନ ଓ ଚାକଚକ୍ୟକୁ ବର୍ଜନ କରି ନିରାଡମ୍ବର ଭାବେ ସେ ଜୀବନ ବିତାଇବାକୁ ଚାହୁଁଥିଲେ । ସେ ସମୟରେ ସମାଜରେ ମହିଳାଙ୍କା ସ୍ଥିତି ଅତି ଦୟନୀୟ ଥିଲା । ତେଣୁ ଜ୍ୟୋତିର୍ମୟୀ ମହିଳାଙ୍କ ଉନ୍ନତି ତଥା ତାଙ୍କରି ସୁରକ୍ଷା ପାଇଁ ଅଣ୍ଟା ଭିଡିଥିଲେ । ତା ଛଡା ଛୁଆଁ ଅଛୁଆଁ ଭେଦଭାବ ଯୋଗୁ ଅନଗ୍ରସର ଶ୍ରେଣୀର ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଥିଲା । ତେଣୁ ସେମାନଙ୍କ କଲ୍ୟାଣ ପାଇଁ କାମ ଆରମ୍ଭ କରିଥିଲେ । ମାତ୍ର ୧୦ ବର୍ଷ ବୟସରେ ସେ ଆଇନଜିବୀ କିରଣ ଚନ୍ଦ୍ର ସେନଙ୍କୁ ବିବାହ କରିଥିଲେ । ୨୫ବର୍ଷ ବୟସରେ କୈଣସି ଏକ ରୋଗରେ ପୀଡ଼ିତ ହୋଇ କିରଣ ଚନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା । ସେତେବେଳକୁ ଜ୍ୟୋତିର୍ମୟୀ ୬ ସନ୍ତାନର ଜନନୀ ହୋଇସାରିଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ୫ ସନ୍ତାନଙ୍କୁ ନେଇ ପିତାଙ୍କ ଘରକୁ ଫେରି ଆସିଥିଲେ । ପିତାଙ୍କ ଘରେ କଠୋରବାଦୀ ହିନ୍ଦୁ ନିତୀ ନିୟମ ଭିତରେ ବହୁ କଷ୍ଟର ସହିତ ତାଙ୍କୁ ଜୀବନ ବିତାଇବାକୁ ପଡ଼ିଥିଲା । ପରିବାର ରକ୍ଷଣଶୀଳ ହୋଇଥିଲେ ମଧ୍ୟ ଏଭଳି ଚିନ୍ତାଧାରା ସେ ତାଙ୍କ ପିଲାଙ୍କ ଉପରେ ପକାଇବାକୁ ଦେଇନଥିଲେ । ୧୯୮୮ରେ ତାଙ୍କର ପରଲୋକ ଘଟିଥିଲା । [୨][୩]

ପୁରସ୍କାର[ସମ୍ପାଦନା]

ତାଙ୍କଦ୍ୱାରା ଲିଖିତ କ୍ଷୁଦ୍ର ଗଳ୍ପ ସଙ୍କଳନ ସୁନା, ରୂପା ନୟ ୧୯୭୩ ମସିହାରେ ରବୀନ୍ଦ୍ର ପୁରସ୍କାର ଲାଭ କରିଥିଲେ।[୪]

ଆଧାର[ସମ୍ପାଦନା]