Jump to content

ଅଶୋକା ଗୁପ୍ତା

ଉଇକିପିଡ଼ିଆ‌ରୁ
ଅଶୋକା ଗୁପ୍ତା
ଜନ୍ମନଭେମ୍ବର ୧୯୧୨
ମୃତ୍ୟୁ୮ ଜୁଲାଇ ୨୦୦୮
ଜାତୀୟତାଭାରତୀୟ
ବୃତ୍ତିସମାଜସେବୀ
ବୈବାହିକ-ସାଥୀଶୈବଲ କୁମାର ଗୁପ୍ତା
ସନ୍ତାନପାର୍ଥ ସାରଥୀ ଗୁପ୍ତା (ପୁଅ)
ଶକୁନ୍ତଳା ଦାସଗୁପ୍ତା (ଝିଅ)
କସ୍ତୁରୀ ଗୁପ୍ତା ମେନନ (ଝିଅ)
ବିଶାଖା ଏଗନ (ଝିଅ)[]
ପିତାମାତାକିରଣ ଚନ୍ଦ୍ର ସେନ
ଜ୍ୟୋତିର୍ମୟୀ ଦେବୀ

ଅଶୋକା ଗୁପ୍ତା (ନଭେମ୍ବର ୧୯୧୨ - ୮ ଜୁଲାଇ ୨୦୦୮) ଜଣେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ତଥା ସାମାଜିକ କର୍ମୀ ଥିଲେ ।[] ସେ ମହିଳା ସେବା ସମିତିର ପ୍ରତିଷ୍ଠାତା, ଅଖିଳ ଭାରତୀୟ ମହିଳା ସମ୍ମିଳନୀର ସଦସ୍ୟା ତଥା ଇଣ୍ଡିଆନ ସୋସାଇଟି ଫର୍ ସ୍ପୋନ୍‌ସର୍‌ସିପ୍ ଆଣ୍ଡ ଆଡପ୍ସନ୍‌ର ସଭାପତି ଥିଲେ ।[] ସେ ନୋଅଖଲି ନରସଂହାର ସମୟରେ ଉଦ୍ଧାର ଓ ରିଲିଫ୍ ଅପରେସନରେ ସେ ଭାଗ ନେଇଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଶୋକା ୧୯୧୨ ମସିହାର ନଭେମ୍ବର ମାସରେ ଜନ୍ମଗ୍ରହଣ କରିଥିଲେ । ବାପା କିରଣ ଚନ୍ଦ୍ର ସେନ୍ ଏବଂ ମାଆ ଜ୍ୟୋତିର୍ମୟୀ ଦେବୀଙ୍କର ୬ଜଣ ସନ୍ତାନଙ୍କ ମଧ୍ୟରୁ ୪ର୍ଥ ସନ୍ତାନ ଭାବରେ ଜନ୍ମ ନେଇଥିଲେ ସେ । ତାଙ୍କୁ ୬ ବର୍ଷ ବୟସ ହୋଇଥିବାବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ଏବଂ ବଡ଼ ସଂଘର୍ଷ ମଧ୍ୟରେ ତାଙ୍କୁ ତାଙ୍କ ମାଆ ପାଳିଥିଲେ । ସେ କଲିକାତାର ସେଣ୍ଟ ମାର୍ଗାରେଟ ସ୍କୁଲରେ ପଢ଼ିଥିଲେ ଏବଂ ମାଟ୍ରିକ୍ ପରୀକ୍ଷାରେ ଝିଅମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ନମ୍ବର ରଖିଥିଲେ । ସେ ବେଥୁନ୍ କଲେଜରୁ ଗଣିତ ସମ୍ମାନ ସହ ସ୍ନାତକ କରିଥିଲେ । ୨୦ ବର୍ଷ ବୟସରେ ସେ ଆଇସିଏସ୍ ଅଧିକାରୀ ଶୈବଲ ଗୁପ୍ତାଙ୍କୁ ବିବାହ କରିଥିଲେ ।[]

ଉଲ୍ଲେନୀୟ କାର୍ଯ୍ୟ

[ସମ୍ପାଦନା]

୧୯୨୭ ମସିହାରେ ପ୍ରତିଷ୍ଠା ହୋଇଥିବା ଅଖିଳ ଭାରତୀୟ ମହିଳା ସମ୍ମିଳନୀରେ ସେ ୧୯୩୬ ମସିହାରେ ସଦସ୍ୟ ହୋଇଥିଲେ । ଏହି ସମ୍ମିଳନୀର ଶାଖା ଏବଂ ବିଭିନ୍ନ କଲ୍ୟାଣକାରୀ ସଂସ୍ଥା ପ୍ରତିଷ୍ଠା କରିବାରେ ସେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ୧୯୪୩ ମସିହାର ବଙ୍ଗଳା ଦୁର୍ଭିକ୍ଷ ସମୟରେ ସେ ବାଙ୍କୁରାରେ ରିଲିଫ ବାଣ୍ଟିବା ଅଭିଯାନରେ ଭାଗ ନେଇଥିଲେ । ୧୯୪୫ ମସିହାରେ ସେ ତାଙ୍କ ସ୍ୱାମୀଙ୍କ ସହିତ ଚିଟାଗଙ୍ଗ ଚାଲିଯାଇଥିଲେ ।[] ୧୯୪୬ ମସିହାରେ ନୋଅଖଲି ନରସଂହାର ସମୟରେ ସେ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ଅଖିଳ ଭାରତୀୟ ମହିଳା ସମ୍ମିଳନୀର ଚିଟାଗଙ୍ଗ ଶାଖାର ରିଲିଫ୍ କର୍ମଚାରୀଙ୍କ ନେତୃତ୍ୱ ନେଇଥିଲେ । ଭାରତ ସ୍ୱାଧୀନତା ହେବା ପରେ ଯେତେବେଳେ ଦେଶ ବିଭାଜନ ହୋଇଥିଲା, ସେ ତାଙ୍କ ସ୍ୱାମୀଙ୍କ ସହ କଲିକତା ଫେରି ଆସିଥିଲେ ।

ଦେଶ ବିଭାଜନ ପରେ ସେ ଶରଣାର୍ଥୀମାନଙ୍କର ପୁନର୍ବାସ, ଶିଶୁ ସାକ୍ଷରତା ଏବଂ ଗ୍ରାମୀଣ ମହିଳା ତଥା ଆଦିବାସୀମାନଙ୍କ ଉନ୍ନତିରେ କାର୍ଯ୍ୟ କରିଥିଲେ । ୧୯୫୫ ମସିହାରୁ ୧୯୫୯ ପର୍ଯ୍ୟନ୍ତ ସେ ପଶ୍ଚିମବଙ୍ଗ ରାଜ୍ୟ ସାମାଜିକ କଲ୍ୟାଣ ପରାମର୍ଶଦାତା ବୋର୍ଡ଼ର ଅଧକ୍ଷା ଭାବରେ କାର୍ଯ୍ୟ କରିଥିଲେ । ୧୯୫୯ ମସିହାରେ ସେ ବିଧାନ ଚନ୍ଦ୍ର ରୟ ଏବଂ ଦୁର୍ଗାବାଇ ଦେଶମୁଖଙ୍କ ପରାମର୍ଶରେ କେନ୍ଦ୍ରୀୟ ସାମାଜିକ କଲ୍ୟାଣ ବୋର୍ଡ଼ର ସଦସ୍ୟ ହୋଇଥିଲେ । ୧୯୬୪ ମସିହାରେ, ସେ ବଙ୍ଗୀୟ ହିନ୍ଦୁ ଶରଣାର୍ଥୀମାନଙ୍କ ପାଇଁ ମାନା ଏବଂ ଦଣ୍ଡକାରଣ୍ୟର ବିଭିନ୍ନ ଶିବିରରେ ରିଲିଫ ଯୋଗାଇବା କାର୍ଯ୍ୟରେ ଭାଗ ନେଇଥିଲେ ।

ସମ୍ମାନ

[ସମ୍ପାଦନା]

ମହିଳା ଏବଂ ଶିଶୁମାନଙ୍କ ପାଇଁ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ତାଙ୍କୁ ସମ୍ମାନଜନକ ଡି.ଲିଟ୍ ସମ୍ମାନ ପ୍ରଦାନ କରାଯାଇଥିଲା । ସେହି ବର୍ଷ ତାଙ୍କୁ ଜମନାଲାଲ ବଜାଜ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା ।[]

ପ୍ରକାଶନ

[ସମ୍ପାଦନା]
  • ନୋଅଖଲିର ଦୁର୍ଜୋଗେର ଦିନେ
  1. Ashoka Gupta (2005). Gupta Ashoka: In the Path of Service: A memoir of a Social Worker. ISBN 9788185604565. Retrieved October 6, 2019.
  2. ୨.୦ ୨.୧ ୨.୨ "Gandhian Ashoka Gupta dead". The Indian Express. 9 July 2008. Retrieved 18 September 2011.
  3. Sood, Saroj. "From the Desk of Founder Secretary Mrs. Saroj Sood". Indian Society for Sponsorship and Adoption. Archived from the original on 2 April 2012. Retrieved 18 September 2011.
  4. "Jamnanal Bajaj Award". Jamnanal Bajaj Foundation. 2015. Retrieved 13 October 2015.[permanent dead link]