ଅଜୟ କୁମାର ଜେନା
ଦେଖଣା
ଅଜୟ କୁମାର ଜେନା | |
---|---|
ବିଧାୟକ: ୧୦ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୯୦ – ୧୯୯୫ | |
ପୂର୍ବ ଅଧିକାରୀ | ଗଙ୍ଗାଧର ମହାପାତ୍ର |
ପର ଅଧିକାରୀ | ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୭ – ୧୯୮୦ | |
ପୂର୍ବ ଅଧିକାରୀ | ସିଦ୍ଧେଶ୍ୱର ପାଣିଗ୍ରାହୀ |
ପର ଅଧିକାରୀ | ଗଙ୍ଗାଧର ମହାପାତ୍ର |
ନିର୍ବାଚନ ମଣ୍ଡଳୀ | ବ୍ରହ୍ମଗିରି |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୨୭ ଜୁଲାଇ ୧୯୪୩ |
ମୃତ୍ୟୁ | ୨୪ ଅକ୍ଟୋବର ୨୦୨୩ | (ବୟସ ୮୦)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଜନତା ଦଳ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଜନତା ପାର୍ଟି |
ଜୀବନ ସାଥୀ | ଅଶ୍ରୁକନା ପ୍ରଧାନ |
ବାପା/ବୋଉ | ଉଦୟନାଥ ଜେନା (ବାପା) |
ବୃତ୍ତି | ରାଜନୀତିଜ୍ଞ |
ଅଜୟ କୁମାର ଜେନା (୨୭ ଜୁଲାଇ ୧୯୪୩ – ୨୪ ଅକ୍ଟୋବର ୨୦୨୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ । ୧୯୭୭ ଓ ୧୯୯୦ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଅଜୟ କୁମାର ଜେନା ୧୯୪୩ ମସିହାର ଜୁଲାଇ ମାସ ୨୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଉଦୟନାଥ ଜେନା ଓ ପତ୍ନୀଙ୍କ ନାମ ଅଶ୍ରୁକନା ପ୍ରଧାନ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଅଜୟ ଓଡ଼ିଶା ରାଜନୀତିରେ ପ୍ରଥମେ ଜନତା ପାର୍ଟିର କର୍ମୀ ଭାବରେ ଏବଂ ପରେ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଅଜୟ ଜେନା ୨୦୨୩ ମସିହାର ଅକ୍ଟୋବର ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା ।[୨]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Shri Ajaya Kumar Jena". odishaassembly.nic.in. Odisha Assembly. Retrieved 28 February 2021.
- ↑ "ବ୍ରହ୍ମଗିରିର ପୂର୍ବତନ ବିଧାୟକ ଅଜୟ କୁମାର ଜେନାଙ୍କ ପରଲୋକ". ସମ୍ବାଦ (in ଆମେରିକୀୟ ଇଂରାଜୀ). 24 October 2023. Archived from the original on 24 October 2023. Retrieved 24 October 2023.