Jump to content

ସିଦ୍ଧେଶ୍ୱର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
ସିଦ୍ଧେଶ୍ୱର ପାଣିଗ୍ରାହୀ
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୪  ୧୯୭୭
ପୂର୍ବ ଅଧିକାରୀଗୋପବନ୍ଧୁ ପାତ୍ର
ପର ଅଧିକାରୀଅଜୟ କୁମାର ଜେନା
ନିର୍ବାଚନ ମଣ୍ଡଳୀବ୍ରହ୍ମଗିରି
ବ୍ୟକ୍ତିଗତ ସବିଶେଷ
ମୃତ୍ୟୁ୧୫ ଅପ୍ରେଲ ୨୦୧୦(୨୦୧୦-୦୪-୧୫)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)
ଜୀବନ ସାଥୀହେମଲତା ପାଣିଗ୍ରାହୀ
ବାପା/ବୋଉଜଗନ୍ନାଥ ପାଣିଗ୍ରାହୀ (ବାପା)
ବୃତ୍ତିରାଜନୀତିଜ୍ଞ

ସିଦ୍ଧେଶ୍ୱର ପାଣିଗ୍ରାହୀ (ମୃତ୍ୟୁ: ୧୫ ଅପ୍ରେଲ ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବ୍ରହ୍ମଗିରି ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନବେଳେ ସକ୍ରିୟ ଯୋଗଦାନ କରିଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ସିଦ୍ଧେଶ୍ୱର ପୁରୀ ଜିଲ୍ଲାର ମଇନ୍ଦିପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ବାପାଙ୍କ ନାମ ଜଗନ୍ନାଥ ପାଣିଗ୍ରାହୀ ଏବଂ ପତ୍ନୀଙ୍କ ନାମ ହେମଲତା ପାଣିଗ୍ରାହୀ ।[]

ରାଜନୈତିକ ଜୀବନ

[ସମ୍ପାଦନା]

ସିଦ୍ଧେଶ୍ୱର ଓଡ଼ିଶା ରାଜନୀତିରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ)ର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ସିଦ୍ଧେଶ୍ୱର ପାଣିଗ୍ରାହୀ ୨୦୧୦ ମସିହାର ଅପ୍ରେଲ ୧୫ ତାରିଖରେ କଟକ ବଡ଼ଡାକ୍ତରଖାରେ ହୃଦ୍‌ଘାତ ଯୋଗୁଁ ମୃତ୍ୟୁବରଣ କରିଥିଲେ ।[][]

  1. 1 2 3 "ପୂର୍ବତନ ବିଧାୟକଙ୍କ ପରଲୋକ". ଧରିତ୍ରୀ. 16 April 2010. Archived from the original on 25 February 2021. Retrieved 25 February 2021.
  2. 1 2 3 "Shri Sidheswar Panigrahi". odishaassembly.nic.in. Odisha Assembly. Retrieved 25 February 2021.