ତୃତୀୟ-ଡିଗ୍ରୀ ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ

ଉଇକିପିଡ଼ିଆ‌ରୁ
(Third-degree atrioventricular blockରୁ ଲେଉଟି ଆସିଛି)
Third-degree atrioventricular block
Complete heart block, third degree heart block[୧]
Rhythm strip showing third-degree AV block
ବିଭାଗCardiology
ଲକ୍ଷଣTiredness, shortness of breath, chest pain, syncope[୧]
କାରଣUnclear, ischemic heart disease, certain medications, electrolyte abnormalities, Lyme disease, lupus, following heart surgery[୧]
ରୋଗ ନିର୍ଣ୍ଣୟ ପଦ୍ଧତିElectrocardiogram (ECG)[୧]
ସଠିକ ରୋଗ ନିର୍ଣ୍ଣୟIdioventricular rhythms, second-degree AV block[୧]
ଚିକିତ୍ସାDopamine, epinephrine, pacemaker[୧]
ପୁନଃପୌନିକ3 per 10,000 people per year[୧]

ତୃତୀୟ-ଡିଗ୍ରୀ ଆଟ୍ରିଓଭେଣ୍ଟ୍ରିକୁଲାର୍ ବ୍ଲକ ( ତୃତୀୟ-ଡ଼ିଗ୍ରୀ ଏଭି ବ୍ଲକ ) ନାମ ଦିଆଯାଏ ଯେତେବେଳେ ହୃତ୍‌ପିଣ୍ଡର ଉପର କୋଠରୀରୁ (ଅଳିନ୍ଦ) ବୈଦ୍ୟୁତିକ ସଙ୍କେତ ତଳ କୋଠରୀକୁ (ନିଳୟ) ଅସିବାରେ ଅକ୍ଷମ ହୁଏ ।[୧] ଏହାର ଲକ୍ଷଣ ମଧ୍ୟରେ ଥକ୍କା, ଅଣନିଶ୍ୱାସ, ଛାତି ଯନ୍ତ୍ରଣା ଏବଂ ସିଙ୍କୋପ ହୋଇପାରେ ।[୧] ଏହା ଜଟିଳ ହେଲେ ହଠାତ୍ ହୃଦ୍‌ରୋଧ ହୋଇପାରେ ।[୧]

ଏହାର କାରଣଗୁଡ଼ିକରେ ମଧ୍ୟରେ ଇସକେମିକ୍ ହୃଦ ରୋଗ, କେତେକ ଔଷଧ, ଇଲେକ୍ଟ୍ରୋଲାଇଟ ଅସ୍ୱାଭାବିକତା, ଲାଇମ ରୋଗ, ଲୁପସ୍ ଏବଂ ହୃତ୍‌ପିଣ୍ଡ ଅସ୍ତ୍ରୋପଚାର ହୋଇପାରେ ।[୧] ଆଣ୍ଟିଆରିଦମିକ ଏବଂ ଡିଗକ୍ସିନ୍ ଔଷଧ ଯୋଗୁ ମଧ୍ୟ ଏହା ସୃଷ୍ଟି ହୋଇପାରେ ।[୧] କେତେକ କ୍ଷେତ୍ରରେ ଏହାର କାରଣ ଅସ୍ପଷ୍ଟ ରହିଛି ।[୧] ରୋଗ ନିର୍ଣ୍ଣୟ ନିମନ୍ତେ ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମରେ (ECG) ନିଳୟ ସ୍ତର ସାଧାରଣଃତ ୫୦ ବିପିଏମରୁ (BPM) କମ୍ ଥାଏ ଏବଂ ନିଳୟ କାର୍ଯ୍ୟକଳାପ ସ୍ୱାଧୀନ କିନ୍ତୁ ତୀବ୍ର ଦେଖାଯାଏ ।[୧] କ୍ୟୁଆରଏସ କମ୍ପ୍ଲେକ୍ସ ସଂକୀର୍ଣ୍ଣ କିମ୍ବା ବିସ୍ତିର୍ଣ୍ଣ ହୋଇପାରେ ।[୧] ଏହା ଏକ ପ୍ରକାର ଆଟ୍ରିଓଭେଣ୍ଟ୍ରିକୁଲାର ବ୍ଲକ୍[୨]

ଇନଫ୍ୟୁଜନ୍ ସାଥିରେ ଡୋପାମିନ ବା ଏପିନେଫ୍ରିନ ମିଶ୍ରଣ ଦେଇ ହୃତ୍‌ପିଣ୍ଡ ଗତି ହାର ବୃଦ୍ଧି କରାଯାଇପାରେ ।[୧] ଏହା ପରେ ଟ୍ରାନ୍ସକ୍ୟୁଟାନିଅସ କିମ୍ବା ଟ୍ରାନ୍ସଭେନସ୍ ପେସିଙ୍ଗ ଦେବା ପରେ ଶେଷରେ ଏକ ସ୍ଥାୟୀ ପେସମେକର୍ ଦିଆଯାଇପାରେ ।[୧] ଆଟ୍ରୋପିନ ଦେବାକୁ ପରାମର୍ଶ ଦିଆଯାଉ ଥିଲେ ମଧ୍ୟ ସାଧାରଣତଃ ପ୍ରଭାବଶାଳୀ ନୁହେଁ ।[୧] ଏହି ତୃତୀୟ-ଡିଗ୍ରୀ ଏଭି (AV) ବ୍ଲକ ବିରଳ, ବର୍ଷକୁ ପ୍ରାୟ ୧୦,୦୦୦ ଲୋକଙ୍କ ମଧ୍ୟରୁ ୩ ଜଣ ନୂତନ ଭାବରେ ପ୍ରଭାବିତ ହୁଅନ୍ତି ।[୧] ଏହି ଅବସ୍ଥା ପ୍ରଥମେ ୧୮୫୨ ମସିହାରେ ହରମାନ ଷ୍ଟାନିୟସଙ୍କଦ୍ୱାରା ଏକ ପଶୁ ମଡେଲରେ ଚିହ୍ନଟ ହୋଇଥିଲା।[୩] [୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ ୧.୧୮ Knabben, V; Chhabra, L; Slane, M (January 2020). "Third-Degree Atrioventricular Block". PMID 31424783. {{cite journal}}: Cite journal requires |journal= (help)
  2. Kashou, AH; Goyal, A; Nguyen, T; Chhabra, L (January 2020). "Atrioventricular Block". PMID 29083636. {{cite journal}}: Cite journal requires |journal= (help)
  3. Saksena, Sanjeev; Camm, A. John (2011). Electrophysiological Disorders of the Heart E-Book: Expert Consult (in ଇଂରାଜୀ). Elsevier Health Sciences. p. 521. ISBN 978-1-4377-0971-1. Archived from the original on 2021-08-28. Retrieved 2020-12-29.
  4. Valentinuzzi, ME (November 2017). "Sinoatrial and Atrioventricular Blocks: Who First Described Them and How? [Retrospectroscope]". IEEE pulse. 8 (6): 62–66. doi:10.1109/MPUL.2017.2750859. PMID 29155381.