Jump to content

ଥିଆମିନ ଅଭାବ

ଉଇକିପିଡ଼ିଆ‌ରୁ
(Thiamine deficiencyରୁ ଲେଉଟି ଆସିଛି)
ଥିଆମିନ ଅଭାବ (Thiamine deficiency)[]
ବେରିବେରି, ଜୀବସାର ବି୧ ଅଭାବ, ଥିଆମିନ-ଡେଫିସିଏନ୍ସି ସିଣ୍ଡ୍ରୋମ [][]
ବିଭାଗସ୍ନାୟୁରୋଗ ବିଜ୍ଞାନ (Neurology), ହୃଦ୍‌ରୋଗ ବିଜ୍ଞାନ (cardiology), ଶିଶୁରୋଗ ବିଜ୍ଞାନ (pediatrics)
ଲକ୍ଷଣଆର୍ଦ୍ର: ଦୃତ ହୃଦ୍‌ଗତି, ଅଣନିଶ୍ୱାସୀ, ପାଦଫୁଲା []
ଶୁଷ୍କ: କାଲୁଆ, ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା []
କାରଣଯଥେଷ୍ଟ ଜୀବସାର କ ଅଭାବ[]
ବିପଦ କାରକଅଧିକାଂଶ ଧଳା ଭାତ (white rice), ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଡାଇୟୁରେଟିକ (diuretics)[][]
ପ୍ରତିକାରଖାଦ୍ୟ ପୁଷ୍ଟିକରଣ (Food fortification)[]
ଚିକିତ୍ସାଥିଆମିନ ପରିପୂରକ (Thiamine supplementation)[]
ପୁନଃପୌନିକକ୍ୱଚିତ[]

ଥିଆମିନ ଅଭାବ (Thiamine deficiency) ଏକ ଡାକ୍ତରୀ ସମସ୍ୟା ଯେଉଁଥିରେ କମ୍ ପରିମାଣର ଥିଆମିନ ବା ଜୀବସାର କ ଖାଦ୍ୟ ଖାଇବାକୁ ମିଳେ ।[] ଏହା ସାଂଘାତିକ ଧରଣର ହେଲେ ବେରିବେରି କୁହାଯାଏ ।[][] ବୟଃପ୍ରାପ୍ତ ଲୋକଙ୍କର ୨ ପ୍ରକାର ଅଭାବ ଦେଖାଯାଏ ଯଥା:- ଆର୍ଦ୍ର ବେରିବେରି ଓ ଶୁଷ୍କ ବେରିବେରି ।[] ଆର୍ଦ୍ର ବେରିବେରି ରୋଗରେ ହୃତ୍‌ପିଣ୍ଡ ରକ୍ତନଳୀ ମଣ୍ଡଳ (cardiovascular system) ପ୍ରଭାବିତ ହେବା ଫଳରେ ଦୃତ ହୃଦ୍‌ଗତି, ଅଣନିଶ୍ୱାସୀ ଓ ପାଦଫୁଲା ହୁଏ ।[] ଶୁଷ୍କ ବେରିବେରି ରୋଗରେ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେବା ଫଳରେ ପେରିଫେରାଲ ନିଉରୋପାଥି ହୋଇ କାଲୁଆ ଅନୁଭବ (numbness of the hands and feet), ମାନସିକ ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା ହୁଏ ।[] ଅନ୍ୟ ଏକ ପ୍ରକାର ଅଭାବରେ ଅରୁଚି ଓ କୋଷ୍ଠକାଠିନ୍ୟ ହୁଏ ।[] ଶିଶୁମାନଙ୍କର ଆକ୍ୟୁଟ ବେରିବେରି ହୋଇ ଅରୁଚି, ବାନ୍ତି, ଲାକ୍ଟିକଏସିଡୋସିସ (lactic acidosis), ହୃଦ୍‌ଗତି ହାର ପରିବର୍ତ୍ତନ ଓ ବଡ଼ ହୃତ୍‌ପିଣ୍ଡ ହୋଇଯାଏ ।[]

ଅଧିକାଂଶ ଲୋକ ଧଳା ଭାତ (white rice) ଖାଇବା ଯୋଗୁ, ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଅଧିକ ଡାଇୟୁରେଟିକ (diuretics) ବ୍ୟବ‌ହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[][] କ୍ୱଚିତ ଜେନେଟିକ (genetic) ରୋଗ ଥିଲେ ଖାଦ୍ୟରେ ଥିବା ଥିଆମିନ ଅବଶୋଷଣ ହୋଇନପାରିବାରୁ ଏହି ରୋଗ ହୁଏ ।[] ଶୁଷ୍କ ବେରିବେରିରେ କେର୍ନିକ ଏନସେଫାଲୋପାଥି (Wernicke encephalopathy) ଓ କୋର୍ସାକୋଫ ସିଣ୍ଡ୍ରୋମ (Korsakoff syndrome) ରୋଗ ମଧ୍ୟ ହୋଇପାରେ ।[] ଲକ୍ଷଣ, ପରିସ୍ରାରେ ସ୍ୱଳ୍ପ ପରିମାଣ ଥିଆମିନ, ଅଧିକ ରକ୍ତ ଲାକ୍ଟିକ ଏସିଡ (lactate) ଓ ଚିକିତ୍ସାରେ ଉନ୍ନତି ଦେଖାଦେଲେ ରୋଗ ନିର୍ଣ୍ଣୟ ହୁଏ ।[]

ପାଟିରେ ବା ଇଞ୍ଜେକସନ ଆକାରରେ ଥିଆମିନ ପରିପୂରକ (thiamine supplementation ଦେଇ ଏହାର ଚିକିତ୍ସା କରାଯାଏ ।[] ପ୍ରାୟ ୨ ସପ୍ତାହ ମଧ୍ୟରେ ରୋଗ ଉପଶମ ହୋଇଯାଅଏ ।[] ଖାଦ୍ୟ ପୁଷ୍ଟିକରଣ (Food fortification) ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[]

ଯୁକ୍ତରାଷ୍ଟ୍ର ଆମେରିକାରେ ଥିଆମିନ ଅଭାବ କ୍ୱଚିତ ଦେଖାଯାଏ ।[] ସାଧାରଣତଃ ଏହା ସବ-ସାହାରା ଆଫ୍ରିକାରେ (sub-Saharan Africa) ଦେଖାଯାଏ ।[] ରିଫ୍ୟୁଜି କ୍ୟାମ୍ପରେ (refugee camps) ଏହି ରୋଗର ମଡ଼କ ଦେଖାଯାଏ ।[] ହଜାର ହଜାର ବର୍ଷ ଧରି ଏସିଆରେ ଏହି ରୋଗ ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ ଓ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଚାଉଳକୁ ଅଧିକ ଶୁଭ୍ର କରିବାକୁ ପ୍ରସେସିଙ୍ଗ କରିବାରୁ ଏ ରୋଗ ଅଧିକ ହୋଇଥିଲା । []

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Beriberi". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017.
  2. ୨.୦ ୨.୧ Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?". Annals of the New York Academy of Sciences. doi:10.1111/nyas.13509. PMID 29064578.
  3. ୩.୦ ୩.୧ ୩.୨ ୩.୩ "Nutrition and Growth Guidelines | Domestic Guidelines - Immigrant and Refugee Health". CDC (in ଆମେରିକୀୟ ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017.
  4. Hermann, Wolfgang; Obeid, Rima (2011). Vitamins in the prevention of human diseases. Berlin: Walter de Gruyter. p. 58. ISBN 9783110214482.
  5. Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 1368. ISBN 9780323529570. Archived from the original on 2017-11-11.
  6. Gropper, Sareen S. and Smith, Jack L. (2013). Advanced Nutrition and Human Metabolism (6 ed.). Wadsworth, Cengage Learning. p. 324. ISBN 1133104053.{{cite book}}: CS1 maint: multiple names: authors list (link)
  7. ୭.୦ ୭.୧ Swaiman, Kenneth F.; Ashwal, Stephen; Ferriero, Donna M.; Schor, Nina F.; Finkel, Richard S.; Gropman, Andrea L.; Pearl, Phillip L.; Shevell, Michael (2017). Swaiman's Pediatric Neurology E-Book: Principles and Practice (in ଇଂରାଜୀ). Elsevier Health Sciences. p. e929. ISBN 9780323374811. Archived from the original on 2017-11-11.
  8. "Thiamin Fact Sheet for Consumers". Office of Dietary Supplements (ODS): USA.gov. Archived from the original on October 29, 2017. Retrieved April 10, 2018.
  9. Lanska, DJ (2010). "Chapter 30: historical aspects of the major neurological vitamin deficiency disorders: the water-soluble B vitamins". Handbook of clinical neurology. 95: 445–76. doi:10.1016/S0072-9752(08)02130-1. PMID 19892133.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ