ଥିଆମିନ ଅଭାବ

ଉଇକିପିଡ଼ିଆ ରୁ
Jump to navigation Jump to search
ଥିଆମିନ ଅଭାବ (Thiamine deficiency)[୧]
ବେରିବେରି, ଜୀବସାର ବି୧ ଅଭାବ, ଥିଆମିନ-ଡେଫିସିଏନ୍ସି ସିଣ୍ଡ୍ରୋମ [୧][୨]
ବିଭାଗ ସ୍ନାୟୁରୋଗ ବିଜ୍ଞାନ (Neurology), ହୃଦ୍‌ରୋଗ ବିଜ୍ଞାନ (cardiology), ଶିଶୁରୋଗ ବିଜ୍ଞାନ (pediatrics)
ଲକ୍ଷଣ ଆର୍ଦ୍ର: ଦୃତ ହୃଦ୍‌ଗତି, ଅଣନିଶ୍ୱାସୀ, ପାଦଫୁଲା [୧]
ଶୁଷ୍କ: କାଲୁଆ, ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା [୧]
କାରଣ ଯଥେଷ୍ଟ ଜୀବସାର କ ଅଭାବ[୧]
ବିପଦ କାରକ ଅଧିକାଂଶ ଧଳା ଭାତ (white rice), ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଡାଇୟୁରେଟିକ (diuretics)[୧][୩]
ପ୍ରତିକାର ଖାଦ୍ୟ ପୁଷ୍ଟିକରଣ (Food fortification)[୧]
ଚିକିତ୍ସା ଥିଆମିନ ପରିପୂରକ (Thiamine supplementation)[୧]
ପୌନଃପୁନିକ କ୍ୱଚିତ[୧]

ଥିଆମିନ ଅଭାବ (Thiamine deficiency) ଏକ ଡାକ୍ତରୀ ସମସ୍ୟା ଯେଉଁଥିରେ କମ୍ ପରିମାଣର ଥିଆମିନ ବା ଜୀବସାର କ ଖାଦ୍ୟ ଖାଇବାକୁ ମିଳେ ।[୧] ଏହା ସାଂଘାତିକ ଧରଣର ହେଲେ ବେରିବେରି କୁହାଯାଏ ।[୧][୪] ବୟଃପ୍ରାପ୍ତ ଲୋକଙ୍କର ୨ ପ୍ରକାର ଅଭାବ ଦେଖାଯାଏ ଯଥା:- ଆର୍ଦ୍ର ବେରିବେରି ଓ ଶୁଷ୍କ ବେରିବେରି ।[୧] ଆର୍ଦ୍ର ବେରିବେରି ରୋଗରେ ହୃତ୍‌ପିଣ୍ଡ ରକ୍ତନଳୀ ମଣ୍ଡଳ (cardiovascular system) ପ୍ରଭାବିତ ହେବା ଫଳରେ ଦୃତ ହୃଦ୍‌ଗତି, ଅଣନିଶ୍ୱାସୀ ଓ ପାଦଫୁଲା ହୁଏ ।[୧] ଶୁଷ୍କ ବେରିବେରି ରୋଗରେ ସ୍ନାୟୁ ମଣ୍ଡଳ ପ୍ରଭାବିତ ହେବା ଫଳରେ ପେରିଫେରାଲ ନିଉରୋପାଥି ହୋଇ କାଲୁଆ ଅନୁଭବ (numbness of the hands and feet), ମାନସିକ ଦ୍ୱନ୍ଦ୍ୱ, ଗୋଡ଼ ଚାଳନାରେ ସମସ୍ୟା, ଯନ୍ତ୍ରଣା ହୁଏ ।[୧] ଅନ୍ୟ ଏକ ପ୍ରକାର ଅଭାବରେ ଅରୁଚି ଓ କୋଷ୍ଠକାଠିନ୍ୟ ହୁଏ ।[୫] ଶିଶୁମାନଙ୍କର ଆକ୍ୟୁଟ ବେରିବେରି ହୋଇ ଅରୁଚି, ବାନ୍ତି, ଲାକ୍ଟିକଏସିଡୋସିସ (lactic acidosis), ହୃଦ୍‌ଗତି ହାର ପରିବର୍ତ୍ତନ ଓ ବଡ଼ ହୃତ୍‌ପିଣ୍ଡ ହୋଇଯାଏ ।[୬]

ଅଧିକାଂଶ ଲୋକ ଧଳା ଭାତ (white rice) ଖାଇବା ଯୋଗୁ, ମଦ୍ୟାତ୍ୟୟ, ଡାଏଲିସିସ (dialysis), କ୍ରନିକ ତରଳ ଝାଡ଼ା, ଅଧିକ ଡାଇୟୁରେଟିକ (diuretics) ବ୍ୟବ‌ହାର ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୁଏ ।[୧][୩] କ୍ୱଚିତ ଜେନେଟିକ (genetic) ରୋଗ ଥିଲେ ଖାଦ୍ୟରେ ଥିବା ଥିଆମିନ ଅବଶୋଷଣ ହୋଇନପାରିବାରୁ ଏହି ରୋଗ ହୁଏ ।[୧] ଶୁଷ୍କ ବେରିବେରିରେ କେର୍ନିକ ଏନସେଫାଲୋପାଥି (Wernicke encephalopathy) ଓ କୋର୍ସାକୋଫ ସିଣ୍ଡ୍ରୋମ (Korsakoff syndrome) ରୋଗ ମଧ୍ୟ ହୋଇପାରେ ।[୩] ଲକ୍ଷଣ, ପରିସ୍ରାରେ ସ୍ୱଳ୍ପ ପରିମାଣ ଥିଆମିନ, ଅଧିକ ରକ୍ତ ଲାକ୍ଟିକ ଏସିଡ (lactate) ଓ ଚିକିତ୍ସାରେ ଉନ୍ନତି ଦେଖାଦେଲେ ରୋଗ ନିର୍ଣ୍ଣୟ ହୁଏ ।[୭]

ପାଟିରେ ବା ଇଞ୍ଜେକସନ ଆକାରରେ ଥିଆମିନ ପରିପୂରକ (thiamine supplementation ଦେଇ ଏହାର ଚିକିତ୍ସା କରାଯାଏ ।[୧] ପ୍ରାୟ ୨ ସପ୍ତାହ ମଧ୍ୟରେ ରୋଗ ଉପଶମ ହୋଇଯାଅଏ ।[୭] ଖାଦ୍ୟ ପୁଷ୍ଟିକରଣ (Food fortification) ପଦ୍ଧତିରେ ଏହି ରୋଗ ପ୍ରତିଷେଧ କରିହୁଏ ।[୧]

ଯୁକ୍ତରାଷ୍ଟ୍ର ଆମେରିକାରେ ଥିଆମିନ ଅଭାବ କ୍ୱଚିତ ଦେଖାଯାଏ ।[୮] ସାଧାରଣତଃ ଏହା ସବ-ସାହାରା ଆଫ୍ରିକାରେ (sub-Saharan Africa) ଦେଖାଯାଏ ।[୨] ରିଫ୍ୟୁଜି କ୍ୟାମ୍ପରେ (refugee camps) ଏହି ରୋଗର ମଡ଼କ ଦେଖାଯାଏ ।[୩] ହଜାର ହଜାର ବର୍ଷ ଧରି ଏସିଆରେ ଏହି ରୋଗ ହେଉଥିବାର ବର୍ଣ୍ଣନା ଦେଖିବାକୁ ମିଳେ ଓ ୧୮୦୦ ଶତାବ୍ଦୀର ଶେଷ ଭାଗରେ ଚାଉଳକୁ ଅଧିକ ଶୁଭ୍ର କରିବାକୁ ପ୍ରସେସିଙ୍ଗ କରିବାରୁ ଏ ରୋଗ ଅଧିକ ହୋଇଥିଲା । [୯]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ ୧.୧୭ "Beriberi". Genetic and Rare Diseases Information Center (GARD) – an NCATS Program (in ଇଂରାଜୀ). 2015. Archived from the original on 11 November 2017. Retrieved 11 November 2017. 
  2. ୨.୦ ୨.୧ Adamolekun, B; Hiffler, L (24 October 2017). "A diagnosis and treatment gap for thiamine deficiency disorders in sub-Saharan Africa?". Annals of the New York Academy of Sciences. doi:10.1111/nyas.13509. PMID 29064578. 
  3. ୩.୦ ୩.୧ ୩.୨ ୩.୩ "Nutrition and Growth Guidelines | Domestic Guidelines - Immigrant and Refugee Health". CDC (in ଇଂରାଜୀ). March 2012. Archived from the original on 11 November 2017. Retrieved 11 November 2017. 
  4. Hermann, Wolfgang; Obeid, Rima (୨୦୧୧). Vitamins in the prevention of human diseases. Berlin: Walter de Gruyter. p. ୫୮. ISBN ୯୭୮୩୧୧୦୨୧୪୪୮୨. 
  5. Ferri, Fred F. (୨୦୧୭). Ferri's Clinical Advisor ୨୦୧୮ E-Book: ୫ Books in ୧ (in ଇଂରାଜୀ). Elsevier Health Sciences. p. ୧୩୬୮. ISBN ୯୭୮୦୩୨୩୫୨୯୫୭୦. Archived from the original on ୨୦୧୭-୧୧-୧୧. 
  6. Gropper, Sareen S. and Smith, Jack L. (୨୦୧୩). Advanced Nutrition and Human Metabolism (୬ ed.). Wadsworth, Cengage Learning. p. ୩୨୪. ISBN ୧୧୩୩୧୦୪୦୫୩. 
  7. ୭.୦ ୭.୧ Swaiman, Kenneth F.; Ashwal, Stephen; Ferriero, Donna M.; Schor, Nina F.; Finkel, Richard S.; Gropman, Andrea L.; Pearl, Phillip L.; Shevell, Michael (୨୦୧୭). Swaiman's Pediatric Neurology E-Book: Principles and Practice (in ଇଂରାଜୀ). Elsevier Health Sciences. p. e୯୨୯. ISBN ୯୭୮୦୩୨୩୩୭୪୮୧୧. Archived from the original on ୨୦୧୭-୧୧-୧୧. 
  8. "Thiamin Fact Sheet for Consumers". Office of Dietary Supplements (ODS): USA.gov. Archived from the original on October 29, 2017. Retrieved April 10, 2018. 
  9. Lanska, DJ (2010). "Chapter 30: historical aspects of the major neurological vitamin deficiency disorders: the water-soluble B vitamins". Handbook of clinical neurology. 95: 445–76. doi:10.1016/S0072-9752(08)02130-1. PMID 19892133. 

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ