ଟେଲମିସାର୍ଟାନ/ଆମ୍ଲୋଡିପାଇନ
| Combination of | |
|---|---|
| Telmisartan | Angiotensin II receptor antagonist |
| Amlodipine | Calcium channel blocker |
| Clinical data | |
| Trade names | Twynsta, others |
| Routes of administration | By mouth |
| Legal status | |
| Legal status |
|
| Identifiers | |
| CAS Number | |
ଟେଲମିସାର୍ଟାନ/ଆମ୍ଲୋଡିପାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଟ୍ୱିନ୍ଷ୍ଟା, ଏକ ଔଷଧ ଯାହା ଉଚ୍ଚ ରକ୍ତଚାପର ଚିକିତ୍ସା ପାଇଁ ବ୍ୟବହୃତ ହୁଏ | [୧] ଏଥିରେ ଟେଲମିସାର୍ଟାନ ନାମକ ଏକଆଞ୍ଜିଓଟେନସିନ୍ ୨ ରିସେପ୍ଟର ଆଣ୍ଟାଗୋନନିଷ୍ଟ ଓ ଆମ୍ଲୋଡିପାଇନ ନାମକ ଏକ କ୍ୟାଲସିଅମ ଚାନେଲ ବ୍ଲକରର ମିଶ୍ରଣ ଥାଏ | [୨] ଏହା ପାଟିରେ ଦିଆଯାଏ | [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ଫୁଲିଯିବା ଏବଂ ପିଠି ଯନ୍ତ୍ରଣା ହୋଇପାରେ | [୧] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ବୃକ୍କ ସମସ୍ୟା, ଇଲେକ୍ଟ୍ରୋଲାଇଟ ସମସ୍ୟା ଏବଂ ହୃଦଘାତ ହୋଇପାରେ। [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୨] ଆଞ୍ଜିଓଟେନସିନ୍ ୨ର ପ୍ରଭାବକୁ ଅବରୋଧ କରି ଟେଲମିସାର୍ଟାନ କାମ କରୁଥିବାବେଳେ କୋମଳ ଓ ହୃତ୍ପିଣ୍ଡ ମାଂସପେଶୀ ମଧ୍ୟକୁ କ୍ୟାଲସିଅମ ଆୟନ ପ୍ରବେଶକୁ ଆମ୍ଲୋଡିପାଇନ ହ୍ରାସ କରି କାର୍ଯ୍ୟକ୍ଷମ ହୁଏ | [୨]
୨୦୦୯ ମସିହାରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଏହି ମିଶ୍ରଣକୁ ଯୁକ୍ତରାଷ୍ଟ୍ରରେ ଅନୁମୋଦନ କରାଯାଇଥିଲା | [୧] ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାରେ ଏହାର ନାମ ଅଛି । [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ | [୪] ଯୁକ୍ତରାଷ୍ଟ୍ରରେ ୨୦୧୯ ସୁଦ୍ଧା ଏହାର ମୂଲ୍ୟ ପ୍ରତି ମାସରେ ଅତି କମରେ ୫୭ ଆମେରିକୀୟ ଡଲାର ଅଟେ। [୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "DailyMed - TELMISARTAN AND AMLODIPINE tablet". dailymed.nlm.nih.gov. Archived from the original on 28 February 2020. Retrieved 30 October 2019.
- ↑ ୨.୦ ୨.୧ ୨.୨ ୨.୩ ୨.୪ "DailyMed - TELMISARTAN AND AMLODIPINE tablet". dailymed.nlm.nih.gov. Archived from the original on 28 February 2020. Retrieved 30 October 2019.
- ↑ "World Health Organization model list of essential medicines: 21st list 2019". 2019.
{{cite journal}}: Cite journal requires|journal=(help) - ↑ "Telmisartan and Amlodipine (Professional Patient Advice)". Drugs.com (in ଇଂରାଜୀ). Archived from the original on 30 October 2019. Retrieved 30 October 2019.
- ↑ "Amlodipine/telmisartan Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 30 October 2019. Retrieved 30 October 2019.