ସୁମିତ୍ରାନନ୍ଦନ ପନ୍ଥ

ଉଇକିପିଡ଼ିଆ‌ରୁ
(Sumitranandan Pantରୁ ଲେଉଟି ଆସିଛି)


ସୁମିତ୍ରାନନ୍ଦନ ପନ୍ତ
ସୁମିତ
ଜନ୍ମ ଓ ଜନ୍ମସ୍ଥାନ(1900-05-20)୨୦ ମଇ ୧୯୦୦
କୌସାନୀ, ଉତ୍ତରାଖଣ୍ଡ
ମୃତ୍ୟୁ୨୮ ଡିସେମ୍ବର ୧୯୭୭(1977-12-28) (ବୟସ ୭୭)
ଆଲାହାବାଦ, ଉତ୍ତର ପ୍ରଦେଶ, ଭାରତ
ବୃତ୍ତିସାହିତ୍ୟିକ
ଜାତୀୟତାଭାରତୀୟ
ଶିକ୍ଷାହିନ୍ଦୀ ସାହିତ୍ୟ
ବିଷୟସଂସ୍କୃତ
ପୁରସ୍କାରପଦ୍ମ ଭୂଷଣ (୧୯୬୧)
ଜ୍ଞାନପୀଠ ପୁରସ୍କାର (୧୯୬୮)

Portal icon Literature portal

ସୁମିତ୍ରାନନ୍ଦନ ପନ୍ତ (୨୦ ମଇ ୧୯୦୦ – ୨୮ ଡିସେମ୍ବର ୧୯୭୭) ଜଣେ ହିନ୍ଦୀ କବି ଥିଲେ ।[୧] ତାଙ୍କ କବିତା ମୁଖ୍ୟତଃ ପ୍ରକୃତି, ମନୁଷ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟଦ୍ୱାରା ଅନୁପ୍ରାଣିତ ହୋଇଥିଲା ।[୨]

ଜୀବନୀ[ସମ୍ପାଦନା]

ସୁମିତ୍ରାନନ୍ଦନ, ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲା ଅନ୍ତର୍ଗତ କୌସାନୀଠାରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ଜନ୍ମ ପରେ ପରେ ତାଙ୍କ ମା'ଙ୍କର ପରଲୋକ ଘଟିଥିଲା । ପିଲାବେଳେ ତାଙ୍କୁ ପରିବାରରୁ ସ୍ନେହ ମିଳି ନଥିଲା ଓ ଏହି ଅବଶୋଷ ତାଙ୍କ ଲେଖାକୁ ମଧ୍ୟ ପ୍ରଭାବିତ କରିଥିଲା ।[୪] ତାଙ୍କ ପିତା ଜଣେ ଜମିଦାର ଓ ଏକ ଚା ବଗିଚାର ମ୍ୟାନେଜର ଥିଲେ । ତାଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ଥିଲେ । ଗ୍ରାମ୍ୟ ପରିବେଶରେ ବଢିଥିବାରୁ, ଗ୍ରାମ୍ୟ ସଂସ୍କୃତିର ପ୍ରଭାବ ତାଙ୍କ ଲେଖାରେ ପରିଲିକ୍ଷିତ ହୁଏ ।

୧୯୧୮ ମସିହାରେ ସୁମିତ୍ରାନନ୍ଦନ ବାରଣାସୀର କୁଇନ୍ସ କଲେଜରେ ନାମ ଲେଖାଇଥିଲେ । ସେଠାରେ ସେ ରବୀନ୍ଦ୍ରନାଥ ଠାକୁର, ସରୋଜିନୀ ନାଇଡୁ ଏବଂ ଅନ୍ୟ ଇଂରାଜୀ କବିମାନଙ୍କୁ ପଢ଼ିବା ଆରମ୍ଭ କରିଥିଲେ । ଏହି କବିମାନଙ୍କର ଲେଖା ପରବର୍ତ୍ତୀ ସମୟରେ ତାଙ୍କ ରଚନାକୁ ପ୍ରଭାବିତ କରିଥିଲେ । [୪] ୧୯୧୯ ମସିହାରେ ସେ ଆଲାହାବାଦର ମୁଇର କଲେଜରେ ନାମ ଲେଖାଇଥିଲେ । ବ୍ରିଟିଶ ଶାସନକୁ ବିରୋଧ କରି, ସେ କଲେଜ ପାଠ ଅଧାରୁ ଛାଡିଥିଲେ ଓ କବିତା ଲେଖାରେ ମନୋନିବେଶ କରିଥିଲେ । ୧୯୨୬ ମସିହାରେ ତାଙ୍କ କବିତା ସଂକଳନ "ପଲ୍ଲବ" ପ୍ରକାଶ ପାଇଥିଲା । ଏହି ପୁସ୍ତକ ତାଙ୍କୁ ଜଣେ କବିର ପ୍ରତିଷ୍ଠା ଆଣି ଦେଇଥିଲା । ପୁସ୍ତକର ମୁଖ ବନ୍ଧରେ ସେ ଲେଖିଥିଲେ ଯେ, "ହିନ୍ଦୀ ଭାଷୀମାନେ ଭାବନ୍ତି ଗୋଟିଏ ଭାଷାରେ ଓ ପ୍ରକାଶ କରନ୍ତୁ ଅନ୍ୟ ଏକ ଭାଷାରେ" ।[୪] 'ବ୍ରଜ ଭାଷାକୁ' ବାଦ ଦେଇ ଅନ୍ୟ ଏକ ରାଷ୍ଟ୍ରଭାଷା ନିର୍ମାଣ ପାଇଁ ସେ ପ୍ରଚେଷ୍ଟା କରିଥିଲେ ।

୧୯୩୧ ମସିହାରେ ସୁମିତ୍ରାନନ୍ଦନ "କଳାକଙ୍କର" ଗ୍ରାମକୁ ଯାଇ ସେଠାର ପ୍ରାକୃତିକ ପରିବେଶ ମଧ୍ୟରେ ୯ ବର୍ଷ ଧରି ଏକାନ୍ତରେ ରହିଥିଲେ । ସେହି ସମୟରେ ସେ ମହାତ୍ମା ଗାନ୍ଧୀକାର୍ଲ ମାର୍କସଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଓ ସେମାନଙ୍କ ବିଷୟରେ ଅନେକ କବିତା ଲେଖିଥିଲେ । ୧୯୪୧ରେ ସେ ଅଲମୋଡା ଫେରି ଆସି ଉଦୟ ଶଙ୍କର କଳା ଅନୁଷ୍ଠାନରେ ନାଟ୍ୟକଳା ଶିଖିଥିଲେ । ସେ ଶ୍ରୀ ଅରବିନ୍ଦଙ୍କର "ଦ ଲାଇଫ ଡିଭାଇନ" ପଢ଼ି ବହୁଳ ଭାବରେ ପ୍ରଭାବିତ ହେବାର ତିନିବର୍ଷ ପରେ ସେ ପଣ୍ଡିଚେରୀ (ସହର)ର ଅରବିନ୍ଦ ଆଶ୍ରମକୁ ଯାଇଥିଲେ । ୧୯୪୬ରେ ସେ ଆଲାହାବାଦ ଫେରି ପୁଣି ମୁଖ୍ୟ ସାହିତ୍ୟଧାରାରେ ଯୋଗ ଦେଇଥିଲେ ।

ସାହିତ୍ୟ ସର୍ଜନା[ସମ୍ପାଦନା]

ସୁମିତ୍ରାନନ୍ଦନ, ହିନ୍ଦୀ ସାହିତ୍ୟର ଛାୟାବାଦ ଧାରାର ପ୍ରମୁଖ ସାହିତ୍ୟିକ ଥିଲେ । ସେ ନିଜ ରଚନାରେ ସାଂସ୍କୃତିକ ହିନ୍ଦୀ ଭାଷାର ପ୍ରୟୋଗ କରୁଥିଲେ । ତାଙ୍କର ୨୮ଟି ପୁସ୍ତକ ପ୍ରକାଶିତ ହୋଇଛି । ସେଥି ମଧ୍ୟରେ କବିତା, ପ୍ରବନ୍ଧ ଓ ନାଟକ ରହିଛି ।

ଛାୟାବାଦୀ କବିତା ବ୍ୟତିତ, ପନ୍ତ ପ୍ରଗତିଶୀଳ, ମାନବୀକ, ସାମାଜିକ [୫] ଓ ଶ୍ରୀ ଅରବିନ୍ଦଙ୍କଦ୍ୱାରା ପ୍ରଭାବିତ ଦାର୍ଶନିକ କବିତା ଲେଖିଥିଲେ । ପରବର୍ତ୍ତୀ ସମୟରେ ସେ ମନସ୍ତାତ୍ତ୍ୱିକ ଓ ପ୍ରୟୋଗାତ୍ମକ କବିତା ଲେଖିଥିଲେ ।[୪]

ରଚନାବଳୀ[ସମ୍ପାଦନା]

  • ଚିଦମ୍ବରା[୬]
  • ସ୍ୱଚ୍ଛନ୍ଦ[୭]
  • ତାରାପଥ[୮]
  • ପଲ୍ଲବ[୯]
  • କାଲା ଔର ବୁଢ଼ା ଚାନ୍ଦ[୧୦]
  • ଗ୍ରନ୍ଥି[୧୧]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଜ୍ଞାନପୀଠ ପୁରସ୍କାର - ୧୯୬୮ ( "ଚିଦମ୍ବରା" ପୁସ୍ତକ ପାଇଁ ।ଏ ହି ପୁରସ୍କାର ପାଇଥିବା ସେ ପ୍ରଥମ ହିନ୍ଦୀ କବି ଥିଲେ )[୧୨]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ( "କାଲା ଔର ବୁଢ଼ା ଚାନ୍ଦ" ପାଇଁ)
  • କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ
  • ପଦ୍ମ ଭୂଷଣ - ୧୯୬୧[୧୩]

ପରଲୋକ[ସମ୍ପାଦନା]

୧୯୭୭ ମସିହା ଡିସେମ୍ବର ୨୮ ତାରିଖରେ ଆଲାହାବାଦଠାରେ ପନ୍ତଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ପରେ, ତାଙ୍କ ବାସଭବନକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇଛି । ସେଠାରେ ତାଙ୍କ ଲିଖିତ କବିତା, ପ୍ରବନ୍ଧ, ଚିଠି ଓ ସେ ପାଇଥିବା ବିଭିନ୍ନ ପୁରସ୍କାର ରଖାଯାଇଛି ।

ଆଧାର[ସମ୍ପାଦନା]

  1. Naresh Sharma; Tej K. Bhatia (30 October 2015). The Routledge Intermediate Hindi Reader. Taylor & Francis. pp. 1–. ISBN 978-1-317-96285-4.
  2. Ramji Pandey; Sumitra Nandan Pant (1982). Sumitrānandana Panta, vyaktitva aura kr̥titva. Neśanala.
  3. Hans Peter Theodor Gaeffke; Peter Gaeffke (1978). Hindi Literature in the Twentieth Century. Otto Harrassowitz Verlag. pp. 32–. ISBN 978-3-447-01614-8.
  4. ୪.୦ ୪.୧ ୪.୨ ୪.୩ Rubin, David (1993). The Return of Sarasvati: Four Hindi Poets. Oxford University Press. pp. 105–106. ISBN 978-0195643695
  5. "Chhayavaadi Poet Sumitranandan Pant". Youtube.
  6. Sumitranandan Pant (1 January 1991). Chidambara. Rajkamal Prakashan. ISBN 978-81-267-0491-0.
  7. Sumitranandan Pant (1 January 2000). Swachchhand. Rajkamal Prakashan. ISBN 978-81-267-0092-9.
  8. Sumitranandan Pant (1 January 2009). Tarapath. Lokbharti Prakashan. ISBN 978-81-8031-365-3.
  9. Sumitranandan Pant (1 January 1958). Pallav. Rajkamal Prakashan. ISBN 978-81-267-1866-5.
  10. Sumitranandan Pant (1 September 2007). Kala Aur Boodha Chand. Rajkamal Prakashan. ISBN 978-81-267-1444-5.
  11. Sumitra Nandan Pant (1956). Granthi. Bhāratī-Bhaṇḍāra, 2014 Vi. [i.e., 1956/57].{{cite book}}: CS1 maint: extra punctuation (link)
  12. "Jnanpith Laureates Official listings". Jnanpith Website. Archived from the original on 13 October 2007.
  13. "Padma Awards" (PDF). Ministry of Home Affairs, Government of India. 2015. Retrieved 21 July 2015.