ସୁମିତ୍ରାନନ୍ଦନ ପନ୍ଥ
ସୁମିତ୍ରାନନ୍ଦନ ପନ୍ତ | |
---|---|
ଜନ୍ମ ଓ ଜନ୍ମସ୍ଥାନ | କୌସାନୀ, ଉତ୍ତରାଖଣ୍ଡ | ୨୦ ମଇ ୧୯୦୦
ମୃତ୍ୟୁ | ୨୮ ଡିସେମ୍ବର ୧୯୭୭ ଆଲାହାବାଦ, ଉତ୍ତର ପ୍ରଦେଶ, ଭାରତ | (ବୟସ ୭୭)
ବୃତ୍ତି | ସାହିତ୍ୟିକ |
ଜାତୀୟତା | ଭାରତୀୟ |
ଶିକ୍ଷା | ହିନ୍ଦୀ ସାହିତ୍ୟ |
ବିଷୟ | ସଂସ୍କୃତ |
ପୁରସ୍କାର | ପଦ୍ମ ଭୂଷଣ (୧୯୬୧) ଜ୍ଞାନପୀଠ ପୁରସ୍କାର (୧୯୬୮) |
ଲୁଆ ତ୍ରୁଟି: bad argument #2 to 'title.new' (unrecognized namespace name 'Portal') । |
ସୁମିତ୍ରାନନ୍ଦନ ପନ୍ତ (୨୦ ମଇ ୧୯୦୦ – ୨୮ ଡିସେମ୍ବର ୧୯୭୭) ଜଣେ ହିନ୍ଦୀ କବି ଥିଲେ ।[୧] ତାଙ୍କ କବିତା ମୁଖ୍ୟତଃ ପ୍ରକୃତି, ମନୁଷ୍ୟର ଅନ୍ତର୍ନିହିତ ସୌନ୍ଦର୍ଯ୍ୟଦ୍ୱାରା ଅନୁପ୍ରାଣିତ ହୋଇଥିଲା ।[୨]
ଜୀବନୀ
[ସମ୍ପାଦନା]ସୁମିତ୍ରାନନ୍ଦନ, ଉତ୍ତରାଖଣ୍ଡର ଅଲମୋଡା ଜିଲ୍ଲା ଅନ୍ତର୍ଗତ କୌସାନୀଠାରେ ଏକ ମଧ୍ୟବିତ୍ତ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୩] ତାଙ୍କ ଜନ୍ମ ପରେ ପରେ ତାଙ୍କ ମା'ଙ୍କର ପରଲୋକ ଘଟିଥିଲା । ପିଲାବେଳେ ତାଙ୍କୁ ପରିବାରରୁ ସ୍ନେହ ମିଳି ନଥିଲା ଓ ଏହି ଅବଶୋଷ ତାଙ୍କ ଲେଖାକୁ ମଧ୍ୟ ପ୍ରଭାବିତ କରିଥିଲା ।[୪] ତାଙ୍କ ପିତା ଜଣେ ଜମିଦାର ଓ ଏକ ଚା ବଗିଚାର ମ୍ୟାନେଜର ଥିଲେ । ତାଙ୍କ ପରିବାର ଆର୍ଥିକ ସ୍ୱଚ୍ଛଳ ଥିଲେ । ଗ୍ରାମ୍ୟ ପରିବେଶରେ ବଢିଥିବାରୁ, ଗ୍ରାମ୍ୟ ସଂସ୍କୃତିର ପ୍ରଭାବ ତାଙ୍କ ଲେଖାରେ ପରିଲିକ୍ଷିତ ହୁଏ ।
୧୯୧୮ ମସିହାରେ ସୁମିତ୍ରାନନ୍ଦନ ବାରଣାସୀର କୁଇନ୍ସ କଲେଜରେ ନାମ ଲେଖାଇଥିଲେ । ସେଠାରେ ସେ ରବୀନ୍ଦ୍ରନାଥ ଠାକୁର, ସରୋଜିନୀ ନାଇଡୁ ଏବଂ ଅନ୍ୟ ଇଂରାଜୀ କବିମାନଙ୍କୁ ପଢ଼ିବା ଆରମ୍ଭ କରିଥିଲେ । ଏହି କବିମାନଙ୍କର ଲେଖା ପରବର୍ତ୍ତୀ ସମୟରେ ତାଙ୍କ ରଚନାକୁ ପ୍ରଭାବିତ କରିଥିଲେ । [୪] ୧୯୧୯ ମସିହାରେ ସେ ଆଲାହାବାଦର ମୁଇର କଲେଜରେ ନାମ ଲେଖାଇଥିଲେ । ବ୍ରିଟିଶ ଶାସନକୁ ବିରୋଧ କରି, ସେ କଲେଜ ପାଠ ଅଧାରୁ ଛାଡିଥିଲେ ଓ କବିତା ଲେଖାରେ ମନୋନିବେଶ କରିଥିଲେ । ୧୯୨୬ ମସିହାରେ ତାଙ୍କ କବିତା ସଂକଳନ "ପଲ୍ଲବ" ପ୍ରକାଶ ପାଇଥିଲା । ଏହି ପୁସ୍ତକ ତାଙ୍କୁ ଜଣେ କବିର ପ୍ରତିଷ୍ଠା ଆଣି ଦେଇଥିଲା । ପୁସ୍ତକର ମୁଖ ବନ୍ଧରେ ସେ ଲେଖିଥିଲେ ଯେ, "ହିନ୍ଦୀ ଭାଷୀମାନେ ଭାବନ୍ତି ଗୋଟିଏ ଭାଷାରେ ଓ ପ୍ରକାଶ କରନ୍ତୁ ଅନ୍ୟ ଏକ ଭାଷାରେ" ।[୪] 'ବ୍ରଜ ଭାଷାକୁ' ବାଦ ଦେଇ ଅନ୍ୟ ଏକ ରାଷ୍ଟ୍ରଭାଷା ନିର୍ମାଣ ପାଇଁ ସେ ପ୍ରଚେଷ୍ଟା କରିଥିଲେ ।
୧୯୩୧ ମସିହାରେ ସୁମିତ୍ରାନନ୍ଦନ "କଳାକଙ୍କର" ଗ୍ରାମକୁ ଯାଇ ସେଠାର ପ୍ରାକୃତିକ ପରିବେଶ ମଧ୍ୟରେ ୯ ବର୍ଷ ଧରି ଏକାନ୍ତରେ ରହିଥିଲେ । ସେହି ସମୟରେ ସେ ମହାତ୍ମା ଗାନ୍ଧୀ ଓ କାର୍ଲ ମାର୍କସଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ ଓ ସେମାନଙ୍କ ବିଷୟରେ ଅନେକ କବିତା ଲେଖିଥିଲେ । ୧୯୪୧ରେ ସେ ଅଲମୋଡା ଫେରି ଆସି ଉଦୟ ଶଙ୍କର କଳା ଅନୁଷ୍ଠାନରେ ନାଟ୍ୟକଳା ଶିଖିଥିଲେ । ସେ ଶ୍ରୀ ଅରବିନ୍ଦଙ୍କର "ଦ ଲାଇଫ ଡିଭାଇନ" ପଢ଼ି ବହୁଳ ଭାବରେ ପ୍ରଭାବିତ ହେବାର ତିନିବର୍ଷ ପରେ ସେ ପଣ୍ଡିଚେରୀ (ସହର)ର ଅରବିନ୍ଦ ଆଶ୍ରମକୁ ଯାଇଥିଲେ । ୧୯୪୬ରେ ସେ ଆଲାହାବାଦ ଫେରି ପୁଣି ମୁଖ୍ୟ ସାହିତ୍ୟଧାରାରେ ଯୋଗ ଦେଇଥିଲେ ।
ରଚନାବଳୀ
[ସମ୍ପାଦନା]ସୁମିତ୍ରାନନ୍ଦନ, ହିନ୍ଦୀ ସାହିତ୍ୟର ଛାୟାବାଦ ଧାରାର ପ୍ରମୁଖ ସାହିତ୍ୟିକ ଥିଲେ । ସେ ନିଜ ରଚନାରେ ସାଂସ୍କୃତିକ ହିନ୍ଦୀ ଭାଷାର ପ୍ରୟୋଗ କରୁଥିଲେ । ତାଙ୍କର ୨୮ଟି ପୁସ୍ତକ ପ୍ରକାଶିତ ହୋଇଛି । ସେଥି ମଧ୍ୟରେ କବିତା, ପ୍ରବନ୍ଧ ଓ ନାଟକ ରହିଛି ।
ଛାୟାବାଦୀ କବିତା ବ୍ୟତିତ, ପନ୍ତ ପ୍ରଗତିଶୀଳ, ମାନବୀକ, ସାମାଜିକ [୫] ଓ ଶ୍ରୀ ଅରବିନ୍ଦଙ୍କଦ୍ୱାରା ପ୍ରଭାବିତ ଦାର୍ଶନିକ କବିତା ଲେଖିଥିଲେ । ପରବର୍ତ୍ତୀ ସମୟରେ ସେ ମନସ୍ତାତ୍ତ୍ୱିକ ଓ ପ୍ରୟୋଗାତ୍ମକ କବିତା ଲେଖିଥିଲେ ।[୪]
ରଚନାବଳୀ
[ସମ୍ପାଦନା]ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଜ୍ଞାନପୀଠ ପୁରସ୍କାର - ୧୯୬୮ ( "ଚିଦମ୍ବରା" ପୁସ୍ତକ ପାଇଁ ।ଏ ହି ପୁରସ୍କାର ପାଇଥିବା ସେ ପ୍ରଥମ ହିନ୍ଦୀ କବି ଥିଲେ )[୧୨]
- କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ( "କାଲା ଔର ବୁଢ଼ା ଚାନ୍ଦ" ପାଇଁ)
- କେନ୍ଦ୍ର ସାହିତ୍ୟ ଏକାଡେମୀ ଫେଲୋସିପ
- ପଦ୍ମ ଭୂଷଣ - ୧୯୬୧[୧୩]
ପରଲୋକ
[ସମ୍ପାଦନା]୧୯୭୭ ମସିହା ଡିସେମ୍ବର ୨୮ ତାରିଖରେ ଆଲାହାବାଦଠାରେ ପନ୍ତଙ୍କର ପରଲୋକ ଘଟିଥିଲା । ତାଙ୍କ ମୃତ୍ୟୁ ପରେ, ତାଙ୍କ ବାସଭବନକୁ ଏକ ସଂଗ୍ରହାଳୟରେ ପରିଣତ କରାଯାଇଛି । ସେଠାରେ ତାଙ୍କ ଲିଖିତ କବିତା, ପ୍ରବନ୍ଧ, ଚିଠି ଓ ସେ ପାଇଥିବା ବିଭିନ୍ନ ପୁରସ୍କାର ରଖାଯାଇଛି ।
ଆଧାର
[ସମ୍ପାଦନା]- ↑ Naresh Sharma; Tej K. Bhatia (30 October 2015). The Routledge Intermediate Hindi Reader. Taylor & Francis. pp. 1–. ISBN 978-1-317-96285-4.
- ↑ Ramji Pandey; Sumitra Nandan Pant (1982). Sumitrānandana Panta, vyaktitva aura kr̥titva. Neśanala.
- ↑ Hans Peter Theodor Gaeffke; Peter Gaeffke (1978). Hindi Literature in the Twentieth Century. Otto Harrassowitz Verlag. pp. 32–. ISBN 978-3-447-01614-8.
- ↑ ୪.୦ ୪.୧ ୪.୨ ୪.୩ Rubin, David (1993). The Return of Sarasvati: Four Hindi Poets. Oxford University Press. pp. 105–106. ISBN 978-0195643695
- ↑ "Chhayavaadi Poet Sumitranandan Pant". Youtube.
- ↑ Sumitranandan Pant (1 January 1991). Chidambara. Rajkamal Prakashan. ISBN 978-81-267-0491-0.
- ↑ Sumitranandan Pant (1 January 2000). Swachchhand. Rajkamal Prakashan. ISBN 978-81-267-0092-9.
- ↑ Sumitranandan Pant (1 January 2009). Tarapath. Lokbharti Prakashan. ISBN 978-81-8031-365-3.
- ↑ Sumitranandan Pant (1 January 1958). Pallav. Rajkamal Prakashan. ISBN 978-81-267-1866-5.
- ↑ Sumitranandan Pant (1 September 2007). Kala Aur Boodha Chand. Rajkamal Prakashan. ISBN 978-81-267-1444-5.
- ↑ Sumitra Nandan Pant (1956). Granthi. Bhāratī-Bhaṇḍāra, 2014 Vi. [i.e., 1956/57].
{{cite book}}
: CS1 maint: extra punctuation (link) - ↑ "Jnanpith Laureates Official listings". Jnanpith Website. Archived from the original on 13 October 2007.
- ↑ "Padma Awards" (PDF). Ministry of Home Affairs, Government of India. 2015. Retrieved 21 July 2015.