ସୁମନ ମହାରଣା

ଉଇକିପିଡ଼ିଆ‌ରୁ
(Suman Maharanaରୁ ଲେଉଟି ଆସିଛି)
ସୁମନ ମହାରଣା
ଜନ୍ମ
ସୁମନ ମହାରଣା

ବୃତ୍ତିଓଡ଼ିଆ ହାସ୍ୟ ଅଭିନେତା
ସକ୍ରିୟ ବର୍ଷ୨୦୦୪-ଏବେଯାଏଁ

ସୁମନ ମହାରଣା ଜଣେ ଓଡ଼ିଆ କଥାଚିତ୍ର ଏବଂ ଦୂରଦର୍ଶନ ଅଭିନେତା । ସେ ମୁଖ୍ୟତଃ ହାସ୍ୟ କଳାକାର ଭାବରେ ପରିଚିତ । ସେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ସୁମନ ତାଙ୍କର ପ୍ରଥମ କଥାଚିତ୍ର ପାଇଁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ପାଇଥିଲେ ଏବଂ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ପାଇଥିଲେ ।[୧]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁମନ ମହାରଣା ଏକ ଗରିବ ପରିବାରରୁ ଆସିଥିଲେ । ସେ ଭୁବନେଶ୍ୱରର ବସ୍ତି ଅଞ୍ଚଳରେ ହିଁ ବଡ଼ ହୋଇଥିଲେ । ସୁମନଙ୍କର ଉଚ୍ଚତ ୪ ଫୁଟ । ତେଣୁ ସେ ଅଧିକାଂଶ ଚଳଚ୍ଚିତ୍ରର ବାମନ ଭୂମିକା ପାଇଁ ମୁଖ୍ୟତଃ ବଛାଯାଇଥାନ୍ତି ।[୧]

ଅଭିନୟ ଜୀବନ[ସମ୍ପାଦନା]

ସୁମନ ଓଡ଼ିଆ କଥାଚିତ୍ର କଣ୍ଢେଇ ଆଖିରେ ଲୁହ ଜରିଆରେ ୨୦୦୪ ମସିହାରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ତାଙ୍କୁ ଶ୍ରେଷ୍ଠ ଶିଶୁ କଳାକାର ପୁରସ୍କାର ମିଳିଥିଲା । ଏହପରେ ସେ ବିଭିନ୍ନ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ । ଓଡ଼ିଆ କଥାଚିତ୍ର ଲକ୍ଷ୍ମୀ ପ୍ରତିମା ପାଇଁ ତାଙ୍କୁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।[୧]

ସୁମନ ଓଡ଼ିଆ କଥାଚିତ୍ର ଜଗତରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ସ‌ହ ଓଡ଼ିଆ ଦୂରଦର୍ଶନ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି । ସେ ଧାରାବାହିକ ବ୍ୟତୀତ କିଛି ଦୂରଦର୍ଶନ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥାପକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୮ ମସିହାରେ ଦ୍ୱାଦଶ ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌-୨୦୧୮ରେ ସୁମନଙ୍କୁ ତରଙ୍ଗ ଟିଭିରେ ପ୍ରସାରିତ ଦୂରଦର୍ଶନ ଧାରାବାହିକ "ତେଜସ୍ୱିନୀ" ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାର ମିଳିଥିଲା ।[୨]

ଅଭିନୀତ କଥାଚିତ୍ର[ସମ୍ପାଦନା]

  • କଣ୍ଢେଇ ଆଖିରେ ଲୁହ
  • ଲକ୍ଷ୍ମୀ ପ୍ରତିମା
  • ପ୍ରିୟା ମୋ ଆସିବ ଫେରି
  • ମାୟା
  • ତୁ ମୋ ଆଖିର ତାରା
  • ଜଗୁ ଅଟୋବାଲା
  • ଏ ମନ ମାନେନା
  • ହେଲା ମତେ ପ୍ରେମ ଜର
  • ଶୁଭ ବିବାହ
  • କିଛି ଖଟା କିଛି ମିଠା
  • ପ‌ହିଲି ରଜ
  • ଜବରଦସ୍ତ ପ୍ରେମିକ
  • ଆଇନ କାନୁନ
  • ମୁନ୍ନା- ଏ ଲଭ୍ ଷ୍ଟୋରୀ
  • ପ୍ରେମ ରୋଗୀ
  • ସ୍ମାଇଲ୍ ପ୍ଲିଜ୍
  • ମୁଁ ପ୍ରେମୀ ମୁଁ ପାଗଳ
  • ମୁଁ କ'ଣ ଏତେ ଖରାପ
  • ଧର୍ମ

ଅଭିନୀତ ଧାରାବାହିକ[ସମ୍ପାଦନା]

  • ପରୀ (ସାର୍ଥକ ଟିଭି)
  • ତେଜସ୍ୱିନୀ (ତରଙ୍ଗ ଟିଭି)- ଯାଦୁ
  • ମୁଁ ବି ତେଜସ୍ୱିନୀ (ତରଙ୍ଗ ଟିଭି)- ଉପସ୍ଥାପକ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "କମେଡ଼ିଆନ ସୁମନ ମହାରଣା". Odisha 365. 2 April 2018. Retrieved 12 April 2018.
  2. "ଚଳଚ୍ଚିତ୍ର ଓ ଟେଲିଭିଜନ ଆୱାର୍ଡ ଶୋ ଟାଇମ୍‌: ଶ୍ରେଷ୍ଠ ନାୟକ ଅରିନ୍ଦମ, ନାୟିକା ଏଲିନା". ଧରିତ୍ରୀ. 5 February 2018. Archived from the original on 10 April 2019. Retrieved 24 June 2018. {{cite news}}: Unknown parameter |deadur= ignored (help)

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ସୁମନ ମହାରଣା