ସଲଫାଡକ୍‌ସିନ/ପାଇରିମେଥାମିନ

ଉଇକିପିଡ଼ିଆ‌ରୁ
(Sulfadoxine/pyrimethamineରୁ ଲେଉଟି ଆସିଛି)
ସଲଫାଡକ୍‌ସିନ/ପାଇରିମେଥାମିନ
Combination of
SulfadoxineSulfonamide
PyrimethamineAntiparasitic
Clinical data
Pronunciationpeer-i-METH-a-meen/sul-fa-DOX-een[୧]
Trade namesFansidar
AHFS/Drugs.com
data
Pregnancy
category
  • AU: C
  • US: C (Risk not ruled out)
Routes of
administration
by mouth
ATC code
Legal status
Legal status
  • AU: S4 (Prescription only)
  • UK: POM (Prescription only)
  • US: ℞-only
  (verify)

ସଲଫାଡକ୍‌ସିନ/ପାଇରିମେଥାମିନ (ଇଂରାଜୀ ଭାଷାରେ Sulfadoxine/pyrimethamine, ବିକ୍ରୟ ନାମ ଫାନ୍‌ସିଡାର/Fansidar) ଏକ ଯୁଗ୍ମ ଔଷଧ ଯାହା ମ୍ୟାଲେରିଆ ରୋଗର ଚିକିତ୍ସା ପାଇଁ ଦିଆଯାଏ ।[୧][୨] ଏହି ଯୁଗ୍ମ ଔଷଧରେ ସଲଫାଡକ୍‌ସିନ (sulfadoxine) ନାମ ଥିବା ଏକ ପ୍ରକାର ସଲଫୋନାମାଇଡ (sulfonamide) ଓ ପାଇରିମେଥାମିନ (pyrimethamine) ଭଳି ଏକ ପ୍ରୋଟୋଜୋଆ ବିରୋଧୀ (antiprotozoal) ଔଷଧ ଥାଏ । ଏହା ଆର୍ଟେସୁନେଟ ଭଳି ମ୍ୟାଲେରିଆ ବିରୋଧୀ (antimalarial medication ) ଔଷଧମାନଙ୍କ ସ‌ହିତ ଦିଆଯାଏ ।[୩]

ସଲଫାଡକ୍‌ସିନ/ପାଇରିମେଥାମିନର ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ରାସ୍, ଗଲୁ, ମୁଣ୍ଡବଥା ଓ କେଶହାନୀ ହୁଏ ।[୩][୧] କ୍ୱଚିତ ଏକ ସାଂଘାତିକ ଆଲର୍ଜି ପ୍ରତିକ୍ରିୟା (allergic reaction) ବା ଟକ୍‌ସିକ ଏପିଡର୍ମାଲ ନେକ୍ରୋଲାଇସିସ (toxic epidermal necrolysis) ଭଳି ରାସ୍ ହୋଇପାରେ ।[୧] ଯକୃତ (liver) ଓ ବୃକ୍‌କ ରୋଗ (kidney disease) ଥିବା ଲୋକଙ୍କୁ ଓ ସଲଫୋନାମାଇଡ ଆଲର୍ଜି (sulfonamide allergy) ଥିବା ଲୋକାଙ୍କୁ ଏହି ଔଷଧ ଦିଆଯାଏ ନାହିଁ ।[୩] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[୪] ମ୍ୟଲେରିଆରେ ଫୋଲିନିକ ଏସିଡ (folinic acid) ବ୍ୟବ‌ହାରକୁ ଏହି ଔଷଧ ଅବରୋଧ କରି କାର୍ଯ୍ୟକାରୀ ହୁଏ ।[୧]

ସନ ୧୯୮୧ରେ ଆମେରିକାରେ ପ୍ରଥମେ ସଲଫାଡକ୍‌ସିନ/ପାଇରିମେଥାମିନ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[୧] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ବିକାଶଶୀଳ ଦେଶମାନଙ୍କରେ (developing world) ଏହି ଔଷଧର ଏକ ଦିନ ଡୋଜର କ୍ରୟ ମୂଲ୍ୟ ୦.୦୮ରୁ ୦.୩୬ ଆମେରିକୀୟ ଡଲାର ।[୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ବ୍ୟବସାୟୀକ ଭିତ୍ତିରେ ଉପଲବ୍‌ଧ ନୁହେଁ । [୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "Pyrimethamine/sulfadoxine: Indications, Side Effects, Warnings - Drugs.com". www.drugs.com. Retrieved 11 December 2016.
  2. The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). WHO. 2015. p. 435. ISBN 9789240694941. Retrieved 8 December 2016.
  3. ୩.୦ ୩.୧ ୩.୨ WHO Model Formulary 2008 (PDF). World Health Organization. 2009. p. 187, 198-1999. ISBN 9789241547659. Retrieved 8 December 2016.
  4. "Pyrimethamine / sulfadoxine (Fansidar) Use During Pregnancy". www.drugs.com. Retrieved 11 December 2016.
  5. "WHO Model List of Essential Medicines (19th List)" (PDF). World Health Organization. April 2015. Retrieved 8 December 2016.
  6. "Sulfadoxine + Pyrimethamine". International Drug Price Indicator Guide. Retrieved 8 December 2016.[permanent dead link]