Jump to content

ପାଇରିମେଥାମିନ

ଉଇକିପିଡ଼ିଆ‌ରୁ
ପାଇରିମେଥାମିନ
Clinical data
Pronunciation/ˌpɪr[invalid input: 'ɨ']ˈmɛθəmin/
Trade namesDaraprim
AHFS/Drugs.commonograph
MedlinePlusa601050
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailabilitywell-absorbed
    Protein binding87%
    MetabolismLiver
    Elimination half-life96 hours
    ExcretionKidney
    Identifiers
    • 5-(4-chlorophenyl)-6-ethyl- 2,4-pyrimidinediamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.000.331 Edit this at Wikidata
    Chemical and physical data
    FormulaC12H13ClN4
    Molar mass248.71 g/mol
    3D model (JSmol)
    • Clc2ccc(c1c(nc(nc1CC)N)N)cc2
    • InChI=1S/C12H13ClN4/c1-2-9-10(11(14)17-12(15)16-9)7-3-5-8(13)6-4-7/h3-6H,2H2,1H3,(H4,14,15,16,17) checkY
    • Key:WKSAUQYGYAYLPV-UHFFFAOYSA-N checkY
      (verify)

    ପାଇରିମେଥାମିନ (ଇଂରାଜୀରେ Pyrimethamine), ଏକ ବିକ୍ରୟ ନାମ ଡାରାପ୍ରିମ (Daraprim), ଏକ ଔଷଧ ଯାହା ଟକ୍ସୋପ୍ଲାଜମୋସିସ (toxoplasmosis) ଓ ସିସ୍ଟୋଆଇସୋସ୍ପୋରିଆସିସ (cystoisosporiasis) ରୋଗମାନଙ୍କରେ ଲିଉକୋଭୋରିନ (leucovorin) ସ‌ହ ଦିଆଯାଏ । [][] ଦ୍ୱତୀୟ ଧାଡ଼ିର ପ୍ରତିଷେଧ ରୂପେ ନିମୋସିସ୍ଟାଇଟିସ ଜିରୋଭେସି ନିମୋନିଆ (Pneumocystis jiroveci pneumonia ବା PCP) ରୋଗ ଭୋଗୁଥିବା ଏଚଆଇଭି/ଏଡସ ରୋଗ‌ଗ୍ରସ୍ତ ଲୋକଙ୍କୁ ଡାପସୋନ (dapsone) ଔଷଧ ସ‌ହିତ ଏହା ଦିଆଯାଏ । ଅତୀତରେ ଏହା ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିଲା, କିନ୍ତୁ ଏହାର ପ୍ରତିରୋଧ ଯୋଗୁ ଅଧୁନା ଏହା ଦିଆଯାଉନାହିଁ । ପାଇରିମେଥାମିନ ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଗୋଳମାଳ, ସାଂଘାତିକ ଆଲର୍ଜି (allergic reactions), ଅସ୍ଥିମଜ୍ଜା ଅବରୋଧ (bone marrow suppression) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଫୋଲେଟ ଅଭାବ ଜନିତ ଆନିମିଆରେ ଏହା ଦେବାକୁ ବାରଣ କରାଯାଏ । ଏହାଦ୍ୱାରା କର୍କଟ ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[] କ୍ୱଚିତ୍ ଏହା ଗର୍ଭାବସ୍ଥାରେ ଦିଆଗଲେ ମଧ୍ୟ ଶିଶୁ ନିମନ୍ତେ ଏହାର ନିରାପତ୍ତା ବିଷୟରେ ସନ୍ଦେହ ଅଛି ।[] ପାଇରିମେଥାମିନ ଏକ ଫୋଲିକ ଏସିଡ ବିରୋଧୀ (folic acid antagonist) ଔଷଧ । ଫୋଲିକ ଏସିଡ ଚୟାପଚ‌ୟ ବା ମେଟାବୋଲିଜ୍ମ ଅବରୋଧ ଯୋଗୁ ଡିଏନଏ ପ୍ରସ୍ତୁତ ହୋଇପାରେନାହିଁ । []

    ସନ ୧୯୫୨ରେ ପାଇରିମେଥାମିନ ଆବିଷୃତ ହେବା ପରେ ସନ ୧୯୫୩ରେ ଡାକ୍ତରୀ ବ୍ୟବ‌ହାରରେ ଉପ‌ଯୋଗ କରାଗଲା । [][] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ [] ସନ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ନାମରେ ମିଳୁନାହିଁ, ଏହାର ମୂଲ୍ୟ ଟାବଲେଟ ପିଛା ୧୩.୫୦ରୁ ୭୫୦ ଆମେରିକୀୟ ଡଲାର ଥିଲା (ଗୋଟିଏ କୋର୍ଷର ମୂଲ୍ୟ ୭୫,୦୦୦ ଡଲାର) । [][][] ଅନେକ ଦେଶମାନଙ୍କରେ ଏହା ଜେନେରିକ ନାମରେ ମିଳେ ଓ ଏହାର ଏକ ଡୋଜର ମୂଲ୍ୟ ୦.୦୫ରୁ ୦.୧୦ ଆମେରିକୀୟ ଡଲାର । []

    1. 1 2 3 4 5 "Pyrimethamine". The American Society of Health-System Pharmacists. Retrieved 2 December 2016.
    2. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.
    3. "Pyrimethamine (Daraprim) Use During Pregnancy". www.drugs.com. Retrieved 3 December 2016.
    4. Sylvie, Manguin; Pierre, Carnevale; Jean, Mouchet (2008). Biodiversity of Malaria in the world (in ଇଂରାଜୀ). John Libbey Eurotext. p. 6. ISBN 9782742009633.
    5. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    6. Mullin, Emily. "Turing Pharma Says Daraprim Availability Will Be Unaffected By Shkreli Arrest". Forbes. Retrieved 2016-11-10.
    7. Alpern, JD; Song, J; Stauffer, WM (19 May 2016). "Essential Medicines in the United States--Why Access Is Diminishing". The New England journal of medicine. 374 (20): 1904–7. PMID 27192669.
    8. "High Drug Prices: Should We Blame Pharma Or The FDA?". 29 September 2015.

    ବାହ୍ୟ ଲିଙ୍କ

    [ସମ୍ପାଦନା]