Jump to content

ପାଇରିମେଥାମିନ

ଉଇକିପିଡ଼ିଆ‌ରୁ
(Pyrimethamineରୁ ଲେଉଟି ଆସିଛି)
ପାଇରିମେଥାମିନ
Clinical data
Pronunciation/ˌpɪr[invalid input: 'ɨ']ˈmɛθəmin/
Trade namesDaraprim
AHFS/Drugs.commonograph
MedlinePlusa601050
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    By mouth
    ATC code
    Legal status
    Legal status
    Pharmacokinetic data
    Bioavailabilitywell-absorbed
    Protein binding87%
    MetabolismLiver
    Elimination half-life96 hours
    ExcretionKidney
    Identifiers
    • 5-(4-chlorophenyl)-6-ethyl- 2,4-pyrimidinediamine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    PDB ligand
    ECHA InfoCard100.000.331 Edit this at Wikidata
    Chemical and physical data
    FormulaC12H13ClN4
    Molar mass248.71 g/mol
    3D model (JSmol)
    • Clc2ccc(c1c(nc(nc1CC)N)N)cc2
    • InChI=1S/C12H13ClN4/c1-2-9-10(11(14)17-12(15)16-9)7-3-5-8(13)6-4-7/h3-6H,2H2,1H3,(H4,14,15,16,17) checkY
    • Key:WKSAUQYGYAYLPV-UHFFFAOYSA-N checkY
      (verify)

    ପାଇରିମେଥାମିନ (ଇଂରାଜୀରେ Pyrimethamine), ଏକ ବିକ୍ରୟ ନାମ ଡାରାପ୍ରିମ (Daraprim), ଏକ ଔଷଧ ଯାହା ଟକ୍ସୋପ୍ଲାଜମୋସିସ (toxoplasmosis) ଓ ସିସ୍ଟୋଆଇସୋସ୍ପୋରିଆସିସ (cystoisosporiasis) ରୋଗମାନଙ୍କରେ ଲିଉକୋଭୋରିନ (leucovorin) ସ‌ହ ଦିଆଯାଏ । [୧][୨] ଦ୍ୱତୀୟ ଧାଡ଼ିର ପ୍ରତିଷେଧ ରୂପେ ନିମୋସିସ୍ଟାଇଟିସ ଜିରୋଭେସି ନିମୋନିଆ (Pneumocystis jiroveci pneumonia ବା PCP) ରୋଗ ଭୋଗୁଥିବା ଏଚଆଇଭି/ଏଡସ ରୋଗ‌ଗ୍ରସ୍ତ ଲୋକଙ୍କୁ ଡାପସୋନ (dapsone) ଔଷଧ ସ‌ହିତ ଏହା ଦିଆଯାଏ । ଅତୀତରେ ଏହା ମ୍ୟାଲେରିଆ ରୋଗୀଙ୍କୁ ଦିଆଯାଉଥିଲା, କିନ୍ତୁ ଏହାର ପ୍ରତିରୋଧ ଯୋଗୁ ଅଧୁନା ଏହା ଦିଆଯାଉନାହିଁ । ପାଇରିମେଥାମିନ ପାଟିରେ ଦିଆଯାଏ ।[୧]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଗୋଳମାଳ, ସାଂଘାତିକ ଆଲର୍ଜି (allergic reactions), ଅସ୍ଥିମଜ୍ଜା ଅବରୋଧ (bone marrow suppression) ଇତ୍ୟାଦି ଲକ୍ଷଣ ଦେଖାଯାଏ । ଫୋଲେଟ ଅଭାବ ଜନିତ ଆନିମିଆରେ ଏହା ଦେବାକୁ ବାରଣ କରାଯାଏ । ଏହାଦ୍ୱାରା କର୍କଟ ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[୧] କ୍ୱଚିତ୍ ଏହା ଗର୍ଭାବସ୍ଥାରେ ଦିଆଗଲେ ମଧ୍ୟ ଶିଶୁ ନିମନ୍ତେ ଏହାର ନିରାପତ୍ତା ବିଷୟରେ ସନ୍ଦେହ ଅଛି ।[୩] ପାଇରିମେଥାମିନ ଏକ ଫୋଲିକ ଏସିଡ ବିରୋଧୀ (folic acid antagonist) ଔଷଧ । ଫୋଲିକ ଏସିଡ ଚୟାପଚ‌ୟ ବା ମେଟାବୋଲିଜ୍ମ ଅବରୋଧ ଯୋଗୁ ଡିଏନଏ ପ୍ରସ୍ତୁତ ହୋଇପାରେନାହିଁ । [୧]

    ସନ ୧୯୫୨ରେ ପାଇରିମେଥାମିନ ଆବିଷୃତ ହେବା ପରେ ସନ ୧୯୫୩ରେ ଡାକ୍ତରୀ ବ୍ୟବ‌ହାରରେ ଉପ‌ଯୋଗ କରାଗଲା । [୧][୪] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୫] ସନ ୨୦୧୫ ସୁଦ୍ଧା ଯୁକ୍ତରାଷ୍ଟ୍ର ଆମେରିକାରେ ଏହା ଜେନେରିକ ନାମରେ ମିଳୁନାହିଁ, ଏହାର ମୂଲ୍ୟ ଟାବଲେଟ ପିଛା ୧୩.୫୦ରୁ ୭୫୦ ଆମେରିକୀୟ ଡଲାର ଥିଲା (ଗୋଟିଏ କୋର୍ଷର ମୂଲ୍ୟ ୭୫,୦୦୦ ଡଲାର) । [୬][୨][୭] ଅନେକ ଦେଶମାନଙ୍କରେ ଏହା ଜେନେରିକ ନାମରେ ମିଳେ ଓ ଏହାର ଏକ ଡୋଜର ମୂଲ୍ୟ ୦.୦୫ରୁ ୦.୧୦ ଆମେରିକୀୟ ଡଲାର । [୮]

    1. 1 2 3 4 5 "Pyrimethamine". The American Society of Health-System Pharmacists. Retrieved 2 December 2016.
    2. 1 2 Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 54. ISBN 9781284057560.
    3. ↑ "Pyrimethamine (Daraprim) Use During Pregnancy". www.drugs.com. Retrieved 3 December 2016.
    4. ↑ Sylvie, Manguin; Pierre, Carnevale; Jean, Mouchet (2008). Biodiversity of Malaria in the world (in ଇଂରାଜୀ). John Libbey Eurotext. p. 6. ISBN 9782742009633.
    5. ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
    6. ↑ Mullin, Emily. "Turing Pharma Says Daraprim Availability Will Be Unaffected By Shkreli Arrest". Forbes. Retrieved 2016-11-10.
    7. ↑ Alpern, JD; Song, J; Stauffer, WM (19 May 2016). "Essential Medicines in the United States--Why Access Is Diminishing". The New England journal of medicine. 374 (20): 1904–7. PMID 27192669.
    8. ↑ "High Drug Prices: Should We Blame Pharma Or The FDA?". 29 September 2015.

    ବାହ୍ୟ ଲିଙ୍କ

    [ସମ୍ପାଦନା]